STORYMIRROR

Sukanti Mohanty

Abstract

4  

Sukanti Mohanty

Abstract

ଆଶାର ଆଲୋକ ଭାଗ ୬

ଆଶାର ଆଲୋକ ଭାଗ ୬

2 mins
241

ଅଶ୍ଵିନୀ ଠାରୁ ରୋଜି ବାପା ସବୁ ଶୁଣି ସାରିଲା ପରେ ବ୍ୟସ୍ତ ହୋଇ ପଡ଼ିଲେ। ଏବେ ରୋଜି ଦେହ ଭଲ ନାହିଁ। କେମିତି ସେ କହିବ ଯେ। ଦେହ ଭଲ ହେଲେ ତାକୁ ଭୁଝେଇ ଦେବ। ଆମର ସେ ପାଠ ପଢା ଦରକାର ନାହିଁ। ନିଜର ଆତ୍ମ ସମ୍ମାନ ନିଜର ଚରିତ୍ର ଠାରୁ ସେ ପାଠ ପଢା କଣ ଏତେ ଜରୁରୀ। ଶିଖିବା ଆଉ ଶିଖେଇବାର ଅନ୍ତ ନ ଥାଏ। ଏ Phd ଟା ଯେତେ ବେଳେ ବି କରି ହେବ। ହେଲେ ନିଜ ଜୀବନ ସହ ଖେଳ ଖେଳିବାକୁ କେବେ ସେ ଦେବନି। ଆଗ ମୋ ରୋଜି କୁ ଠାକୁର ଭଲ କରି ଦିଅନ୍ତୁ। ହେ ପ୍ରଭୁ ମୋ ଧନକୁ ଭଲ କରି ଦିଅ।

ରୋଜି ଏବେ ଆଖି ଖୋଲିଲାଣି। କଥା ବି କହିଲାଣି। ବାପାଙ୍କ ଖୁସି କହିଲେ ନସରେ। କେମିତି ଖୁସି ଲାଗିବନି ଯେ। ଜନ୍ମ ଦେଇ ଛନ୍ତି। ଏଡୁ ଟିରୁ ଏଡେ ଟିଏ କରିଛନ୍ତି। ହାତ ଧରି ଦାଣ୍ଡରେ ଚାଲି ଶିଖେଇଛନ୍ତି । ପାଠ ଶାଠ ପଢ଼ାଇ ଭବିଷ୍ୟତ ଗଢ଼ିବାକୁ ଉଦ୍ୟମ କରିଛନ୍ତି। ରୋଜିର ଟିକେ କଣ ହୋଇ ଗଲେ ବାପା ମାଆ ଦୁଇ ଜଣଙ୍କର ହାଲୁକା ଶୁଖି ଯାଏ।

 ରୋଜି ଆଜି ଘରକୁ ଗଲା। ଘରେ ମାଆ, ଭାଇ ଭଉଣୀଙ୍କ ଗୋଡ଼ ତଳେ ଲାଗୁନି। କଣ ଖାଇବ କଣ ପିଇବ ପୁଣି ଔଷଧ କେତେ ବେଳେ ଖାଇବ ଏ ଦିଗରେ ସମସ୍ତଙ୍କ ଦୃଷ୍ଟି।-"ଏତେ ବ୍ୟସ୍ତ କହିକି ମୋ ପାଇଁ ହେଉଛ। ମୁଁ କଣ ପିଲା ହୋଇଛି କି?। ମୋ କଥା ମୁଁ ନିଜେ କଣ ବୁଝି ପାରିବିନି। ଏଇ ଟିକେ ଜ୍ଵର ହୋଇଗଲା ଯେ ତୁମେ ଏମିତି ବ୍ୟସ୍ତ ହୋଇ ପଡୁଛ ଅଯଥାରେ।"ରୋଜିକହିଲା।

"ଆରେ ମାଆ ତୁ ପିଲା ଲୋକ କିଛି ବୁଝି ପାରିବୁନି। ଏଇ ଟିକେ ଜ୍ଵର କହୁଛୁ। କେତେ ଜ୍ଵର ଥିଲା ତୁ ଜାଣି ନୁଜମା ଛାଡ଼ିଲାନି। ଏଇ ଜ୍ଵର ପରା ଡାକି ଆଣୁଚି କେଡ଼େ ବଡ଼ ବଡ଼ ରୋଗ। ୟାରି ପାଇଁ ଆଜି ସମସ୍ତେ କାତର।"

ବାପାଙ୍କ କଥା ଶୁଣି ରୋଜି ହସି ହସି ଗଡିଗଲା । ବୋଉ ଦୌଡ଼ି ଆସିଲେ।-" ଆରେ ହସୁଛି କଣ। ତତେ ହସ ଲାଗୁଛି।"

ସାନ ଭାଇ କହି ପକେଇଲା -" ତୁ ଜାଣିଛୁ ଦେଇ ମାଆ ନା ଭାରି ଜୋର୍ ରେ କାନ୍ଦି ପକେଇଲା। ବାପା ତ ପୂରା ପାଗଳ ପରି ହେଇଗଲେ। ତୋତେ ଏବେ ଥଟ୍ଟା ଲାଗିଛି।"ସମସ୍ତେ ଜୋର ରେ ହସି ଉଠିଲେ।

ଅପରାହ୍ନ। ସମୟ ପାଞ୍ଚଟା। ରୋଜି ବସିଛି ଚଉକି ଉପରେ। ହାତରେ ଖଣ୍ଡିଏ ବହି। କିଛି ଭାବିବା ଭଳି ଲାଗିଲା। ମାଆ କହିଲେ" ଦୁଇ ଦିନରେ ତୁ ବହି ପାଗଳ ହୋଇ ଗଲୁ"। ବାପା କହିଲେ " ସେ ପାଠ ପଢା ଥାଉ। ତୁ ପଛେ Phd କରିବୁ। ସେ guide କୁ change କର।"

-" କାଇଁ କଣ ହେଲା?"ଆଶ୍ଚର୍ଯ୍ୟ ହୋଇ ପଚାରିଲା।"

-"ତୁ ସେ ବିଷୟ ରେ ଜାଣିନୁ।"

-" କୋଉ କଥା କହୁଛ?"

-" ହଁ ସେ guide କଥା।"

-" ଆରେ ସେ ପୁଣି କଣ କଲେ। ତାଙ୍କୁ ତୁମେ କେମିତି ଜାଣିଲ।?"

ବାପା ଗୋଟି ଗୋଟି କରି ସବୁ କଥା କହିଲେ।

ଦୀର୍ଘ ଶ୍ଵାସ ପକାଇ ରୋଜି ଟିକେ ଭାବିଲା।

ଠିକ୍ ଅଛି ମୁଁ ସମୟ ସୁବିଧା ଦେଖି ଆଉ ଜଣେ co -guide ଦେଖିବି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract