STORYMIRROR

Swarup Nayak

Others

2  

Swarup Nayak

Others

ପଖାଳ

ପଖାଳ

1 min
235

ଯଦି କେହି ଓଡିଆ ନିଜ ପ୍ରିୟ ଖାଦ୍ଯ ପଖାଳ ବ୍ୟତିରେକେ ଅନ୍ଯ କିଛି କହୁଛି ଜାତିଦ୍ରୋହ ଅପରାଧରେ ଗିରଫ କରାଯାଉ ତାକୁ । ରସଗୋଲାକୁ ନେଇ ଯୁକ୍ତିତର୍କ ଚାଲିଛି ଠିକ୍ ଅଛି, ପଖାଳ କଂସାକୁ ଯଦି କେହି ନିଜର କହି ଜି.ଆଇ. ଟ୍ଯାଗ୍ ମାଗିଲା ଆଖି ତାଡିଦବୁ ତାର, ଗେଲ ନାଗିଚି ନା କ’ଣ ?

ଉପରୋକ୍ତ ଉପକ୍ରମ ପରେ ମୋର ପ୍ରିୟ ଖାଦ୍ୟ କ’ଣ ବୋଲି ଦୋହରେଇବା ଅନାବଶ୍ୟକ । ପଖାଳ କେତେ ଥର ଜୀବନରେ ଖାଇଛି ତାକୁ ଯଦି ବୀଜଗଣିତର ‘ଏକ୍ସ’ ବୋଲି ଧରାଯାଏ ସେ ‘ଏକ୍ସ’ ର ମାନ ନିର୍ଦ୍ଧାରଣ କରିବା କୌଣସି ସମୀକରଣ ପରିସୀମା ବହିର୍ଭୂତ । ହେଲେ ଏ ପଖାଳ ଖିଆ ସ୍ମୃତି ଅଦ୍ୟାବଧି ଅକ୍ଷୟ ।

ଦିଲ୍ଲୀରେ ଚାକିରୀ କରିବା ବେଳେ ପ୍ରାୟ ନଅ ମାସ ଯାଏ ଘରକୁ ଆସିନଥାଏ । ପେଟ ପଖାଳ ବିହୂନେ ବିରହ ପ୍ରେମିକ ସମ ହତାଶିଆ ହୋଇ ସାରିଥାଏ । ସେମିତିରେ ମୁଁ ଯେ ଦିଲ୍ଲୀରେ ପଖାଳ ଖାଇନି ତା ନୁହେଁ । ହେଲେ ଗରମ ଭାତରେ ପାଣି ପୁରେଇ ତାକୁ ପଖାଳ ହିସାବରେ ଖାଇବା ବେଳେ ଦଶମ ଶ୍ରେଣୀ ସାହିତ୍ୟ ବହିର ସେ ଧାଡି ମନେପଡେ “ଦେହେ ମନ୍ଦାକିନୀ ରଜ ଲଗାଇ, ଗ୍ରାମ ଶୁକରୀ କି ହୋଇବ ଗାଇ ।”

ଦିଲ୍ଲୀ ବିମାନବନ୍ଦରରୁ ଭୂବନେଶ୍ୱର, ଭୂବନେଶ୍ୱରରୁ ଜାରକା ଯିବା ରାସ୍ତାରେ ପଖାଳ କଂସା ଦିଶୁଥାଏ ଯାହା । ଆଗୁଆ ମା’ କୁ ବରାଦ ଦିଆ ସରିଥିଲା ପଖାଳ ସଂଗେ ଆନୁସଂଗିକରେ କେଉଁ ମାନେ ସ୍ଥାନ ପାଇବେ । ଏଥିରେ ବଡିଚୁରା, ମାଛଭଜା, ସଜନା ଛୁଇଁ, ପିଆଜ ପ୍ରତିଦ୍ୱନ୍ଦୀ ଆଳୁଭଜା, କଲରା ଚିପ୍ସ, କାକୁଡି କୁ ମାତ୍ ଦେଇ ନିଜ ସ୍ଥାନ ହାସଲ କରିନେଇଥାନ୍ତି । କଂସାଏ ପଖାଳ ଦାବିଦେଇ ବଡ ହାକୁଡିଟେ ମାରିଲି, ପାଖାପାଖି ନଅ ମାସ ପରେ ।


Rate this content
Log in