STORYMIRROR

Swarup Nayak

Others

2  

Swarup Nayak

Others

ବିଦ୍ଯାଳୟ

ବିଦ୍ଯାଳୟ

1 min
335


ବିଦ୍ଯାଳୟର ପ୍ରଥମ ଦିନର ସ୍ମୃତି ଯଦି କାହା ମନରେ ଗୋଟି ଗୋଟି ହେଇ ସଜା ହୋଇ ରହଛି ବୋଲି ଯଦି କେହି କହୁଛି ସେ ନିଶ୍ଚୟ ବିବେକାନନ୍ଦଙ୍କ ଅବତାର ନଚେତ୍ ମିଛୁଆ । ମୋ ମନରେ ବି ସେମିତି ଗୋଟି ଗୋଟି ହୋଇ ବିଦ୍ଯାଳୟର ପ୍ରଥମ ଦିନର ସ୍ମୃତି ମନେ ନାହିଁ । ବାପା ମା'ଙ୍କ ଠାରୁ ଶୁଣି ଯାହା ଜାଣିଛି ।


ସେତେବେଳେ ମତେ କୁଆଡେ ତିନି ବର୍ଷ ହୋଇଥାଏ, ମାନେ ପାଠ ପଢା ବୟସ ହେଇନଥାଏ । ଆଜିକାଲି ପରିକା ପ୍ଲେ ସ୍କୁଲ ନଥାଏ ନା, ସେଥିଲାଗି ତିନି ବର୍ଷ ସ୍କୁଲ ଯିବା ବୟସରେ ଗଣା ଯାଉନଥିଲା । ଆମ ଘର ସାମ୍ନା ଦେଇ ପିଲା ମାନେ ସବୁ ସ୍କୁଲ ଯା’ନ୍ତି । ମୁଁ ମା କୁ ପଚାରେ କୁଆଡେ ଏମାନେ ଏତେ ଲୋକ ଯାଉଛନ୍ତି । ମା’ କହେ ସ୍କୁଲ୍ । ମୁଁ ଜିଦ୍ କରେ । ମା ମୋର ବୟସ ହେଇନି, ବୟସ ହେଲେ ଯିବୁ କହି ଚୁପ୍ କରେଇଦିଏ ।


ଆମ ପଡିଶା ଘରେ ନାୟକ ଦିଦି ରହୁଥିଲେ । ସେ ହାଇସ୍କୁଲ ରେ ପଢାନ୍ତି । ସେ ଦିନେ ମା’ କୁ କହିଲେ ସେ ଏତେ ଜିଦ୍ କରୁଛି ଯଦି ମୋ ସହ ସ୍କୁଲ୍ ଯାଉ । ମା ବି ରାଜି ହେଇ ତାଙ୍କ ସହ ମତେ ସ୍କୁଲ୍ ପଠେଇଦେଲେ । ଏମିତି ଦେଖିଲେ ମୋ ପ୍ରଥମ ସ୍କୁଲ ହାଇସ୍କୁଲରୁ ଆରମ୍ଭ ହେଇଯାଇଥିଲା, ଯଦିଓ ଖାଲି ବସି ବସି ଘରକୁ ଫେରେ ।


ସେବେଠାରୁ ବଡ ସ୍ୱପ୍ନ ଦେଖିବା ଅଭ୍ଯାସ ପାଲଟିଯାଇଛି ବୋଧେ ।


Rate this content
Log in