Swarup Nayak

Romance Others

2  

Swarup Nayak

Romance Others

ହସ

ହସ

1 min
351


ମୁଁ ପ୍ରେମର ଗବେଷକ କି ବିଶେଷଜ୍ଞ ନୁହେଁ କିନ୍ତୁ ପ୍ରେମିକ ହିସାବରେ ଏତିକି କହି ପାରିବି ପ୍ରେମ ବନ୍ଧୁତାରୁ ଆରମ୍ଭ ହୁଏ । ଜୀବନ ଚଳଚିତ୍ର ନୁହେଁ ଯେ ବସ୍ ଷ୍ଟପ୍ ରେ ଗୋଟିଏ ଦେଖାରେ ପ୍ରେମ ହେଇଯାଏ ଯାହା ପାଇଁ ବିଷ ବି ଖିଆ ଯାଇପାରେ ।


ସେ ମୋର ସାଂଗ ହିଁ ଥିଲା । ଏମିତି ସପ୍ତାହେ ଦଶ ଦିନରେ କେବେ କଥା, କେଇଟା ମେସେଜ୍ । ସେମିତି ଘନିଷ୍ଠ କିଛି ବି ନୁହେଁ । ସେ ସେ ବର୍ଷ ମେଡିକାଲ ପରୀକ୍ଷା ପ୍ରସ୍ତୁତି କରୁଥାଏ ସେଥିଲାଗି ମୁଁ ବିଶେଷ କଥା ବି ହୁଏନି । ସେଦିନ ପରୀକ୍ଷା ରେଜଲ୍ଟ ଆସିଥାଏ । ମୋର ପୁରା ବିଶ୍ୱାସ ଥାଏ ସେ ନିଶ୍ଚୟ ପାଇଥିବ । ସେଇ ବିଶ୍ୱାସରେ କଲ୍ କଲି ଖୁସିରେ ସାମିଲ ହେବାକୁ । ଫୋନ୍ ସେ ରିସିଭ୍ କଲା ସତ ହେଲେ ଭୋ ଭୋ ହେଇ କାନ୍ଦି ଚାଲିଥାଏ । ସେ ଯେ ଅକୃତକାର୍ଯ୍ଯ ହୋଇଛି ବୁଝିବା ବାକି ନଥାଏ ମୋର । କଣ ବୁଝେଇବି, କଣ କହି ସାନ୍ତ୍ୱନା ଦେବି । ସାମ୍ନାରୁ ଉପଦେଶ ଦେବା ସହଜ ନିଶ୍ଚୟ, କିନ୍ତୁ କଠିନ ପରିଶ୍ରମ ପରେ ପରାଜୟର ଗ୍ଲାନି ସାମ୍ନା କରିବା କଷ୍ଟ ଜଣେ ଅନୁଭବୀ ହିଁ ବୁଝେ ।


ତା ପରଦିନରୁ ମୁଁ ସବୁ ଦିନ ତାକୁ ଫୋନ୍ କରେ, ବୁଝାଏ । ଦିନେ କଥା ନହେଲେ ମତେ ଭଲ ଲାଗେନି । ୟା ଭିତରେ ସେ ବି ପ୍ରକୃତିସ୍ଥ ହୋଇସାରିଥାଏ । ଏବେ ମୁଁ କଲ୍ ନ କଲେ ବି ସେ ପଟୁ କଲ୍ ଆସିଯାଏ । ମୁଁ କାଇଁ କଲ୍ କରିନି ବୋଲି କୈଫିୟତ୍ ମାଗେ । ମୋ ସହ କଥା ନ ହେଲେ ତାକୁ ବି ଭଲ ଲାଗୁନଥିଲା ବୋଧେ ।


ଦିନେ ସଂଧ୍ଯାରେ ଫୋନ୍ କଲା । କହିଲା, “ଜାଣିଛ, ମୁଁ ଡାକ୍ତର ହେଇଗଲି।” ଆଶ୍ଚର୍ଯ୍ଯ ସହକାରେ ପଚାରିଲି “କେମିତି?” କହିଲା, “ମଣିଷର ନାଇଁ ମ, ପଶୁ ଡାକ୍ତର ।”


ଓଠରେ ଚେନାଏ ହସ ତାର ।


Rate this content
Log in

Similar oriya story from Romance