ଜାମୁକୋଳି
ଜାମୁକୋଳି


ଗୋଟେ ବାହାନା କରି କମ୍ପାନୀ ରୁ ଛୁଟି ନେଲ ଆସିଲି । ଠିକ୍ ଖରାଦିନ ଜାମୁକୋଳି ଋତୁ ରେ । ପ୍ରଥମେ ଟ୍ରେନ ରୁ ଓହ୍ଲେଇ ବରମୁଣ୍ଡା ବସଷ୍ଟାଣ୍ଡ ରୁ ଜାମୁକୋଳି ଚାରି କିଲୋ କିଣିଲି । ଖାସ୍ କରି ତମ ପାଇଁ ଦୁଇ କିଲୋ ଆଉ ଆମ କର ମାମୁ ଘର ପାଇଁ ଦୁଇ କିଲୋ ।
ଘର ଦୁଇ ଦିନ କଟେଇ ମାମୁ ଘର ବାହାରିଲି କାହିଁକି କେଜାଣି ମୋତେ ଆମ ଗାଁ ଅପେକ୍ଷା ମାମୁଘର ବହୁତ ଭଲ ଲାଗେ । ଆଉ ଏଥର ସ୍ଥିର କରିଗଲି , ତମକୁ ଯେମିତି ହେଲେ କହିବି ମୁଁ ତୁମକୁ ଭଲପାଏ ବୋଲି ।
ପହଞ୍ଚି ଗାଧୋଇ ସାରି ଖାଇକି ରେଷ୍ଟ ନେଲି । ସଂଧ୍ୟା କୁ ପିଲା ମାନେ ଖେଳୁଥିଲେ ଦାଣ୍ଡ ରେ ପଚାରିଲି
- ଆରେ ଜାମୁକୋଳି ଆଉ ଆସୁନି କି ଖେଳିବାକୁ ? ସବୁଠୁ ଫାଜିଲ୍ ପିଲାଟେ ଏମିତି କଥାଟେ କରିଦେଲା ଯେ ମୋତେ ପ୍ରେମିକା ପ୍ରେମିକା ଲାଗୁଥିବା ଗାଁ ଟି ସଙ୍ଗେ ସଙ୍ଗେ ମୋତେ ସ୍ୱାର୍ଥପର ପରି ଲାଗିଲା ।
- ଜାମୁକୋଳି ପା ବେହେରା ସାହି ରମା ସହ ପଳେଇ ଯାଇଛି । ଗଲାଣି ଦୁଇ ମାସ ହେବ ।
- ଘରକୁ ଆସିନି ଜମା ।
- ନା ଆସିନି ।
***
ମୁଁ ଜାଣିନି ତୁମ ବୟସ କେତେ ହେଲେ ତୁମର ପୂର୍ଣ୍ଣିମା ଜନ୍ମ ପରି ମାସୁମ୍ ଉଜ୍ଜ୍ୱଳ ମୁହଁ ଦେଖି କି ହିଁ ମୁଁ ତୁମ ପ୍ରେମରେ ପଡି ଯାଇଥିଲି । ଦିବାଲି ଛୁଟିରେ ଯେତେବେଳେ ମାମୁଘର ବୁଲି ଆସିଲି । ଆସିବାର ଦ୍ବିତୀୟ ଦିନରେ ହିଁ ତୁମକୁ ଦେଖିଲି । ତୁମେ ସାଙ୍ଗ ମାନଙ୍କ ସହ ପୁଚି ଗୋଡି ଡିଆଁ ଖେଳୁଥିଲ । ପ୍ରଜାପତି ଭଳି ଚୁଲବୁଲି ହୋଇ ଉଡି ବୁଲୁଥିଲ ଗୋଲାପ ଫୁଲର ପାଖୁଡ଼ା ପରି ହସୁଥିଲ । ମୁଁ ତୁମକୁ ଚାହିଁ ରହୁ ଥିଲି ଏକ ଲୟରେ ତମେ ସବୁ ସଂନ୍ଧ୍ୟାରେ ଖେଳ ସାରି ଯିବା ପର୍ଯ୍ୟନ୍ତ । ଯେହେତୁ ଆମ ମାମୁ ଘର ଦାଣ୍ଡଟି ବଡ ରାସ୍ତା କୁ ଲାଗିଛି ତେଣୁ କରି ତୁମେମାନେ ସେଇଟି ହିଁ ଖେଳୁଥିଲି ।
ପ୍ରଥମ ଦେଖାରେ ହିଁ ତୁମେ ମୋତେ ଦେଖି ଲାଜେଇ ଯାଇଥିଲ । ତମ ବିନା ଓଢ଼ଣାରେ ଛାତିରେ ତମ ଦିଦିଙ୍କ ଓଢ଼ଣା ଆଣି ପକେଇଥିଲ । ଗୋଡି ଡିଆଁ ଖେଳ ଖେଳୁଥିଲ ମୁଁ ସେଇ ସମୟରେ ଭିତରେ ଭିତରେ ପୁଲକିତ ହୋଇ ଯାଉଥିଲି ଯେତେବେଳେ ତୁମେ ଚୋର ପୋଲିସ ଖେଳୁଥିଲ ଆଉ ଆମ ମାମୁ ଘର କବାଟ କୋଣରେ ଲୁଚି ପାଟିରେ ବିଶି ଆଙ୍ଗୁଠି ଥୋଇ ମୋତେ କହୁଥିଲ କହିବନି କହିବନି । ଆଉ ମୁଁ ବି ଫିସ୍ ଫିସ୍ କରି କରୁଥିଲି ଠିକ୍ ଅଛି କହିବିନି । ଆଉ ତମେ ଚାହିଁ ରହୁଥିଲ କବାଟ କୋଣରେ ପୋଲିସକୁ ।
ମୋତେ ସବୁଠୁ ସୁନ୍ଦର ଲାଗୁଥିଲା ତମ ଓଠ ତଳେ ବାଁ ପଟରେ ଥିବା ଗୋଟେ ଛୋଟ କଳା ଯାଇ । ତମେ ହସିଲେ ତାହା ଅଧିକ ସୁନ୍ଦର ଦିଶୁଥିଲା ମୋତେ । କେଡେ ସୁନ୍ଦର ନାଁ ଟା ପାଇଥିଲ ଶ୍ରଦ୍ଧା କିନ୍ତୁ ତୁମକୁ ସାଙ୍ଗ ମାନେ ଚିଡାଉ ଥିଲେ ଜାମୁକୋଳି । ଆଉ ଯିଏ ତମକୁ ଚିଡାଉ ଥିଲେ ତମେ ତାକୁ ଗାଳି କରି ତା ପଛରେ ପଡି ଯାଉଥିଲେ ମାର କି ମର । ମୁଁ ବି ତୁମକୁ ଥରେ ଡାକି ଦେଲି ଏକେଲାରେ ଜାମୁକୋଳି , ଚିଡ଼େଇବା ପାଇଁ ନୁହଁ ବରଂ ମୋ ପାଇଁ ତୁମର ପ୍ରତିକ୍ରିୟା କ'ଣ ହେବ ସେଇଟା ଜାଣିବା ପାଇଁ । ମୁଁ ଭାବିଥିଲି ତମେ ମୋତେ ଗାଳି କରିବ ନହେଲେ ମୋ ଉପରେ ରାଗିକି ଆଉ ଆମ ଦାଣ୍ଡ କୁ ଆସିବନି ଖେଳିବାକୁ ହେଲେ ତୁମେ ମୋତେ ଭୁଲ୍ କରି ମୁଁ ଯେମିତି ତୁମକୁ ଚିଡାଉ ଥିଲି ତୁମେ ମୋତେ ଚିଡାଇଲ ନୂଆ ନାଁ ରେ । ପେଟୁ !
ମୁଁ ଏତେ ମୋଟା ନଥିଲି କି ମୋ ପେଟ ଏତେ ବି ବଡ ନଥିଲା କିନ୍ତୁ ମୁଁ ଖାଇବା ବେଳେ ଟିକେ ଅଧିକ ଖାଏ ଆଉ ମୋ ପେଟ ଟିକେ ଫୁଲିଲା ଫୁଲିଲା ଦିଶେ । ବୋଧେ ସେଇଥି ପାଇଁ ମୋ ନାଁ ତମେ ପେଟୁ ଦେଇ ଦେଲ । ନୂଆ ବ୍ୟଙ୍ଗ ନାଁ ଟେ ପାଇଁ ମୁଁ ଯେତିକି ଦୁଃଖି ନଥିଲି ତାଠୁ ଅଧିକ ଖୁସି ଲାଗୁଥିଲା ତୁମର ମୋତେ ପେଟୁ ଡାକିବା ।
ସେ ଡାକରେ ସମ୍ମାନ ଥିଲା ଟିକେ ତାତ୍ସଲ୍ୟ ଆଉ କିଛି ଶ୍ରଦ୍ଧା ବି ଥିଲା । ମୁଁ କହୁଥିଲି ଜାମୁକୋଳି ତୁମକୁ , ତୁମେ ଦାନ୍ତ ଚାପି କହୁଥିଲ ଯାଅମ ପେଟୁ । ସବୁଦିନ ତମ ମାନଙ୍କ ଖେଳ ଦେଖି ଦେଖି ମୁଁ ଆଉ ସମ୍ଭାଳି ରହି ପାରିଲିନି ମୁଁ ବି ବାଜିଏ ଖେଳିଦେଲି ଗୋଡି ଡିଆଁ କିନ୍ତୁ ହାରିଗଲି । ସେଦିନ ସଂଧ୍ୟା ରେ ଆମ ଘରକୁ ବୁଲି ଆସିଥିଲ ଯାଉ ଯାଉ ମୋ କାନ୍ଧରେ ହାତ ମାରିଦେଇ କହିଗଲ ଆଜି ଖେଳରେ ଜାଣି ଜାଣି କାଇଁ ହାରିଗଲ । ମୁଁ କହିଥିଲି ତମ ପାଇଁ ।
ତମେ ବୟସ୍କ ପ୍ରଶ୍ନଟେ କରିଥିଲ - କ'ଣ କିଛି ପାଇବା ପାଇଁ ନା ମନ ମୋହିବା ପାଇଁ ?
ମୁଁ ଆଶ୍ଚର୍ଯ୍ୟ ହୋଇଥିଲି ଏଭଳି ପ୍ରଶ୍ନରେ ତମେ ମୋତେ ଯେତେ ସହଜ ଆଉ ସରଳ ଜଣା ପଡୁଥିଲ ସେତେ ସରଳ ନଥିଲ ।
ତା ପରଦିନ ଗୋଟେ ନିରୋଳା ସଂଧ୍ୟାରେ ମୁଁ ତୁମକୁ ପଚାରିଲି - ଜାମୁକୋଳି ଏମିତି ପ୍ରଶ୍ନଟେ ମୋତେ କାହିଁକି ପଚାରିଲ ?
ତମେ ହସି ଥିଲ ଆଉ କହିଥିଲ - ଯାଅମ ପେଟୁ । ଆରେ କାଲି ଗୋଟେ ନାଟକ ଦେଖୁଥିଲି ଯେ ସେଥିରେ ହିରୋଇନ୍ ଏମିତି କହିଥିଲା ତ ମୁଁ ତୁମକୁ କହିଦେଲି । ଏଥିପାଇଁ କହିଲି ତମେ କହିଲ ତମ ପାଇଁ , ସେ ହିରୋଇନ୍ ବି ଏଇ ତମ ପାଇଁ ଶୁଣିବା ପରେ ଏହି ଉତ୍ତର ଦେଇଥିଲା ମୁଁ ଯାହା ତୁମକୁ କହିଲି । ତମେ ସିନା ଏତକ କହି ଦୌଡ଼ି ଚାଲି ଯାଇଥିଲ ମୁଁ କିନ୍ତୁ ଗମ୍ଭୀର ହୋଇ ଯାଇଥିଲି ତମ କଥା ଶୁଣି ।
ତମେ ଭଲ ଝୋଟି ପକାଅ ମୁରୁଜ ସଜାଅ । ସେଥିପାଇଁ ଅଗଷ୍ଟ ପନ୍ଦର ଦିନ ସ୍କୁଲ ପରିସର ରେ ତୁମକୁ ପ୍ରଥମେ ଖୋଜା ଯାଏ । ସେଦିନ ବି ତୁମେ ନାଲି ଧଳା ସବୁଜ ରଙ୍ଗର ମୁରୁଜ ରଙ୍ଗର ମୃଜ ଆଣିଥିଲ ଆଉ ତିଆରି କରିଥିଲ ଅତି ସୁନ୍ଦର ଭାବରେ ଭାରତ ମାନଚିତ୍ର । ମୁଁ ମୁଗ୍ଧ ହୋଇ ଦେଖୁଥିଲି । ନିରୋଳା ରେ ତମେ ମୋ ପାଖକୁ ଆସି ପଚାରି ଥିଲ କ'ଣ ଏମିତି ଦେଖୁଛ ?
- ସୁନ୍ଦରୀ ଜାମୁକୋଳି ହାତରେ ସୁନ୍ଦର ଚିତ୍ର ଟେ ହେଲା ଯେ ହେଲେ ଗୁଜରାଟ ଟା ଏତେ ବଡ଼ କରିଦେଲ ଯେ ?
ତୁମେ କହିଥିଲ - ସେତେବେଳେ ତମେ ପେଟ ଉପରେ ନଜର ପଡି ଯାଇଥିଲା ତ ସେଥିପାଇଁ । କହିକି ଖୁବ୍ ଖୁଁ ଖୁଁ ହୋଇ ଦାନ୍ତ ଓଠରେ ଚାପି ହସିଥିଲ ।
ଥରେ ପଚାରିଛି ଆଛା ତମକୁ ଏ ଜାମୁକୋଳି କାଇଁ ଡାକୁଛନ୍ତି ଯେ ।
ମୁଁ କହିବିନି ଯାଅମ ପେଟୁ ।
କହୁନ ଟିକେ ଜାଣିବାକୁ ମୋର ଭାରି ଆଗ୍ରହ ।
ତୁମେ କହି ନଥିଲ । କିନ୍ତୁ ତମ ସାଙ୍ଗ ଠାରୁ ଜାଣି ଦେଲି ତମର ଜାମୁକୋଳି ନାଁ ର ରହସ୍ୟ । ତମେ ଜାମୁକୋଳି ଖାଇବାକୁ ବହୁତ ପସନ୍ଦ କର । ତା ରତି ଏତେ ଦୂର୍ବଳତା ଯେ ଯଦି ଆଖିରେ ପଡେ କେମିତି ସବୁ ତମ ଜିଭ ସେ ସ୍ବାଦ ଚାଖିବ ସେୟା ହିଁ ଭାବି ତାପାଇଁ ବାଟ ଖୋଜ । ଦିନେ ତମ ବାପା ଜାମୁକୋଳି କିଲେ ଆଣିଥିଲେ ଯେ । ସକାଳୁ ଖରାବେଳ ପର୍ଯ୍ୟନ୍ତ ତମର ଆଉ ଦେଖା ମିଳିଲାନି । ଶେଷ କୁ ତମ ବୋଉ ଆଳୁ ଆଣିବାକୁ ଖଟ ତଳକୁ ନଇଁ ପଡିଛନ୍ତି ତ ତମେ ବସି ଚୋରଣୀ ଭଳି ସେଇ ଜାମୁକୋଳି ଗୋଟି ଗୋଟି କରି ଖାଉଛ । ଏ ହେଉଛି ତମେ ପଞ୍ଚମ ଶ୍ରେଣୀ ରେ ପଢୁଥିବା ସମୟର କଥା । ତମ ବୋଉ ଡାକି ଦେଲେ ତମ ସାଙ୍ଗ ମାନଙ୍କୁ ଦାଣ୍ଡ ରୁ ଆସରେ.... ଦେଖିବ ପିଲେ .. .. ।
ତାପରେ ତମ ନାଁ ପିଲାଙ୍କ ମୁହଁ ରେ ଜାମୁକୋଳି ହୋଇଥିଲା । ତୁମକୁ ସେ ବିଷୟରେ ଆଉ କିଛି କହିଲିନି । ତମେ ଚାରିଟା ବେଳେ ଖେଳୁଥିବା ବେଳେ ମୁଁ ମାଇଁ କି ଡାକ ଛାଡିଲି ମାଇଁ ମୁଁ ଯୋଉ ଜାମୁକୋଳି ଆଣିଥିଲି ଆଣିଲ ତାଟିଆରେ ଖାଇବା । ତମେ ଖେଳ ଅଧାରୁ ଦୌଡ଼ି ଗଲ ଘର ଭିତରକୁ । ଗୋଟେ ଲୋଭିଲା ଛେପ ପୂଳେ ଢୋକି ମୋତେ ଚାହିଁ ଚାହିଁ । ଯେହେତୁ ଆମ ମାମୁ ଘରେ ତମର ଅବାଧ ପ୍ରବେଶ ତେଣୁ ଯାଇ ଚହଳେଇ ଲ ମାଇଁ କୁ ସୀମା ଖୁଡି ସୀମା ଖୁଡି ମୋତେ ଦିଅନା କୋଳି , ଜାମୁକୋଳି ପ୍ଲିଜ ଦିଅନା ...ତମ ବୟସ ଠାରୁ ଅଧିକ ଛୋଟ ପିଲା ପରି ନେହୁରା ହେଲ ତମେ ।
ମାଇଁ ଆଉ ସହି ପାରିଲିନି ଯାଅମ ସ୍ୟାଡେ ଖେଳିବୁ । ସେ ମିଛରେ କହିଲା ଆଉ ତୁ ଦୌଡ଼ି ଆସିଲୁ ?
ତମେ ମୋତେ ଚାହିଁ ଲଜ୍ଜିତ ହେଲ ମୁରୁକି ହସି କହି ଚାଲିଗଲ ଯାଅମ ପେଟୁ ଭାରି ଜାମୁକୋଳି ଖାଇବା ବାଲାଟା ଆଉ ।
ସମୟ ଗଡ଼ି ଚାଲିଲା ତମ ସହ ମୋର ନିବିଡ଼ ସଂପର୍କ ହୋଇଗଲା । ଏବେ ତମେ ମୋ ଠାରୁ ଆଉ ଦୂରେଇ ଦୂରେଇ ରହୁ ନଥିଲ । ପାଖରେ ବସୁଥିଲ ହସୁଥିଲ ଥଟ୍ଟା କରୁଥିଲ । ମୋ ମୋବାଇଲ ଦେଖୁଥିଲ ମୋ ସାଙ୍ଗରେ ବି ବସି ଖାଉଥିଲ ।
ମୁଁ ତମ ପାଇଁ କ'ଣ ଥିଲି ମୁଁ ଜାଣିନି ହେଲେ ତମେ ମୋ ମନର ଗୋଟେ ଅଂଶ ଟେ ବନି ସାରିଥିଲ । ତମେ ଆଉ ଆଗ ଭଳି ଅଧିକ ଖେଳରେ ମନ ଦେଈ ମୋ ସହ ମୋ ମୋବାଇଲ ଦେଖିବାରେ ମନ ବଳଉଥିଲ । ତୁମେ ମୋବାଇଲ ରୁ ୟୁଟ୍ୟୁବ୍ ରେ ନାଚ ଦେଖୁଥିଲ ଯେହେତୁ ତୁମକୁ ନାଚ ଭଲ ଲାଗେ । ଆଉ ମୁଁ ତମ କାନ୍ଧରେ ଜଙ୍ଘରେ ହାତ ପକେଇ ଟିକେ ଦୁଷ୍ଟାମୀ କରିବାର ମନ ବଳଉଥିଲି । କିନ୍ତୁ ତୁମେ ମୋ ହାତକୁ କାଢ଼ି ଦେଉଥିଲ ବାରମ୍ବାର କିନ୍ତୁ ମୁଁ ସେଦିନ ତମ ଛାତିରେ ହାତ ସାଉଁଳେଇ ଆଣିଲି ତମ ଅଲକ୍ଷ୍ୟରେ । ତୁମେ ହଠାତ୍ ଉଠି ଯାଇଥିଲ ଆଉ କହିଥିଲ ଏସବୁ ଭଲ ନୁହେଁ ଯଦି ମୋ ସହ ଏମିତି ସବୁ କରିବ ମୁଁ ଆଉ କେବେ ଆସିବିନି ତମ ପାଖକୁ । ମନେ ରହେ ଯେମିତି ।
- ସେମିତି କୁହନି ଶ୍ରଦ୍ଧା ।
ପ୍ରଥମ ଥର ପାଇଁ ମୋତେ କଷ୍ଟ ଲାଗିଲା । କିନ୍ତୁ ସତ କଥା ହେଉଛି ମୁଁ ଠିକ୍ ଟିକେ ପୂର୍ବରୁ ମୋବାଇଲ ରେ କିଛି ଉତେଜ୍ଜିତ ଦୃଶ୍ୟ ଦେଖୁଥିଲି । ସେଥିପାଇଁ ତୁମ ର ଦେହ ଆଡେ ମୋ ନଜର ପଡିଲା । ସତରେ ତୁମ ର ବୟସ କମ୍ ଥିଲା କିନ୍ତୁ ଦେଖା ଯାଉଥିଲ ଯୁବତୀ ଟେ ପରି । ଭରପୁର ଦେହ ଗଢ଼ଣ ମୁହଁ ଆଉ ତୁମର ରଙ୍ଗ ଢ଼ଙ୍ଗ ସବୁକିଛି ମୋତେ ବିଭୋର କରୁଥିଲା ।
ତମେ ଆସିଲନି ଆଉ ମୋ ପାଖକୁ ଚାରି ଦିନ ବିତିଗଲା । ମୋତେ ଖାଲି ଚିଡ୍ ଚିଡ୍ ଲାଗୁଥିଲା ଯନ୍ତା ଭିତରେ ପସିଲା ପରି । ଦିନେ ଚାରିଟା ତମ ଘର ଆଡେ ଗଲା ବେଳକୁ ତମେ ବସି ପଢୁଛ । ପଢା ବହି ରୁ ଜାଣିଲି ତୁମେ ଦଶମ ଶ୍ରେଣୀ ର ଛାତ୍ରୀ । ମାନେ ମୋ ଠୁ ଦଶ ବର୍ଷ ସାନ । ତମ ବାପା ବୋଉ ମୋତେ ବହୁତ ଭଲ ପାଉଥିଲେ। ତେଣୁ ସନ୍ଦେହ ତାଙ୍କ ନଜର ରେ ବିଲକୁଲ ନଥିଲା ।
ତମ ହାତ ଧରି କହିଲି ସରି ଶ୍ରଦ୍ଧା ମୁଁ ଆଉ କେବେ କରିବିନି ସେମିତି ତୁମ ସହ । ପ୍ଲିଜ ରାଗନି । ଜାଣିଛ ତମେ ଖେଳିବାକୁ ଆସୁନ ମୋତେ ଜମା ଭଲ ଲାଗୁନି । ଦେଖ ସତ କହୁଛି ଆଜି ଯଦି ତମେ ଆମ ଘରକୁ ଆସିବନି ତେବେ ମୁଁ କାଲି ମାମୁ ଘରୁ ପଳେଇବି ସତ କହୁଛି ।
ତମେ ଅଧା ହସ ଅଧା ରାଗ ମୁହଁ କରି କହିଥିଲ - ଯାଉନ ମୋର କଣ ହୋଇଯିବ ? ଯାଅମ ପେଟୁ ମୁଁ ଜମା ଯିବିନି ତମ ଦାଣ୍ଡକୁ । ମୁଁ ଅଭିମାନ ମୁହଁ କରି ଫେରି ଆସିଥିଲି ।
କିନ୍ତୁ ପାଞ୍ଚ ଟା ବେଳେ ତମେ ଆସିଥିଲ ଆମ ଦାଣ୍ଡ କୁ ନୁହେଁ ମୋ ପାଖକୁ । ପାଖରେ ବସିଥିଲ ମୋବାଇଲ ନେଇ ଦେଖିଥିଲ ।
କହିଥିଲ - ଥାଉ ଏତେ ରାଗନି ରାଗ ସେତିକି ଥାଉ । ମୁଁ ନ ଆସିଲେ ତୁମେ ଚାଲିଯିବ ଏମିତି କାଇଁ କହିଲ ?
ମୁଁ ଚୁପ୍ ରହିଥିଲି । ତାପରେ ତମେ ପଚାରିଲ - କ'ଣ ମୋତେ ଭଲ ପାଉଛ ?
ମୋ ଛାତିରେ ହଠାତ୍ ଗୋଟେ ଛୋଟ ଆଘାତ ଟେ ଲାଗିଲା । ଆରେ ଡର ଭୟ କିଛି ନାହିଁ , କେଡେ ସିଧା ସିଧା କଥା ପଚାରୁଛି ଏ ଝିଅଟା !
ମୁଁ ମିଛ କହିଲି - ଆରେ ନା ନା ପାଗିଳୀ ହେଲ କି ? ତମକୁ ପୁଣି ମୁଁ , ତମକୁ ମୁଁ କାହିଁକି ଭଲ ପାଇବି ?
କାଇଁ କେଜାଣି ମୋ ପାଟିରୁ ହଠାତ୍ ସତ କଥା ବାହାରି ଲାନି ମୁଁ ଜାଣି ପାରିଲିନି । କ'ଣ ପାଇଁ ତୁମକୁ ଏତେ ଭୟ ହେଲା ଯେ ?
ଏମିତି ବହୁତ ଦିନ ମାନେ ସବୁଦିନ ତମେ ଆସ ମୋ ପାଖରେ ବସ କ୍ଲାସ ବିଷୟରେ ଗପ ସପ କର । ପଢା ପଢି ଭଲ ମନ୍ଦ ସବୁ କୁହ ବାପାଙ୍କ ରୋଗ ବୋଉ ର ଝାଳ ପୋଛିବାକୁ ସମୟ ନଥିବା କର୍ମ ବ୍ୟସ୍ତତା ସଂସାର , ତମ ତଳେ ଦୁଇ ଭଉଣୀ ସବୁ କଥା କୁହ । ମୁଁ ବି ତୁମକୁ ସବୁ କଥା କୁହେ ଆମ ଘର ଚଳଣୀ ଆମେ ତିନି ଭାଇ ଜମି ନଥିବା କେବଳ ଘର ଡିହ ପର ନଳକୂଅ କୁ ବୋଉ ପାଣି ପାଇଁ ଯିବା । ସବୁ ଗପସପ ହେଉ ବୟସ୍କଙ୍କ ପରି । ହେଲେ ଗୋଟେ କଥା ମୁଁ କହିପାରେନା ତୁମକୁ ଯେତେ ଚେଷ୍ଟା କଲେ ବି
- ଶ୍ରଦ୍ଧା ମୁଁ ତୁମକୁ ବହୁତ ଭଲପାଏ ।
କମ୍ପାନୀ ରୁ ଛୁଟି ଆଣିଥିଲି ଦଶ ଦିନ ତମ ପାଖରେ କେତେ ବେଳେ ଯେ ଆହୁରି ପନ୍ଦର ଦିନ ବିତିଗଲା ଜଣା ପଡିଲାନି । ଯିବା ସମୟ ହୋଇଗଲା । କାଲି ଯିବି ଆଜି ତମେ ମୋ ପାଖରେ ବସିଛ ମୋ ହାତ ମୁଠାରେ ତମ ହାତ । ତମେ ଚୁପ୍ ମୁଁ ବି ଚୁପ୍ । ପ୍ରାୟ ଅଧଘଣ୍ଟା ପରେ ତୁମେ କହିଲ ନିଜର ଯତ୍ନ ନେବ ବାହାର ଯାଗା ଜଗିକି ଚଳିବ ।
ତମେ ଏତିକି କହିକି ନିଜ ଓଢ଼ଣା କାନିରେ ଆଖି ପୋଛିଲ । ମୁଁ ତୁମକୁ ପଚାରିଲି ଆଛା ଆର ଥରକୁ ତମ ପାଇଁ କ'ଣ ଆଣିବି କୁହ ? ଯାହା କହିବ ତାହା ଆଣିବି । କୁହ ?
ତମେ କହିଲ ଜାମୁକୋଳି ଆଣିବ ବହୁତ୍ ।
- କେତେ ?
- ତମ ଇଛା ଯେତେ
ଚାଲି ଆସିଥିଲି କେତେ ସୁନ୍ଦର ମୁହୂର୍ତ୍ତ ସବୁକୁ ପଛ କରି । କମ୍ପାନୀ କାମ ରୁମ୍ ରୋଷେଇ ସାଙ୍ଗ ମାନଙ୍କ ହୋ ହାଲ୍ଲା ୟୁଟ୍ୟୁବ , ଫେସବୁକ , ହ୍ବାଟସପ ସବୁ ପରେ ବି ତମେ ମୋର ବହୁତ ମନେ ପଡୁଥିଲ । ଦିନ ଗଣୁଥିଲି କେବେ ପୁଣି ଆମର ଦେଖା ହେବ ଯଦି ଫୋନ ଟେ ଥାଆନ୍ତା ନା ତମର ତେବେ ଘଣ୍ଟା ଘଣ୍ଟା ଗପି ଥାନ୍ତେ ହେଲେ ଭାତ ପାଇଁ ଯୋଉଠି ଆଳୁ ଭର୍ତା ନିଅଣ୍ଟ ସେଠି ଝିଅ ହାତରେ ମୋବାଇଲ୍ କୋଉଠୁ ଦେବ ବାପା ।
କିନ୍ତୁ ଏବେ .....ଗଲା ସବୁ ସରିଗଲା ଆସିବାର ଅପେକ୍ଷା କରିବାର ଖୁସି ନିମିଷକେ ଧୂଳିସାତ ହୋଇଗଲା । ତମ ଉପରେ ମୋର ବହୁତ ରାଗ ଆସିଲା ତମେ ମୋତେ ଧୋକା ଦେଇଛ ଠକି ଦେଇ ଚାଲି ଯାଇଛ । ତମେ ସ୍ୱାର୍ଥପର ମୁଁ ତମକୁ ମନେ ମନେ ବହୁତ ଗାଳି ଦେଲି । ମାଇଁ ଯେତେ ଡାକିଲେ ମୁଁ ଆଉ ରାତିରେ ଖାଇଲିନି ଶୋଇ ପଡ଼ିଲି ତୁମେ ନଥିବା ଦୁଃଖରେ ଆଖି ଭିଜେଇ ।
ଏକଦମ୍ ଭୋର୍ ରେ ମୁଁ ଚମକି ପଡିଲି । ତମ କଣ୍ଠ ସ୍ବର ସୁଣି ।
- କ'ଣ ପେଟୁ ମୋ ପାଇଁ ଜାମୁକୋଳି ଆଣିଛ ନା ସେମିତି ଚାଲି ଆସିଛ ?
- ସେ କଥା ପରେ ଆଗ କୁହ ସେ ପିଲା କଣ ଏମିତି କହୁଥିଲା ତମେ କୁଆଡେ ଆରମୁଣ୍ଡ ବେହେରା ସାହି ରମା ସହ .... ।
- ଚୋପ୍ ସିଏ ଟୋକା ତ ମୋତେ ସବୁବେଳେ ଚିଡାଏ । ସ୍କୁଲ ସମୟରୁ ସେ ରମା ମୋ ପଛରେ ପଡ଼ିଥିଲା ବୋଲି ।
ମୁଁ ନିଜକୁ ସମ୍ଭାଳି ପାରିଲିନି ତମକୁ କୁଣ୍ଢେଇ ପକାଇଲି । ଆଉ କହିଲି ମୁଁ ତୁମକୁ ବହୁତ ଭଲପାଏ ଶ୍ରଦ୍ଧା।
ତୁମ ଢିଲା ଥିବା ହାତ ମୋ ପିଠି ପଛରେ ମୋତେ ଜାବୁଡ଼ି ଧରିଲା । ବାସ୍ ସୁଗନ୍ଧରାଜର ବାସ୍ନା ମୋ ଚାରି ପାଖରେ ମହକି ଗଲା
----------------------୦୦୦------------------
✍️.. ପରମେଶ୍ବର ଓଝା
ମହାକାଳପଡ଼ା , କେନ୍ଦ୍ରାପଡ଼ା
ମେଲ୍-- ojhaparameswar@gmail.com
ମୋ -- ୬୩୫୫୧୩୩୩୦୧