Lopamudra Parida

Action Inspirational

3  

Lopamudra Parida

Action Inspirational

ହସ

ହସ

3 mins
8


ଏଗାର ବର୍ଷର ବୈବାହିକ ଜୀବନ ।ଦିନଟେ ରୁମାଲ ଖଣ୍ଡେ ଯାଚିନଥିବା ଶାଶୁ ଆଜି ସକାଳୁ ବଡ କୋମଳ କଣ୍ଠରେ ଡାକି ପାଖରେ ବସେଇଲେ । ଡର ସହ ଆଶ୍ଚର୍ଯ୍ୟ ଆକଣ୍ଠ ମିଶେଇ ବସିଥାଏ ଦ୍ରାକ୍ଷା । କେବେ ତ ଏମିତି ହେଇନି । ଏହାର ବିପରୀତ କଥାତକ ନିଶ୍ଚେ ପୁନରାବୃତ୍ତି ଘଟୁଥାଏ ଦିନକ ଦିନଚର୍ଯ୍ୟା ଭିତରେ ଦୁଇଶହ ଥର । ହାତ ପାଦ ଆପେ ଶିଥଳ ପଡୁଥାନ୍ତି ତାର ଆଶଙ୍କା ଶଙ୍କା ବାଟ ଦେଇ । ଗଦ୍ରେଜ ଆଲମାରୀର ଦୁଇ ଜାଆଁଳା କବାଟ ଭିତରେ ଥାନ୍ତି ଶାଶୁ । କଣ କରୁଛନ୍ତି ପଚାରିବାର ଯୁ ନାହିଁ । ଅପେକ୍ଷାର ଅନ୍ତ ଘଟେଇ ଥାକେ ଶାଢୀ ଧରି ଦ୍ରାକ୍ଷା ଆଗରେ ବସିପଡିଲେ ହସହସ ମୁଖଧାରିଣି ଶାଶୁ ତାର । ଦ୍ରାକ୍ଷା କାବା । ମନେ ମନେ ଭାବୁଥାଏ," ୟାଙ୍କ ଦେହପା ' ଠିକ୍ ଅଛି ତ ?"

ନିର୍ମଳା ଦେବୀ ଦ୍ରାକ୍ଷା ହାତରେ ଥାକେ ସୁନ୍ଦର ସୁନ୍ଦର ଶାଢୀ ଧରେଇ ଦେଇ ହସିଦେଇ କହିଲେ," ନେ ପିନ୍ଧିବୁ।"

ଏମିତି ନୁହେଁ ଯେ ଦ୍ରାକ୍ଷାକୁ କେବେ ମନ ହେଇନି ଦେଖିବାକୁ ତାର ଶାଶୁଙ୍କ ପାଖରେ କେତେ ସୁନ୍ଦର ଶାଢୀ ସବୁ ଅଛି। ସିଏ ବି ଭାବିଛି କେବେ ଥରେ ଅଧେ ପିନ୍ଧି ହନ୍ତାନି ସେ ଶାଢୀ ସମୂହରୁ ନିଜ ମନ ମୁତାବକ କିଛି ଯେମିତି ତା ବୋଉର ଲୁଗା ପିନ୍ଧିହୁଏ । ହେଲେ ଆଜି ! ଆଜି ତ ପୃଥିବୀ ବାହାର କଥା ଘଟୁଥିଲା। ଜାଚିକି ଶାଶୁ ନିଜେ,ପୁଣି ଗୋଟେ ଦିଟା ନୁହେଁ ଥାକେ ଶାଢୀ ?

ସିଏ ପେଟେ ଖୁସି ହେଇ ସବୁ ନେଲା ଆଉ ଆଇନା ଆଗରେ ନିଜ ଦେହରେ ଗୋଟିଏ ପରେ ଆଉ ଗୋଟେ ପକେଇ ନିଜକୁ ଦେଖିବାକୁ ଲାଗିଲା। ତାକୁ ଆଜି ଶାଶୁଙ୍କୁ ପ୍ରକୃତିରେ " ବୋଉ,ବୋଉ "ପରି ହୃଦୟରୁ ଲାଗୁଥିଲା ।


ତାର ଆଠଦିନେ ଦ୍ରାକ୍ଷା ତାର ସ୍ବାମୀଙ୍କ ସହ ତାର ବାପାଙ୍କ ଘରକୁ ଯାଇଥାଏ । ତାର ଗୋଟିଏ ବାହାଘରକୁ ଯିବାର ଥାଏ ,ତେଣୁ ସିଏ ଆଟାଚି ଅଣ୍ଡାଳୁ ଥାଏ କୋଉ ଶାଢ଼ୀଟି ପିନ୍ଧିକି ଗଲେ ସୁନ୍ଦର ହେବ ।

ନନା ତାର କହୁଥାନ୍ତି," ମାଆରେ ନେ ,ଏଇ ମୋ ପଇତାରୁ କଞ୍ଚିଟା ନେ । ବୋଉ ବାକ୍ସରୁ ନେଇକି ପିନ୍ଧି । ତୋରି ପାଇଁ ତ ସବୁ ରଖି ଯାଇଛି । ଆଉ କିଏ ପିନ୍ଧିବରେ ସେ ସେସବୁ ? ନେ , ଆ ।" ମୋ ଆଖି ଆଗରେ ସୂତା ଲୁଗାଟେରେ ଲୋଟଣିପାରା ପରି ଦିନରାତି ଏକ କରି କାମ କରୁଥିବା ମୋ ବୋଉର ହସହସ ଚେହେରାଟି ପହଁରିଗଲା ଶୂନ୍ୟରୁ ।

ସାକେତ ଲ୍ୟାପଟପ୍ ଭିତରୁ ମୁହଁ ନ ଉଠେଇ ଏକରକମ ନନାଙ୍କୁ ଶୁଣାଗଲା ପରି କହିଲେ ,"କାହିଁକି ,ଏବେ ବା ବୋଉ ତମକୁ ଥାକେ ଶାଢୀ ଦେଇଥିଲା। ଯେତେ ଥିଲେ ବି ଏ ଝିଅ ମାନଙ୍କୁ ପିନ୍ଧିବାକୁ ଖଣ୍ଡେ ଖୋଜାପଡୁଥାଏ। " ହସୁଥିଲେ ସାକେତ ।

ହସରେ ତାତ୍ସଲ୍ୟର ସ୍ପଷ୍ଟ ଛିଟା ।

ନ୍ୟୁନ ମନହି ଅନ୍ୟକୁ ନ୍ୟୁନ କରି ଦେଖିପାରେ ।

ମୋ ମନ ଛଟପଟ।

ଝିଅଟେକୁ ଟାଣକଥା ଟିପେ ବିଷ ପରି ଲାଗେ।

ସ୍ନେହରେ "ବିଷ ପି'ଦେ।" କହିଲେ ଖୁସିରେ ରାଜି ହେଇଯାଉଥିବା ଝିଅମାନେ କଥାର ବିଷକୁ ସଯ୍ୟ କରି ପାରନ୍ତି ନାହିଁ ସାଧାରଣତଃ ।

ଦ୍ରାକ୍ଷାର ମନେ ପଡିଗଲା, ଶାଶୁ ଶାଢୀ ଦେବା ଦିନର ସଞ୍ଜ ସମୟର କଥା। ସିଏ ଅଗଣା ଚଉଁରାରେ ଦୀପ ରଖି ଶାଶୁଙ୍କୁ ପ୍ରଣାମ କରିବାକୁ ସିଡି ଚଢି ଯାଉଥିଲା କି ମଝି ପାହାଚରେ ତା କାନରେ ପଡିଲା," ହେ ତୁ ତ ନେଲୁନି ସେ ସବୁ।କହିଲୁ କାମବାଲି କି ଦେଇଦେ। ଆଜିକାଲିକା କାମବାଲି ପୁଣି ପିନ୍ଧାପୁରୁଣା,ବଁଫଟା ଲୁଗା ନେବେ? ଛାଡ ଛାଡ । ସଫା,ମଣ୍ଡ,ଆଇରନ କରି ଥୁଆହେଇଥିଲା ବୋଲି ଜଣାଗଲାନି । ସେମିତିରେ ବି ଦ୍ରାକ୍ଷା ମୁର୍ଖଟା । ତାକୁ ସବୁ ଧରେଇଦେଲି । "

ହସରେ ଫାଟିପଡୁଥିଲା ଉପରଘର ଛାତ ।

ହସଯାକ କୁତ୍ସିତ ଷଡ଼ଯନ୍ତ୍ର ।

କଣ୍ଟାବାଣ ଫୁଟିଗଲା ପରି ।

ସାକେତଙ୍କୁ ଏସବୁ କହିବାରେ ମୂଲ୍ୟ ବା ମୂଲ୍ୟବୋଧ ବା କଣ ଥାଇପାରେ ! ତେଣୁ ସେ କିଛି କହେନି ।

ଆଚାଚି ଜିପର୍ ଲକ୍ କରି ଉଠିଗଲା ଦ୍ରାକ୍ଷା ।

ନନା ଦଉଡିଆ ଖଟଟିରେ ଖରା ପିଠିଆ ହେଇ ବସିଥିଲେ ।ଆକାଶର କି ମାଟିର କାହାର ସାହାସ ନଥିଲା ତାଙ୍କଠୁ ଚଳେ ଚଳେ ଦୁଃଖ ବାଣ୍ଟିନବାକୁ ।

ତାଙ୍କ ପିଠିରେ ଗେଲ୍ହେଇ ଲାଉ ହେଇ ପଡି ହଠାତ ଶିଶୁପାଲଟା ଦ୍ରାକ୍ଷାଟି କହିଲା," ନନା,ଚାବିକାଠି ଦବ ପରା ......? "

ନନାଙ୍କ ଆଖିରେ ଉଇଁ ଆସିଲା ହସଟେ,

ଯାହାର ତୁଳନା କାହିଁ !



Rate this content
Log in

Similar oriya story from Action