Priyaranjan Biswal

Abstract Inspirational Others

3  

Priyaranjan Biswal

Abstract Inspirational Others

ଗୁରୁ ଶିଷ୍ୟ ପରମ୍ପରା

ଗୁରୁ ଶିଷ୍ୟ ପରମ୍ପରା

4 mins
391



    

     ମନୋଜ ପ୍ରଥମ କରି ସ୍କୁଲ ପଢି ସାରି ଏକ ମହାବିଦ୍ଯାଳୟରେ ନାମ ଲେଖାଇ ଥାଏ। କିଛି ଦିନ ମଧ୍ଯରେ ସେଠାରେ ଅନେକ ନୂଆ ପୁଅ ଝିଅଙ୍କ ସହ ତାର ବନ୍ଧୁତା ହେଲା। ହସ, ଖୁସିରେ ନିଜର ଭବିଷ୍ଯତ ପାଇଁ ମନ ଧ୍ଯାନ ଦେଇ ପାଠ ପଢି ଥାଏ ମନୋଜ। କେବଳ ମନୋଜ କାହିଁକି ପ୍ରାୟ ତା ଶ୍ରେଣୀରେ ପାଠ ପଢୁଥିବା ଅନେକ ଛାତ୍ରଛାତ୍ରୀ ଥିଲେ ମେଧାବୀ। ମହାବିଦ୍ଯାଳୟରେ ପାଠ ପଢିବା ପାଇଁ ସବୁ କିଛି ସୁବିଧା ମଧ୍ଯ ଥିଲା। ମାତ୍ର ସେଇ ମହାବିଦ୍ଯାଳୟର ଅଧ୍ଯକ୍ଷ ଓ ଅଧ୍ୟାପକ ରାଉତ‌‌ଙ୍କ ମଧ୍ଯରେ ସବୁବେଳେ ସ୍ୱାର୍ଥ ଓ କ୍ଷମତାକୁ ନେଇ ଶୀତଳ ଯୁଦ୍ଧ ଚାଲିଥାଏ। ଯାହା ମହାବିଦ୍ଯାଳୟର ଶୈକ୍ଷିକ ପରିବେଶକୁ ନଷ୍ଟ କରିବାରେ ମୁଖ୍ଯ ଭୂମିକା ଗ୍ରହଣ କରିଥାଏ। କାରଣ ଏ ଶୀତଳ ଯୁଦ୍ଧରେ ଉଭୟ ଅଧ୍ଯକ୍ଷ ଓ ଅଧ୍ଯାପକ ରଉତ ନିଜ ନିଜର ସଂକୀର୍ଣ୍ଣ ସ୍ୱାର୍ଥ ପୂରଣ କରିବା ନିମିତ୍ତ ନୀରିହ ଛାତ୍ରଛାତ୍ରୀଙ୍କୁ ଅସ୍ତ୍ର ରୂପେ ବ୍ଯବହାର କରୁଥିଲେ। ଉଭୟ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ନିଜ ନିଜ ଦଳରେ ସାମିଲ୍ କରୁଥିଲେ ଏବଂ ସେମାନଙ୍କ କାନ୍ଧରେ ବନ୍ଧୁକ ରଖି ପରସ୍ପରକୁ ଲକ୍ଷ୍ୟ ଭେଦ କରିବାକୁ ପ୍ରୟାସ କରୁଥିଲେ‌। ଅଧ୍ଯକ୍ଷ ବିଭିନ୍ନ ଅନୈତିକ କାର୍ଯ୍ଯରେ ଛାତ୍ରଛାତ୍ରୀ ଙ୍କୁ ସହଯୋଗ‌କରି ତାଙ୍କର ପ୍ରିୟ ଭାଜନ ହେଉଥିବା ସମୟରେ ଅଧ୍ଯାପକ ଓଝା ବିଭିନ୍ନ ବ୍ଯକ୍ତିଗତ ସାହାଯ୍ଯ, ମୋଟିଭେସନାଲ୍ କଥା କହି ଛାତ୍ରଛାତ୍ରୀ ଙ୍କ ନିକଟତର ହେଉଥିଲେ। 


   ହେଲେ କିଛି ଛାତ୍ରଛାତ୍ରୀ ଉଭୟ ଅଧ୍ଯକ୍ଷ ଓ ଅଧ୍ଯାପକଙ୍କ ଉଦ୍ଦେଶ୍ଯକୁ ବୁଝିପାରି ସେମାନେ କୌଣସି ଦଳ ବା ଗୋଷ୍ଠି ଠାରୁ ନିଜକୁ ଦୂରେଇ ରଖୁଥିଲେ। ଏହିପରି ପିଲା ମାନଙ୍କ ଭିତରେ ଥିଲେ ମନୋଜ, ମାନସୀ, ମାଧବ, ଆକାଶ ମଧୁ ଭଳି ଛାତ୍ରଛାତ୍ରୀ । ତେଣୁ ଏମାନଙ୍କୁ ସମୟ କ୍ରମେ ଅନେକ ମାନସିକ ନିର୍ଯାତନା ସହିବାକୁ ପଡିଲା। ଫଳରେ ଏଥିରେ ବ୍ଯତିବ୍ଯସ୍ତ ହୋଇ ମନୋଜ ଏସବୁ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ଆରମ୍ଭ କଲା।


    ମନୋଜର ଏପରି ସ୍ପଷ୍ଟ ଆଭିମୁଖ୍ଯ ଦେଖିବା ପରେ ଅଧ୍ଯକ୍ଷ ମାନସିକ ନିର୍ଯାତନା ଦେବାରୁ ନିବୃତ ହୋଇଗଲେ। କିଛିଦିନ ପାଇଁ ଅଧ୍ଯାପକ ଓଝା ମଧ୍ଯ ନୀରବ ରହିଲେ, ମାତ୍ର ପୁଣି ନିଜର କୁଟନୈତିକ ବୁଦ୍ଧି ପ୍ରୟୋଗ କରି ମନୋଜ ଓ ତାର ସାଥି ମାନଙ୍କର ମନୋବଳ ଓ ଏକତାକୁ ଭାଙ୍ଗିବାକୁ ପ୍ରୟାସ ଆରମ୍ଭ କରିଦେଲେ। ଶ୍ରେଣୀଗୃହରେ ପାଠପଢା ସମୟରେ ନୀତିବାଣା ଦେବା ଆଳରେ ମନୋଜ ଓ ତାର ସାଥିମାନଙ୍କୁ ଆକ୍ଷେପ କରିବା ଆରମ୍ଭ କଲେ। ଫଳରେ ମନୋଜ ଏହାର ଖୋଲା ଖୋଲି ବିରୋଧ କଲା। ଏହାପରେ ଅଧ୍ୟାପକ ରାଉତ ମନୋଜକୁ ବେଦ, ଉପନିଷଦ, ପୁରାଣ ଆଦିର ଉଦାହରଣ ଦେଇ ଗୁରୁ ଓ ଶିଷ୍ଯର ସମ୍ପର୍କ ବୁଝାଇବା ସହ ତାକୁ ଗୁରୁ ନିନ୍ଦାର ଭୟାବହତା ସମ୍ପର୍କରେ ଅବଗତ‌କରାଇଲେ। ମନୋଜ ସବୁ ଶାନ୍ତ ଚିତ୍ତରେ ଶୁଣିଲା ମାତ୍ର କିଛି ଉତ୍ତର ନଦେଇ ସେଠାରୁ ଚାଲିଗଲା।


କିଛି ଦିନ ଅନ୍ତରରେ ଅଧ୍ୟାପକ ରାଉତ ନିଜର ମନ୍ଦ‌ ଉଦ୍ଦେଶ୍ଯକୁ ପୁରଣ କରିବା ପାଇଁ ମନୋଜକୁ ଏକାନ୍ତରେ ଡାକି ଅନେକ କଥା ବୁଝାଇବାକୁ ପ୍ରୟାସ କଲେ ଓ ତାପରେ ମାନସୀ ନାଁରେ ଅନେକ ସତ ମିଛ କଥା କହି ମନୋଜ ସହ ତାର ସମ୍ପର୍କ ଖରାପ କରିବାକୁ ଚେଷ୍ଟା କଲେ। କାରଣ ମନୋଜ ଓ ମାନସୀର ବନ୍ଧୁତା‌ହିଁ ଅଧ୍ଯାପକ ରାଉତଙ୍କ‌ ଲକ୍ଷ୍ୟ ସାଧନର ମୁଖ୍ଯ ପ୍ରତିବନ୍ଧକ ଥିଲା। ଏହି ଅବସରରେ, ଅଧ୍ୟାପକ ରାଉତ ମାନସୀର ଚରିତ୍ର ସଂହାର କରି ତାକୁ ବେଶ୍ଯା ସହ ତୁଳନା କରିବା ସହ ବେଶ୍ଯା ବୋଲି ସମ୍ବୋଧନ ମଧ୍ଯ କରିବାକୁ ପଛାଇଲେ ନାହିଁ। 


    ଏହାପରେ ମନୋଜ ଏଥିରେ ଉତକ୍ଷିପ୍ତ ହୋଇ ଅଧ୍ଯାପକଙ୍କୁ ଉତ୍ତର‌ଦେଇ କହିଲା- ସାର୍ ସେତେବେଳୁ ଆପଣ କହୁଥିଲେ, ଆଉ ମୁଁ ଶୁଣୁଥିଲି। ଏବେ ମୁଁ କହିବି ଆଉ ଆପଣ ଶୁଣିବେ। ମୁଁ ଛୋଟବେଳୁ ଅନେକ ଶିକ୍ଷକଙ୍କ ନିକଟରେ ପାଠ ପଢି ପଢି ଆସି ଆପଣଙ୍କ ନିକଟରେ ପହଞ୍ଚିଛି। କିନ୍ତୁ ମୋ ଜୀବନରେ ମୁଁ ଆପଣଙ୍କ ଭଳି ଜଣେ ବି ଶିକ୍ଷକ ପାଇ ନାହିଁ, ଯିଏ ନିଜର ସଂକୀର୍ଣ୍ଣ ସ୍ୱାର୍ଥ ପୂରଣ କରିବା ପାଇଁ ନିଜର ଛାତ୍ରୀକୁ ବେଶ୍ଯାର ଆଖ୍ଯା ଦେବାକୁ ପଛାଏ ନାହିଁ। ଆପଣ ନିଜକୁ ଗୁରୁ ବୋଲି କହୁଛନ୍ତି? ଆରେ ବାସ୍ତବରେ ତ ଆପଣ ଶିକ୍ଷକ ହେବାକୁ ଯୋଗ୍ଯ ନୁହେଁ, ଗୁରୁ ହେବାତ ଅନେକ ଦୂରରେ ରହିଲାଣି। ସାର୍ ଗୁରୁ ହୁଅନ୍ତୁ କି ଶିକ୍ଷକ ନିଜର ଶିଷ୍ୟ ଶିଷ୍ଯା ତଥା ଛାତ୍ରଛାତ୍ରୀ ଙ୍କୁ ନିଜର ପୁଆ ଝିଅ ବୋଲି ମନେ କରନ୍ତି। ତେବେ କଣ ଜଣେ ବାପା ନିଜ ଝିଅକୁ ବେଶ୍ଯା କହିପାରେ? ତା ଛଡା ଗୁରୁର ଅର୍ଥ ହେଲା ଭାରି ବା ଓଜନ। ଯେଉଁ ବ୍ଯକ୍ତିଙ୍କର କଥା, ବ୍ଯବହାର, ଚାଲିଚଳନ, ଚିନ୍ତା, ଆଦିରେ ଓଜନ ଥାଏ ସେହିଁ ଗୁରୁ ପଦବାଚ୍ଯ। ଏବେ ଆପଣ ଚିନ୍ତା କରନ୍ତୁ ଆପଣଙ୍କ ନିକଟରେ ଏସବୁଥିରେ ଓଜନ ଅଛିତ?


   ଆପଣ ସେଦିନ ମତେ କହିଥିଲେ ଗୁରୁ ନିନ୍ଦା କଲେ ମୁଁ ନର୍କରେ ପଡିବି। ଅନେକ ବେଦ ଉପନିଷଦ ର ଉଦାହରଣ ମଧ୍ଯ ଦେଇଥିଲେ। ମାତ୍ର ଆପଣ ଭଗବତ ଗୀତୀ କଥା ଭୁଲିଗଲେ। ଯେଉଁଠି କୁରୁକ୍ଷେତ୍ରରେ ଗୁରୁ ଦ୍ରୋଣଙ୍କୁ ଶ୍ରୀକୃଷ୍ଣ ଗୁରୁ ଓ ଶିକ୍ଷକ ମଧ୍ଯରେ ଅନ୍ତର ବୁଝାଇଥିଲେ। ଯେତେବେଳେ ସେ ଆପଣଙ୍କ ଭଳି ଅର୍ଜୁନକୁ ଗୁରୁଦ୍ରୋହୀ ନହେବାକୁ ପରାମର୍ଶ ଦେଇଥିଲେ। ସେତେବେଳେ ଶ୍ରୀକୃଷ୍ଣ କହିଥିଲେ ଗୁରୁ ଶିଷ୍ଯକୁ ସବୁ ପ୍ରକାରର ଶିକ୍ଷା ଦିଏ, ନିଜର ସମସ୍ତ ଜ୍ଞାନ ନିଜ ଶିଶ୍ଯକୁ ପ୍ରଦାନ କରେ ମାତ୍ର ସେ କେବେ ନିଜ ଶିକ୍ଷା ଓ ଜ୍ଞାନର ମୂଲ୍ଯ ଆଶା କରେନି। ତେଣୁ ଶିଷ୍ଯ ଶେଷରେ ନିଜ ଗୁରୁଙ୍କୁ ଗୁରୁ ଦକ୍ଷିଣା ଦେଇଥାଏ। କିନ୍ତୁ ଆପଣତ ନିଜ ଶିକ୍ଷା ଓ ଜ୍ଞାନ ବଦଳରେ ନିଜ ଶିଶ୍ଯଙ୍କ ଠାରୁ ତାର ମୂଲ୍ଯ ରୂପରେ ରାଜ୍ଯ ଓ ରାଜ ସିଂହାସନ ଆଶା କରିଥିଲେ। ତେଣୁ ଆପଣ ଗୁରୁ ନୁହେଁ ଶିକ୍ଷକ। କାରଣ ଶିକ୍ଷକ ନିଜ ଶିକ୍ଷା ଦାନ ପରିବର୍ତ୍ତେ ମୂଲ୍ଯ ଆଶାକରେ। ଗୁରୁ ଶିକ୍ଷାଦାନକୁ ନିଜର ଧର୍ମ ଭାବି ପାଳନ କରୁଥିବା ବେଳେ ଶିକ୍ଷକ ଶିକ୍ଷାଦାନକୁ ବ୍ଯବସାୟ ମନେକରେ। 


    ତେବେ ଏଥିରୁ ସ୍ପଷ୍ଟ ଅନୁମେୟ ଯେ ଆପଣ ଗୁରୁ ନୁହେଁ ଜଣେ ଶିକ୍ଷକ। ଆଉ ନିଜର ସଂକୀର୍ଣ୍ଣ ସ୍ୱାର୍ଥ ପୂରଣ ଆଶା ଏବଂ କ୍ଷମତାର ଲୋଭରେ ଆପଣ ଅନ୍ଧ ହୋଇ ଶିକ୍ଷକ ଭବରେ ମଧ୍ଯ ନିଜର ଯୋଗ୍ଯତା ହରାଇ ବସିଲେଣି। ଆଉ ଗୁରୁ ଶିଷ୍ଯର ପରମ୍ପରା କଥା କହି ନିଜକୁ ଗୁରୁରୂପେ ଅଭିହିତ କରି ବିରାଡି ବୈଷ୍ଣବ ସାଜିବାର ଅର୍ଥ କିଛି ନାହିଁ ସାର୍। ଆଉ ବାକି ରହିଲା ମୁଁ ନର୍କରେ ପଡିବା କଥା, ଆପଣତ ଗୁରୁ ନୁହେଁ, ଶିକ୍ଷକ ହେବାପାଇଁ ଆପଣଙ୍କର ଯୋଗ୍ଯତା ମଧ୍ଯ ନାହିଁ। ତାଛଡା ମୁଁ ଆପଣଙ୍କର ନିନ୍ଦା କେବେବି କରିନି, ସବୁବେଳେ ଯାହା ଠିକ୍ ଓ ଯାହା ସତ୍ଯ ତାହାହିଁ କହିଛି। ତେଣୁ ଯଦି ମୁଁ ନର୍କ ଭୋଗ କରିବାର ପ୍ରଶ୍ନ ଉଠୁ ନାହିଁ। ଯଦି ବି ଠିକ୍ କଥା କହିବା ଓ ସତ୍ଯ କହିବାର ଫଳ ନର୍କ ଭୋଗ କରିବା ତେବେ ମୁଁ ହସି ହସି ସେ ନର୍କର ସମସ୍ତ ଯାତନା ଭୋଗ କରିନେବି। ଶେଷରେ ମୋର ଆପଣଙ୍କୁ ଏତିକି ଅନୁରୋଧ ଛାତ୍ରଛାତ୍ରୀଙ୍କ ନିକଟରୁ ଶିଷ୍ଯ ଓ ଶିଷ୍ଯା ପରି ସମ୍ମାନ ଓ ଭକ୍ତି ଆଶା କରିବା ପୂର୍ବରୁ ନିଜକୁ ପ୍ରଥମେ ପ୍ରକୃତ ଗୁରୁ ରୂପେ ଗଢି ତୋଳନ୍ତୁ। ବହୁରୂପୀ ଏଣ୍ଡୁଅ ଭଳି ରଙ୍ଗ ବଦଳାନ୍ତୁ ନି କି ନିଜକୁ ମୁଖା ପିନ୍ଧା ମଣିଷ ବନାନ୍ତୁ ନାହିଁ। ଏତିକି କହି ମନୋଜ ସେଠାରୁ ଚାଲିଗଲା।


     ତେବେ ଏଗଳ୍ପଟି କିପରି ଲାଗିଲା? ଗଳ୍ପ ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଜଣାଇବାକୁ ଅନୁରୋଧ। ଆପଣମାନଙ୍କ ମତାମତ ଅପେକ୍ଷାରେ ରହୁଛି, ନମସ୍କାର।



Rate this content
Log in

Similar oriya story from Abstract