ABADHOOT PANDA

Abstract Classics

4  

ABADHOOT PANDA

Abstract Classics

ଜଗନ୍ମାତାଙ୍କ ମହିମା

ଜଗନ୍ମାତାଙ୍କ ମହିମା

3 mins
235


ଜଗନ୍ମାତାଙ୍କ ମହିମା 

ପ୍ରାୟ ଅଶୀ ବର୍ଷ ତଳର କଥା l ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ପୁରୋହିତପୁର ଗ୍ରାମସ୍ଥ ମା କନକ ଦୁର୍ଗାଙ୍କ ମୁକୁଳା ମନ୍ଦିର l ଛାତ ସର୍ବଦା ମୁକୁଳା ଅଛି ମାଙ୍କ ସ୍ବପ୍ନ ନିର୍ଦେଶ ଅନୁଯାୟୀ ଯୁଗ ଯୁଗ ଧରି l ଅଗଣିତ ଭକ୍ତମାନଙ୍କ ଆସ୍ଥା ଏବଂ ଶ୍ରଦ୍ଧା ଭିତ୍ତିକ ଉକ୍ତ ପ୍ରସିଦ୍ଧ ଶାକ୍ତ ପୀଠ l କାରଣ ମାତା ଏତେ ଭକ୍ତ ବତ୍ସଳା ଯେ ନିଜର ପୁତ୍ର କନ୍ୟା ମାନଙ୍କ ଅଭିଳାଷ ଅତି ଶୀଘ୍ର ପୂର୍ଣ୍ଣ କରିଥାନ୍ତି l ସଂକଟମୟ ପରିସ୍ଥିତିରୁ ଉଦ୍ଧାର ପାଇବା ପାଇଁ ଲୋକେ ମନ୍ଦିର ସମୀପସ୍ଥ ଗୃହରେ ଅଧିଆ ପଡ଼ିଥାନ୍ତି l କିଛି ପରୀକ୍ଷା ନେଇ ମାତା ସେମାନଙ୍କ ମନୋବାଞ୍ଛା ପୂର୍ଣ୍ଣ କରିଥାନ୍ତି lମହାତ୍ମାଗାନ୍ଧୀଙ୍କ ଆହ୍ୱାନ କ୍ରମେ ଅନେକ ସ୍ୱାଧୀନତା ସଂଗ୍ରାମୀ ଗାଁ ଗାଁ ବୁଲି ଲୋକମାନଙ୍କୁ ମତାଇ ଚାଲି ଥାନ୍ତି l ବୁଲି ବୁଲି ସେମାନେ ପୁରୋହିତ ପୁରରେ ପହଁଞ୍ଚିଥିଲେ l ସେମାନେ ଆଦର୍ଶ ବାଦୀ ଥିବାରୁ ବଳୀ ପ୍ରଥା ରୋକିବାକୁ ମଧ୍ୟ ଉଦ୍ୟମ ରତ ଥିଲେ l ପାର୍ବଣ ସମୟରେ ମାଙ୍କ ସମ୍ମୁଖରେ ବଳୀ ପଡ଼େ l ଦିନେ ସେହି ନିର୍ଦ୍ଦିଷ୍ଟ ସମୟରେ ଦଳେ କର୍ମୀ ବଳୀ ବନ୍ଦ କରିବାକୁ ମନ୍ଦିର ପୂଜକ ଏବଂ ପୂଜା କମିଟିର ସଦସ୍ୟ ମାନଙ୍କୁ ବିଶେଷ ଅନୁରୋଧ କଲେ l କିନ୍ତୁ ମାଙ୍କର ନିର୍ଦେଶ ବିଷୟ ମୁଖ୍ୟ ପୂଜକ ଜଣାଇଲେ ଯେ କୌଣସି ମତେ ସେଠି ବଳୀ ବନ୍ଦ କରାଯାଇ ପାରିବ ନାହିଁ l କାରଣ ମା ରାଗିବେ l କର୍ମୀ ପୁଣି ପଚାରିଲେ ମାଙ୍କ ରାଗିବା କାରଣ କଣ l ନନା ବୁଝାଇଲେ ଯେ ଗାଁ ଗହଳିରେ ନକାରାତ୍ମକ ଊର୍ଜା ଯଥା ଡାହାଣୀ ଚିର୍ଗୁନୀ ପ୍ରେତ ପିଶାଚ ମାଦଳ ଆଦି ଅପ ଦେବତାଙ୍କ ଦୌରାତ୍ମ୍ୟ କ୍ଷୀଣ ମାନସିକ ଶକ୍ତି ବିଶିଷ୍ଟ ଗ୍ରାମବାସୀମାନଙ୍କ ଉପରେ ଅଧିକାଂଶ ସମୟରେ ବିଶେଷ କ୍ଷତି କାରକ ପ୍ରଭାବ ପକାଇ ଥାନ୍ତି l ସେହି ଅସରୀରୀ ଅତୃପ୍ତ ଆତ୍ମା ଗୁଡ଼ିକ ପ୍ରାୟ ରକ୍ତ ପିପାସୁ l ବେବୀ ସେଗୁଡ଼ିକୁ ବଶୀଭୂତ କରି ତାଙ୍କ ପାଖରେ ରଖିଥାନ୍ତି l ବାର୍ଷିକ କାଳୀ ପୂଜା ଦୁର୍ଗାଷ୍ଟମୀ ତିଥିରେ ମଇଁଷି କିମ୍ବା ଛାଗଳ ବଳୀ ଅର୍ପଣ କରାଯାଏ l ସେହି ପ୍ରେତାତ୍ମା ଗୁଡ଼ିକ ରକ୍ତ ଆଘ୍ରାଣ କରି ତୃପ୍ତ ହୁଅନ୍ତି l ଫଳରେ ଲୋକଙ୍କୁ ହଇରାଣ କରନ୍ତିନି l ଆଉ ସେତେବେଳେ ଆଧୁନିକତାର ସ୍ପର୍ଶ ଓଡ଼ିଶାର ପୁରପଲ୍ଲୀରେ ଆଦୌ ପହଁଞ୍ଚି ନ ଥିଲା କହିଲେ ଚଳେ l ମା ଦୁର୍ଗାଙ୍କ ମୂର୍ତ୍ତି ସୁନାରେ ନିର୍ମିତ l ମାଙ୍କ ମନ୍ଦିର ଛାତ ନାହିଁ l କାରଣ ସେ ସନ୍ତାନ ମାନଙ୍କର ଡାକ ଶୁଣି ପାରିବେ ନାହିଁ l ସେ ସର୍ପ ଦଂଶିତ ରୋଗୀଙ୍କୁ ଭଲ କରନ୍ତି ତାଙ୍କ ସାମ୍ନାକୁ ଆଣି l ମାତାଙ୍କ ପାଦ ତଳେ ସର୍ବଦା ଏକ ନାଗ ସାପ ଓ ଧଳା ମୂଷା ଥାନ୍ତି l

ମନ୍ଦିରର ପୂଜାରୀ ଓ ଗାଁ ମୁଖିଆଙ୍କ ମୁହଁରୁ ଏ କଥା ଶୁଣିଲା ସତ୍ତ୍ୱେ ବି ଆଦର୍ଶ ବାଦୀ କର୍ମୀଗଣ ଅର୍ଗଳୀରେ ବେକ ରଖି ଠିଆ ହୋଇ ରହିଥିବା ମଇଁଷିକୁ ମୁକ୍ତ କରି ମାତା କନକ ଦୁର୍ଗାଙ୍କୁ ମୁଣ୍ଡିଆ ମାରି ଗାଁ ପାଖ ବିଲ ପାଖ ଦେଇ ଫେରୁଥିବା ବେଳେ ହଠାତ ଏକ ବିରାଟ କଳା ନାଗ ସେମାନଙ୍କ ପଛରେ ଗୋଡ଼ାଇ ବାକୁ ଲାଗିଲା l କିନ୍ତୁ ଦଂଶନ କଲା ନାହିଁ l କେବଳ ପାଦକୁ ଛୁଇଁ ପଛେ ପଛେ ଯାଉଥାଏ l ସେତେବେଳେ ନିର୍ମଳ ଚିତ୍ତ ଲୋକ ଓଡ଼ିଶାର ଲୋକମାନଙ୍କ ମନରେ ଅଖଣ୍ଡ ଧର୍ମ ବିଶ୍ୱାସ ରହିଥିଲା l ତେଣୁ ସେହି ଦଳୀୟ ସମାଜ ସେବୀ ଗଣ ପ୍ରାୟ ଦୁଇ କିଲୋମିଟର ବାଟ ଯାଇ ପୁଣି ମନ୍ଦିରକୁ ଫେରି ଆସିଲେ l ସାପଟି ମଧ୍ୟ ଫେରିଆସି ମନ୍ଦିର ପାଖ ହୁଙ୍କାରେ ପଶିଗଲା l ସବୁ ଗ୍ରାମ ବାସୀବୃନ୍ଦ ଓ ପୂଜକ ମଣ୍ଡଳୀ ଆଶ୍ଚର୍ଯ୍ୟ ସହକାରେ ମାଙ୍କର ଏପରି ଚମତ୍କାରିତା ଉପଭୋଗ କରୁଥାନ୍ତି l ଶଙ୍ଖ ଓ ହୁଳହୁଳି ଓ ଢୋଲ ମହୁରୀ ଧ୍ୱନିରେ ଦେବୀ ପୀଠ ପ୍ରକମ୍ପିତ ହେଉଥାଏ l ଭକ୍ତ ଗଣ ମାଙ୍କ ଭୁରି ଭୁରି ପ୍ରଶଂସା ଗାନ କରୁଥାନ୍ତି l ତାପରେ କର୍ମୀ ପୋଢ଼ ମୁଣ୍ଡକୁ ପୁଣି ଅର୍ଗଳୀ ଭିତରେ ରଖିଦେଲେ l ପବିତ୍ର ପାର୍ବଣ ପର୍ବରେ ବଳୀ କାର୍ଯ୍ୟ ସମାପନ ହେଲା l ସେବେଠାରୁ ଆଜି ଯାଏଁ ଆଦିମାତା କନକ ଦୁର୍ଗା ଙ୍କ ମନ୍ଦିର ପ୍ରାଙ୍ଗଣରେ ପୋଢ଼ ବଳୀ ପ୍ରଥା ଏବେବି ବଳବତ୍ତର ରହି ଆସୁଛି l


Rate this content
Log in

Similar oriya story from Abstract