ଦୁଃସ୍ୱପ୍ନ
ଦୁଃସ୍ୱପ୍ନ
ପାହାନ୍ତିଆ ସ୍ୱପ୍ନ କଣ ସତ ହୁଏ ପରା । ଏ ସ୍ୱପ୍ନ ବି ତ ପାହାନ୍ତିଆ ଦେଖିଥିଲି, ଯଦି ସତ ହେଇଯାଏ । ଲୋମ ଗୁଡାକ ଏବେ ବି ଠିଆ ହେଇଯାଉଛି । ମୋ ସ୍ୱପ୍ନ ମାନେ ବି ଭାରି ଅବାଗିଆ । ହାଇସ୍କୁଲ ସାଂଗ, କଲେଜ କୋଠା, ଅଫିସର ଝିଅ ଏ ସବୁ ଏକାଠି । ଏମିତି କ’ଣ ହୁଏ ? ସମ୍ପୂର୍ଣ୍ଣ ଅବାସ୍ତବ । ହଁ, ଯଦି ବାସ୍ତବିକତା ପାଲଟିଯାଆନ୍ତା ସେ ସ୍ୱପ୍ନର ପରିଚୟ ହରେଇବସନ୍ତା ଯେ ।
ଆମ ଘର, ବାରିପଟେ ବଡ କୂଅ । ସେଠି ଡେଇଁ କେବେ ମୋ ଜେଜେର ଭଉଣୀ ମରିଥିଲା । ତା କୁଆଁରୀ ଆତ୍ମାଟା ସେଇଠି ବୁଲେ । କୂଅ ପାଖ କେହି ମାଡନ୍ତିନି ବା । ସେଦିନ ପାୟଲ ମତେ ଜିଦି ଲଗେଇ ଦେଲା ମୁଁ କାଳେ ଡରୁଆଟା, ରାତିରେ ସେ କୂଅ ପାଖକୁ ଯିବାକୁ ଡରେ, ମାଇଚିଆ
ମୁଁ । ସେମିତିରେ ପାୟଲ ମୋ କଲେଜ ସାଂଗ । ଆମ ଗାଁ କୂଅ ଆଉ ସେ କୂଅରେ ବୁଡି ମରିବା କାହାଣୀ ସହ ତାର କି ସମ୍ପର୍କ ସେ କଥା କଣ ସ୍ୱପ୍ନ ବୁଝୁଛି ?
ସ୍ୱପ୍ନରେ ହଉ ପଛେ ମରଦ ପିଲା ପରା । କୋଉ ଝିଅ ମାଇଚିଆ କହିଦବ ଆଉ ମୁଁ ସହିଯିବି, ନା । ରାତିରେ ଚାଲିଲି କୂଅ ପାଖକୁ । ମୁହଁ ଇସ୍ପାତରେ ହଁ ମାରିଦେଲି ସିନା ସେତେବେଳକୁ ପଛ ସନ୍ନିପାତ । କୂଅ ପାଖରେ ବରଡା ପତ୍ର ଭଳିଆ ଥରୁଥାଏ, ପାଖକୁ ଯାଉ ନ ଥାଏ । ବହୁ ସାହସରେ କୂଅକୁ ପଛ କରି ଠିଆ ହେଲି । ଖସ୍ ଖସ୍ ଶବ୍ଦ ଟିକେ । ଦୌଡି ପଳେଇବି କି ? କେହି ପଛରୁ ଛୁଇଁଲା ଛୁଇଁଲା ଦୌଡ୍ ବେ ।
ଖଟ ଉପରେ ହଠାତ୍ ଚିତ୍କାର କରି ଉଠି ବସିଲି । ଯା ହଉ, ସ୍ୱପ୍ନ ଥିଲା ।