STORYMIRROR

Sunanda Mohanty

Abstract Action Inspirational

3  

Sunanda Mohanty

Abstract Action Inspirational

ଜୀଵାଶ୍ମ ନୀଡ଼ରେ ଅସ୍ମିତା ଝଡ଼

ଜୀଵାଶ୍ମ ନୀଡ଼ରେ ଅସ୍ମିତା ଝଡ଼

5 mins
8

ପଶୁ ପ୍ରୀତି ଯୋଗୁଁ ଆନି ପଶୁଡାକ୍ତରୀ ପଢୁ ପଢୁ ପଶୁଡାକ୍ତର ଜୋଇଁ ପାଇ ଏମିତି ଏକ ସହରରେ ରହିଲା ଯୋଉଠି ଘୁଷୁରୀ ଓ ଠେକୁଆ ପାଳନ ଥିଲା ଲୋକମାନଙ୍କର ମୁଖ୍ୟ ଜୀବନ ଜୀବିକା. ଠେକୁଆ ଓ ଘୁଷୁରୀ ପାଳି ପୋଷି, ଡାକ୍ତର ଦେଖାଇ ସୁସ୍ଥ ସବଳ କରିବା ପରେ ବିକ୍ରିକରି ଭଲ ଦୁଇ ପଇସା ରୋଜଗାର କରନ୍ତି ସେଠିକା ଅଧିବାସୀ. କଷ୍ଟ ଲାଗେ ଆନିଙ୍କୁ ଯେବେ ଠେକୁଆ ଓ ଘୁଷୁରୀ ଧରି ଆସନ୍ତି ଲୋକେ ଚିକିର୍ଚ୍ଚା ପାଇଁ. ଏତେ ନିରୀହ ପଶୁ ଗୁଡିକୁ ଦେଖି ଆନିର ମନେପଡେ ତାଙ୍କ ସହରର ବୁଲା କୁକୁର, ଷଣ୍ଢ ସହିତ ଗାଈ ଗୋରୁ ଛେଳି ମେଣ୍ଢାଙ୍କ କଥା. ସେହି ନିରୀହ ଜୀବ ଗୁଡିକୁ ଦେଖି ଦେଖି ସେ ପଢିଥିଲେ ପଶୁ ଡାକ୍ତରୀ ପାଠ. କଥା କହିପାରୁନଥିବା ବୁଲା ପଶୁଙ୍କ ଦୁଃଖ କଷ୍ଟ ଦେଖିହୁଏନି. କଣ୍ଟାଟିଏ ପଶିଲେ, କାଚ ଖଣ୍ଡେ ଗୋଡ଼ରେ ବାଜିଲେ ସେମାନେ କଣ କାଢ଼ି ପାରିବେ କେବେ ନିଜକୁ ନିଜେ ?ଯଦି ନବହାରିଲା ପଚି ଷଢ଼ି କି କଷ୍ଟ ଯନ୍ତ୍ରଣା ସହନ୍ତି ପଶୁମାନେ ବିଚରା! ମାଙ୍କଡ଼ କଥା ତ ନକହିଲେ ଭଲ. କୋଉଠି ଇଲେକ୍ଟ୍ରି କରେଣ୍ଟରେ ପ୍ରାଣ ଗଲାଣି ତ କୋଉଠି ଲାଞ୍ଜ ଭଳି ଏକମାତ୍ର ଶରୀରର ସହାୟକ ଛିଡି ଘାଆ ହେଲାଣି. ଏସବୁ ଅତି ପାଖରୁ ଦେଖି ସହି ହୁଏନି ସେଥିରେ ସେହି ଅସହାୟ ପଶୁ ପକ୍ଷୀମାନଙ୍କ ଉପରେ ମଣିଷର ଅକଥନୀୟ ଅତ୍ୟାଚାର ଏକ ବିଡମ୍ବନା ଯେମିତି.

   ପିଲାଦିନେ କେତେଥର ସେ ସୁରେଶକୁ ମନା କରିଛି ଅକାରଣରେ ବୁଲା କୁକୁରଙ୍କୁ ଟେକା ପକାଇ ଖଣ୍ଡିଆ କରିବା, ରକ୍ତାକ୍ତ କରିବା କଣ ଦରକାର? କେତେ ପୁଅ ସାଙ୍ଗ ଭିତରୁ ସୁରେଶ କଥା ରଖେ. ହୃଦୟଙ୍ଗମ କରେ ଆନି କଥା. ଏମିତିକି ତାଙ୍କ ଘରେ ପୋଷା ଯାଇଥିବା ଛେଳି ପାଇଁ ଘାସ ଆଣିବା, କଅଁଳ ପତ୍ର ତୋଳିବା ସହ କୁକୁର ଦାଉରୁ ଛେଳିକୁ ରକ୍ଷା କରିବାକୁ ଯାଇ କୁକୁରର କ୍ଷତି କରେନାହିଁ ବରଂ ଘଉଡ଼େଇ ଦିଏ. ବେଳେବେଳେ ଆନି ଟିଫିନରୁ ବିସ୍କୁଟ ଓ ରୁଟି ନେଇକି କୁକୁରକୁ ଦିଏ. ଆନିର ସେଇଥିପାଇଁ ତ ସୁରେଶ ପ୍ରତି ବଢୁଥାଏ ଦୁର୍ବଳତା କୋଉଠି ନା କୋଉଠି ଲୁଚି ଛପି. ସୁରେଶ କିନ୍ତୁ ଦୁଃଖ କରେ. କହେ ତୁ ସିନା ଧନୀ ଘରର ଝିଅ ଯେ ଡାକ୍ତରୀ ପଢ଼ିବୁ, ପଶୁ ପକ୍ଷୀଙ୍କ ସେଵାକୁ ଜୀବନର ମୁଖ୍ୟ ଲକ୍ଷ କରି ଆନନ୍ଦ ପାଇବୁ ହେଲେ ମୁଁ କେମିତି ଡାକ୍ତରୀ ପଢ଼ିବି ଆନି? ମୋର ପ୍ରତ୍ୟକ କାମ ଅର୍ଥାତ ବହି କିଣା,ସାଇକେଲ କିଣା, ଜୋତା, ଛତା ଇତ୍ୟାଦି ଆବଶ୍ୟକୀୟ ଜିନିଷ ତ ଛେଳି ବିକା ପଇସାରେ ସମ୍ଭବ ହୁଏ. ଛେଳି ବିକା ମାନେ ଏ ଭିତରେ ବୁଝି ସାରିଥିବା ସୁରେଶ ଓ ଆନି ବହୁତ ଦୁଃଖ କରନ୍ତି ତ ଆନି ବୁଝେଇ କୁହେ ତୁ ମନଦେଇ ପଢ ସୁରେଶ.ଭଲ ନମ୍ବର ରଖିଲେ ପଇସାର ଏତେ ବେଶୀ ଆବଶ୍ୟକତା ନାହିଁ. ସତକୁ ସତ ସୁରେଶ ଭଲ ନମ୍ବର ରଖି ଆନି ସଙ୍ଗେ ଡାକ୍ତରୀ ପଢିଲା. ପଶୁ ପକ୍ଷୀଙ୍କ ସେବାକୁ ଦୁହେଁ ଜୀବନର ବ୍ରତ କରି ପଶୁ ଡାକ୍ତରୀ ପଢୁ ପଢୁ ଭଲପାଇବା କେବେ ପ୍ରମରେ ପରିଣତ ହେଲା ଦୁହିଁଙ୍କୁ ଜଣା ନଥିଲା.ଆନି ବାପା କୌଣସି ମତେ ସୁରେଶ ସାଥିରେ ଝିଅର ବିବାହକୁ ସ୍ୱୀକୃତି ଦେଇନଥିଲେ ତ ଡାକ୍ତର ହେବା ପରେ ଦୁହେଁ ଏକାଜାଗାରେ ଏଇ ଠେକୁଆ ଓ ଘୁଷୁରୀମାନଙ୍କର ଜୀବାଶ୍ମ ସହରରେ ଚାକିରୀ କରିବା ଭିତରେ ପତି ପତ୍ନୀ ହୋଇଯାଇଥିଲେ.ଆନିର ବାପା କେଶ କରି କଥାଟିକୁ ଯେତିକି ଜଟିଳ କରିଥିଲେ ଆନି ମାଆ ହେବା ପରେ କେଶଟି ସେତିକି ସରଳ ହୋଇଯାଇଥିଲା. ହେଲେ ଆନିକୁ ଚାକିରୀ ଛାଡିବାକୁ ପଡିଥିଲା.

     ସେଦିନ ଆନି ପୁଅ ସହ ଖେଳୁଥିଲା ବେଳେ ଜଣେ ବୁଢା ଲୋକ ପହଁଚିଲେ ଆଉ କହିଲେ ମାଆ ଆକୁ ରଖ. ବାବୁ ମୋ ଘୁଷୁରୀମାନଙ୍କ ସେଵା ବିନା ପଇସାରେ ଯୋଗେଇ ଦେଇନଥିଲେ ମୋର ବେଉସା ବୁଡି ଯାଇଥାନ୍ତା ମାଆ ତେଣୁ ବାବୁଙ୍କ ପାଇଁ ଆଣିଥିଲି.କଣ ସିଏ ମଉସା?ଆପଣଙ୍କ ଘୁଷୁରୀଙ୍କ ସେଵା କରିବା ତ ମୋ ସ୍ୱାମୀଙ୍କ କର୍ତ୍ତବ୍ୟ ତେବେ ଅଧିକା କଣ ସେ କଲେ ଯେ ଆପଣ ତାଙ୍କ ପାଇଁ କି ଉପହାର ଆଣିଛନ୍ତି?କିଛି ନୁହେଁ ମାଆ ଏଇ ଠେକୁଆ ଦୁଇଟି କହି ମଉସା ବ୍ୟାଗ ଥୋଇ ଚାଲିଯାଉ ଯାଉ ଆନି ବ୍ୟାଗ ଭିତରେ ଦୁଇଟା ଧଳା ଠେକୁଆ ଦେଖି ନିଜେ ଯେତିକି ଖୁସି ହେଲେ ପୁଅ ତାଠୁ ଅଧିକା ଖୁସି ହେଉଥିଲା. କିନ୍ତୁ ମଉସା ଫେରିଯିବା ପୂର୍ବରୁ ତାଙ୍କ ଶେଷ କେଇପଦ କଥା, ଠେକୁଆ ମାଂସ ଭାରି ସୁଆଦିଆ ବାବୁଙ୍କୁ ରୋଷେଇ କରି ଦେବ ମାଆ,ଆନିଙ୍କ କାନରେ ପ୍ରତିଧ୍ୱନିତ ହେଉଥିଲା.ଠେକୁଆ ଦୁଇଟିଙ୍କୁ ଦେଖି ଏତେ ଖୁସି ଲାଗୁଥିଲା ଯେ ଆନି ଭୋକ ଶୋଷ ଭୁଲି ତା ସେବାରେ ଲାଗିପଡିଲେ. ସେମାନେ କଣ ଖାଇବେ,କୋଉଠି ରହିବେ,ଇତ୍ୟାଦି ବୁଝୁ ବୁଝୁ ଫୋନ ଆସିଲା ମାଆଙ୍କଠୁ ଯେ ଆନି ବାପାଙ୍କ ଦେହ ସାଙ୍ଘାତିକ ତ ସେ ଏକମାତ୍ର ଝିଅ ଆନିକୁ ଦେଖିବାକୁ ଚାହାଁନ୍ତି. ଆନି ସବୁକଥା ସୁରେଶଙ୍କୁ କହିବା ପରେ ସେ କହିଥିଲେ ଏଠାରେ ଶହ ଶହ ଘୁଷୁରୀ ଓ ଠେକୁଆଙ୍କ ସ୍ୱାସ୍ଥ୍ୟ କଥା କିଏ ବୁଝିବ? ବରଂ ତୁମେ ପୁଅ ସହ ଚାଲିଯାଅ. ଆନି କହୁଥିଲେ ଆଉ ଏ ଠେକୁଆ ଦୁଇଟି? ଏବେ ତ ସେ ମଉସାଙ୍କ ଠିକଣା ତ ମୁଁ ଜାଣିନି ତେଣୁ ସାଙ୍ଗରେ ନେଇଯାଅ. ସେୟା ହେଲା. ବାପା ମାଆ ଓ ଶାଶୁ ଶଶୁରଙ୍କ ସହିତ ମିଳନ ବେଳେ ଠେକୁଆ ସହ ନାତି ଓ ଝିଅକୁ ଦେଖି ବାପାଙ୍କ ଦେହ ସୁସ୍ଥ ହୋଇଯାଇଥିଲା. ବାପା ମାଆ ଓ ଶଶୁର ଶାଶୁ ଠେକୁଆଟିଏ ପାଇ ନିଜ ପୁଅ ସୁରେଶକୁ ଦେଖିବା ପରି ଭାବି ତାକୁ ଖୁବ ଆଦର ଯତ୍ନରେ ରଖିବା ପରେ ଆନି ପୁଅ ସହ ଫେରିଥିଲା ପୁଣି ସେହି ଜୀଵାଶ୍ମ ସହରକୁ.ଆନିର ବାପା ମଧ୍ୟ ଠେକୁଆଟିକୁ ପାଇ ଖୁବ ଖୁସି ଥିଲେ. ସମ୍ପର୍କର ସୂତାଖିଅ ଠେକୁଆ ଯୋଗୁଁ ଖୁବ ମଜଭୂତ ହୋଇଥିଲା. ଆନିକୁ ଲାଗିଥିଲା ତା ସହର ଠେକୁଆ ଆଦି ପ୍ରାଣୀମାନଙ୍କର ଅସ୍ମିତା ବହନ କରେ.

      ଶାନ୍ତିରେ ଫେରିଆସିବା ପରେ ଆଶାନ୍ତିରେ ମନ ଭରିଗଲା ଆନିଙ୍କର ଯେବେ ଆନି ଶୁଣିଲେ ସ୍ବାମୀ ସୁରେଶଙ୍କଠାରୁ ଯେ ଘୁଷୁରୀ ଓ ଠେକୁଆଙ୍କ ଉପରେ ଚଡକ ପଡିଛି. ସମସ୍ତ ଚେଷ୍ଟା ସତ୍ୱେ ଘୁଷୁରୀ ମଡ଼କ ଓ ଠେକୁଆ ଉପରେ ପଡ଼ିଥିବା ଚଡକ ରୋକି ହେଉନି. ଠିକ ବାର୍ଡ ଫ୍ଲୁରେ କୁକୁଡ଼ା ମାନଙ୍କ ଵଂଶ ନିପାତ କଲା ପରି ସହରରେ ଠେକୁଆ ଓ ଘୁଷୁରୀଙ୍କ ଜୀଵାଶ୍ମ ଦେଖିବାକୁ ମିଳୁଥିଲା କେବଳ . ସହର ସାରା ଘୁଷୁରୀ ପାଳନ କରୁଥିବା ଚାଷୀ ଓ ଠେକୁଆ ପାଳନ କରୁଥିବା ଚାଷୀଙ୍କ ଉପରେ ବୋଝ ଉପରେ ଲଳିତା ବିଡା ଭଳି ଚଡକ ଓ ମଡ଼କ ସେଠାକାର ପଶୁ ପାଳନ କରୁଥିବା ଅଧିକାଂଶ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଥିଲା. ଆନି ଅଣ୍ଟା ଭିଡ଼ିଲେ. ଚାକିରୀ ସିନା ନାହିଁ ହେଲେ ଗବେଷଣା କରିବାକୁ ନିଜେ ବାହାରି ପଡିଲେ. ଘୁଷୁରୀ ଓ ଠେକୁଆ ଦୁଇଟି ପ୍ରାଣୀ ଭିତରୁ ପ୍ରଥମେ ଗୋଟିକୁ ବଞ୍ଚାଇବାକୁ ଯାଇ ସେ ପ୍ରଥମେ ଠେକୁଆପରି ପ୍ରାଣୀ ପାଇଁ ଉର୍ନ୍ନତ ଜାତିର ଘାସ ରୋପଣ କରିପାରିଲେ ସେମାନେ ତାକୁ ଖାଇ ରୋଗ ମୁକ୍ତ ହୋଇ ଵଂଶ ବଢ଼େଇପାରିବେ ଜାଣିବାକୁ ପାଇ ଚାଷୀ ମାନଙ୍କୁ ପ୍ରଥମେ ସେହି ପ୍ରକାର ଘାସ ଚାଷ କରିବାକୁ କହିଲେ ହେଲେ ଠେକୁଆ ଆସିବ କେଉଁଠୁ? ଆନି ଖବର ପାଇଲେ ବାପା ଓ ଶଶୁର ଦୁହେଁ ଦୁଇଟି ଯାକ ଠେକୁଆଙ୍କୁ ଏକତ୍ର ରଖି ଵଂଶବୃଦ୍ଧି କରିଛନ୍ତି. ସେହି ବୁଢାମଉସାଙ୍କୁ ଖୋଜି ବାହାର କଲେ ଆନି ତାଙ୍କ ଠେକୁଆ ଓ ତାର ବଂଶଧରମାନେ ଅଛନ୍ତି ଶୁଣି ବୁଢାମଉସା ଖୁବ ଖୁସି . ବ୍ୟସ୍ତ ହୁଅନାହିଁ ଅଚିରେ ଠେକୁଆ ଵଂଶ ବିସ୍ତାର କରିବା. ତୁମେ ସବୁ ଉର୍ନ୍ନତ ଦୁବେଇ ଘାସ ଓ ପିଜୁଳି ଫଳ ଚାଷ କର. ଆନି ନିଜେ ଯାଇ ତାଙ୍କ ପିତା ଓ ଶଶୁର ମିଶି କରିଥିବା ଠେକୁଆ ଫାର୍ମରୁ ଠେକୁଆ ଦୁଇଟି ଆଗ ଆଣି ତାଙ୍କୁ ଖାଇବା ପିଇବା ଦେଲେ. ସୁରେଶ ମଧ୍ୟ ଉର୍ନ୍ନତ ଇଞ୍ଜେକସନ ଦେଉଥାନ୍ତି. ଦେଖାଗଲା ଛୁଆ ସବୁ ବଞ୍ଚିଲେ ଓ ନିରୋଗ ଥିଲେ. ଚାରିଆଡେ ଆନି ଓ ସୁରେଶଙ୍କ ପ୍ରଶଂସା ବ୍ୟାପିବା ସହ ଠେକୁଆ ଵଂଶ ବ୍ୟାପିଲେ. ସମସ୍ତଙ୍କୁ ଆନି ଦୁଇଟି ଲେଖାଏଁ ଠେକୁଆ ଦେଲେ ଆସ୍ତେ ଆସ୍ତେ ଠେକୁଆ ଵଂଶ ବଢିଲା. ଆନି ଓ ସୁରେଶ ତାଙ୍କ ନିଜ ସହର ଓଡିଶାରେ ଠେକୁଆ ଯେପରି ଖାଦ୍ୟ,ପାନୀୟ ଓ ଫଳ, ତଥା ଦୁବ ଘାସ ପାଉଥିଲେ ସେହିପରି ଏହି ସହରରେ କରି ଓ କରାଇବାକୁ ଉପଦେଶ ଦେଲାପରେ ଗୋଟେ ବର୍ଷ ଭିତରେ ଶହ ଶହ ସଂଖ୍ୟାରେ ଠେକୁଆ ପୁଣି ସୃଷ୍ଟି ହୋଇ ଲୋକଙ୍କ ମନୋବଳ ବୃଦ୍ଧି କରି ଢେର ପ୍ରଶଂସା ପାଇଥିଲେ. ଆନିଙ୍କୁ ସେହି ବୁଢା ମଉସା ଢେର ପ୍ରଶଂସା କରି ଠେକୁଆ ଦୁହିଁଙ୍କୁ ନମାରି ନିଜ ସହରରେ ବଞ୍ଚେଇ ରଖିଥିବାରୁ ଆଜି ସେମାନେ ପୁଣି ତାଙ୍କ ଠେକୁଆ ପାଳନ ବ୍ୟବସାୟ ଫେରିପାଇଛନ୍ତି ବୋଲି କଲ୍ୟାଣ କରୁଥିବା ବେଳେ ଆନିଙ୍କ ବାପା ଭୀଷଣ ଅସୁସ୍ଥ ହୋଇ ପଡିଲେ. ଆନି ଏଥର ପୁଣି ଫେରିଲେ ନିଜ ସହରକୁ. ସେଠାରେ ପୁନ୍ନନିଯୁକ୍ତି ପାଇ ବାପା ମାଆ ଶାଶୁ ଶଶୁରଙ୍କର ଦେଖାଶୁଣା କରୁଥିବା ବେଳେ ତାଙ୍କ ସହରର ଘୁଷୁରିଆ ଅର୍ଥାତ ଘୁଷୁରୀ ପାଳନ କରୁଥିବା ବ୍ୟକ୍ତି ମାନଙ୍କ ସହ ସାକ୍ଷାତ କରି ଘୁଷୁରୀଙ୍କ ନିରାପତ୍ତା କେବଳ ଉତ୍କୃଷ୍ଠ ପଙ୍କ ଯୋଗୁଁ ହୋଇପାରିବ ବୋଲି ଜାଣିଥିଲେ ଓ ସ୍ୱାମୀଙ୍କୁ କହି ସେହି ସହରରେ ଘୁଷୁରୀର ଜୀଵାସ୍ମକୁ ପରୀକ୍ଷାକରିବା ସହ ନିଜ ସହରରୁ କିଛି ଘୁଷୁରୀ ନେଇ ଅଭିଜ୍ଞତା ସମ୍ପନ୍ନ ସେହି ବୁଢା ମଉସାଙ୍କୁ ଦେଇ ତାଙ୍କୁ ପ୍ରଚୁର ପରିମାଣରେ ପାଣି ଓ ପଙ୍କ ଯୋଗାଇ ଦେବାକୁ କହିଥିଲେ.ଦେଖାଗଲା ସେମାନେ ମଧ୍ୟ ସୁରେଶବାବୁଙ୍କ ହେପାଜତରେ ରହି ଖୁବ ଶୀଘ୍ର ଵଂଶ ବିସ୍ତାର କରିବାକୁ ସକ୍ଷମ ହେଲେ. ଘୁଷୁରୀ ପରି ଜୀବର ବିଲୋପରୁ ମୁକ୍ତି ପାଇ ସେହି ଜୀଵାଶ୍ମ ସହର ଏବେ ଠେକୁଆ ଓ ଘୁଷୁରୀଙ୍କ ଅସ୍ମିତା ବହନ କରୁଥିଲା. ଚାରିଆଡେ ଆନି ଓ ସୁରେଶଙ୍କ ଜୟ ଜୟକାର ଧ୍ୱନିରେ ନିଜ ପିତା ମାତା ଗର୍ବ ଅନୁଭବ କରୁଥିଲେ.ପୁଅ ଖେଳୁଥିଲା ଗୀତ ଗାଇ ଗାଇ,ଘୁଷୁରୀ ପ୍ରକୃତି ପଙ୍କେ ଲୋଟ...ମଣିଷ ପ୍ରକୃତି ମଲେ ତୁଟେ. ଆନି କହୁଥିଲେ ନାହିଁ ଧନ ମଣିଷ ପ୍ରକୃତି ଜୀବଜନ୍ତୁ ସାଥେ ପଡେ ଉଠେ. ପୁଅ ତାଳି ମାରୁଥିଲା.

   



Rate this content
Log in

Similar oriya story from Abstract