ହୋଲି
ହୋଲି


ଆଜି ବି ହୋଲି....
ଦଶ ବର୍ଷ ବିଦେଶରେ ରହିବା ପରେ ଗାଁର ହୋଲି ମଉଜକୁ ମୁଁ ଯେମିତି ଝୁରି ହେଉଥିଲି । ମନ ଖୁସିରେ ଭରିଗଲା , ହୋଲି ଆଜି ଜମିବ ।
ତମ ଘର ଆଗରେ ଯାଉ ଯାଉ ମନେ ପଡିଗଲ ତୁମେ ।
ହଁ ମୁଁ ପ୍ରତୀକ୍ଷା କରିଥାଏ ଏହି ଦିନକୁ । ସଭିଏଁ ଭାବନ୍ତି ମୁଁ ରଙ୍ଗ ଖେଳେ ସମସ୍ତଙ୍କ ପାଇଁ । କିନ୍ତୁ ମୁଁ ଏକା ଜାଣେ ମୁଁ ରଙ୍ଗ ହୋଲି ଖେଳେ କେବଳ ତମ ପାଇଁ ।
ହଁ ତମର ନରମ ଦୁଇ ଗାଲ ଛୁଇଁ ବାକୁ ଏଇ ଗୋଟେ ଦିନ ତ ସୁଯୋଗ । ନହେଲେ ତୁମ ଗାଲ କିଏ ନା ମୋ ହାତ କିଏ ?
ତମ ଗାଲରେ ମୋ ହାତ ସ୍ପର୍ଶ ତମକୁ ବି ବୋଧେ ଭଲ ଲାଗେ । ନହେଲେ ଏତେ ଦିନ ପରେ ତମେ ହଠାତ୍ ତମ ଘର ଦାଣ୍ଡ କବାଟ ଖୋଲି ଦେଇ ସେଇ ପୁରୁଣା ଭଙ୍ଗିରେ କେବେ କହିନଥା'ନ୍ତ - " ହାଁ... , ଭାରି ରଙ୍ଗ ମାରିଲା ବାଲା ଦେଖିବା ?? "
ପାଖ ଆଖରେ କେହି ନଥିବାର ସୁଯୋଗ ନେଇ ମୋ ପକେଟରୁ ନାଲି ଅବିର ବାହାର କରି ତମ ଦୁଇ ଗାଲରେ ମୁଁ ବୋଳି ଦେଲା ବେଳେ ତମେ ହସିଥିଲ ସେଇ ମନଲୋଭା ପୁରୁଣା ହସ ଆଉ କବାଟ ଦେଉ ଦେଉ କହିଥିଲ-
-" ଯା , ତମେ ଭାଆରି ଇଏ " ।
ହେଲେ ତା ଆଗରୁ ମୋ ପକେଟ୍ ରେ ରଖିବାକୁ ଭୁଲି ନଥିଲ ସେ କାଗଜ ଟେ ଯୋଉଥିରେ ଲେଖା ହୋଇଥିଲା
" କେମିତି ଭୁଲିବି ? ମୁଁ ବି ଅପେକ୍ଷା କରିଥିଲି ଏଇ ହୋଲିକୁ ଆଉ ତୁମକୁ ବି " ।