STORYMIRROR

Gitanjali Pujapanda

Abstract Classics Others

3  

Gitanjali Pujapanda

Abstract Classics Others

ହୃଦୟ ଭରା ମତୁଆଲା ପବନ

ହୃଦୟ ଭରା ମତୁଆଲା ପବନ

3 mins
189

  

 ହୃଦୟଭରା ମତୁଆଲା ପବନ ଟିକକ ପାଇଁ ଆଜି ଶଶାଙ୍କ ଆଉ ପ୍ରିୟା ମଧ୍ୟରେ ଏକପ୍ରକାର ମନୋମାଳିନ୍ୟ l ପ୍ରିୟା,ଯେ ପବନ ପରି ଚଞ୍ଚଳ ଗୁଡ଼ି ପରି ଉଡିଯିବାକୁ ତାର ମନ ।  ଆଜି ସେ ବନ୍ଦୀ । ଶଶାଙ୍କଙ୍କୁ ବାହା ହେଇ ସକାଳୁ ସଞ୍ଜ, ସଞ୍ଜରୁ ରାତି ଆଉ ରାତିରୁ ପୁଣି ସକାଳ ଘୋରଣା ଘୋରି ହେଇଯାଉଛି ସେ । ଏକଦମ ଫୁଲ୍ ସମୟ କାମ ଶାଶୂଘରେ ତାର। ହେଲେ ଶଶାଙ୍କ କେବେ ବି ତାର ହୃଦୟ କଥା ବୁଝିନଥିଲେ, ଯାହା ଟିକେ କାମରେ ସେ ସାହାଯ୍ୟ କରୁଥିଲେ ନୂଆ ନୂଆ ବାହା ହେଇ ଆସିଲା ବେଳେ। ହେଲେ ଏବେ କଣ ଭାବୁଛନ୍ତି କେଜାଣି ପ୍ରିୟାକୁ ସେ କହୁଛନ୍ତି ତମକୁ ତ ସବୁ କାମ ନିଅଣ୍ଟ ଆଉ ମୁଁ କଣ ସହାୟତା କରିବି !!ଏ କଥାଟି ଶୁଣିବାକୁ ପ୍ରିୟାକୁ ବହୁତ ଭଲ ଲାଗେ, ହେଲେ ସେ ଜାଣିପାରେ ଶଶାଙ୍କଙ୍କର ଚାଲାକ କରି କଥା କହିବାର ତାରିକା ବିରକ୍ତ ହୋଇ ମୁହଁଟିକୁ ମୋଡି ଚାଲିଯାଏ |

ବେଳେ ବେଳେ ଝରକା ଆଢୁଆଳେ ଦାଣ୍ଡକୁ ଚାହିଁଲେ, ସେ ପୁରୁଣା କଲେଜ ଦିନ କଥା ମନେପଡେ ତାର ।ସେ ଚାଟ ଖାଇବା , ସମୁଦ୍ର ବାଲିରେ ଦେଉଳ ତୋଳିବା, କଲେଜ କ୍ୟାଣ୍ଟିନରେ ଅନ୍ତାକ୍ଷରୀ, ଆଉ cycle racing । ଏଇଟା ତାର ପୁରା ସଉକ ଥିଲା । କି ମଜ଼ା ମୁକ୍ତ ଆକାଶର ବିହଙ୍ଗ ପରି ଏଣେ ତେଣେ ବୁଲିବା । ନା ଦାୟିତ୍ୱ ନା କିଛି ଚିନ୍ତା। କେତେ ମନଖୋଲା ମଜ଼ା କରୁଥିଲା ସେ । ହେଲେ ଏବେ ସେ ଗୁଡିକ ଭାବିଲେ କାହିଁକି ଭାରି ଦୁଃଖ ଲାଗେ ତାକୁ । ସେ ଏତେ ବଡ ହେଉଥିଲା କାହିଁକି କେଜାଣି?? ଟିକେ ହୃଦୟ ମନ ଖୋଲା ମତୁଆଲା ପବନ ପାଇଁ ଆଜି ଏତେ ଅପେକ୍ଷା । କେବେ ସେ ଦିନ ଆସିବ କେଜାଣି ପୁଣି ଜୀବନରେ । ସେ ରଙ୍ଗ ଆସିବ ଫେରି ହେଲେ କେତେବେଳେ, ସେ କଥା ଭାବୁ ଭାବୁ ଶାଶୁଙ୍କର ଡାକ ଶୁଭିଲା, ଆଲୋ ମାଆ ପ୍ରିୟା, ତୋ ଶ୍ୱଶୁରଙ୍କର ଚାଆ ପିଇବା ବେଳ ହେଇଗଲାଣି। ଶ୍ୱଶୁର ପ୍ରାୟ ଦୁଇ ବର୍ଷ ହେଲା ଶଯ୍ୟାଶାୟୀ । ତାଙ୍କର ସବୁ କାମ ଶାଶୁ ଆଉ ପ୍ରିୟା ମିଶିକି କରନ୍ତି । ଶାଶୁ ବି ତାର ଡ଼ାଏବେଟିସ ପେସେଣ୍ଟ । ବାହାଘରକୁ ବାର ବର୍ଷ ହେଇଯିବ । ଦିଟା ଛୁଆ ବଡ ଛଅ ବର୍ଷ, ସାନକୁ ଚାରି ବର୍ଷ । ଦୁଇଟିଯାକ ପୁଅ । ସାନ ଭାରି ଦୁଷ୍ଟ । କାହା କଥା ମାନେନି। ତାରି ପାଇଁ ସେ ବେଶୀ କଲବଲ। ଶ୍ୱଶୁର ଶାଶୁଙ୍କର ସେ ସାନ ବୋହୁ। ବଡ ପୁଅ ବୋହୁ ରୁହନ୍ତି ଦିଲ୍ଲୀରେ। ଦେଢ଼ଶୂର ତାର ଦିଲ୍ଲୀରେ ସର୍ଭିସ କରନ୍ତି। ତେଣୁ ସେ ପରିବାର ନେଇ ଦିଲ୍ଲୀରେ। ଶାଶୁ ଘରେ ମଣିଷ ବୋଲି ଶାଶୁ, ରୋଗୀଣା ଶ୍ୱଶୁର,ସେ, ଶଶାଙ୍କ ଆଉ ତାର ଦୁଇଟି ପିଲା। ସକାଳୁ ସଞ୍ଜ ଯାଏ ରୋଷେଇ। ଘରେ କାହା ପାଇଁ କେତେ ପ୍ରକାର ଫରମାଇସ। ଶାଶୁଙ୍କୁ ଭାକୁର ଝୋଳ ଭାରି ପସନ୍ଦ ଯାହାକି ତାକୁ ଭଲ ଲାଗେନି। ଶଶାଙ୍କଙ୍କର ସକାଳୁ ଅଫ ଡାଉନ ପୁରୀରୁ ଭୁବନେଶ୍ୱର। ପୁଣି ସକାଳୁ ଆଠଟାରେ ପିଲାମାନଙ୍କୁ ସ୍କୁଲ ଛାଡି ବାଟରୁ ଯାହା ପରିବା ମିଳେ ତାକୁ ନେଇ ଆସେ ପ୍ରିୟା। ଘରେ ପହଞ୍ଚୁ ପହଞ୍ଚୁ ଶ୍ୱଶୁରଙ୍କର ସେବା, ରୋଷେଇବାସ, ପିଲା କାମ ଓଃ !!!ପ୍ରିୟା ଏକପ୍ରକାର ଚକିରେ ପେଷି ହେଇଗଲେଣି। ତେଣୁ ଶଶାଙ୍କଙ୍କର ଛୋଟ ଛୋଟ କଥାରେ ସେ ବିରକ୍ତ ପ୍ରକାଶ କରେ । 

ଶଶାଙ୍କ ବି ପ୍ରିୟାକୁ ବୁଝିଛନ୍ତି। ସେ ଜାଣିଛନ୍ତି ପ୍ରିୟାର ଟିକେ ମେଣ୍ଟାଲ ଫ୍ରେଶ ନିହାତି ଭାବେ ଦରକାର ।ଆଗକୁ ତାର ଜନ୍ମଦିନ ଅଛି। ତା ପାଇଁ ସ୍ପେସିଆଲ ଗିଫ୍ଟଟେ ଦେବେ। ହେଲେ ଆଜି ପର୍ଯ୍ୟନ୍ତ ସେ ପାଟି ଖୋଲି ତାର କିଛି ବି ମାଗିନି। ପଚାରିଲେ କୁହେ କିଛି ଦରକାର ନାହିଁ ତାର। ହେଲେ ଶଶାଙ୍କ ଜାଣିଛନ୍ତି ତାର କଣ ଦରକାର। ଖାଲି ହୃଦୟ ଭରା ଖୋଲା ପବନ ଯାହାକି ତା ଭିତରେ ନିଜକୁ ସେ ଖୋଜି ପାଇବ, ଆଉ ଗୋଟେ ମୁହୂର୍ତ୍ତ ଯାହା ଉପରେ ସମ୍ପୂର୍ଣ୍ଣ ତାର ଅଧିକାର ଥିବ। ଅଫିସ ବାଟରୁ ଦୁଇଟି ଫିଲ୍ମ ଟିକେଟ ନେଇ ଆସିଥିଲେ, ଭାବିଲେ ଆଜି ପ୍ରିୟାକୁ ନେଇ ଫିଲ୍ମ ଯିବେ, ରେଷ୍ଟୁରାଣ୍ଟରେ ଖାଇବେ,ସମସ୍ତେ ବହୁତ ମଜା କରିବେ, ଏଇଟା ବୋଧହୁଏ ତା ପାଇଁ ବହୁତ ଭଲ ଜନ୍ମଦିନ ଗିଫ୍ଟ ହେବ । 


          



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract