Raja Sekhar CH V

Children Inspirational

2.5  

Raja Sekhar CH V

Children Inspirational

ଜାଆଁଳା ଭାଇ

ଜାଆଁଳା ଭାଇ

2 mins
7.7K


ରଚ଼ନା: ଶ୍ରୀ ରାଜଶେଖର ସି 'ଚିମା'

ଗୋଟିଏ ଗାଁ ରେ ଦୁଇ ଜାଆଁଳା ଭାଇ ରହୁଥିଲେ । ତାଙ୍କ ନାମ ଆନନ୍ଦ ଆଉ ସଦାନନ୍ଦ । ତାଙ୍କ ମାତା-ପିତାଙ୍କ ସହ ରହୁଥିଲେ । ସେମାନେ କିଶୋରାଵସ୍ଥାରେ ଥିଲେ ଏବଂ ଉଭୟ ବହୁତ ପରିଶ୍ରମୀ । ତାଙ୍କର ଗ୍ରୀଷ୍ମ ଦିନର ଛୁଟି ଆରମ୍ଭ ହୋଇ ଯାଇ ଥିଲା । ଯେମିତି ଯେମିତି ଗ୍ରୀଷ୍ମ ଋତୁ ଆସିଲା, ତାଙ୍କ ଗାଆଁର କୁଅଁ ଆଉ ପୋଖରୀ ଶୁଖିଗଲା । ଗାଆଁ ରେ ପିଇବା ପାଣିର ଅଭାବ ହୋଇଗଲା । ତେଣୁ ଗୋଟିଏ ସାହୁକାର ଏକ ଉପାୟ ଜଣେଇଲା । ଗାଆଁ ରୁ ଦୁଇ କିଲୋମିଟର ଦୂରରେ ଏକ ନଈ ଥିଲା । ସମସ୍ତଙ୍କୁ କହିଲା ଯିଏ ସେଇ ନଈରୁ ବାଲ୍ଟି ବାଲ୍ଟି ପାଣି ଆଣିବ , ତାକୁ ପ୍ରତି ବାଲ୍ଟି ପାଇଁ କୋଡିଏ ଟଙ୍କା ମିଳିବ । ତାଙ୍କ ପାଇବାର ସହଜ ମାର୍ଗ ଦେଖି ଆନନ୍ଦ ଖୁସି ହେଲା ଆଉ ପାଣି ଆଣିବାକୁ ପ୍ରସ୍ତୁତ ହେଲା। କିନ୍ତୁ ସଦାନନ୍ଦ ତାହା କରିଲା ନାହିଁ । ସେୟା ଆସ୍ତେ ଆସ୍ତେ ଏକ ନିଜେ ନାଳ ଖୋଳିବା ଆରମ୍ଭ କରିଲା । ଆନନ୍ଦ ଆଉ ଗାଆଁର ଅନ୍ୟ ଲୋକ ମାନେ କିଛି ନ ବୁଝି ସଦାନନ୍ଦ ଉପରେ ହସୁଥାଆନ୍ତି ଓ ଥଟ୍ଟା କରୁଥାଆନ୍ତି । ମାତ୍ର ସଦାନନ୍ଦ ଏଇ ସବୁ କଥାକୁ ଗୁରୁତ୍ତ୍ଵ ଦେଲାନି। ସେ ତାର କାମ କରି ଚାଲିଲା । ଏପଟେ ଆନନ୍ଦ ଆଉ ଅନ୍ୟ ଲୋକେ ବାଲ୍ଟି ବାଲ୍ଟି ପାଣି ଆଣି ବିକୁଥାନ୍ତି ଆଉ ଟଙ୍କା ପାଉ ଥାଆନ୍ତି । ଦୁଇ ମାସର ଛୁଟ୍ଟୀ ସାରିବାକୁ ଆସିଲାଣି । ସଦାନନ୍ଦ ତିଆରି କରୁଥିବା ନାଳ ଶେଷ ହେବାକୁ ଆସିଲା ଆଉ ସେଇ ନାଳକୁ ପୋଖରୀ ସହ ସଂଯୋଡ଼ିଲା । ଏଇଟା ଏକ ଆଶ୍ଚର୍ଯ୍ୟର କଥା ହେଲା । କାରଣ ଯୋଉ ଗାଆଁରେ ପାଣି ଶୁଖି ଯାଇଥିଲା , ସେଇଠି ଏବେ ପାଣି ଆସିଗଲା । ପୋଖରୀରୁ ସମସ୍ତଙ୍କ ଘରକୁ ନଳୀ ଦ୍ୱାରା ନଳ ପାଣି ଯୋଗେଇଦିଆ ଗଲା । ଏହା ସଦାନନ୍ଦ ଦ୍ୱାରା ଗାଆଁ ପାଇଁ ସ୍ଥାୟୀ ସମାଧାନ ଏବଂ ଉତ୍କୃଷ୍ଟ ଉପଲବ୍ଧି। କାରଣ ଆଉ ନଈ ପାଖକୁ ଯିବାକୁ ପଡ଼ିବନି ।

ଗାଁବାସୀ ସମସ୍ତେ ହର୍ଷିତ ହେଲେ ଏବଂ ସଦାନନ୍ଦର ମେଧାଶକ୍ତି ପାଇଁ ପ୍ରଶଂସା କରିଲେ । ଗ୍ରାମ୍ୟ ସରପଞ୍ଚ ସଦାନନ୍ଦକୁ ବହୁତ ପ୍ରୋତ୍ସାହିତ କରି ସମ୍ପୂର୍ଣ ଉଚ୍ଚଶିକ୍ଷାର ଦାୟିତ୍ତ୍ୱ ସ୍ଵୀକାର କରିଲେ। ସଦାନନ୍ଦର ମାତା ପିତା ବହୁତ ଖୁସୀ ହେଲେ । ଆନନ୍ଦ ନିଜ ଭୁଲ ବୁଝିପାରିଲା ଏବଂ ସଦାନନ୍ଦର ସଫଳତା ପାଇଁ ଅଭିନନ୍ଦନ ଜଣେଇଲା । ଯେହେତୁ ଛୁଟି ଶେଷ ହୋଇ ଯାଇଥିଲା , ଉଭୟ ଭାଇମାନେ ପୁଣି ବିଦ୍ୟାଳୟକୁ ଗମନ କରିଲେ ଓ ମନ ଦେଇ ପାଠ ପଢିଲେ । ସଦାନନ୍ଦ ଗାଆଁର ଲୋକ ଏବଂ ପିଲାଙ୍କ ପାଇଁ ଏକ ପ୍ରେରଣାର ସ୍ରୋତ ହେଲା ।


ନୀତି ଶିକ୍ଷା : ଜଣେ ଯଦି ନିଜ କାମ ଉପରେ ବିଶ୍ୱାସ ରଖିଛି,ତାହାଲେ ସଫଳତା ନିଶ୍ଚୟ ମିଳିବ। ଜନହିତରେ ଲୋକଙ୍କ ସମସ୍ୟାର ସ୍ଥାୟୀ ସମାଧାନ ଆବଶ୍ୟକ ।



Rate this content
Log in

Similar oriya story from Children