STORYMIRROR

Dipti lekha Mishra

Romance Tragedy Action

2  

Dipti lekha Mishra

Romance Tragedy Action

ଜେମା ର କଥା

ଜେମା ର କଥା

2 mins
105


ଜେମା ବୋଲି ଝିଅଟି ଭାରୀ ଗୁଲୁଗୁଲିଆ ଆଉ ଶାନ୍ତ ସୁଧାରିଆ ଝିଅ ।ତା ଜେଜେ ମାଆଙ୍କୁ ମାନେ ଗୌରୀ ଦେବୀଙ୍କୁ ବହୂତ ଭଲ ପାଏ ଏବଂ ଖାତିର ବି କରେ ।ଏତେ ନାତି ନାତୁଣୀ ଭିତରେ ଜେଜେ ମାଆ ବି ଜେମା କୁ ଟିକେ ଅଧିକ ଭଲ ପାଉଥାନ୍ତି ଏଣୁ ତ ସମସ୍ତେ ତାଙ୍କ ଉପରେ ବିରକ୍ତି ହେଉଥାନ୍ତି ।      ଦିନେ ଜେଜେ ମାଆଙ୍କୁ ବହୁତ ଜୋରରେ ଜ୍ବର ଆଉ ସେ ଶେଯରୁ ଉଠିପାରୁନାହାଁନ୍ତି ।ଘରେ ବି ଜେମାକୁ ଛାଡିଲେ କେହି ନାହାଁନ୍ତି ।ଜେମା କଣ କରିବ କିଛି ଜାଣିପାରୂନଥାଏ ।ସେ ଡାକ୍ତରଙ୍କ ଘର କିନ୍ତୁ ଦେଖିଥିଲା ।ଦୌଡି ଦୌଡି ଗଲା ଆଉ ଡାକ୍ତରଙ୍କ ସହ ସାକ୍ଷାତ କରି ଘରକୁ ଡାକିଲା ।ଡାକ୍ତରଙ୍କ ଔଷଧ ଖାଇ ଜେଜେମା ଟିକେ ଭଲ ହୋଇଗଲେ ।      ଜେଜେ ମା ଜେମାକୁ ପାଖକୁ ଡାକି କହିଲେ ଆଲୋ ଝିଅ ମୁଁ ଯଦି କେବେ ମରିଯିବି ତୂ ବାଟବଣା ହେବୁନି ।ସମସ୍ତଙ୍କର କଥା ଶୁଣିବୁ ।ଭଲ ପାଠ ପଢିବୁ ।ତେଣିକି ଭଗବାନଙ୍କ ଇଛ୍ଥା ।ଜେମା ସବୁ ମନ ଦେଇ ଶୁଣୁଥାଏ ।ଜେମାର ବାପା ମାଆ ଯଦି ପାଖରେ ଥାନ୍ତେ ହୂଏତ ସେ କାହା ଦୟାରେ ବଞ୍ଚନ୍ତାନି ।କିନ୍ତୁ ସେମାନେ ଗାଁ ରେ ରହୁଥୀବା ଯୋଗୁଁ ଜେମାର ପାଠପଢା ଅସୁବିଧା ହେବ ବୋଲି ସହରରେ ଛାଡିଦେଇଛନ୍ତି ।


     କିଛିଦିନ ପରେ ଜେଜେ ମାଆ କାଳ ହୋଇଗଲେ ।ଜେମା ଯେତେ କିନ୍ଦିଲେ ବି ଆଉ ଜେଜେ ମାଆ ଉଠିଲେନି ।ଏଥର କିନ୍ତୁ ଅନ୍ଯମାନେ ବେଶ୍ ଖୁସି ଯେ ଜେମାକୁ ଆଉ ଗେଲବସର କରିବା ପାଇଁ କିଏ ନାହିଁ ।


    ଏମିତି ଦିନ ପରେ ଦିନ ବିତିଗଲା ।ଜେମା ଅଠର ବରଷରେ ପାଦ

ଦେଇଛି ।ଚକ୍ରାନ୍ତ କରି ଏକ ମୁର୍ଖ ପୁଅ ସହ ପ୍ରସ୍ତାବ ପକାଇଲେ ବିବାହ କରିବାକୁ ।ଜେମା ରାଜି ହେଲାନି ।କହିଲା ମୋତେ ପାଠ କାହିଁକି ପଢାଇଲ ? ମୁଁ ଅପାଠୁଆଙ୍କୂ ବାହା ହେବିନି ।ବଡ ବାପା ଯିଏ ଜେମାକୁ କିଛି ଟା ଭଲ ପାଉଥିଲେ ସେ କହିଲେ ଝିଅର ଇଛା ନାହିଁ ଆଉ ବରଷେ ଯାଊ ତା ପରେ ବୁଝାବୁଝି କରି ବିବାହ କରିଦେବା ।କଥା ସେତିକି ରେ ବନ୍ଦ ହୋଇଗଲା ।     ହେଲେ ଜେମା ଏବେ ପାଠୁଆ ପିଲାର ପ୍ରେମରେ ପଡିଗଲା ।ପ୍ରେମବିବାହ କରିବାକୁ ଜିଦ କଲା ।ଆଉ ତାକୁ ସବୁ ଘରୁ ବାହାର କରିଦେଲେ କାରଣ ସେ ପୁଅଟି ଥିଲା ଅନ୍ଯ ଜାତିର ।ଜେମା ଜେଜେମାଆଙ୍କୂ ବହୁତ ଖୋଜିଲା ଏ ଅସହାୟ ସମୟରେ ।କେତେ ନିଷ୍ଠୂର ସତରେ ଏ ସମାଜ !ଆଖିର ଲୂହ ପୋଛି ବାପା ମାଆ ପାଖକୁ ପଳାଇଲା ।ବାପା ମାଆ କ୍ରୋଧରେ ଜଳି ଉଠିଲେ । ଆଉ ପାଠୁଆ ପୁଅ ସହ ବିବାହ କରାଇଦେଲେ ।ଗାଁରେ ରହି ଅଳ୍ପ ପାଠ ପଢିଥିବା ବାପାମାଆ ବୁଝିଲେ ଯେ ଜାତିରୂ କଣ ମିଳିବ ?ହେଲେ ଶିକ୍ଷିତ ବଡ ବାପା ମାଆ ବୁଝିପାରିଲେନି । ଲାଭ କଣ ପାଠ ଏତେ ପଢି ?    ଏବେ ବି ଜେମା ଖୁବ ଆରାମରେ ଅଛି ତଥାପି ବଡ ବାପା ମାଆ ମାନେ ବୁଝନ୍ତିନି କି ଆଉ ସଂପର୍କ ରଖନ୍ତିନି ଜେମା ସହ ।କିନ୍ତୁ କିଛି ଦିନ ପରେ ତାଙ୍କ ଝିଅମାନଙ୍କ ପାଳି ପଡିବାରୁ କହିଲେ ଯୂଗ ସହ ଆମେ ବଦଳିବାକୁ ବାଧ୍ଯ ।ଜେମା ପଚାରିଲା ଏବେ କୁଆଡେ ଗଲା ତମ ଜାତି ଭେଦ ।କେବଳ ତୁମକୁ ଧନ ଦରକାର ପାଠ ଦରକାର ତମ ଛୁଆଙ୍କ ପାଇଁ ଆଉ ମୁଁ ତମ ପାଇଁ ଅଲୋଡା ଥିଲି ?ତଥାପି ବଦଳିନାହାଁନ୍ତି ବଡ ବାପା ମାଆ କିମ୍ବା ତାଙ୍କ ପିଲାମାନେ ।ଏବେ ବି ପାଠ ପଢି ଅପାଠୁଆ ।                         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance