STORYMIRROR

Swarup Nayak

Others

3  

Swarup Nayak

Others

ଦହିବରା

ଦହିବରା

1 min
493

ସରିତ୍ ସହ ସେଦିନ ଭୂବନେଶ୍ୱର ସିଆରପି ଛକରେ ସକାଳୁ ସକାଳୁ ଦହିବରା ଖିଆ ଚାଲିଥାଏ । କଟିକିଆ କହନ୍ତି ଭୂବନେଶ୍ୱର ଦହିବରାରେ କୁଆଡେ କଟକର ସୁଆଦ ନଥାଏ । ନଥାଉ, ଦହିବରା ଖାଇବାକୁ ତ ଭୂବନେଶ୍ୱରରୁ କଟକ ତ ଆସିବୁନି ନା । ଯେ ଦେଶେ ଯେ ଫଳ ମିଳିଲା..


ସରିତ୍ ମୋ ଠାରୁ ପ୍ରାୟ ତିନି ବର୍ଷ ବଡ । ହେଲେ ଆମେ ଦୁଇ ଜଣ ଷ୍ଟେଟ୍ ବ୍ୟାଙ୍କ ରେ ଗୋଟେ ବ୍ଯାଚ୍ ର ପ୍ରୋବେସନର । ସେଥିପାଇଁ ଆମର ତୁ ତା ବେ ବା ରେ କଥାବାର୍ତାରେ ଚାଲେ । ସେମିତିରେ ଆମର ଜୀବନରେ ଅନେକ ସମାନତା । ଉଭୟ ଇଂଜିନିୟର, ଉଭୟଙ୍କର ସମାନ ସଫ୍ଟୱର୍ କମ୍ପାନୀରେ ଆଗରୁ କାମ କରିବାର ଅଭିଜ୍ଞତା ଅଛି ଯଦିଓ ପରସ୍ପରକୁ ଆମେ ଆଗରୁ କେବେ ଭେଟିନଥିଲୁ ।


ଦହିବରା ଖାଉ ଖାଉ ସରିତ୍ କୁ ପଚାରିଲି, “ଆଚ୍ଛା ଆମେ ଇଂଜିନିୟରିଂ କଲେ, ତୁ ବାଙ୍ଗାଲୋରରେ ମୁଁ ଦିଲ୍ଲୀରେ ମଲ୍ଟିନ୍ଯାସନାଲ କମ୍ପାନୀରେ ପଇସା ବି କମଉଥିଲେ । ହଠାତ୍ ବ୍ୟାଙ୍କ ଆଡେ ଚାଲିଆସିଲେ । ଏବେ ତ ଠିକ୍ ଅଛେ, ହେଲେ ଦଶ ପନ୍ଦର ବର୍ଷ ପରେ ଯେତେବେଳେ ଆମ ସାଙ୍ଗ ମାନେ ଆମେରିକା, ଇଂଲଣ୍ଡ, ଡେନମାର୍କ, କାନାଡା ଯାଇ ଡଲାର, ୟୁରୋରେ ପଇସା ଛାଣୁଥିବେ ଆଉ ଆମେ କଳାହାଣ୍ଡି, ମାଲକାନଗିରି କି ଅଗରତାଲା, ଆଣ୍ଡାମାନରେ ବୁଲୁଥିବା କଷ୍ଟ ହବନି ତ ।”


ହସିଲା ସରିତ୍, କହିଲା “ସାପ, ବେଙ୍ଗ କି ଜିଆ ଖାଇ ପଇସା କମେଇଥାନ୍ତୁ ଏଠି ସକାଳେ ଦହିବରା, ଖରାବେଳେ ପଖାଳ ବାଡେଇ ଦେଇ ପଇସା ମିଳୁଛି ସେଥିରେ ବି ବାଧୁଛି ତତେ ।”


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

More oriya story from Swarup Nayak

ବିଦ୍ଯାଳୟ

ବିଦ୍ଯାଳୟ

1 min വായിക്കുക

ଚାକର

ଚାକର

1 min വായിക്കുക

ପଖାଳ

ପଖାଳ

1 min വായിക്കുക

ଚୁପ୍

ଚୁପ୍

2 mins വായിക്കുക

ମଧୁ ଦିଦି

ମଧୁ ଦିଦି

2 mins വായിക്കുക

ସହଯୋଗ

ସହଯୋଗ

2 mins വായിക്കുക

ଦହିବରା

ଦହିବରା

1 min വായിക്കുക

ହସ

ହସ

1 min വായിക്കുക