STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Romance

4  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Romance

ଜହ୍ନରାତି (ଓଡିଆ କବିତା)

ଜହ୍ନରାତି (ଓଡିଆ କବିତା)

1 min
242

 


ପ୍ରୀତିଭରା ମଧୁଝରା ଜହ୍ନରାତି 

ପ୍ରିୟା ବିନା ଲାଗେ ଉଦାସ ଉଦାସ 

ଉଜାଗରେ ସାରା ରାତି ଯାଏ ବିତି, 

ପାଶେ ବସି ଥିଲେ ପ୍ରିୟତମା 

ଜୋଛନା ଭିଜା ତନୁଲତା ତାର ଦେଖି 

ହୃଦୟେ ଭରିଯାଏ ଆବେଗତାର ତାତି।

କଳ୍ପନାର ମନ ମନ୍ଦିରେ କରି ଆଳତୀ 

ସପନକୁ ସାକାର କରି ଆଣିଦିଏ ତୃପ୍ତି।

ହୀରା ନୀଳା ମୋତି ଖଚିତ 

ତାରା ଭରା ନୀଳ ଆକାଶର ଛାତି, 

ଜହ୍ନର ରୁପେଲି ହସେ ରସିକ ମାତି 

ସାନ୍ନିଧ୍ୟ ଖୋଜି ଆକୃଷ୍ଟ ହୁଏ ପ୍ରିୟା ପ୍ରତି। 

ରାତିକୁ କରି ଏକାନ୍ତରେ ସାଥୀ 

ଚୁନା ଚୁନା ଜୋଛନାରେ ଯାଏ ଭିଜି ଭିଜି, 

ସୁନ୍ଦର ସ୍ନିଗ୍ଧ କୋମଳ ରୁପେଲି ଝଲକେ 

ଭାବନାର ରାଇଜେ ଭାବୁକ ଯାଏ ହଜି।

ଦେଖି ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟ 

ପ୍ରେମେ ତାର ହୁଏ ଆତ୍ମ ବିଭୋର,

ମନେ ମନେ ଆଙ୍କି ତା ନାୟିକାର ଛବି 

ଭାବ ବିହ୍ଵଳରେ ହୁଏ ଅଧିର। 

ପ୍ରିୟାର ମୁଖ ଶୀରି ତୁଲେ ଜହ୍ନ ସାଥେ 

କିଏ କାହାଠାରୁ ଅଧିକ ସୁନ୍ଦରୀ,

ଭାବେ ପୁଣି ତା' ପ୍ରିୟାର ରୂପକୁ ଅବା 

ଜହ୍ନ କରି ନେଇଛି କି ଚୋରୀ...?

ବସି ନିରୋଳାରେ କେବେ କେବେ ଏକା 

ଜହ୍ନକୁ ଦେଖି ପ୍ରେମର କବିତା ଦିଏ ଲେଖି, 

ତା' ଆଶାରେ ଭାଷାର ତାରା ଫୁଲ ଗୁନ୍ଥି 

ସଜାଏ ହାରଟିଏ ଲମ୍ଵାଇ ଦେବାକୁ 

ପ୍ରିୟାର ଗଳାରେ ରହିଥିବ ଲାଖି। 

ମନ ଅଗଣାରୁ ଘନ ଅନ୍ଧାର ତଡି ଦେଇ 

ଲାଉ ଫୁଲ ପରି ସଫେଦ ଦାଉ ଦାଉ 

ଦିଶୁଥାଏ ମଧୁଝରା ଜହ୍ନରାତି,

ଝରକା ଫାଙ୍କେ ପ୍ରିୟତମା ଦେଖି ତାକୁ 

ଇର୍ଷାରେ ଜଳି ଯାଏ ମନେ ଆଣି ଭ୍ରାନ୍ତି। 

ପ୍ରିୟକୁ ତାର ଏ ଜହ୍ନ ନେବ କି ଭୁଲାଇ ? 

ପର କରି ଚାଲି ଯିବ ତା ଜୀବନ ସାଥୀ, 

ପରଦେଶୀ ଚଢେଇ ପରି ଯିବ ଉଡି କି 

କିଛି ମୂହୁର୍ତ୍ତର ହୋଇ ସେ ଅତିଥି ?

ଜହ୍ନ କହେ... ନା,ନା ଲୋ ସଖୀ 

ଶଙ୍କା ସନ୍ଦେହ ଅବିଶ୍ୱାସରେ 

ହୋଇ ପାରେନା କେବେ ପ୍ରେମ,

ଏ ତ ହୃଦୟ ହୃଦୟର ଆକର୍ଷଣ 

ମନ ସାଥେ ମନର ହେଲେ ଦୃଢ ମିଳନ 

ଜୀବନ ମଧୁମୟ ହୁଏ ଲାଗେ ଅନୁପମ।

    ***  ***  ***  ***  ***

      



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Similar oriya story from Romance