Trushna Das

Abstract Drama Others

4  

Trushna Das

Abstract Drama Others

ଝରଣା

ଝରଣା

5 mins
222



ଅନାଦି ଓ ଝରଣା ଦୁଇ ଜଣ ଗରିବ କୃଷକ ଦମ୍ପତ୍ତି। ତାଙ୍କର ଗୋଟିଏ ପୁଅ ଲିପୁ ଥିଲା। ଲିପୁ ଜନ୍ମର ଚାରି ବର୍ଷ ପରେ ଝରଣା ଆଉ ଥରେ ଗର୍ଭବତୀa ହେଲେ। ଅନାଦି ଓ ତାଙ୍କ ମାଆ ସୀତା ଦେବୀ ଙ୍କର ଗୋଟିଏ ହିଁ ଜିଦ୍ ଥିଲା ଯେ ତାଙ୍କର ପୁଅ ଦରକାର। କାରଣ ତାଙ୍କ ମତରେ ଝିଅ ହେଉଛି ଗୋଟିଏ ବୋଝ । ବିବାହ କରି ବିଦା ହେଲା ବେଳକୁ ବହୁତ କିଛି ନେଇ ଯିବ। ଝରଣା କିନ୍ତୁ କହୁଥିଲେ ଯେ ପୁଅ କି ଝିଅ ହେବା ତାଙ୍କ ହାତରେ କଣ ଅଛି କି। ଯିଏ ବି ଆସିବ ସେ ହେଉଛି ଭଗବାନ ଙ୍କର ଆଶୀର୍ବାଦ। ଗର୍ଭ ଅବସ୍ଥା ରେ ବି ଝରଣା ଯାଇ କ୍ଷେତରେ ଅନାଦି ଙ୍କ ସହ ଚାଷ କାମ କରୁ ଥିଲେ। 


ପ୍ରସବ ସମୟ ବି ପାଖା ପାଖି ହେଉ ଥିଲା। ହେଲେ କାମ ନ କଲେ ଘର ଚଳିବ କେମିତି। ଯେଉଁ କୃଷକ ଅନ୍ୟମାନଙ୍କ ମୁହଁ ରେ ବର୍ଷ ଯାକ ଖାଦ୍ୟ ଯୋଗାଉ ଥାଆନ୍ତି ,ତାର ପରିବାର ଚଳିବା କଷ୍ଟ କେତେ ଝରଣା ଓ ଅନାଦି ଭଲ ଭାବରେ ଜାଣି ଥିଲେ।


ବର୍ଷା ହେଉ ଥାଏ। ଝରଣା କ୍ଷେତରେ ଭିଜି ଭିଜି ଧାନ ମଞ୍ଜି ଶୁଣୁ ଥାଆନ୍ତି। ହଠାତ୍ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇ ଗଲା। ସେଇ କ୍ଷେତ୍ର ରେ ପଡ଼ି ଗଲେ। ସେଇଠି କାମ ‌କରୁ ଥିବା ସ୍ତ୍ରୀ ଲୋକମାନେ ଦଉଡି ଆସିଲେ। ତାଙ୍କୁ କ୍ଷେତରୁ ବାହାର କରି ନେବା ସମ୍ଭବ ନ ଥିଲା। ସେଇ କ୍ଷେତ ମଧ୍ୟରେ ସ୍ତ୍ରୀ ଲୋକମାନେ କପଡା ଘେରାଇ ପ୍ରସବ କରାଇଲେ। କ୍ଷେତର କାଦୁଅ ମଧ୍ୟରେ‌ ଜନ୍ମ ହୋଇ କୁଆଁ କୁଆଁ କାନ୍ଦି ଉଠିଲା ଶିଶୁ କନ୍ୟା । ମାଆ ଗର୍ଭରୁ ଆସି କ୍ଷେତର କାଦୁଅ ରେ ଲଟପଟ ହୋଇ ଗଲା ଶିଶୁ କନ୍ୟା। 


ସୁଧା ଖୁଡ଼ୀ କହିଲେ ଝରଣା ଝିଅ ହୋଇଛି। ଝରଣା ଝିଅକୁ ଦେଖି ଖୁସି ତ ହୋଇ ଗଲେ ହେଲେ ଅନାଦି ଓ ଶାଶୁ ମାଆଙ୍କ କଥା ପାଇଁ ଚିନ୍ତା ରେ ପଡ଼ି ଗଲେ। ସୁଧା ଖୁଡ଼ୀ ଶିଶୁ କନ୍ୟା ଟିକୁ ନେଇ ଅନାଦି ଓ ସୀତା ଦେବୀ ଙ୍କୁ ଦେଲେ । ହେଲେ ସେମାନେ ଶିଶୁ କନ୍ୟାଟିକୁ ଧରିଲେ ନାହିଁ। ସୁଧା ଖୁଡ଼ୀ ଓ ଗାଁ ର ଦୁଇ ଜଣ ସ୍ତ୍ରୀ ଲୋକ ମିଶି ଝରଣା ଙ୍କୁ ନେଇ ତାଙ୍କ ଘରେ ଶୁଆଇ ଦେଲେ। ଝରଣା ଝିଅକୁ କୁ ଧରି କହିଲେ କ୍ଷେତରେ ଜନ୍ମ ହୋଇଛି ଆମ ଧରା।


ରାତିରେ ଧରାକୁ ଧରି ଝରଣା ଶୋଇଛନ୍ତି। ହଠାତ ତାଙ୍କୁ ଲାଗିଲା ଧରାକୁ କେହି ତାଙ୍କ ପାଖରୁ ନେଇ ଯାଉଛନ୍ତି। ଆଖି ଖୋଲିଲା ବେଳକୁ ଅନାଦି ଙ୍କ ପାଖରେ ଧରା। ଝରଣା ମନେ ମନେ ଖୁସି ହେଲେ ଯାହା ହେଉ ଅନାଦି ଝିଅ ବୋଲି ଘୃଣା ଛାଡି ଧରାକୁ ନିଜ ହାତକୁ ନେଲେ। ଝରଣାଙ୍କ ଆଖି ଲାଗି ଗଲା। କିଛି ସମୟ ପରେ ଧରା ର କୁଆଁ କୁଆଁ ରାହା ଧରା କାନ୍ଦ ଶୁଣି ଝରଣା ଉଠି ବସିଲେ। ଝରଣା ଉଠି ଦେଖିଲେ ଘରେ ଅନାଦି କି ଶାଶୁ ମାଆ ନାହାଁନ୍ତି କି ଧରା ବି ନାହିଁ। ଦୁର୍ବଳତା ଯୋଗୁଁ ଠିକରେ ଛିଡ଼ା ହୋଇ ପାରୁ ନ ଥିଲେ ଝରଣା। ତଥାପି ଝିଅର କାନ୍ଦ ଶୁଣି ଉଠି କାନ୍ଥ ଧରି ଧରି ଚାଲିଲେ ଝରଣା, ଆଉ ବାହାରେ ଯାହା ଦେଖିଲେ ତାଙ୍କ ମୁଣ୍ଡ ଖରାପ ହୋଇ ଗଲା। ସେ ଦେଖିଲେ ସୀତା ଦେବୀ ଓ ଅନାଦି ମିଶି କ୍ଷେତରେ ଗାତ ଖୋଲୁଛନ୍ତି । ଧରା କାଦୁଅରେ ପଡ଼ି କାନ୍ଦୁଛି। ଝରଣା ଙ୍କ ର ସେମାନଙ୍କ ଉଦ୍ଦେଶ୍ୟ ବୁଝିବାରେ ଆଉ ବାକି ରହିଲା ନାହିଁ ଯେ ସେମାନେ ଧରାକୁ ଜୀବନ୍ତ ଗାତରେ ପୋତି ଦେଇ ମାରିବାକୁ ଯାଉଛନ୍ତି। ଝରଣା ନିଜ କଷ୍ଟ କୁ ଭୁଲି ଯାଇ ଧାଇଁ ଗଲେ ଧରାକୁ ବଞ୍ଚାଇବା ପାଇଁ। ଅନାଦି ପ୍ରତିବାଦ କରି କହିଲେ ଆଜି ଝରଣା କୁ ବାଛିବା ପାଇଁ ପଡିବ ଯେ ସ୍ବାମୀ ସହ ପରିବାର ନା ଝିଅ ଧରା।


ଝରଣା ପଥର ହୋଇ କହିଲେ ମୁଁ ମୋ ଝିଅକୁ ବାଛିବି। ରାତି ଅଧରେ ସୀତା ଦେବୀ ମାଆ ଓ ଝିଅକୁ ଘରୁ ବାହାର କରି ଦେଲେ। ବର୍ଷା ରେ ଭିଜି ଭିଜି ମାଆ ଝିଅ ଯିବେ କୁଆଡେ। ତଥାପି ଝରଣା ନିଜ ବାପ ଘରକୁ ଗଲେ। ବାପ ଘରେ ଯେତେବେଳେ ତାଙ୍କ ବାପା ଓ ଭାଇ ଜାଣିଲେ ସବୁ କଥା ସେମାନେ କହିଲେ ଝରଣା ଭୂଲ କରିଛନ୍ତି। ଧରାକୁ ଛାଡି ଅନାଦି ଓ ପରିବାରକୁ ବାଛିବା ଠିକ। ଝରଣା କହିଲେ ଯେଉଁ ଝିଅକୁ ମୁଁ ଦଶ ମାସ ଗର୍ଭରେ ଧରି ରଖିଥିଲି ତାକୁ ଆଜି ଭାରି ଦେବି କେମିତି। ଝରଣା ଙ୍କ ‌ବାପା କହିଲେ ଆମେ ତୋତେ ବିବାହ କରାଇ ଆମ କର୍ତ୍ତବ୍ୟ ସାରି ଦେଇଛୁ । ସକାଳୁ ତୁ ଆମ ଘରୁ ପଳାଇ ଯିବୁ।


ରାତି ଯାହା ଯେମିତି ବାପଘରେ କଟାଇଲେ ଝରଣା। ସକାଳ ହେବାରୁ ଝରଣା ଧରାକୁ ନେଇ ବାହାରୁ ଥାଆନ୍ତି। ସେଇ ସମୟରେ ଅନାଦି ଆସି ପହଞ୍ଚିଲେ। ଆଉ କହିଲେ ମୋର ଭୂଲ ହୋଇ ଗଲା।ଧରାକୁ ନ ମାରି ଆମେ ଅନାଥ ଆଶ୍ରମରେ ଛାଡି ଦେଇ ଘରକୁ ଯିବା ଚାଲ। ଏ କଥା ସହି ନ ପାରି ଝରଣା ଅନାଦଙ୍କୁ ଠେଲି ଦେଇ କହିଲେ ମୋର ତୁମ ଭଳି ପରିବାର ଦରକାର ନାହିଁ। ଆମେ ବାପା ମାଆ ଥାଉ ଥାଉ ଆମ ଝିଅ ଅନାଥ ଆଶ୍ରମ ରେ ରହିବ କେମିତି ମୁଁ ମାଆ ହୋଇ ସହି ପାରିବି।


ଝରଣା ବାପ ଘର ବି ଛାଡ଼ି ନୂଆ ରାସ୍ତାରେ ବାହାରିଲେ। ସେହି ସମୟରେ ସୁଧା ଖୁଡ଼ୀ ଆସି ଝରଣା ଙ୍କୁ ଅଟକାଇ କହିଲେ ତୁ ଆଜି ଠାରୁ ମୋ ଝିଅ ହୋଇ ରହିବୁ। ତୋ କାକା ଆଉ ମୋ ଝିଅ ତ କିଛି ବର୍ଷ ତୋଳେ ଦୁର୍ଘଟଣା ରେ ମରି ଯାଇଛନ୍ତି। ଗୋଟିଏ କ୍ଷେତ ଅଛି । ସେଇଥିରେ ଯାହା ଚାଷ ହୋଇ ଆସିବ ଆମ ତିନୋଟି ପେଟ ଆରାମରେ ଚଳି ଯିବ ଆଉ ଆସ୍ତେ ଆସ୍ତେ କରି ଜମିଦାର ବାବୁଙ୍କ ଋଣ ବି ସୁଝି ଦେବା।


ଝରଣା ଏବେ ସୁଧା ଖୁଡ଼ୀ ଙ୍କ ଘରେ ରହିଲେ। ଧରା କୁ ଖୁଡ଼ୀ ଙ୍କ ପାଖରେ ଛାଡି ଚାଷକାମ କରେ। ଗୋଟିଏ ମାସ ପରେ ଝରଣା ଶୁଣିବା ପାଇଁ ପାଇଲେ ଯେ ଅନାଦି ତାଙ୍କ ସାନ ଭଉଣୀ ବୀଣାକୁ ବିବାହ କଲେ। ଝରଣା ବହୁତ କାନ୍ଦିଛନ୍ତି। ହେଲେ ପାଠ ସାପ ଠିକରେ ପଢି ନ ଥିଲେ ବୋଲି ଆଇନର‌ ଆଶ୍ରୟ ନେଇ ପରିଲେ ନାହିଁ। ଝରଣା ଙ୍କୁ ଲିପୁ ସହ ଦେଖା କରିବାକୁ ବି ଦେଲେ ନାହିଁ।


ପାଞ୍ଚ ବର୍ଷ ପର କଥା ଧରା ଏବେ ଗାଁ ର ବିଦ୍ୟାଳୟ ରେ ପାଠ ପଢିବା। ସେ ବି ଇଂରାଜୀ ସ୍କୁଲରେ। ଏ କଥା ଶୁଣି ଅନାଦି ମନେ ମନେ ଇର୍ଷା କଲେ ଯେ ପୁଅ ଲିପୁ କଥା ଝରଣା ନ ବୁଝି ସେ ପର ଘରୀ ଝିଅ ପାଇଁ ପାଗଳୀ ହେଉଛି। ଅନାଦି ଓ ବୀଣାଙ୍କର ବି ଗୋଟିଏ ପୁଅ ହୋଇ ଥିଲା। ବୀଣା ଲିପୁ କୁ ବେଶୀ ଧ୍ୟାନ ଦେଲେ ନାହିଁ।ଲିପୁ ଧିରେ ଧିରେ ଅବାଟକୁ ଯାଉ ଥାଏ। ଏ କଥା ଯେତେବେଳେ ଝରଣା ଅନାଦି କୁ କହିଲେ ଅନାଦି ବିଶ୍ଵାସ ନ କରି ଝରଣା ଙ୍କୁ ସମସ୍ତଙ୍କ ସାମ୍ନାରେ ଅପମାନିତ କଲେ।


ଝରଣା ସୁଧା ଖୁଡ଼ୀ ସହ ମିଶି ଜମିଦାର ଙ୍କ ସବୁ କରଜ ସୁଜି ଦେଲେ। ସେପଟେ ପରିବାର କୁ ଚଳାଇବା ପାଇଁ ଅନାଦି ଧିରେ ଧିରେ ନିଜର ତିନୋଟି ଯାକ କ୍ଷେତକୁ କରଜରେ ରଖି ଦେଇ ସାରି ଥିଲେ।


ଧରା ସହରକୁ ଯାଇ କଲେଜରେ ପାଠ ପଢ଼ିଲା। ସେ କୃଷି ବିଭାଗରେ ପାଠ ପଢି ଆଧୁନିକ କୃଷି ଶୈଳୀ ବିଷୟରେ ଜାଣିଲା। ପାଠ ପଢା ସାରି ଧରା ଆସି ଗାଁ ରେ ରହିଲା। ଆଧୁନିକ କୃଷି ଶୈଳୀରେ ଚାଷ କରି ଧରା ଝରଣା ଓ ସୁଧା ଖୁଡ଼ୀ ବହୁତ ଲାଭ ପାଇଲେ ଏବଂ ସେହି ଲାଭ ଟଙ୍କା ରେ ନୂଆ ନୂଆ କ୍ଷେତ କିଣିଲେ। ସେପଟେ ଲିପୁ ଖରାପ ବାଟରେ ଯାଇ ଗଞ୍ଜେଇ ବ୍ୟବସାୟ ଲୁଚି ଲୁଚି କରୁ ଥାଏ। ଇତି ମଧ୍ୟରେ ଜମିଦାର ପୁଅ ରଞ୍ଜନର‌ ଖରାପ ନଜର ଧରା ଉପରେ ପଡ଼ି ଯାଇ ଥାଏ। ଦିନେ ଧରା ରାତିରେ ନିଜ କ୍ଷେତ୍ରରେ ଖସ ଖସ ଶବ୍ଦ ଶୁଣି ଯାଇ ଦେଖିଲା ବେଳକୁ ଲିପୁ ଇର୍ଷାରେ ତାଙ୍କ କ୍ଷେତକୁ ଜାଳି ଦେବା ପାଇଁ ଯାଉ ଥାଏ।ସେ ଅଟକାଇ ଦେଇ ଅନାଦିଙ୍କୁ ଯାଇ କହିଲେ। ହେଲେ ଅନାଦି ଲିପୁ ସପକ୍ଷରେ କହି ଧରାକୁ ମିଛେଇ କହିଲେ। କିଛି ଦିନ ପରେ ଲିପୁ କୁ ପୋଲିସ ଗଞ୍ଜେଇ ବ୍ୟବସାୟ ପାଇଁ ଗିରଫ କଲା। ଜମାନତ ରେ ଆଣିବା ପାଇଁ ଟଙ୍କା ଅନାଦି ପାଖରେ ନ ଥାଏ।ସେହି ଧରା ଝରଣା ଙ୍କୁ ଟଙ୍କା ଦେଇ ପଠାଇଲା ଲିପୁ କୁ ଜମାନତରେ ଆଣିବା ପାଇଁ। ଏବେ ଅନାଦି ନିଜ ଭୂଲ ବୁଝି ପାରିଲେ। ଆଉ ଝରଣା ଧରାକୁ କ୍ଷମା ମାଗିଲେ ଏବଂ ଧରା ତାଙ୍କୁ ବାପା ଡାକିବା ପାଇଁ ଅନୁରୋଧ କଲେ। ଝରଣା ଙ୍କ କଥା ରଖି ଝରଣା ଅନାଦି ଙ୍କୁ ବାପା ଡାକିଲେ।


କିଛି ଦିନ ପରେ ପୁଣି କ୍ଷେତରେ ଶବ୍ଦ ପାଇ ଧରା ରାତିରେ କ୍ଷେତକୁ ଗଲେ‌। ସେଠାରେ ରଞ୍ଜନ ଲୁଚି ରହି ଥାଏ। ସେ ଧରା ସହ ଜବରଦସ୍ତି କରିବା ପାଇଁ ଚେଷ୍ଟା କରୁ ଥାଏ। ସେହି ସମୟରେ ଝରଣା ଝିଅକୁ ବଞ୍ଚାଇବାକୁ ଯାଇ ରଞ୍ଜନ ମୁଣ୍ଡରେ ବାଡ଼େଇଲେ ଓ ରଞ୍ଜନ ସେଠାରେ ମରି ଗଲା। ଜମିଦାର ପୁଅ ମୃତ୍ୟୁ ପାଇଁ ପୋଲିସ ଡାକି ଝରଣା କୁ ଗିରଫ କରାଇଲେ। ହେଲେ ଆଧୁନିକ କୃଷି ଶୈଳୀରେ ଧରା ପାଳ ମଧ୍ୟରେ ସି ସିଂ ଟିଭି କ୍ୟାମେରା ଲଗାଇ ଥିବାରୁ ଜଣା ପଡ଼ିଗଲା ଯେ ଧରାକୁ ବଞ୍ଚାଇବା ପାଇଁ ଝରଣା ରଞ୍ଜନ କୁ ବାଡ଼େଇ ଥିଲେ। ଝରଣା କୁ କୋର୍ଟ ନିର୍ଦ୍ଦୋଷ କହି ଛାଡି ଦେଲା। ଏବେ ସେ ଗାଁ ରେ ସମସ୍ତେ କୁହନ୍ତି ଝରଣା ଙ୍କ ବିଶ୍ଵାସ ପାଇଁ ଆଜି ଧରା ଏତେ ଶିକ୍ଷିତ ଓ ଉଦ୍ୟୋଗୀ ହୋଇ ପାରିଛି। ପ୍ରକୃତରେ ମାଆ ହେବ ତ ଝରଣା ପରି।


Rate this content
Log in

Similar oriya story from Abstract