Lipsa Acharya

Abstract Children Stories

4.6  

Lipsa Acharya

Abstract Children Stories

ହୋଲିରେ ମୁତ୍ଯୃର ଅବିର

ହୋଲିରେ ମୁତ୍ଯୃର ଅବିର

3 mins
219


ଆଜି ହୋଲି। ସ୍କୁଲ୍ ଚ୍ଥୁଟି । ଧାରା ମନ ବହୁତ ଖୁସି। ସବୁଦିନ ପରି ଆଜି ସକାଳୁ ଉଠି ସ୍କୁଲ୍ ଯିବା ପାଇଁ ପ୍ରସ୍ତୁତ ହେବାକୁ ପଡିବ ନାହିଁ । ଆଜି ଟିକିଏ ବିଳମ୍ବ ରେ ଉଠିବ। ମା' ଧାରା ଉଠେ ସକାଳ ୮ ଟା ହେଲାଣି ବୋଲି ଚିଲେଇ ସାରିଲେଣି। ବାବାଥିଲେ ଘରେ ପାଟି କରିଥାନ୍ତେ। ସେ ବଜାର ଯାଇଚ୍ଥନ୍ତି । ସହଜ ଆଜି ହୋଲି। ସାଙ୍ଗ କେହି ଦେଖା ହେଲେ ରଙ୍ଗ ବୋଳା ବୋଳି ହେଇ ମୁହଁ କୁ ବିଚିତ୍ର କରି ଫେରିବେ। 


ନିଦ ଭାଙ୍ଗି ଯାଇଥିଲେ ବି ଧାରା ଖଟ ଉପରେ ଚାଦରରେ ମୁହଁ କୁ ଘୋଡାଇ ସେମିତି ପଡି ରହିଚ୍ଥି । କଣ ହେଲା କେଜାଣି ହଠାତ୍ ଧାରା ଧଡପଡ୍ ହେଇ ଉଠି ରୋଷେଇ ଘରକୁ ଦୌଡି ଗଲା। ମା' ଭିତରକୁ ଆସିବାକୁ ମନା କଲେ। ଦୋଳ ପୂର୍ଣ୍ଣିମା ଠାରୁ ଠାକୁର ଘରେ ରାଧାଗୋବିନ୍ଦ ଦୋଳିରେ ବସିଚ୍ଥନ୍ତି। ସମସ୍ତଙ୍କ ପରି ତାଙ୍କର ରୋଷେଇ ଆଉ ଠାକୁର ଘର ଅଲଗା ନ ଥିଲା। ଗୋଟିଏ ରୁମ୍ ରେ ରୋଷେଇ ଆଉ ଠାକୁର । ଧାରା ମା' କୁ ପଚାରିଲା , " ମା' ଭାଇ କୁଆଡେ ଗଲା।" ମା' ଭାତରୁ ପେଜ ଗାଳୁ ଗାଳୁ କହିଲେ , "ଏବେ ମନେ ପଡିଲା ଆଜି ଭାଇର ଜନ୍ମଦିନ କହି! ସେ ଗାଧେଇ ମନ୍ଦିର ଯାଇଚ୍ଥି ।" ଧାରା ଗୋଡ ଦୁଇଟାକୁ ତଳେ କଚାଡି ଅଭିମାନରେ କହିଲା , "ସେ ମାଙ୍କଡ ମୁହାଁ ମୋତେ ନ ନେଇ ଚାଲିଗଲା।"


ଠିକ୍ ଏହି ସମୟ ରେ ପଚ୍ଥରୁ ଶୁଣାଗଲା , " ମୁଁ ମନ୍ଦିର ଗଲି କହି କିଏ ଗୋଟିଏ ଈର୍ଷା ରେ ଜଳିଗଲା ପରି ଲାଗୁଚ୍ଥି ।"| ଧାରା ବୁଲିପଡି ଦେଖେ ; ତା'ବଡ ଭାଇ ଅବିର ହାତରେ ଭୋଗ ବଦଳରେ ଲାଲ୍ ଫଗୁ ଥିଲା। ସେ ବଡ ବୀରଦର୍ପ ରେ ମାଡି ଆସୁଚ୍ଥି ରାଧା ଆଡକୁ। ଧାରାକୁ ଆଉ ଅବୁଝା ରହିଲା ନାହିଁ । ନିଜକୁ ବଞ୍ଚାଇବାକୁ ଯାଇ ଧାଡା ଦୌଡିଲା ଆଗେ ଆଗେ। ପଚ୍ଥରେ ଅବିର ଦୌଡି ଥାଏ;ହାତରେ ରଙ୍ଗ ଥରି। ଏପଟେ ମା' ପାଟି କରୁଥାନ୍ତି ଦେଖିକି ପଡିଯିବ। ଶାନ୍ତ ଘରଟା ଗୋଟିଏ ରଣଭୂମି ପାଲଟିଗଲା। ଆଉ ଭାରତ ପାକିସ୍ତାନ ଯୁଦ୍ଧ ଲାଗିଲା ପରି ପରିବେଶ ସୃଷ୍ଟି ହେଇଗଲା। ମା' ମଝିରେ ସେମାନଙ୍କ ମଧ୍ଯସ୍ତି। 


ଅବିର ଆଜି ରଙ୍ଗ ବୋଳିବ ମାନେ ବୋଳିବ। ସେ ଧାରାକୁ କୁହିଲା, " ଦେଖିବା କେତେ ସମୟ ପର୍ଯ୍ଯନ୍ତ ରୁମ୍ ରେ ଅଖିଆ ରହିବୁ।" ଅବିର ରୁମ୍ ବାହାରେ ଚୁପ୍ ଚାପ୍ ଚ୍ଥପି ରହିଲା। କୌଣସି ପାଟିତୁଣ୍ଡ ନ ଶୁଣା ଯିବାରୁ ଧାରା କବାଟ ଖୋଲି ମୁହଁ ବାହାର କରି ପ୍ରଥମେ ଏପଟ ସେପଟ ଅନାଇଲା। ଅବିର କେଉଁଠି ନ ଦେଖା ଯିବାରୁ ଖୁସିରେ ରୁମ୍ ବାହାରକୁ ଆସିଲା। ଏହି ସମୟ ରେ ଅବିର ଆସି ପଚ୍ଥପଟୁ ହାତ ଦୁଇଟି ଆଣି ଧାରା ମୁହଁ ରେ ବୋଲି ଦେଲା ରଙ୍ଗ । ଅବିର ହସିଲା ଏକ ବିଜୟର ହସ। ଧାରା କାନ୍ଦି କାନ୍ଦି ଭୂଇଁରେ ଗଡିଗଲା। ମା' ଆସି ଅବିରକୁ ତାଗିତ୍ କଲେ। ଆଉ ବାହାରରୁ ଯାଇ ସାଙ୍ଗ ମାନଙ୍କ ସହିତ ହୋଲି ଖେଳିବାକୁ କହିଲେ। 


ଅବିର ଆଜ୍ଞାକାରୀ ପିଲା ପରି ହସି ହସି ସେଠାରୁ ଯାଉ ଯାଉ କହିଲା, " ମା' ଆଜି ଘରେ ଝିଲାପି, ପୁରୀ, ଆଳୁଦମ୍ କରିଥିବ। ମୁଁ ଆସିଲା ସମୟ ରେ କେକ୍ ନେଇ ଆସିବି। ଆଉ ମୋ ସହିତ ସାଙ୍ଗମାନେ ଆସିବେ। " ମା' କହିଲେ , " ଏ ରହ ରହ । କେକ୍ ନେଇ ଆସିବୁ ମାନେ। ବାବୁ ସାହେବ ହୋଲି ଖେଳି ବାହୁଦା ନଦୀକୁ ( ଗଂଜାମ ଆଉ ଆନ୍ଧ୍ରା ସୀମାରେଖାରେ ଏହି ନଦୀର ଅବସ୍ଥିତି) ଗାଧେଇ ଯିବୁ। ନା ନା ହବ ନାହିଁ । ଘରେ ରହ । ତୋ ବାପା ଆସିଲେ ମୋ ଉପରେ ଚିଡିବେ। ଏହି ସମୟ ରେ ଧାରା ମୁହଁ କୁ ବିକୃତ କରି ଅବିରକୁ ଚିଡାଉଥାଏ ମା' ପଚ୍ଥପଟେ ରହି । 


ଅବିର ମା'କୁ ବୁଝାଇ କୁହେ , ମୁଁ ଏକା ଯିବି ନାହିଁ ମ। ସାଙ୍ଗ ମାନେ ସବୁ ଯିବେ। ମା' ମୁଁ ବଡ ହେଲିଣି କଲେଜ ଗଲିଣି, ଆଉ କଣ ଧାରା ପରି ସ୍କୁଲ୍ ଯାଉଚ୍ଥି କି। ଗାଧେଇବାକୁ ଯିବୁ। ଆସିଯିବୁ। ଏବର୍ଷ ଲଘୁଚାର ଲଗାଣ ବର୍ଷା ଯୋଗୁଁ ପାଣିଅଚ୍ଥି। ନ ହେଲେ କଣ ଏ ଖରସୁଆ ନଦୀରେ ପାଣିରୁହେ କି। 


ଅବିର ମା' ରାଜି କରାଇ ସାଙ୍ଗ ମାନଙ୍କ ସହିତ ହୋଲି ଖେଳିବାକୁ ଚାଲିଗଲା। ଆସ୍ତେ ଆସ୍ତେ ନିଦ ବଡି ସୂର୍ଯ୍ଯ ମୁଣ୍ଡ ଉପଗକୁ ଆସିଲେ। ଅବିର ଦେଖା ନାହିଁ । ଧାରା ଗାଧେଇ ପୁରୀ ବେଲିବାରେ ଲାଗିଚ୍ଥି । ମନେ ମନେ ଅବିରକୁ ଗାଳି କରୁଥାଏ। ନିଜେ ତ ଚାଲିଗଲା ହୋଲି ଖେଳି ମୋତେ ଚ୍ଥାଡିଗଲା ପୁରୀ ବେଲିବାକୁ। କଣ ନା ମାଙ୍କଡ ମୁହାଁର ଜନ୍ମଦିନ ପାର୍ଟି ହବ। ଏତେ ପରେ ବି ଧାରା ମନେ ମନେ ବ୍ଯସ୍ତ ହଉଥାଏ। ଏତେ ସମୟ ହେଲାଣି ଗଲା କୁଆଡେ। 


ଏହି ସମୟ ରେ ପଡିଶା ଘର କାକା ଆସି ଦାଣ୍ଡଦୁଆରେ ଭାଇ, ଭାଉଜ ଶୀଘ୍ର ଆସ କହି ପାଟିଗଲେ । ବାପା ମା ଙ୍କ ସହିତ ଧାରା ବି ଦୌଡିଲା ଦାଣ୍ଡକୁ। ଲଥ୍ କରି ବସି ପଡିଲା ଦୁଆର ମୁହଁ ରେ। ଅବିରର ପ୍ରାଣହୀନ ଶରୀରକୁ ଦେଖି। ଅବିର ମୁହଁ ରେ ନାଲୀ, ସବୁଜ, ହଳଦିଆ ରଙ୍ଗ ସହିତ ଅଳତା ରଙ୍ଗର ଅଭୁତ ମିଶ୍ରଣ ଲାଗିଚ୍ଥି। ବାପା, ବୋଉ ଙ୍କ ଚିତ୍କାର ଧାରାକୁ ଶୁଣା ଯାଉ ନ ଥିଲା। ତାଙ୍କୁ କେବଳ ଅବିର ମୁହଁ ର ଅଭୁତରଙ୍ଗ ମିଶା ମାଙ୍କଡ ମୁହାଁ ମୁହଁ ରେ ଲାଗିଥିବା ଶେଷ ବିଜୟର ହସ ଚିହ୍ନ ଦେଖା ଯାଉଥିଲା। ଘର ଭିତରୁ ବାସୁଥିଲା ପୁରୀ, ଆଳୁଦମ୍, ଝିଲାପି ର ସଦ୍ଯରନ୍ଧା ମହ ମହ ବାସ୍ନା । 


Rate this content
Log in

Similar oriya story from Abstract