STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Children

2  

ଓଡ଼ିଆ ଗଳ୍ପ ଓ କବିତା - ୧

Children

ଜହ୍ନମାମୁଁ -୧୨୮

ଜହ୍ନମାମୁଁ -୧୨୮

2 mins
14.6K


ବିଦ୍ୟାର ଅଧିକାର -୧

କୋଶଳ ଦେଶରେ ଅବସ୍ଥିତ ଗୋଟିଏ ଅରଣ୍ୟ ଭିତରେ ବିମଳାନନ୍ଦ ନାମକ ଜଣେ ଆଚାର୍ଯ୍ୟ ରହୁଥିଲେ । ତାଙ୍କ ଆଶ୍ରମରେ ଯୋଗଠୁଁ ଆରମ୍ଭ କରି ଆୟୁର୍ବେଦ ପର୍ଯ୍ୟନ୍ତ ନାନା ବିଦ୍ୟା ଶିକ୍ଷା ଦେବା ନିମନ୍ତେ ଉପଯୁକ୍ତ ଶିକ୍ଷକମାନେ ରହିଥିଲେ । ବଣ ଭିତରେ ଗୋଟିଏ ବିଶାଳ ଅଂଚଳ ବ୍ୟାପୀ ତାଙ୍କ ଆଶ୍ରମର ଭିନ୍ନ ଭିନ୍ନ ବିଭାଗ ପ୍ରସାରିତ ହୋଇ ରହିଥିଲା ।

ସୁଦାସ ଓ ମୋହନ ନାମକ ଦୁଇ ବାଳକ ଦିନେ ସହରରୁ ଯାଇ ଆଚାର୍ଯ୍ୟ ବିମଳାନନ୍ଦଙ୍କୁ ଭେଟିଲେ । ତାଙ୍କୁ ପ୍ରଣାମ କରି ଦୁହେଁ ବିଦ୍ୟାଲାଭ ନିମନ୍ତେ ସେମାନଙ୍କ ଆଗ୍ରହ ବିଷୟ ତାଙ୍କୁ ଜଣାଇଲେ ।

“ଭଲ କଥା । କିନ୍ତୁ କେଉଁ ବିଦ୍ୟା ଶିକ୍ଷା ସକାଶେ ତୁମର ଯୋଗ୍ୟତା ଅଛି, ପ୍ରଥମେ ତାହା ନିରୂପଣ କରିବାକୁ ପଡିବ । ସେଥିପାଇଁ ତମେ ଦୁହେଁ କିଛିଦିନ ଆଶ୍ରମରେ ରହିବା ଦରକାର । ରହଣି ସମୟତକ ଆଶ୍ରମର ନିୟମ ମାନି ଚଳିବାକୁ ହେବ । ଏଥିରେ ରାଜି ଅଛ ତ?”

ସୁଦାସ ଓ ମୋହନ କହିଲେ “ମହାଶୟ, ଆମେ ଏଥିରେ ସମ୍ପୂର୍ଣ୍ଣ ରାଜି ।”

“ବେଶ୍, ବେଶ୍ ।” ଏହା କହି ଆଚାର୍ଯ୍ୟ ସେମାନେ କେଉଁ କୁଟୀରରେ ରହିବେ ତାହା ସେମାନଙ୍କୁ ଦେଖାଇ ଦେଲେ । ଆଶ୍ରମର ନିୟମ ଶୃଙ୍ଖଳା କ’ଣ, ତାହା ସେ ଦୁହିଁଙ୍କୁ ବୁଝାଇ ଦେବାକୁ ଜଣେ ଶିକ୍ଷକଙ୍କୁ ସେ ନିର୍ଦେଶ ଦେଲେ ।

ଦୁଇଜଣଙ୍କୁ ପ୍ରତ୍ୟେକ ଦିନ ଅନ୍ୟ ଆଶ୍ରମବାସୀଙ୍କ ଭଳି କିଛି ନା କିଛି କାମ କରିବାକୁ ପଡୁଥାଏ । ଦିନେ ସେ ଦୁହିଁଙ୍କ ଉପରେ ଜାଳେଣି କାଠ ଆଣିବାର ଭାର ପଡିଲା । ଜାଳେଣି କାଠର ଅଭାବ ନଥାଏ । ଦୁଇ ବନ୍ଧୁ ଅଦୂରରେ ଗୋଟାଏ ଶୁଖିଲା ଗଛ ଦେଖି ତାକୁ କାଟି ପକାଇଲେ ।

ସୁଦାସ କାଠକୁ ଛୋଟ ଛୋଟ କରି କାଟିବାରେ ବ୍ୟସ୍ତ ଥାଏ, ଏଣେ ମୋହନର ଦୃଷ୍ଟି ସେ ଶୁଖିଲା ଗଛର ତଳ ଅଂଶରେ ଥିବା କିଛି ବସ୍ତୁ ଉପରେ ଯାଇ ପଡିଲା । ସେ ଦେଖିଲା, ପୁଳାଏ ସୁନା ମୋହର ।

“ଆରେ! ” ସେ ଆନନ୍ଦ ଓ ବିସ୍ମୟରେ ପାଟିକରି ଉଠିଲା ।

ସୁଦାସ କୌତୁହଳୀ ହୋଇ ଆସି ମୋହରତକ ଦେଖିଲା ।

ମୋହନ କହିଲା “ସୁଦାସ! ଆଉ ଚିନ୍ତା କ’ଣ? ଏ ସୁନାତକ ଭାଗ କରି ନେବା । ବେପାର ବଣିଜ କରି ଆରାମରେ ଚଳିବା ।”

ସୁଦାସ କହିଲା “ଆମେ ପରା ବିଦ୍ୟା ପାଇଁ ଆସିଛୁ?”

“ଆରେ, ଏତେ ଧନ ପାଇବା ପରେ ଆଉ ବିଦ୍ୟା କ’ଣ ପାଇଁ ଦରକାର?” ମୋହନ ଏହା କହି ସୁନାତକ ଦୁଇଭାଗ କରି ତହିଁରୁ ଭାଗେ ସୁଦାସକୁ ସେ ଦେଲା ଓ ଅନ୍ୟ ଭାଗଟି ସେ ତା’ ନିଜ ପକେଟରେ ପୁରାଇଲା ।

ସୁଦାସ କହିଲା “ମୋହନ, ତୁ ଭୁଲିଯାଇଛୁ ଯେ ଆଶ୍ରମର ଶୃଙ୍ଖଳା ଅନୁସାରେ ଆମେ ହଠାତ୍ କିଛି ପାଇଗଲେ ତାହା ନେଇ ଆଚାର୍ଯ୍ୟଙ୍କୁ ଦେବା କଥା!”

“ଆଶ୍ରମରେ ରହିଲେ ତ ଯାଇ ଶୃଙ୍ଖଳା ମାନିବା କଥା ଉଠିବ ନା? ତୁ ପଛେ ଏଠି ରହିଲେ ରହ । ମୁଁ କିନ୍ତୁ ଏବେ ଏଠାରୁ ଚାଲିଲି ।” ଏତିକି କହି ମୋହନ ବାସ୍ତବିକ ସେଠାରୁ ଚାଲିଗଲା ।

ମୋହନ ଉତ୍ସାହରେ ବାଟ ଚାଲୁଥାଏ । ବାଟରେ ନଈଟିଏ ପଡିଲା । ସେଥିରେ ସାମାନ୍ୟ ପାଣି ଥାଏ ବୋଲି ବୁଝି ହେଉଥାଏ । ସେ ପାଣି ଭିତରଦେଇ ଚାଲିଛି, ହଠାତ୍ ତା’ ଡାହାଣ ଗୋଡରେ କିଛି ଗୋଟାଏ ଗୁଡେଇ ହୋଇଗଲା । ସେ ଗୋଡ ଟେକି ଦେଖିବାବେଳକୁ ସାପ!


Rate this content
Log in

Similar oriya story from Children