STORYMIRROR

Sunanda Mohanty

Abstract Drama Fantasy

4  

Sunanda Mohanty

Abstract Drama Fantasy

ଗତିପଥ

ଗତିପଥ

6 mins
1

ନାରାୟଣ ନାରାୟଣ ଉଚ୍ଚାରଣ କରି କରି ନାରଦ ମୁନି ପହଁଞ୍ଚିଲେ ଜମପୁରୀରେ. ଯମଦେବ ଉଦାସରେ ବସିଥିବାର ଦେଖି ପଚାରିଲେ କଣ ହୋଇଛି ମହାଭାଗ. ନାହିଁ କିଛି ନାହିଁ ଦେବଶ୍ରୀ, ଆଜିକାଲି ଆଉ ଏତେ କାମ ନାହିଁ. ନାରାୟଣ ମଣିଷମାନଙ୍କୁ ସବୁଠୁ ବୁଦ୍ଧିଆ କରି ଛାଡିଲେ ଯେ ସେମାନେ ତାଙ୍କ ବୁଦ୍ଧି ବଳରେ ଆୟୁଷ ବଢ଼େଇ ଚାଲିଛନ୍ତି. ସହଜେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ଲାଗିରହୁଥିଲା ଯେ ସେତକ ବି ଏବେ ଆଉ ନାହିଁ. ତେଣୁ ହାତରେ କାମ ନଥିବାରୁ ବସିଛୁ ଆମେ ଚିତ୍ରଗୁପ୍ତ ଓ ମୁଁ. ଆଜ୍ଞା ଏତ ବହୁତ ଭଲ କଥା. ଦୁର୍ଘଟଣା, ଇଲେକ୍ଟ୍ରି ସକ,ଦୈବ ଦୁର୍ବିପାକ,ବାତ୍ୟା, ବନ୍ୟା, ମରୁଡି, କରୋନା, ମହାମାରୀ, ଆତ୍ମହତ୍ୟା ଆଦିରେ ସମୟ ପୂର୍ବରୁ ମୃତ୍ୟୁ ବରଣ କରି ମଣିଷମାନେ ବୟସ ନହେବା ପୂର୍ବରୁ ମୃତ୍ୟୁ ବରଣ କରି ଜମପୁରୀରେ ଭିଡ଼ ଜମେଇବା ସହ ଉତ୍ପାତ କରୁଥିଲେ. ଆପଣ ଦୁହେଁ ବ୍ୟତିବ୍ୟସ୍ତ ହୋଇପଡୁଥିଲେ. ସମୟ ମିଳିଛି ଯଦି ଆଉ କୋଉ କାମରେ ମନୋନିବେଶ କରନ୍ତୁ. ହଁ ଦେବଶ୍ରୀ ନାରଦ. ମର୍ତ୍ତ୍ୟରେ ସଡ଼କ ସୁରକ୍ଷା ପାଳନ ସପ୍ତାହ ଚାଲିବାରୁ ଗାଡି ମଟର ଦୁର୍ଘଟଣା କମିଛି ସତ ହେଲେ ଏ ଉତ୍ପାତିଆ ଯୁବକ ଗୋଷ୍ଠୀ କଣ ସତରେ ସଡ଼କ ସୁରକ୍ଷା ନିୟମ ପାଳୁଛନ୍ତି? ଟିକେ ମର୍ତ୍ତ୍ୟପୁରୀ ଯାଇ ଦେଖି ଆସିବାକୁ ଖୁବ ଇଛା ହେଉଛି. ହଉ ଚାଲନ୍ତୁ ଆଜ୍ଞା, ଜମପୁରୀ ଦାଇତ୍ୱ ଚିତ୍ରଗୁପ୍ତଙ୍କୁ ଦେଇ ଦୁହେଁ ଛଦ୍ମବେଶରେ ସୁକ୍ଷ୍ମ ରୂପରେ ବାହାରିଲେ ମର୍ତ୍ତ୍ୟ ଭୁବନ. ଯମଦେବ କହୁଥିଲେ ମଣିଷମାନଙ୍କର ଗତିପଥ କୁଆଡୁ କୁଆଡେ ପରିବ୍ୟାପ୍ତ ହେଉଛି ଦେଖିବାର ଆସକ୍ତି ଆଜି ଆପଣଙ୍କ ଯୋଗୁଁ ପୂରଣ ହେଲା ନାରଦ ମହାଶୟ. ନାରଦ ନାରାୟଣ ନାରାୟଣ ସୁମରଣା କରି ହସି ହସି ବାହାରି ପଡିଲେ. ଢ଼ିଙ୍କି ବାହାନକୁ ଅଳ୍ପ ଦୂରତାରେ ଲୁଚାଇ ଗଳି ମୁଣ୍ଡରୁ ମୁଖ୍ୟ ରାସ୍ତାକୁ ବାହାରି ଆସୁ ଆସୁ ବିପରୀତ ଦିଗରୁ ଆସୁଥିବା ଯୁବକର ବାଇକରେ ଧକ୍କା ଖାଇ ପଡିଲେ ଦୁହେଁ. ସେମାନଙ୍କର କିଛି ବି ଭୁଲ ନଥିଲା. ବରଂ ଯୁବକ ହେଲାମେଟ ତ ପିନ୍ଧିଥିଲା କିନ୍ତୁ କାନରେ ମୋବାଇଲ ଦେଇ ଗପିଚାଲିଥିଲା. ଭାଗ୍ୟ ଭଲ ଯମଦେବ ଓ ନାରଦଙ୍କୁ ଧକ୍କା ଦେଲା ନହେଲେ ମଣିଷ କେହି ହୋଇଥିଲେ ନିସ୍ତାର ପାଇନଥାନ୍ତେ. ଯୁବକ ମଧ୍ୟ ସିଧା ଜମପୁରୀ ଦେଖିଥାଆନ୍ତା. ଦୁହେଁ ଝାଡ଼ିଝୁଡି ହୋଇ ଭାବିଲେ ରାସ୍ତା ସୁରକ୍ଷା ନିୟମ ନମାନି ଏମିତି ମୋବାଇଲରେ ଗପି ଗପି ଯିବା ତ ଆଦୌ ଉଚିତ ନୁହେଁ ନାରଦ ମୁନି. ନାରଦ କହିଲେ ମହାଭାଗ ତାର କିଛି ଦୋଷ ନାହିଁ. ଯୁବକ ଲୋକ. ଆମେ ତ ଅଦୃଶ୍ୟରେ ଅଛେ, ସେ କେମିତି ଜାଣିବ? ତେବେ ଚାଲ ଛଦ୍ମ ରୂପ ପ୍ରକାଶ କରି ତାକୁ ଅନୁସରଣ କରିବା. ସେୟା ହେଲା. ଦୁହେଁ ଯୁବକକୁ ଅନୁସରଣ କଲେ. ଏଥର ଦେଖିଲେ ଯୁବକଟି ହେଲମେଟ ନପିନ୍ଧି ଚାଲିଛି. ଗାଡି ଅଟକେଇ ପଚାରିଲେ ଆଛା ବାବୁ ଗୋଟେ ଦୁର୍ଘଟଣା ଘଟାଇ ସତର୍କ ହେବା ପରିବର୍ତ୍ତେ ତୁମେ ହେଲମେଟ କାଢ଼ି ପୁଣି ଫୋନରେ କଥା ହେଉଛ ?

     ଯୁବକ କହିଲେ ଆପଣ ମିଛ କହୁଛନ୍ତି. କୌଣସି ଦୁର୍ଘଟଣା ମୁଁ କରିନି ମାତ୍ର ଗାଦିଟା ଖୁବ ଜୋରରେ ଦୋହଲି ଯିବାରୁ ଭାବିଲି ହେଲମେଟ ପିନ୍ଧିଥିବାରୁ ରାସ୍ତାରେ ଖାଲ ଖମା ନଦେଖିପାରି ଏପରି ଅବସ୍ଥା ହେଲା.ସେଇଥିପାଇଁ ହେଲମେଟ କାଢ଼ି ଫୋନ କରୁଛି ଗାଡି ଏକପାଖିଆ ରଖି. ଦୁହେଁ ପରସ୍ପର ମୁହଁକୁ ଚାହିଁ ଲଜ୍ଜିତ ହେଲେ ସତେତ ଯୁବକ ଠିକ କହୁଛି.ତଥାପି ପଚାରିଲେ ଆଛା ବାବୁ କଣ ପିତା ମାତାଙ୍କ ଠାରୁ ଜରୁରୀ ଖବର ପାଇଲକି? ତୁମକୁ କଣ ଦିଶୁନି ମୋ ବୟସ ଯେ ପଚାରୁଛ ମୁଁ କାହା ସଙ୍ଗେ ଗପୁଛି? ଆରେ ଏ ବୟସରେ ପ୍ରେମିକା ସଙ୍ଗେ ଗପୁଛି. ଆଜି ତାକୁ ପାର୍କକୁ ଡାକିଛି. କେତେ ସମୟ ପଚାରିବାରୁ ତାକୁ ଉତ୍ତର ଦେବାକୁ ଅଟକିଛି ଏଠାରେ. ନାରଦ ଓ ଯମଦେବ ଯୁବକ କଥା ଶୁଣି କାନମୁଣ୍ଡା ଆଉଁସି ଆଉଁସି ଫେରିଆସିଲେ ସିନା ଯମଦେବଙ୍କ ମନ ବୁଝିଲାନି କହିଲେ ଟିକେ ପାର୍କ ଆଡ଼େ ଯାଆନ୍ତେ ନାରଦ ମୁନି. କଣ ସେଠି ଚାଲିଛି ଟିକେ ଦେଖି ଆସନ୍ତେ. କରୋନା ଯୋଗୁଁ ପରା ପାର୍କ ଗୁଡିକ ବନ୍ଦ ହୋଇଥିଲା.ପୁଣି କଣ ସବୁ ଖୁଲମ ଖୁଲା ଚାଲିଛି?ସେଇଥିପାଇଁ ପରା ପ୍ରଭୁ ନାରାୟଣଦେବ ପୂର୍ବ କରୋନାଠାରୁ ଆହୁରି ସାଙ୍ଘାତିକ ଭୁତାଣୁ ଭାଇରସ ଛାଡ଼ି କରୋନାକୁ ସୁସ୍ଥ ସବଳ ଓ ମଝବୁତ କରୁଛନ୍ତି ଆଜ୍ଞା. ହେଲେ ଏ ମଣିଷ ଗୁଡାକ କଣ ସହଜରେ ମରିବେ ନା ଜମପୁରୀ ଯିବେ?ଏମିତି କହୁଥିବା ଶୁଣି ନାରଦ ମୁନି କହୁଥିଲେ ଆପଣ ଏ ମଣିଷମାନଙ୍କ ମରଣ ପାଇଁ ଏତେ ବ୍ୟାକୁଳ କଣ ପାଇଁ?ଏହା କହୁ କହୁ ପୂର୍ବ ଯୁବକଟି ଫେରିଆସି ଜଣକୁ ପିଟିଦେଲା ତ ହୋ ହାଲ୍ଲା ଭିତରେ ଯୁବକକୁ ଧରିବାକୁ ଚେଷ୍ଟା କରୁ କରୁ ଖସିଗଲା ସେ ଆଖି ପିଛୁଳାକେ. ପାଖରେ ଥିବା ପାନଦୋକାନରେ ବସି ପଡି ନାରଦ ଓ ଯମଦେବ ଦୀର୍ଘନିଶ୍ୱାସ ପକାଉ ପକାଉ,ଦୋକାନୀ କହୁଥିଲା ତୁମ ଦୁହିଁଙ୍କ ପାଇଁ ଏମିତି ଅଘଟଣ. ତୁମେ ଦୁହେଁ ରାସ୍ତା ଉପରେ ଯେମିତି ରାସ୍ତାର ନିୟମ ନମାନି ଠିଆ ହୋଇ ରହିଥିଲ, ବିଚରା ବାଇକବାଲା ଆଉ କରନ୍ତା କଣ?ମୁଣ୍ଡ ତଳକୁ ପୋତି ବସିଥାଆନ୍ତି ନାରଦ ମୁନି ଓ ଯମଦେବ. ପୋଲିସ ପହଁଚିଲା. ପାନଦୋକାନୀ ସାକ୍ଷୀ ଦେବାରୁ ଦୁହେଁ ଧରା ହୋଇ ଥାନାକୁ ଗଲେ. ସେଠୁ ଛଦ୍ମବେଶରେ ଥିବାରୁ ତାଙ୍କୁ କେହି ଚିହ୍ନି ପାରୁନଥିଲେ ସତ ସେମାନଙ୍କର ବିବେକ ମଧ୍ୟ ବାଧା ଦେଲା ଉଭାନ ହୋଇଯିବାକୁ. ଯମଦେବ କିନ୍ତୁ କହୁଥିଲେ ପାର୍କ ନଯାଇ କେମିତି ଫେରିଯିବା. ସେହି ଯୁବକ ଆଜି ତା ପ୍ରେମିକାକୁ ଦେଖା କରିବାକୁ କଥା ଦେଇଥିଲା. ଏ ଘଟଣା ପରେ ସେ ଆଉ ଭୟରେ ଆସୁଛି କି ନାହିଁ ଦେଖିବାକୁ ଖୁବ ଇଛା ହେଉଛି ଦେବଶ୍ରୀ.।

     ଛଦ୍ମବେଶ ଛାଡ଼ି ଦେଇ ଥାନାରେ ଦୁହେଁ ସୁକ୍ଷ୍ମ ରୂପରେ ପାର୍କରେ ପହଁଚିଲେ. ସେତେବେଳକୁ ଝିଅଟିଏ ମନ ଦୁଃଖରେ ବସିଥିବା ଦେଖି, ସେହି ପୂର୍ବକ୍ତ ଯୁବକଟି ପହଞ୍ଚି କହୁଥିଲା ଆଜି ତୁମ ଜନ୍ମ ଦିନରେ ତୁମ ବାପାଙ୍କୁ ଗାଡି ଧକ୍କା ଦେଇ ମୁଁ ଅନୁତାପ ଅନଳରେ ଜଳୁଛି ଦୀପ୍ତି. ଦୀପ୍ତି କହୁଥିଲା ତୁମର କିଛି ଭୁଲ ନାହିଁ ଅଜୟ.ଆମ ଗଳି ମୁଣ୍ଡ ପାନ ଦୋକାନୀ ଭାଇଠୁ ମୁଁ ସବୁ ଶୁଣିଛି. ତୁମ ଗାଡି ନମ୍ବର ଟିପି ରଖିଥିଲେ ବି ସେ କହୁଥିଲେ ଦୁଇ ଜଣ ଯାତ୍ରାପାଟି ଵାଲାଙ୍କ ଯୋଗୁଁ ତୁମ ଗାଡି ବାପାଙ୍କ ଉପରେ ମାଡିଗଲା ସିନା ତାଙ୍କର ବିଶେଷ କ୍ଷତି ହୋଇନି ଭଗବାନ ଆମକୁ ରକ୍ଷା କରିଦେଇଛନ୍ତି. ସେ ଯାତ୍ରାବାଲା କଳାକାର ନାରଦ ଓ ଯମଦେବ ଦୁହେଁ ପୋଲିସ ହାତରେ ଧରା ପଡିଛନ୍ତି. ଉତ୍ତମ ମଧ୍ୟମ ପାଇ ପାର୍ଟ କରିବା ଛାଡ଼ିଯିବ ଦୁହିଁଙ୍କର. ତୁମେ ଜମା ବ୍ୟସ୍ତ ହୁଅନାହିଁ ଜାନୁ. ପୋଲିସ ସେମାନଙ୍କୁ ରାସ୍ତା ସୁରକ୍ଷା ନିୟମ ଠିକ ବୁଝେଇଦେବ. ଏତକ ଶୁଣି ନାରଦ ଓ ଯମଦେବ ଯାହା ଥାନାକୁ ଫେରି ଯାଇଥାନ୍ତେ ଭାବିଥିଲେ, ସିଧା ଯାଇ ସ୍ଵର୍ଗରେ. ନାରଦ ନାରାୟଣ ନାରାୟଣ କହି ମଣିଷ ଲାଙ୍ଗୁଡ଼ରେ ଆଉ ହାତ ମାରିବେନି ପ୍ରଭୁ. ତାଙ୍କର ସିଏ ମର୍ତ୍ତ୍ୟରେ ଆୟୁଷ ପାଇ ରହନ୍ତୁ କହୁଥିବା ବେଳେ ସେପଟେ ଥାନାରେ ନାରଦ ଓ ଯମଦେବ ଦୁହିଁଙ୍କ ଶୁନ୍ୟ ଖୋଳ ଦେଖି ପଳାତକ ଦୋଷୀଙ୍କୁ ଖୋଜିବାକୁ ପୋଲିସ ଭ୍ୟାନ ଦୁଇ ଚାରିଟା ସାଇରନ ବଜାଇ ବଜାଇ ଏ ଗଳିରୁ ସେ ଗଳି ଖୋହୁଥିଲା ଯାତ୍ରା ପାର୍ଟିଆର କଳାକାର ଦୁହିଁଙ୍କୁ. ଲୋକେ ଭାବୁଥିଲେ ସଡ଼କ ସୁରକ୍ଷା ସପ୍ତାହ ଚାଲିଥିବାରୁ ପୋଲିସ ଗାଡି ବୁଲୁଛି.।

    ଯମଦେବଙ୍କ ଏପରି ଝାଳନାଳ ଅବସ୍ଥା ଦେଖି ଚିତ୍ରଗୁପ୍ତ ଦେବ ଘାଵରେଇ ଗଲେ. ବଡ଼ ଦ୍ଵିଧାର ସହିତ କାରଣ ପଚାରିବାରୁ ଯମଦେବ କହିଲେ ସେକଥା ପଛରେ.ଆଗ କହିଲ କାହାର କଣ ଦରଖାସ୍ତ ଅଛିକି? ଆଜ୍ଞା କେତେ ତ ଦରଖାସ୍ତ ଅଛି. ତା ଭିତରୁ ବୁଢା ବୁଢ଼ୀ ଦୁହେଁ ମିଶି କରିଥିବା ଦରଖାସ୍ତଟିଏ ଅଛି. ସେମାନେ ଟିକେ ପୃଥିବୀକୁ ଯାଇ ତାଙ୍କ ସନ୍ତାନମାନଙ୍କୁ ଦେଖିଆସିବାକୁ ମନ କରିଛନ୍ତି. ଆଛା ସେମାନଙ୍କ ପୁଣ୍ୟ କେତେ? ଆଜ୍ଞା ପୁରା ଶହେରୁ ଶହେ. ତେବେ ତାଙ୍କୁ ଆଉଥରେ ସ୍ବଦେହରେ ମର୍ତ୍ତ୍ୟକୁ ପଠାଇ ଦେଲନି. କାବା ହୋଇ ଚିତ୍ରଗୁପ୍ତ ଯମଦେବଙ୍କୁ ଚାହିଁ କହିଲେ, ସେତେବେଳେ ତ ଆପଣ କିଛି କହିଲେନି ଏବେ ତ ବୁଢା ମାରିବାର ଛଅ ବର୍ଷ ଓ ବୁଢ଼ୀ ମରିବାର ଏକବର୍ଷ ପୁରଣ ହେବାକୁ ଯାଉଛି. ହଉ ହଉ ତାଙ୍କୁ ଛାଡ଼. ତାଙ୍କ ଦରଖାସ୍ତ ଦିଅ ମୁଁ ମଂଜୁର କରିଦେଉଛି. ସେମାନେ ଫେରି ଆସିବା ପରେ ଯଦି ରାଜି ହେବେ ବୁଢ଼ୀଙ୍କ ବର୍ଷିକିଆ ପୂର୍ବରୁ ତାଙ୍କୁ ଫେରେଇଦେବା. ଦରଖାସ୍ତ ଗ୍ରାଣ୍ଟ କରି ଚିତ୍ରଗୁପ୍ତ ବୁଢା ବୁଢୀଙ୍କୁ ଧରା ପୃଷ୍ଟକୁ ଯିବାକୁ ଅନୁମତି ଦେଲେ.।

   ଦୁହେଁ ଖୁସି ହୋଇ ଜଗନ୍ନାଥ ଧାମରେ ପହଁଚିଲେ. ପୁରୀ ତାଙ୍କ ଜନ୍ମ ମାଟି. ଘରକୁ ଯିବା ପୂର୍ବରୁ ଜଗନ୍ନାଥ ଦର୍ଶନ କରିବା ସୌଭାଗ୍ୟକୁ ହାତଛଡା ନକରି ଦେଖିଲେ ଏ ଭିତରେ ଦର୍ଶନ କଟକଣା ଓ ମନ୍ଦିର ସୌନ୍ଦର୍ଯ୍ୟକରଣ ହୋଇ ବଡ଼ ସୁନ୍ଦର ଦେଖାଯାଉଛି ମନ୍ଦିର ଚତୁଃପାର୍ଶ୍ୱ. ତ ଖୁସିରେ ଧାଡ଼ିରେ ଠିଆ ହୋଇ ରହି ଅନୁତାପ କରୁଥିଲେ ପିଲାଙ୍କ ଦାଇତ୍ୱ କର୍ତ୍ତବ୍ୟ ସହ ସାଂସାରିକ ରୀତି ନୀତି ନିୟମ ପାଳନ କରୁ କରୁ ଦୁହେଁ କେବେ ସାଙ୍ଗ ହୋଇ ମନ୍ଦିର ଦର୍ଶନ କରିପାରିନାହାଁନ୍ତି, ସମୁଦ୍ରକୂଳ, ସିନେମା ତ ଦୂରର କଥା. ଯା ହେଉ କେଉଁ ପୁଣ୍ୟ ବଳରେ ଆଜି ସେ ସୁଯୋଗ ମିଳିଛି ତାଙ୍କୁ କହୁ କହୁ ପେଟ କାଟି ମୁଣ୍ଡ ବୁଲେଇ ବୁଢ଼ୀର ଦୁଇ ହୋଇଗଲା. କିଏ କିଏ ଏମିତି କଲା କହୁ କହୁ ଦୁହେଁ ଅଦୃଶ୍ୟ. ପାଣିସାରିବାକୁ ଶୌଚାଳୟ ଖୋଜି ଖୋଜି ବେଦମ. ଏତେ ସୌନ୍ଦର୍ଯ୍ୟକରଣ ଭିତରେ ସେଇଟା ହେବାର ପ୍ରକଳ୍ପ ଡେରି ଅଛି ଶୁଣି ଦୁହେଁ ତାଙ୍କ ଘରେ ପଶିଗଲେ. କିଏ କବାଟ ଖୋଲିଦେଲା କହି ସାନଝିଅ ହାଉଳି ଖାଇ ପାଟି କରୁଥିଲା ବେଳକୁ ବୁଢ଼ୀ ଯେତେ କହୁଥିଲା ମୁଁ ଝିଅ,କେହି ଶୁଣୁ ନଥିଲେ.।

   ସେଦିନ ଯୋଗକୁ ବୁଢ଼ାଙ୍କର ଶ୍ରାଦ୍ଧ ବାର୍ଷିକୀ ଥିଲା. ଅବଢ଼ା ଖାଇବାକୁ ମିଳିବ ଭାବି ବସିଲା ବେଳକୁ କେହି ପତର ପକାଉ ନଥିଲେ. ପିତୃ ପୁରୁଷଙ୍କ ପାଇଁ ପାଣିଛଡେଇଥିବା ଅଳ୍ପ ଟିକେ ଦୁହିଁଙ୍କୁ ନିଅଣ୍ଟ ହେଲା. ପିଲାମାନେ ମନଦୁଃଖ କରୁଥିବେ ଚାଲ ସ୍ବଦେହ ପ୍ରକାଶ କରିନେବା କହିବା ବେଳେ ଜଣେ କିଏ ମାଆଙ୍କ ପରି କାହାକୁ ଦେଖିଲି କହି ଦୌଡ଼ିଲା ତ ଜଣେ କିଏ ଜେଜେଙ୍କ ପରି କାହାକୁ ଦେଖିଲି କହି ଦୌଡ଼ିଲା. ତ ମନମାରି ଫେରି ଆସିବାକୁ ସ୍ଥିର କଲାବେଳେ ବୁଢା ବୁଢ଼ୀ ଶୁଣିଲେ ବୁଢ଼ୀର ଶ୍ରାଦ୍ଧ ପରେ ବୁଢା ବୁଢ଼ୀଙ୍କର ଅସ୍ଥି ବିସର୍ଜ୍ଜନ ହେବାର ମସୁଧା ଚାଲିଛି ନଚେତ ଏ ଶ୍ରାଦ୍ଧ ସଂସ୍କୃତି ପାଳନ କୁଆଡେ ଭାରି ବୋଝ ପରି ଲାଗୁଛି କେବେ ପୁଣି ଭୁଲି ହୋଇଯାଉଛି. ଦୁହେଁ ଫେରିଆସିଲା ବେଳକୁ ଶୁଭୁଥିଲା ସେମାନଙ୍କ ବିଦାୟୀ ଗୀତି କବିତା ଆସର. ଯମଦେବ ଯେବେ କହିଲେ ତୁମ ଦୁହିଁଙ୍କର ମର୍ତ୍ତ୍ୟକୁ ଫେରିଯିବା ପାଇଁ ପ୍ରସ୍ତାବ ଅନୁମୋଦନ ହୋଇଛି. ଦୁହେଁ ମନା କରୁଥିଲେ ତ ଯମଦେବଙ୍କର ସେଦିନ ନାରଦଙ୍କ ସଙ୍ଗେ ମର୍ତ୍ତ୍ୟକୁ ଯିବା କଥା ମନେପଡୁଥିଲା.ମଣିଷମାନେ କେଡେ ସାଙ୍ଘାତିକ ହୋଇ ସ୍ୱାର୍ଥ ଓ ସର୍ତ୍ତରେ ବୁଡିରହିଛନ୍ତି ବୁଝିବାକୁ ବାକି ନଥିଲା କାହାକୁ ।


Rate this content
Log in

Similar oriya story from Abstract