STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Children

2  

ଓଡ଼ିଆ ଗଳ୍ପ ଓ କବିତା - ୧

Children

ଜହ୍ନମାମୁଁ-115

ଜହ୍ନମାମୁଁ-115

1 min
15.2K


ଦାନପ୍ରିୟ ରାଜା

ପୁରାକାଳରେ ଜଣେ ରାଜା ଥିଲେ । ଯିଏ ଗୋଟାଏ କିଛି ଭଲ କଥା କହିଦେଲା କି ରାଜାଙ୍କ ପ୍ରତି ସୌଜନ୍ୟ ଦେଖାଇଲା ତ ତାକୁ ପୁରସ୍କାର!

ଦିନେ ରାଜା ରାଜଧାନୀଠାରୁ କିଛି ଦୂରରେ ଥିବା ତାଙ୍କର ଗୋଟିଏ ଉଦ୍ୟାନକୁ ବୁଲି ଯାଇଥାନ୍ତି । ତାଙ୍କ ଆଖିରେ ଗୋଟାଏ ନୂଆ ପକ୍ଷୀ ପଡିଲା । ସେ ତାକୁ ଧରି ଆଣିଲେ । ପକ୍ଷୀର ନାମ ପଚାରିବାରୁ କେହି କହି ପାରିଲେ ନାହିଁ । ଜଣେ ସେବକ କହିଲା, “ଏ ପକ୍ଷୀ ନୂଆ । ସେ ନିଜେ ସିନା ତା’ ନାମ କହିବ ।”

ରାଜା ଏ ଉତ୍ତରରେ ଖୁସି ହୋଇ ସଙ୍ଗେ ସଙ୍ଗେ ନିଜ ବାମ ହାତରୁ କଙ୍କଣଟି ଖୋଲି ସେବକକୁ ଦେଇଦେଲେ । ତା’ପରେ ସେ ସେହି ପକ୍ଷୀକୁ ପଚାରିଲେ, “ତୋ ନାମ କ’ଣ?”

ପକ୍ଷୀ କିଛି କହିଲା ନାହିଁ । ସେତିକିବେଳେ ଅନ୍ୟ ଜଣେ ସେବକ କହିଲା, “ମହାରାଜ! ଏ ପକ୍ଷୀଟି ସମ୍ଭବତଃ ବୋକା । ନହେଲେ କି ଚୁପ୍ ରହନ୍ତା?”

ରାଜା ସଙ୍ଗେ ସଙ୍ଗେ ତାଙ୍କ ଦକ୍ଷୀଣ ହସ୍ତର କଙ୍କଣଟି ସେ ସେବକଙ୍କୁ ଦେଇ ପକାଇଲେ ।

ମନ୍ତ୍ରୀ ଦେଖିଲେ, ପକ୍ଷୀ ବିଷୟରେ ନାନା କଥା କହି ସେବକମାନେ ରାଜାଙ୍କ ସବୁ ଆଭରଣ ଲୁଟି ନେବେ । ସେ ଜଣେ ସେବକକୁ ଇଶାରା କରିଦେଲେ । ସେ ସେବକ କୌଶଳରେ ପକ୍ଷୀଟିକୁ ଉଡାଇ ଦେଲା । ସେଥିରେ ରାଜାଙ୍କ ମୁହଁ ଫିକା ପଡିଯିବାର ଦେଖି ମନ୍ତ୍ରୀ କହିଲେ, “ମହାରାଜ! ଯେଉଁ ପକ୍ଷୀର ନାମ ଆମେ ଜାଣୁ ନା କି ସେ ନିଜେ ବି ଜାଣେ ନା, ସେ ପକ୍ଷୀରେ ଆମର ଆଉ କ’ଣ ପ୍ରୟୋଜନ?”

“କଥାଟିଏ କହିଲ ଏକା!” ଏହା କହି ସେ ରାଜା ତାଙ୍କ ହାରଟି ବାହାର କରି ମନ୍ତ୍ରୀଙ୍କୁ ଦେଇଦେଲେ ।


Rate this content
Log in

Similar oriya story from Children