Swarup Nayak

Abstract

2  

Swarup Nayak

Abstract

ଚାକର

ଚାକର

1 min
458


କଲେଜ ଫାଟକ ଡେଇଁ ଜୀବନର ଏ ପାଖକୁ ଚାଲି ଆସିବା ପରେ ସ୍ୱାଧୀନତାରେ ପୂର୍ଣ୍ଣଚ୍ଛେଦର କ୍ରୁର ପ୍ରମାଣ ଚାକିରୀ ଜୀବନ । ମୋ ଜୀବନରେ କଲେଜ ସରିବାର ମାତ୍ର ଛଅ ମାସ ଭିତରେ ସ୍ୱାଧୀନତା ସରିଯାଇଥିଲା । କମ୍ପୁଟର ସାଇନ୍ସରେ ଇଂଜିନିୟରିଂ ସାରିବା ପରେ ସଫ୍ଟୱର ଇଂଜିନିୟର ଭାବରେ ହାଇଦ୍ରାବାଦ୍ ରେ ଜଏନ୍ କରିଥାଏ, ୨୦୧୫ ଜାନୁଆରୀ ମାସରେ । ସେ ଗୋଟେ ବର୍ଷ ଜୀବନର ଘଟଣାମୟ ବର୍ଷ ।


ହାଇଦ୍ରାବାଦ୍ ରେ ତିନି ମାସର ଟ୍ରେନିଂ ପରେ ଭୂବନେଶ୍ୱର ରେ ପୋଷ୍ଟିଂ ହେଲା । ନିଜ ଜାଗାରେ ପୋଷ୍ଟିଂ ଥିବାରୁ ଖୁସି ବି ବହୁତ ଲାଗୁଥିଲା । ଘରକୁ ପ୍ରତି ସପ୍ତାହରେ ଯାଇହବ । ଭୂବନେଶ୍ୱର ରେ ଜଏନ୍ କରୁ କରୁ ଜଣେଇଦେଲେ ଯେ ଏଠି ଏବୋ ଫ୍ରେଶର ପିଲାଂକ ପାଇଁ ପ୍ରୋଜେକ୍ଟ ନାହିଁ ତୁମକୁ ଦିଲ୍ଲୀ ଯିବାକୁ ହେବ । କାନ ମୁଣ୍ଡା ଆଉଁସି ଯିବାକୁ ପଡିଲା । ଚାକିରି ତ କରିଛି, ଚାକରର ପୁଣି ମନ ଗୋଟାଏ କଣ । ମାଲିକ ଯାହା କହିବେ କରିବାକୁ ପଡିବ । ସେ ନ୍ଯାୟରେ ଦିଲ୍ଲୀ ଗଲି ।


ସେଇ ବର୍ଷ ଷ୍ଟେଟ୍ ବ୍ଯାଂକ୍ ପିଓ ପରୀକ୍ଷାରେ କୃତକାର୍ଯ୍ଯ ବି ହେଲି । ଜଏନିଂଗ୍ ଚିଠିରେ ଭୂବନେଶ୍ୱର ସର୍କଲ ଲେଖା ହୋଇଥାଏ । ମାନେ ପୋଷ୍ଟିଂ ଓଡିଶାରେ କୋଉଠି ହବ । ହେଲେ ବି ମନରେ ଡର ଥାଏ । ଯଦି ଏଠି ବି ଠେଲିଦେବେ ଦିଲ୍ଲୀ କି ଆଉ କୋଉଠିକି । ସେ ଯା ହଉ ଏଥର ସେମିତି କିଛି ହେଲାନି । ସମ୍ବଲପୁରରେ ପୋଷ୍ଟିଂ ହେଲା ।


ୟା ଭିତରେ ଚାକର ହବାର ପାଖାପାଖି ପାଂଚ ବର୍ଷ ବିତିଗଲାଣି । ଅଭିଜ୍ଞ ଚାକର ଏବେ ମୁଁ ।


Rate this content
Log in

Similar oriya story from Abstract