STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Children

3  

ଓଡ଼ିଆ ଗଳ୍ପ ଓ କବିତା - ୧

Children

ଜହ୍ନମାମୁଁ -177

ଜହ୍ନମାମୁଁ -177

2 mins
15.7K


ମାଗଣା ଟଙ୍କା 2

ପ୍ରଭାକର କହିଲା “ଆପଣ ଯେତିକି ପାରିବେ ଦିଅନ୍ତୁ । ବାକି ମୁଁ ଆହୁରି ଅନ୍ୟ କୋଉ ଲୋକଙ୍କଠାରୁ ନେବି ।”

ମାଗୁଣି ମହାନ୍ତି ତାକୁ ଦୁଇଶହ ଟଙ୍କା ଦେଲେ । ସେ ଅନ୍ୟ କେତେଜଣ ଗ୍ରାମବାସୀଙ୍କଠାରୁ ମଧ୍ୟ ଦୁଇ ଦୁଇ ଶହ କରି ଉଧାର ଆଣିଲା । ସେତେବେଳେ ଜମିର ଦାମ ତ ଆଜିକାଲି ଭଳି ଆଉ ଏତେ ମହଙ୍ଗା ନଥିଲା । ଏଣୁ ସେ ହଜାରେ ଟଙ୍କାରେ ତିନି ଏକର ଜମି କିଣିଲା ଓ ମନଦେଇ ସେଠାରେ ଚାଷ କଲା । ସେ ଋଣଦାତାମାନଙ୍କର ଅଧା ଲେଖାଏଁ ଟଙ୍କା ପରିଶୋଧ କରିଦେଲା । ତା’ ଉପରେ ସମସ୍ତଙ୍କ ବିଶ୍ୱାସ ଥିବା ଯୋଗୁଁ କେହିବି ତାକୁ ପୁରା ଟଙ୍କା ମାଗିଲେ ନାହିଁ । ପୁଣି ସେ ହଠାତ୍ ପାଇଥିବା ଟଙ୍କା କୌଣସି କାରଣରୁ ହରାଇ ବସିଛି ବୋଲି ପ୍ରଚାର ହୋଇଯାଇଥିବା ଦୃଷ୍ଟିରୁ ତା’ ପ୍ରତି ସମସ୍ତଙ୍କର ଯଥେଷ୍ଟ ସହାନୁଭୂତି ଥାଏ ।

ପର ବର୍ଷ ଫସଲ ପୁଣି ଭଲ ହେଲା । ସେ ଏଥର ସମସ୍ତଙ୍କ ଟଙ୍କା ପୁରାପୁରି ପରିଶୋଧ କରିଦେଲା ।

ପ୍ରଭାକର ତା’ ନିଜ ଘର ମଧ୍ୟ ମରାମତି କଲା । ଅନେକ ଦିନରୁ ସଫା ହୋଇ ନଥିବା ପୋଖରୀରୁ ଦଳ ଓ ପଙ୍କ କାଢି ତାକୁ ସେ ନିର୍ମଳ କରିଦେଲା । ଗାଁ ଲୋକେ ତ ତାକୁ ଭଲ ପାଆନ୍ତି, ତେଣୁ ତା’ ଘର ସଜାଡିବାରେ ସେମାନେ ତାକୁ ବହୁତ ସାହାଯ୍ୟ କଲେ । କିନ୍ତୁ ନାରଣ ଦାସ ସବୁଠାରୁ ଅଧିକ ସାହାଯ୍ୟ କଲେ । ଠିକ୍ ମୁରବୀ ଭଳି!

ଏଥର ନାରଣ ଦାସଙ୍କ ଘରୁ ଗୀତା ସହ ପ୍ରଭାକରର ବାହାଘର ପ୍ରସ୍ତାବ ଆସିଲା । ପ୍ରଭାକର ବି ଆନନ୍ଦରେ ସେହି ପ୍ରସ୍ତାବକୁ ଗ୍ରହଣ କଲା । ଗାଁ ଲୋକଙ୍କ ସହଯୋଗରେ ସେ ଦୁହିଁଙ୍କ ବାହାଘର ଭଲ ଭାବରେ ହୋଇଗଲା ।

ଗୀତା ଦିନେ ପଚାରିଲା, “ଆଚ୍ଛା, ଏ ଘର ଖଣ୍ଡିକ ତ ତୁମ ପାଖରେ ବରାବର୍ ଥିଲା । ଦରକାର ପଡିଲେ ଏହାକୁ ବିକି ଲୋକଙ୍କ ଟଙ୍କା ପରିଶୋଧ କରିବ, ଏକଥା ତ ବହୁ ବର୍ଷ ଆଗରୁ ବି କହି ପାରିଥାନ୍ତ ଓ ଲୋକଙ୍କଠୁଁ ଟଙ୍କା ଆଣି ପାରିଥାନ୍ତ । ହେଲେ ତମେ ତାହା କାହିଁକି ନ କଲ?”

ପ୍ରଭାକର କହିଲା “ଘର ଖଣ୍ଡିକ ବିକିଦେଲେ ମୋର ଆଉ ପୁଣି କ’ଣ ବା ରହନ୍ତା? ଏବେ ପଚିଶ ହଜାର ଟଙ୍କାର ଯୋର ଅଛି ବୋଲି ସିନା ଘର ବିକିବା କଥା କହିପାରିଲି! ଫସଲ ନ ହୋଇଥିଲେ ସତରେ କ’ଣ ଘର ବିକି ଦିଅନ୍ତି? ମୁଁ ପାଇଥିବା ପଚିଶ ହଜାର ଟଙ୍କାରୁହିଁ ଦିଅନ୍ତି ।”

ଗୀତା ଆଶ୍ଚର୍ଯ୍ୟ ହୋଇ ପଚାରିଲା, “ତମର ସେ ଟଙ୍କା ପରା ହଜିଗଲା ବା ଡାକୁ ନେଇଗଲେ?”

ଏକଥା ଶୁଣି ପ୍ରଭାକର ହସି ହସି କହିଲା, “ତାହା ଲୋକଙ୍କ କଳ୍ପନା । ମୁଁ ଖାଲି ଏତିକି କହିଥିଲି କି ଟଙ୍କା ପାଇଲି, କିନ୍ତୁ ତାହା ଆଉ ମୋର ହାତରେ ରହିଲା ନାହିଁ ।”

“ତାହାର ଅର୍ଥ?”

ପ୍ରଭାକର ବୁଝାଇ କହିଲା “ତାହାର ଅର୍ଥ, ଟଙ୍କା ପାଇ ମୁଁ ସିଧା ସହରକୁ ଯାଇ ରାଜ-ତହବିଲ୍ରେ ସେତକ ଜମା ଦେଲି । ଅର୍ଥାତ୍ ତାହା ନିରାପଦ ରହିଛି । କଥା ହେଲା, ମାଗଣା ମିଳିଥିବା ଟଙ୍କା ଉପରେ ସମସ୍ତଙ୍କ ଆଖି ପଡେ । ମାଗୁଣି ମହାନ୍ତିହିଁ ମୋତେ ପ୍ରଥମେ ଋଣ ମାଗିଥାନ୍ତେ । କାହିଁକିନା ତାଙ୍କର ଝିଅ ବାହାଘର । ଆଉ ମାଗଣା ମିଳିଥିବା ଟଙ୍କା ଯିଏ କରଜ ରୂପେ ନେବ, ସିଏ ଆଉ ତାହା ଏତେ ସହଜରେ ଫେରାଇବ ନାହିଁ । ମୁଁ ମାଗିଲେ ସିଏ କହନ୍ତା, ଆରେ ବାବୁ, ସେ ଟଙ୍କା ତ ତମେ ଆଉ ପରିଶ୍ରମ କରି ଆୟ କରିନାହଁ, ହଠାତ୍ ପାଇ ଯାଇଛ । ତା’ପାଇଁ ଏତେ ବ୍ୟସ୍ତ କାହିଁକି? କେବଳ ସେଇଥିପାଇଁ ମୁଁ ମୋ ହାତରେ ଟଙ୍କା ରଖିଲି ନାହିଁ । ତା’ଛଡା ପରିଶ୍ରମ ପ୍ରତି ମୋର ଆଗ୍ରହ ଅଛି । ତେଣୁ ପରିଶ୍ରମ କରି ଯାହା ପାରିଲି, ତାହା ଆୟ କଲି ।”


Rate this content
Log in

Similar oriya story from Children