The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Seetaram Dash

Romance Tragedy

3  

Seetaram Dash

Romance Tragedy

ଝରା ଶେଫାଳି

ଝରା ଶେଫାଳି

2 mins
522


      ସୋନୁ ଜୀବନ ଆଦ୍ୟ ଯୌବନରେ ଭଲ ପାଉଥିଲା ସେଲିନାକୁ। ବାଳୁତ ମନର ଚପଲତା ସେମାନଙ୍କ ମନରେ ଆଣି ଦେଇଥିଲା ଅନେକ ସ୍ୱପ୍ନ ଆଉ ଅସୁମାରୀ ଆଶା।ସେମାନେ ହଜୁଥିଲେ, ଭିଜୁଥିଲେ ପ୍ରେମର ସ୍ୱପ୍ନିଳ ଦୁନିଆରେ। କିନ୍ତୁ ସମୟ ବଡ ନିଷ୍ଠୁର। ପ୍ରେମର ସାତ ରଙ୍ଗରେ ଭିଜିଲା ପରେ ସୋନୁକୁ ମିଳିଲା ପ୍ରତାରଣା। ସେଲିନାର ଘର ଲୋକେ, ଅଭାବି ସୋନୁକୁ ପସନ୍ଦ କଲେ ନାହିଁ। ସେଲିନା ବି ସହଜରେ ଖସି ଯାଇଥିଲା ପରିସ୍ଥିତିର ଦ୍ବାହି ଦେଇ। ଆଜି ବି ସୋନୁର ମନେ ପଡେ ସେଲିନାର ଶେଷ ଦୁଇ ପଦ କଥା, "ସୋନୁ, ମୋର ଦେହ ମନ ସବୁ କେବଳ ତୁମରି ପାଇଁ। ହେଲେ ମୁଁ କଣ କରି ପାରିବି? ମତେ ପାଇବାକୁ ହେଲେ ତମକୁ ଉଚ୍ଚ ପଦସ୍ଥ ଚାକିରୀ ଖଣ୍ଡେ କରିବାକୁ ପଡିବ ଖୁବଶୀଘ୍ର। ନହେଲେ ମୋ ପାଇଁ ଆଉ ଦୁଃଖ କରିବ ନାହିଁ"। ଭାଙ୍ଗିଗଲା ସୋନୁର ହୃଦୟ। ଚୁନମାର ହୋଇଗଲା ସବୁ ସ୍ୱପ୍ନ। ଅଭୁଲା ରାତି ପାଇଁ ସାଇତା ହୋଇଥିବା ରାଜନୀଗନ୍ଧା ଝରି ପଡ଼ିଲା ଝରା ଶେଫାଳି ଭଳି ଅକାଳରେ। ଉଭୟଙ୍କର ରାସ୍ତା ହୋଇ ଗଲା ଭିନ୍ନ ଭିନ୍ନ।


       ସମୟ ଅତିବାହିତ ହୋଇ ଚାଲିଲା। ଉଭୟ ଘର ସଂସାର କଲେ। ଏବେ ସୋନୁ ସହରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ। କିଛିଦିନ ପୂର୍ବରୁ ଜଣେ ବନ୍ଧୁଙ୍କ ବିବାହ ଉତ୍ସବରେ ଉଭୟ ଅଚାନକ ଭେଟ ହୋଇଗଲେ। କଥାରେ କଥାରେ ଉଭୟ ଉଭୟଙ୍କ ଫୋନ ନମ୍ବର ଦିଆ ନିଆ ହୋଇ ବିଦାୟ ନେଲେ।


     ସୋନୁକୁ ପୁଣି ଥରେ ଦେଖିଲା ପରେ, ସେଲିନା ଆଖି ଆଗରେ ନାଚି ଉଠିଲା ବିଗତ ଅତୀତ। ପ୍ରଥମ ପ୍ରେମର ଅଭୁଲା ସ୍ମୁତି ସବୁ ତାର ମନରେ ବାରମ୍ବାର ଉଙ୍କି ମାରି ତାକୁ ଅସ୍ତ ବ୍ୟସ୍ତ କରୁଥିଲା। ଏବେ ପୁଣି ଥରେ ତାର ପ୍ରିୟ ସୋନୁକୁ ପ୍ରେମିକ ସଜାଇ ରଖିବା ପାଇଁ ସେ ଚାହୁଁଥିଲା, ତାର ମନ ଆକାଶରେ।


     ସମୟ ସୁବିଧା ଦେଖି, ସେ ଫୋନ କରେ ସୋନୁ ପାଖକୁ। ଅଳ୍ପ କେତେଦିନ କଥା ହେବା ପରେ ସେଲିନା ଆରମ୍ଭ କଲା ପୁରୁଣା ପାଠର ଆଲୋଚନା। ଏବେ ସେ ବାରମ୍ବାର ହ୍ଵାଟ୍ସଆପରେ ସୋନୁକୁ ମେସେଜ କରେ। ସକାଳ, ସନ୍ଧ୍ୟା ଏବଂ ବିଳମ୍ବିତ ରାତ୍ରରେ ବି। ସୋନୁ ସବୁ ମେସେଜ କୁ ଅଣଦେଖା କରି ଚାଲୁଥାଏ। କିନ୍ତୁ ସେଲିନା ଦିନକୁ ଦିନ ଭୁଲି ଯାଉଥାଏ ସମ୍ପର୍କର ଲକ୍ଷ୍ମଣ ରେଖାକୁ।


  ଦିନେ ବିଳମ୍ବିତ ରାତିରେ ସେଲିନା ପାଖରୁ ସୋନୁ ମୋବାଇଲକୁ ମେସେଜ ଆସିଲା....


ସେଲିନା - - ସୋନୁ, ମୁଁ ତୁମ ବିବାହିତ ଜୀବନରେ କେବେବି ବିଘ୍ନ ସୃଷ୍ଟି କରିବି ନାହିଁ। ଆଗରୁ ତୁମକୁ ଯେମିତି ଭଲ ପାଉଥିଲି ଏବେ ବି ସେମିତି ଭଲ ପାଉଛି। ଏହା ସମ୍ପୂର୍ଣ୍ଣ ଗୋପନୀୟ ରହିବ। ପ୍ଲିଜ ମୋ ପାଖରୁ ଦୁରେଇ ଯାଅନି। ଆମ ସମ୍ପର୍କକୁ ପାଦରେ ଦଳି ଦିଅନି।


ସୋନୁ - - ହଁ'। ମୁଁ କେବଳ ତୁମର ଜଣେ ଭଲ ବନ୍ଧୁ ହୋଇ ରହି ପାରିବି, ସାରା ଜୀବନ।


ସେଲିନା - - ତମେ ତ ଜଣେ କବି (ସୋନୁ ଲେଖା ଲେଖି କରେ)। ତମେ କୁହ ପ୍ରେମିକ କଣ ବନ୍ଧୁ ହୋଇ ପାରେ? ତମେ ଯେଉଁଠି ଥିଲ, ଏବେ ବି ମୋ ପାଇଁ ସେଇଠି ଅଛ। ମୋ ମନରେ, ମୋ ଆତ୍ମାରେ ଏବଂ ମୋ ହୃଦୟରେ। ଲଭ୍ୟୁ ସୋନୁ।


ସୋନୁ - - ତମେ ଭୁଲି ଯାଇଛ, ତମେ ଜଣେ ବିବାହିତ ସ୍ତ୍ରୀ। ଆମେ ଭୁଲ କରିବା, ଦଣ୍ଡ ଆଉ ଜଣେ କାହିଁକି ପାଇବ? ସତ କେବେ ବି ଲୁଚି ରହିବନି। ଆଉ ଯିଏ ମତେ ନିଜ ଠୁଁ ଅଧିକ ଭଲ ପାଉଛି, ତା ସହିତ ମୁଁ କେବେବି ବିଶ୍ୱାସଘାତ କରି ପାରିବି ନାହିଁ 


ସେଲିନା - - ଦଣ୍ଡ ପୁଣି କିଏ ପାଇବ? କୋଉ ଭୁଲ କଥା କହୁଛ? ମୁଁ କିଛି ବୁଝି ପାରୁନି।


    ସୋନୁ ଏବେ ବହୁତ ଖୁସି। କାରଣ ସେଲିନାର ଆଉ କେବେବି ମେସେଜ କିମ୍ବା ଫୋନ କଲ ଆସି ନାହିଁ।


Rate this content
Log in

Similar oriya story from Romance