STORYMIRROR

SUKANTA KHANDA

Abstract

3  

SUKANTA KHANDA

Abstract

ଗୁରୁ ଦିବସ

ଗୁରୁ ଦିବସ

2 mins
142


ସ୍ମିତା ସେ ଦିନ ବିଦ୍ୟାଳୟରୁ ଫେରି ମାଆଙ୍କୁ ପଚାରିଲା,"ମାଆ ! ଗୁରୁଦିବସ କ'ଣ କି?" ମାଆ ଉତ୍ତର ଦେଲେ,"ସ୍ମିତା ! ଗୁରୁଦିବସ ଏହି କି ପ୍ରତ୍ୟେକ ମନୁଷ୍ୟ ନିଜ ନିଜର ଗୁରୁଙ୍କୁ ପୂଜା ଓ ଆରାଧନା କରିବା। ଯଦିଓ ଏହି ଦିନଟି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିନକୁ ହିଁ ଆଖି ଆଗରେ ରଖି ପାଳନ କରାଯାଏ ତଥାପି ଏହା ନିଜ ନିଜର ଗୁରୁଙ୍କୁ ପୂଜା ଓ ଆରାଧନା କରିବାର ବିଧି ଭରପୂର ରହିଛି। ଏହା ମଧ୍ୟ ସମ୍ବିଧାନରେ ଲିଖିତ କି ପ୍ରତି ବିଦ୍ୟାଳୟ କାହିଁକି ସବୁ ସ୍ଥାନରେ ଓ ସବୁ ଜାଗାରେ ନିଜ ନିଜର ଯେ କୌଣସି ଗୁରୁଙ୍କୁ ପୂଜା ଓ ଆରାଧନା ସହିତ ପାଳନ କରି କରିବାରେ କୌଣସି କିଛି କ୍ଷତି ହିଁ ନାହି।" ବଡ଼ ଉତ୍ସୁକତା ବଶତଃ ସ୍ମିତା କହିଲା,"ମାଆ ! ଆଜିର ଏ ଶୁଭ ଲଗ୍ନରେ ମୁଁ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ,ଧୂପ, ଓ ଦୀପ ଦେବା ସହିତ ପିମ୍ପୁଡ଼ିଙ୍କୁ ପୂଜା କରି ପାରିବି ତ? ଯାହାଙ୍କଠାରୁ ମୁଁ ବହୁତ ଶିକ୍ଷା ଗ୍ରହଣ କରି ପାରିଛି କି ସଞ୍ଚୟ କରିବା,ବିଲକୁଲ୍ ବିଶ୍ରାମ ନ ନେବା ଓ ଥକି ନ ପଡ଼ିବା ଇତ୍ୟାଦି। ପିମ୍ପୁଡ଼ି ତ ଜଗତରେ ଅସଲ ଗୁରୁ କହିଲେ ଅତ୍ୟୁକ୍ତି ହେବ ନାହିଁ,ନୁହେଁ?"

   ମାଆ ଝିଅର ମୁଣ୍ଡ ଆଉଁସି କହିଲେ,"ସ୍ମିତା ! ବିଲକୁଲ୍ ଠିକ୍ ହିଁ କରୁଛୁ ଜୀବନ ଓ ଜୀବିକା ମନୁଷ୍ୟର ସହଜାତ ପ୍ରକୃତି ହେବା ଦରକାର। ସେଥିରେ ପୁଣି ସଞ୍ଚୟ ତ ଏକ ପ୍ରକାର ବିରାଟ କାମ ଯାହା ମନୁଷ୍ୟର ଦୀର୍ଘ ଭବିଷ୍ୟତ ଗଠନରେ ସହାୟକ ହୋଇଥାଏ। ଆମେ ପାଠ ପଢ଼ୁ କାହିଁକି? ତାର ମୂଳ କାରଣ ତ ପେଟକୁ ମୁଠାଏ ଦାନା ହେହକୁ ଖଣ୍ଡିଏ କନା ପାଇଁ ନା..? ତୁ ଯଦି ଏବେଠୁ ଏହିଭଳି ଭାବରେ ସତର୍କ ରହିବୁ ତ ଜାଣ ମୋର ଦୁଃଖ ଗଲା।" ସ୍ମିତା ମାଆଙ୍କ ଗୋଡ଼ ଧରି ପ୍ରଣାମ କଲା ମାଆ ସ୍ମିତାର ମୁଣ୍ଡ ଆଉଁସି କଲ୍ୟାଣ କଲେ। ଏ ଦୃଶ୍ୟ ଦେଖୁଥିଲେ ସ୍ଵର୍ଗରେ ଥାଇ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ତ ତାଙ୍କର ଆଖିରୁ ଦୁଇ ଟୋପା ଲୁହ ଆନନ୍ଦରେ ଗଡ଼େଇ ଦେଲେ। ସେ ଲୁହ ସ୍ନିତାର ମୁଣ୍ଡ ଉପରେ ଫୁଲ ପରି ବୃଷ୍ଟି ହୋଇଗଲା। ସ୍ମିତା ଚାରି ଆଡ଼କୁ ଅନେଇଁଲା। ପାଖରେ କେହି ବି ନ ଥିଲେ। ତେବେ ଏ ଲୁହର ଫୁଲ ଆସିଲା କୁଆଡୁ? ସ୍ମିତା ଆକାଶକୁ ଆନେଇଁଲା ତ ଦେଖିଲା ସ୍ଵର୍ଗରେ ଥାଇ ସର୍ବପଲ୍ଲୀ ରାଧାକୃଷ୍ଣନ ଖିଲିଖିଲି ହସୁଛନ୍ତି। ସ୍ମିତା ଅପଲକ ନାୟନରେ ଆନେଇଁ ରହିଲା ତ ଦେଖୁଦେଖୁ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ମଧ୍ୟ ପାଣି ଫୋଟକା ପରି ମିଳେଇ ଗଲେ।

     ସ୍ମିତା ଖୁସିରେ ଦୁଇ ହାତ ଯୋଡ଼ି ଦେଲା ଆଉ ଆନନ୍ଦରେ ଭୂମିରେ ଗଢିବାକୁ ଲାଗିଲା। ମାଆ ଦୂରରେ ଥାଇ ସ୍ମିତାକୁ ଦେଖୁଥିଲେ। ପାଖକୁ ଆସି କହିଲେ,"ସ୍ମିତା ! ଭୂମିରେ ଗଡିବାର କାରଣ କ'ଣ?" ସ୍ମିତା ସବୁ ଗୋଟିଗୋଟି କରି ଫିଟାଇ କହିଲା ତ ମାଆ କୁଣ୍ଢାଇ ପକାଇ କହିଲେ,"ସ୍ମିତା ! ତୁ ଧନ୍ୟ ହୋଇଗଲୁ ମୃତ୍ୟୁ ପରେ କାହାକୁ ଦେଖିବା ସମ୍ଭବପର ନୁହଁ ତଥାପି ତୁ ଆଜି ସ୍ଵୟଂ ଦେଖି ଥିବାରୁ ମୁଁ ଆଜି ତୋତେ ଜନ୍ମଦେଇ କୃତାର୍ଥ ମଣିବା ସହିତ ଧନ୍ୟ ମଧ୍ୟ ହୋଇଗଲି।" ତାଙ୍କ ଆଖିରେ ଆନନ୍ଦର ଲୁହ। ସ୍ମିତା ମଧ୍ୟ ମାଆଙ୍କୁ କୁଣ୍ଢାଇ ଆନନ୍ଦରେ ଲୁହ ଗଡ଼େଇ ଦେଲା।

            


Rate this content
Log in

Similar oriya story from Abstract