Susant Purohit

Inspirational Abstract Others

3  

Susant Purohit

Inspirational Abstract Others

ଗୁରୁ ଶିଷ୍ୟ ଭେଟ , ୨୮ ବର୍ଷ ପରେ .

ଗୁରୁ ଶିଷ୍ୟ ଭେଟ , ୨୮ ବର୍ଷ ପରେ .

3 mins
14.7K


ଗୁରୁ ଶିଷ୍ୟ ଭେଟ , ୨୮ ବର୍ଷ ପରେ 

ଅନୁଭୂତିରୁ ପଦେ......

ନିକଟ ଆତ୍ମୀୟ ଙ୍କ ଝିଅ ବାହାଘର ପାଇଁ ଯିବାକୁ ପ୍ରସ୍ତୁତ ହଉ ଥାଉଁ । ଭିନ୍ନ ଏକ ସହର କୁ ଯିବାକୁ ହେବ । ପୁଣି ୪ , ୫ ଦିନ ପାଇଁ । ଏହି ସମୟ ରେ ଏକ ଅଜଣା ନମ୍ବର ରୁ ଫୋନ ଟିଏ ଆସିଲା । ମୁଁ ଉଠେଇବାରୁ ଆର ପକ୍ଷରୁ "ସାର ନମସ୍କାର"ଭାବେ ଯେଉଁ ସ୍ଵର ଟି ଆସିଲା ମନେ ହେଲା ଏଇ ସ୍ଵର ବହୁତ ଆଗରୁ ଶୁଣିଛି ନିଶ୍ଚୟ । କଥା ଆସିଲା , ଆବେଗ ଭରା , ବ୍ୟାକୁଳତା ଭରା , “ ସାର , ସାର ମୁଁ ଏଲ . ଏନ. ମିଶ୍ର କହୁଛି ସାର , ଜାଣିପାରିଲେ କି ସାର ? ବ୍ରଜରାଜନଗର କଲେଜ ରେ ଆପଣଙ୍କ ପ୍ରିୟ ଛାତ୍ର ଥିଲି , ଇଉନିଯନ ର ସଭାପତି ଥିଲି ସାର । ଆପଣଙ୍କୁ କେତେ ଖୋଜୁଥିଲି । ଏବେ ଆପଣଙ୍କ ନମ୍ବର ପାଇଲି ସାର , ଆପଣଙ୍କ ପୁଅ ପାଖରୁ । “

ମୁଁ ଟିକିଏ ଚକିତ ହେଲେ ମଧ୍ୟ କହିଲି “ହଁ , ନିଶ୍ଚୟ ଚିହ୍ନିଳି LN ,( ସେ ପଢୁଥିଲା ସମୟ ରେ ଆମେ LN ବୋଲି ଡାକୁଥିଲୁ ତେଣୁ ଏବେ ବି ମୁଁ ଡାକିଳି LN) ତୁମ ଭୋଇସ ରୁ ହିଁ ଚିହ୍ନିଲି। ଆଗକାଳ ର ଗୁରୁ ଶିଷ୍ୟ ଭିତରେ ଯେଉଁ ଦୃଢ ସମ୍ପର୍କ ଥିଲା ମାତ୍ର ୨୮ ବର୍ଷ କଣ ତାହାକୁ ଭୁଲେଇ ପାରିବ LN ? ତୁମ ସହ ଗଲା ୨୮ ବର୍ଷ ହେଲା ସମ୍ପର୍କ ନଥିଲା ସତ । ମୁଁ ମୋର କର୍ତବ୍ୟ ରେ ବ୍ୟସ୍ତ ଆଉ ତୁମେ ତୁମ କେରିୟର ନେଇ । ତେବେ କାଲି ସକାଳେ ଯେବେ ଭେଟିବା ମୁଁ ତୁମକୁ ଦୂରରୁ ବି ଚିହ୍ନିବି। “

ତାହା ପରେ ମନେ ହେଲା ସତେ ଯେପରି LN ର କଣ୍ଠ ବସ୍ଫାରୁଦ୍ଧ ହେଇଗଲା ଭାବୁକତା ରେ । ମୁଁ ଜଣେଇଦେଲି ଆର ଦିନ ସକାଳ ୧୧ ରେ ପହଞ୍ଚିବି। ଅତ୍ୟନ୍ତ ଆତୁରତା ରେ LN ଅପେକ୍ଷ୍ୟା କଲା ତାର ସାର ଙ୍କୁ ଭେଟିବାକୁ ।

କଥା ଟି ଏହିପରି, ୮୦ ଓ ୯୦ ଦଶକରେ ମୁଁ ବ୍ରଜରାଜନଗର ଶିଳ୍ପ ନଗରୀରେ ନୂଆ ଖୋଲିଥିବା କଲେଜରେ ଅଧ୍ୟାପକ ଥିଲି । ଆଜି ସିନା କଲେଜ ମାନଙ୍କୁ ଛାତ୍ର ଓ ଅଧ୍ୟାପକ ମାନଙ୍କ ଭିତରେ ଆଉ ଆଗପରି ସୁସମ୍ପର୍କ ସାଧାରଣତଃ ନାହିଁ , ସେ କାଳ ରେ କିନ୍ତୁ ଥିଲା । ଏପରିକି ଛାତ୍ର ମାନଙ୍କୁ ଅଧ୍ୟାପକ ମାନେ ବନ୍ଧୁ ପରି ମଧ୍ୟ ଭ୍ୟବହାର କରୁଥିଲେ ଓ କଲେଜ ର ଉନ୍ନତି ପାଇଁ ମିଳିମିଶି କାମ କରୁଥିଲେ । LN ମଧ୍ୟ ମୋର ଏକ ପ୍ରିୟ ଛାତ୍ର ଥିଲା । ଯେତେବେଳେ ଛାତ୍ର ସଂଶଦ ନିର୍ବାଚନ ଆସିଲା LN ଠିଆ ହେଲା ସଭାପତି ପଦ ପାଇଁ । ଆମେ ଅଧ୍ୟାପକ ମାନେ ନିରପେକ୍ଷ ରହିଲେ ମଧ୍ୟ ମନ ଭିତରେ ନିଶ୍ଚୟ ଚାହୁଥିଲୁ LN ଜିତିଳେ ଭଲ ହୁଆନ୍ତା କାରଣ ସବୁ ପିଲା ସମାନ ମନୋଭାବ ର ନଥାନ୍ତି ଓ ସମସ୍ତଙ୍କୁ ନେଇ ଉନ୍ନତି କାମ କରେଇ ହୁଏନି । କଲେଜ ର ଆବଶ୍ୟକ ଥିଲା ଉନ୍ନତି ପାଇଁ ବଳିଷ୍ଠ ଛତ୍ର ସମର୍ଥନ । କିନ୍ତୁ LN ଛାତ୍ର ମହଲ ରେ ମଧ୍ୟ ପ୍ରିୟଭାଜନ ଥିଲା ଓ ଆମର ଆଶା ଅନୁଯାୟୀ ସେ ବିପୁଳ ଭୋଟ ରେ ଜିତିଲା । ତାକୁ ନେଇ ଆମେ ବହୁତ କାର୍ଯ୍ୟ କଲେଜ ପାଇଁ କରେଇ ପାରିଥିଲୁ । ଏହା ପରେ LN କଲେଜ ଶିଷ୍ୟା ସମାପ୍ତ କରି ଉଛତର ଶିକ୍ଷ୍ୟାରେ ଗଲା ଓ ମୁଁ ମଧ୍ୟ ଅନ୍ୟତ୍ର ବଦଳି ହେଇକି ଅନ୍ୟତ୍ର ଗଲି । ସେ ଯୁଗ ରେ ତ ଆଜିପରି ମୋବାଇଲ ନଥିଲା । ସମ୍ପର୍କ ହଜିଗଲା ସାମୟିକ ଭାବେ ।

ଯୋଗ କୁ ସେଇ LN ଝାରସୁଗୁଡାର ଏକ କମ୍ପାନୀ ରେ ପଦସ୍ଥ ଅଫିସର ଭାବେ ସ୍ଥାନିତ ହେଇ ମୋର ଆତ୍ମୀୟ ଙ୍କ ଉପର ଘରେ ଭଡା ରେ ରହିଲେ ମଧ୍ୟ ଜାଣି ନଥିଲା ଯେ ମୁଁ ତାଙ୍କର ସମୁଦି ବୋଲି । ମୋ ପୁଅ ( ଯିଏ ସେଇଠି ଆଗରୁ ପହଂଚି ଥିଲା ) କୁ ଦେଖି ତାକୁ ଲାଗିଲା କିପରି କେଜାଣି , ପଚାରିଲା , ବାବୁ , ତୁମକୁ ପିଲା ଦିନେ ଦେଖିଥିଲି ପରିଲାଗୁଛି । ତୁମ ବାପା କିଏ କହିଲ ? ପୁଅ ଯେମିତି କହିଲା , LN ଅତ୍ୟନ୍ତ ଖୁସି ରେ ଅଧୀର ହେଇ ସଙ୍ଗେ ସଙ୍ଗେ ତା ଠାରୁ ଫୋନ ନମ୍ବର ନେଇ ମୋତେ ସମ୍ପର୍କ କଲା ।

ଆର ଦିନ ସକାଳ ୧୧ ଟା ରେ ଘର ଗେଟ ପାଖରେ ଆମେ ପହଞ୍ଚିଲା ବେଳେ ଦେଖିଲି LN ଅଧୀର ହେଇ ଅପେକ୍ଷ୍ୟା କରିଛି । ଦୀର୍ଘ ୨୮ ବର୍ଷ ପରେ ଗୁରୁ ଓ ପ୍ରିୟ ଛାତ୍ର ର ଭେଟ ତ ଭାଷା ରେ ବର୍ଣନା କରିହେବ ନାହି । ତା ଆଖିରେ ଥିଲା ଖୁସି ର ଲୁହ ଆଉ ମୋ ଆଖିରେ ବି । ମୋ ପୁଅ ଦେଖୁଥାଏ ଗୁରୁ ଶିଷ୍ୟ ଙ୍କ ମିଳନ ବିଭୋର ହେଇ । ଘଣ୍ଟାଏ ବି ଯଥେଷ୍ଠ ନଥିଲା କଥା ସାରିବାକୁ । ତା ପର ଥୁ ପରବର୍ତୀ ୪ ଦିନ ବାହାଘର ରେ LN ସବୁ କାର୍ଯ୍ୟ ରେ ସହଯୋଗ କରିବା ସହ ତା ଗୁରୁ ଙ୍କୁ ଯେତେବେଳେ ଯାହା ଦରକାର ପହଞ୍ଚେଇବା କାର୍ଯ୍ୟ ରେ ଲାଗିଲା ,ଗପ କଳୁ ଅଜସ୍ର , ସବୁ ପୁରୁଣ ସ୍ମୃତି ରୋମନ୍ଥନ ହେଇଗଲା , ଯୋଗକୁ ବାହାଘରେ ଆଉ କେତେତି ପୂର୍ବ ଛତ୍ର ବି ଆସିଲେ , ସମସ୍ତଙ୍କୁ LN ଖୁସି ରେ ଆଣି ଭେଟି କରେଇଲା , ଆଜି ସକାଳେ ମୁଁ ଫେରିବା ସମୟରେ ଗାଡି ପାଖରେ ଅଶ୍ରୁଳ ନୟନରେ ବିଦାୟ ଦେବା ଯାଏ । ଭଗବାନଙ୍କ ଠାରେ ପ୍ରାର୍ଥନା LN ଓ ତାର ସୁନ୍ଦର ପରିବାର କୁ ଚିରକାଳ ସୁଖୀ ରଖିଥାନ୍ତୁ ।


Rate this content
Log in

Similar oriya story from Inspirational