STORYMIRROR

puspalata samantary

Abstract

2  

puspalata samantary

Abstract

ଗୁରେଇର ଚିନ୍ତା

ଗୁରେଇର ଚିନ୍ତା

3 mins
243

ବାଡିପଟ କବାଟ ଟା ଫିଟାଇ ଦେଇ ଗୁରେଇ ହାଉଳି ଖାଇଲା ହେ ହେ ଏ ଆଣ୍ଡ ର ବଅଲଟା କାହାର? ଖଡାଶାଗ ପଟ୍ଟାଳିଟାଯାକ ଚାଟିସାରିଲାଣି। କେଡେ ହନ୍ତସନ୍ତ ହେଲା ମଣିଷ, ଖରାଦିନ ଆସୁଛି ରାତିକି ସଜପଖାଳ ଭାତ ସାଙ୍ଗକୁ ବାଡିର ଖଡାଶାଗ ଭଜାହେଲେ ବୁଦ୍ଧିଆ ର ଆଉ କିଛି ଲୋଡ଼ା ନାହିଁ। କେବେ କେମିତି ଶୁଖୁଆ ଟାଏ ଭାଜି ଦେଲେ ଭାତଗୁଣ୍ଡା ଗୁଡିକ ଆଉରି ସଅଳ ଭିତରକୁ ପଳେଇବ । ଏବେ କଣ କରିବ ଗୁରେଇ, ବୁଦ୍ଧିଆ ଆସିଲେ କିଛି ନ ବିଚାରି କାହିଁରେ କଣ କହିବ। ବୁଦ୍ଧିଆ ପଧାନ ମୂଲ ଲାଗିବାକୁ ଯାଇ ଯେତିକି ଜମିରେ ବାଡିରେ ଖଟୁଥାଏ,ଗୁରେଇ ପଧାନ ଘରଣୀ ହୋଇ କଣ କମ ଯତର ଖଟୁଥାଏ ? ହେଲେ ସେ କଥା କୁ କିଏ ନିଘା ରଖନ୍ତିନି। ବୁଦ୍ଧିଆ କହେ ଘରଟାରେ କଣ କରୁଥେଲୁ ଯେ? ସେମିତି ଆଜି କହିବ କଣ କରୁଥେଲୁ ଜଗି ପାରିଲୁନି ସେତକ ଶାଗ ବଅଲ ଖାଇଗଲା । ଗୁରେଇ ଆଖି କୁ ପାଣି ଆସିଯାଏ। ନଥେଲା ଘରର ଝୁଅ ସେ,ବା ତାର ଦେଇ ନେଇ ପାରିବନି ବୋଲି, ମୂଲିଆ ବୁଦ୍ଧିଆ ପଧାନ କୁ ଝୁଅ ଦେଲା । କେବେ କେମିତି ଶାଶୁ କହେ,ଆଲୋ ଗୁରେଇ ଏ ତିରିଲା ଜାତିଟାର ଜନମ ପରା ସେଇଆଲ। ବୁଦ୍ଧିଆ କଣ ତା ବା ସୁଧା ସେଇଆ କହୁଥେଲା ପରା। ଘରେ କେତେ କାମ ନାହିଁ ଯେ,? ଧାନ ଉସେଇଁବ,ତାକୁ ଶୁଖେଇବ,ପେଲେଣା ବାଡିରେ ପେଲି ତାକୁ ଢିଙ୍କି ରେ କୁଟି ଭାତ ରାନ୍ଧିବା, ତୁଣ ଶାଗ ଯୋଗାଡିବ। ବ୍ଅଲ ଙ୍କୁ ଖାଇବାକୁ ଦେବ,ଗୁହାଳ ସଫା କରିବ,ବେଳ ଉଣ୍ଡି ମୁଢ଼ି ଭାଜିବ,ବିଲରୁ ଆସି ମିଣିପ ପୁଅ ଦିଟା ପାଟିକି ପକେଇବେ ପରା। ଅଇଁଠା ଶଙ୍ଖୁଡି ମାଜି ସଫା କରିବ,ଚୁଲି ଲିପିବ। ଏଇମିତି କାମର କଳନା ନାହିଁ। ତେବେ ଏ ହୀନିମାନ ତିରିଲା ଜାତିଙ୍କ ହାଡ଼ଭଙ୍ଗା କାମ ଗୁରାକ ମରଦପୁଅ ଙ୍କ ମନକୁ ଆସି ନ ଥାଏ । ଗୁରେଇ ମନକୁ ବୁଝାଏ,ହଁ ମ,ସେ ଆଉ କାହା ପାଇଁ କରିବ? ବରପେଇଁ,ଶାଶୁ ପେଇଁ ,ପୁଅ ଅପର୍ତି ପେଇଁ ତ କରୁଛି, ଅଭିମାନ କାଇଁ କରିବ? ଏଇମିତି ଭାବୁ ଭାବୁ ପୁଅ ଅପର୍ତି ଇସ୍କୁଲରୁ ଆସି, ସିଲଟ ଖଡି ଭିତରେ ଥିବା ଜରି ବ୍ୟାଗ ଟା ଥୋଇଦେଇ, ଦାଣ୍ଡ କୁ ଧାଇଁଲା । କଣ ପାଠ ପଢୁଛି କେଜାଣି । ଗୁରେଇ ର ପୁତୁରା ଗଉରା ସେଦିନ ପିଇସି ଘରକୁ ମୁଆଁ,ପରିବା ,ଆଣି ଶଙ୍ଖୁଳିବାକୁ ଆସିଥିଲା । ଖାଇସାରି ଯିବାକୁ ବାହାରିଲାରୁ ଗୁରେଇ କହିଲା ଗଉରା ତୁ ଆଜିକ ରହିଯା, ପିଇସା ମୂଲରୁ ଆସିଲେ ତାଙ୍କ ସାଙ୍ଗେ ଦେଖାହେଇ ଯିବୁ। ଟିକିଏ ଅପର୍ତି କୁ ପାଠ ପଚାରିବୁଟି ସେ କଣ ପଢୁଛି କି ନାଇଁ ଆମେ କଣ ଜାଣିବୁ? ତୁ ସିନା କେତେ ପାଠ ପଢିଲୁଣି, ତୋ ବା କହୁଥେଲା ତୁ ସାତ କିଲାସ ପଢିଲୁଣି ବୋଲି । ଗଉରା କହିଲା ଆରେ ଅପର୍ତି, ତୋ ନା କଣ ଲେଖିଲୁ,ତୋ ବାପାଙ୍କ ନା ଟା ବି ଲେଖ। ଅପର୍ତି ଜରି ଭିତରୁ ସିଲଟ ଖଡି ବାହାର କଲା । ଗୋଟାଏ ଅ ଲେଖି ଦେଇ ବସିଲା, ଆଉକିଛି ଲେଖିପାରିଲା ନାହିଁ। ଗଉରା କହିଲା ଅପାଲୋ, ସେ କିଛି ପଢିନି, । ଗୁରେଇ କାଠ ଟାଏ ପରି ଗଉରା ମୁହଁକୁ ଚାହିଁଲା, କହିଲା, ସେ ତ ସବୁଦିନ ଇସ୍କୁଲ ଯାଉଛି, ଆଜି ଆମକୁ ଅଣ୍ଡା ତରକାରୀ ଭାତ,ପୁଣି ଡାଲି ସୋୟାବଡି ତରକାରୀ ଭାତ ଏଇମିତି କହୁଛି, କୋଉଦିନ କଣ ଖାଇଲା ଏଇଆ ବଖାଣୁଛି । କହୁଥେଲା ଖାତା ଆଣିବାକୁ ଯେ ତା ବା କୁ ତର ମିଳୁନି, ସେଇଥିପାଇଁ ପଢୁନି କି ଆଉ? ପାଠ ନ ପଢିଲେ ତା ବା ଆଉ ଗୋସେଇଁ ମାଙ୍କର ତାଗିଦା ଯେ ତାକୁ ମାଡଦେବୁନି। ତା ଉପରେ ଦୁଇଟା ଛୁଆ ମରିଛନ୍ତି ବୋଲି ସେ ଅପର୍ତି ନା ପାଇଛି । ମୁଁ କୋଉ ପାଠ ପଢିଛି ଯେ ସେ ପଢିଲା କି ନାଇଁ ଜାଣିବି? ତା ବା ସୁଧା ତ ପାଠ ପଢିନି। ମନଟାକୁ ଶୁଖାଇ ଘର କାମରେ ମନ ଲଗାଇଲା ଗୁରେଇ । ଭାବିଲା ତା ବା ବିଲରୁ ଆସିଲେ କହିବି ଅପର୍ତି କୁ ମାଧିଆ ମାଷ୍ଟର ଙ୍କ ପାଖକୁ ଟୁସନ ଛାଡିବ।


Rate this content
Log in

Similar oriya story from Abstract