Rabinarayan Senapati

Abstract Inspirational

4  

Rabinarayan Senapati

Abstract Inspirational

ହୃଦୟର ଭାଷା

ହୃଦୟର ଭାଷା

3 mins
263



୧୯୮୯, ଏକ ଆଦ୍ୟ ଶୀତ କାଳର ମଧ୍ୟ ଅପରାହ୍ନ। ଦ୍ବିତଳ ପ୍ରାସାଦର ଉତ୍ତର ପଶ୍ଚିମ କୋଣରେ ଏକ ଖଣ୍ଡିଛାତ ରଖାଯାଇଛି ସମସ୍ତେ ବସାଉଠା କରିବାକୁ। ପିଲାଛୁଆଙ୍କ ସୁରକ୍ଷା ପାଇଁ ଇଟା କାନ୍ଥର ଘେରାଟିଏ ରହିଛି। ସେଇଠି ଗୋଟିଏ ଛୋଟିଆ ପାଣି କୁଣ୍ଡ ହୋଇଛି। ସନ୍ନିକଟରେ ଅଛି ଆମ୍ବ ଗଛଟିଏ ତା'ର ଯୁବାବସ୍ଥାରେ, ଛାତକୁ ଟପି କେଇହାତ ଉପରକୁ ବଢ଼ିଛି। ଡାଆଣିଆ ଖରା ପଡିଛି। ଏଇଠୁ ଭଦ୍ରକ କଲେଜ, ବଗିଚା, ଖେଳ ପଡିଆ ଦେଖାଯାଏ, ମଝିରେ କେଇଖଣ୍ଡ ବିଲ। ତାଙ୍କ ଆପଣା କଲେଜ୍। ବୁର୍ଲା ମେଡିକାଲ କଲେଜର ତୃତୀୟ ବର୍ଷର ଛାତ୍ରୀ ଜଣକ ଘରକୁ ଫେରିଛି। ଆମ୍ବଗଛର ଛାଇରେ ଠିଆ ହୋଇ ସେପଟେ ଚାହିଁ ରହିଛି। ସ୍ମୃତି ସବୁ ମନ ମତାଣିଆ। କାନ୍ଥ ଉପରେ ଦେଖିଲା ଛନଛନିଆ ବିଲେଇଟିଏ କନକନ ହୋଇ ତା ଆଡ଼କୁ ଚାହୁଁଛି ଓ ପୁଣି ମୁଁହ ବୁଲାଇ ନେଉଛି। 


ଏହା ତାଙ୍କ ପୋଷା ବିଲେଇ ନୁହେଁ। ଆଗରୁ କେବେ ଦେଖିନଥିଲା। ଏକଥା ଭାବୁଥିଲା ଝିଅଟି, ଏ ଆସିଲା କେଉଁଠୁ? ଯଦି ଆସିଛି ତାହେଲେ ତା'ର ଉଦ୍ଦେଶ୍ୟ କ'ଣ? ସେ ତା ପାଖକୁ ଆସିବାକୁ ଚାହୁଁଛି ନା ଭାବୁଛି ଏ ଝିଅଟିକୁ ଦିନେ ବି ଦେଖିନଥିଲା ଏ ମୋ ଇଲାକାକୁ ଆସି ମୋ ଅଭିସାରରେ ବ୍ୟାଘାତ କରୁଛି କାହିଁକି? ଝିଅଟି ଭାବୁଛି ଏଇଟି ତ ପୋଷା ନୁହେଁ, ତଥାପି ଏ ମୋ ପାଖରେ ଆସି ଗେହ୍ଲା ହୁଅନ୍ତା ନାହିଁ? ମୋ କୋଳରେ ବସନ୍ତା ନାହିଁ। ସମ୍ଭବତଃ ଝିଅଟି ମାଆଟିଏ ମଧ୍ୟ, ସବୁ ଝିଅଙ୍କ ଭଳି। ସେ ଭାବୁଥିଲା ଅଚିହ୍ନା ବିଲେଇଟିକୁ ଆ ପୁଷ୍ ଡାକିଲେ ସେ ଶୁଣିବ କି ନାହିଁ, ହୁଏତ ତରକି ଯିବ। ସେଥିପାଇଁ ସେ କେବଳ ଏକ ଧ୍ୟାନରେ ଲୋଭିଲା ଆଖିରେ ଚାହିଁ ରହିଲା। ବିଲେଇଟି କ'ଣ ଭାବୁଛି ସେ ଜାଣି ପାରୁନଥିଲା ସତ କିନ୍ତୁ ଏତିକି ଜାଣୁଥିଲା କି ବିଲେଇ ଜାଣୁଛି ଏ ଝିଅଟି ତାକୁ ଚାହୁଁଛି। ଆଖିର ଭାଷା ବୁଝିବା ତା ବୟସ ପାଇଁ ଅଜଣା ନୁହେଁ। କିନ୍ତୁ ବିଲେଇ ବାବଦରେ ସେ ସେତିକି ନିଶ୍ଚିତ ନଥିଲା। ସେ ମଧ୍ୟ ବିଲେଇ ଆଖିର ଭାଷା ପଢିପାରୁନଥିଲା।


ବିଲେଇଟି ତା ମନରେ ଏକ ଦୁର୍ବାର ଆକର୍ଷଣ ସୃଷ୍ଟି କରୁଥିଲା। କିନ୍ତୁ ଉପାୟ କ'ଣ। ହଠାତ୍ ତା ମନକୁ ଆସିଲେ ସତ୍ୟସାଇ। ପିଲାବେଳୁ ତାଙ୍କ ପରିବାରଟି ବାବାଙ୍କ ନୀତି ଉପଦେଶରେ ପରିଚାଳିତ। ବାଳ-ବିକାଶ ପାଠ ସେ ସମ୍ପୂର୍ଣ ପଢିଛି। ବାବା କହିଛନ୍ତି ମାନବତା ହେଉଛି ମନୁଷ୍ୟର ଏକ ମାତ୍ର ଧର୍ମ, ହୃଦୟର ଭାଷା ଏକ ମାତ୍ର ଭାଷା।


ବିଜ୍ଞାନର ଛାତ୍ରୀ ସେ। ଜାଣୁଥିଲା ବିଲେଇର ମଧ୍ୟ ହୃଦୟ ଅଛି। ସତରେ କ'ଣ ହୃଦୟର ଭାଷାରେ ତା ସହ ଯୋଗାଯୋଗ ସମ୍ଭବ? ନା ଖାଲି କହିବା କଥା ସିନା, ସତକୁ କ'ଣ ସେମିତି ହୁଏ!


ଆଜି ତାହେଲେ ଏକ ଗବେଷଣା ହୋଇଯାଉ। ସେ ସେଇଠି ଧୀରେ ବସି ପଡିଲା। ଏକ ଧ୍ୟାନରେ ବିଲେଇ ଆଡ଼କୁ ଅନାଇ ଅତ୍ୟନ୍ତ ଆନ୍ତରିକତା ସହ ଇଛାକଲା ହେ ଈଶ୍ବର ହେ ସତ୍ୟସାଇ, ବିଲେଇର ହୃଦୟ ସହ ମୋ ହୃଦୟକୁ ଯୋଗାଯୋଗ କରାଇ ଦିଅ। 


ତା'ର ମନେ ହେଲା ବିଲେଇଟି ଏବେ ଚଞ୍ଚଳ ହେଉଛି। କେବେ ତାକୁ ଚାହୁଁଛି ଓ କେବେ ମୁହଁ ସେପଟକୁ କରୁଛି। ବେଗରେ କାନ୍ଥ ଉପରେ ଚାଲୁଛି। ପଡ଼ି ଯିବନି ତ? ସେ ଜାଣିଛି ବିଲେଇ କେମିତି ପଡିଗଲେ ବି ନିଜର ଭାରସାମ୍ୟ ରଖିପାରିବ ଓ କେବେ ମଧ୍ୟ ମୁଣ୍ଡ ମାଡ ହେଲାଭଳି ପଡ଼ିବ ନାହିଁ। ଏକଥା ତାଙ୍କ ଫିଜଲୋଜି ସାର୍ ପଢାଇଥିଲେ। ବିଜ୍ଞାନର ଛାତ୍ରୀ ହିସାବରେ କାର୍ଯ୍ୟ କାରଣର ସମ୍ବନ୍ଧ ତିଆରି କରୁଛି ହେତୁବାଦୀ ପ୍ରାୟ। ଏପଟେ ବାବାଙ୍କ ଶିକ୍ଷା ଅନୁସାରେ ବିଲେଇ ସହ ହୃଦୟ ଯୋଖୁଛି। ସେଇଟି ମଧ୍ୟ ଅହେତୁକ ହୋଇନପାରେ। ଯାହା ବୁଝି ନହୁଏ ତାହା ଯେ ନଥାଏ ସେମିତି କହି ହେବ ନାହିଁ। ଏଣୁ ସେ ଧ୍ୟାନରେ ବସିଗଲା। ସେପଟେ ବିଲେଇ ସେଇଠୁ ତଳକୁ ଡିଆଁ ମାରି କୁଆଡେ ପଳାଇଲା।


ଝିଅଟିର ମନ ଭାଙ୍ଗିଗଲା। ସେ କିନ୍ତୁ ଭାବୁଥାଏ କେତେ ଦୂରକୁ ଅବା ଯାଇଥିବ, ଆଖିର ଅଡୁହାଳକୁ ଯାଇପାରେ, ଶବ୍ଦ ଶୁଣାଯିବା ଦୂରତାକୁ ଟପି ଯାଇପାରେ କିନ୍ତୁ ହୃଦୟର ଭାଷା ନିଶ୍ଚେ ବହୁ ଦୂରକୁ ପ୍ରଭାବିତ କରିପାରେ ଯଦି ସେମିତି କିଛି ଭାଷା ଅଛି।


ସେ ସେଇଠି ବସିରହି ଏହିକଥା ଭାଳିହେଲା। ତା'ର ମନେ ହେଲା ବିଲେଇଟି ଆସନ୍ତା ନାହିଁ!


ଦୁଇ ଚାରି ମିନିଟ ଗତ ହେଲା। ସେ ଧୃବ କି ପ୍ରହ୍ଲାଦ ନୁହେଁ। ତଥାପି ସେ ଉଠିଲା ନାହିଁ। 


ହଠାତ୍ ପୁଣି ବିଲେଇଟି ସେହି କଣରେ ଆବିର୍ଭୁତ ହେଲା ଯେଉଁଠି ସେ ଆଜି ପ୍ରଥମେ ତାକୁ ଦେଖିଥିଲା। କିଛି ସମୟ କନକନ ହୋଇ କାନ୍ଥରୁ ତଳକୁ ଓହ୍ଲାଇଲା। ସେ ଭାବୁଥିଲା ତା ଗବେଷଣା ସଫଳ ହେବ ଯଦି ବିଲେଇଟି ତା କୋଳରେ ଆସି ବସିବ। 


ବିଲେଇ ଆସିଲା। ତା ଚାରିଆଡେ ଘେରା ମାରିଲା, ପରେ ତାକୁ ଛୁଇଁଲା।


ସେ ଭାବିଲା, ଏତିକି ଯଥେଷ୍ଟ ନୁହେଁ କୋଳରେ ବସେଇଲେ ଯାଇ ସେ ବିଶ୍ବାସ କରିବ ଯେ, ହଁ ହୃଦୟର ଭାଷା ସବୁ ପ୍ରାଣୀ ବୁଝିପାରନ୍ତି। ସେ ଏକ ପ୍ରକାର ବ୍ୟାକୁଳ ହେଉଥିଲା।


ବିଲେଇଟି ତା ଡ୍ରେସକୁ ନଖରେ ଟାଣିଲା। 

- ଏତିକି ବି ନୁହେଁ। 


ଶେଷରେ ସେ ଅଚିହ୍ନା ବିଲେଇ ସନ୍ତର୍ପଣରେ ଚଢି ତା କୋଳରେ ଯାଇ ବସିଲା। ଆହା ଏ ତ ହୃଦୟର ଭାଷା!


Rate this content
Log in

Similar oriya story from Abstract