STORYMIRROR

Parameswar Ojha

Abstract

3  

Parameswar Ojha

Abstract

ଗୋ ମାତା

ଗୋ ମାତା

4 mins
250


ଗିରିଜା ବଳ , ଲୋକଟି ହିସାବ ରେ ସେ କିଛି ଖରାପ ନୁହେଁ। କିନ୍ତୁ ସେ ଗୋଟେ ଅଦ୍ଭୂତ ନାସ୍ତିକ ଟେ । ପୂଜା ପାଠ , ଭୁତ ପ୍ରେତ , ଗୀତା ଭାଗବତ , ପୁରାଣ ଶାସ୍ତ୍ର କିଛି ବି ମାନେନି ଗ୍ରହଣ କରେନି । ଏମିତି କି ପିତୃ ପୁରୁଷ କୁ ଶ୍ରାଦ୍ଧ ବି ଦିଏନି । ତାକୁ ଲାଗେ ଯେମିତି ଏ ପୂଜା ପାଠ ତନ୍ତ୍ର ମନ୍ତ୍ର ଭୁତ ପ୍ରେତ ଠାକୁର .......ଏ ସବୁ ଗୋଟେ ଗୋଟେ ପ୍ରହସନ ଅଯଥା ସମୟ ନଷ୍ଟ ତା ବିନା ଆଉ କିଛି ନୁହେଁ। ଏଥି ଯୋଗୁଁ ତାକୁ ଗାଁ ର ଅର୍ଦ୍ଧେକ ଲୋକ ଅପସନ୍ଦ କରନ୍ତି ।

କିନ୍ତୁ ଗୋଟିଏ ଘରଣା ପରେ ସେ ଏକଦମ୍ ବଦଳି ଗଲା ବଦଳି ଯିବାକୁ ବାଧ୍ୟ ହେଲା । ଗିରିଜା ବଳ ର ଦୁଇ ପୁଅ ଦୁଇ ଝିଅ ବାପା ବୋଉ ତା ସ୍ତ୍ରୀ ସମେତ ପରିବାର ଟିଏ ।


ତ ଗିରିଜା ଗୋଟେ ଗାଈ ରଖିଥିଲା । ଅଧିକ କ୍ଷୀର ପାଇଁଁ ଗାଈ କୁ ଦାମି ଚୋକଡ ମୁଗ ଚୋପା ଘାସ କୁଟା ସବୁ ଦେଉଥିଲା । ଗାଈ ପାଇଁ ତଳ ପକା କାନ୍ଥ ଇଟା ଅଥଚ ଚାଳ ଛପର ଘର କରିଥିଲା । ଏକରକମ କହିବାକୁ ଗଲେ ଗାଈ ପ୍ରତି ତାର ଗୋଟିଏ ସଉକ ଆସି ଯାଇଥିଲା । କିନ୍ତୁ ଦିନେ ରାତିରେ ଘଟିଗଲା ଅଘଟଣ ଟିଏ । ସକାଳୁ ଦେଖିଲା ବେଳକୁ ଗାଈ ଟି ପଘା ରେ ଗୁଡେଇ ହୋଇ ମରି ଯାଇଛି ।

ଗିରିଜା ର ମନ ଦୁଃଖ ବହୁତ ହେଲା ଅବଶ୍ୟ କେଡେ ଶ୍ରଦ୍ଧା ରେ ପାଳିଥିଲା ଗାଈ ଟିକୁ । ଗାଁ ଲୋକେ ପରାମର୍ଶ ଦେଲେ ଗାଈ ପଘା ରେ ମରିଛି । ବେକରେ ପଘା ଟେ ପକେଇ ଘର ଘର ବୁଲିବୁ ବ୍ରାହ୍ମଣ ଭୋଜନୀ ଦେବୁ , ଶୁଦ୍ଧି କ୍ରିୟା କରିବୁ । ନହେଲେ ବହୁତ ଅସୁବିଧା ହେବ ।


ଗିରିଜା ଏ ସମସ୍ତ ଙ୍କ କଥାକୁ ଫୁ କରି ଉଡେଇ ଦେଲା । ଆରେ କୁକୁର ମାଙ୍କଡ କାଉ ବିଲେଇ ସହସ୍ର ମରୁଛନ୍ତି ସମସ୍ତ ଙ୍କ ର କଣ କିଏ ଏମିତି ଶ୍ରାଦ୍ଧ କରନ୍ତି ? ତା ଛଡା ଇଏ ବି ସେମାନଙ୍କ ପରି ଗୋଟେ ଜୀବ ଟିଏ ମଲା ଗଲା । ତା ପାଇଁ ପୁଣି ଏ ଅଯଥା ସପଟାଙ୍ଗ କଣ ପାଇଁ ଯେ ? ତ ଗିରିଜା କାହା କଥା ବି ନଶୁଣି ବାହାର ଗାଁ ରୁ ଚାରିଟା ମୁଲିଆ ଆଣି ଗାଈ କୁ ନେଇ ଦଣ୍ଡା ମୁଣ୍ଡ ରେ ପୋତି ଦେଇ ଆସିଲା । କିନ୍ତୁ ସେ ଜାଣି ନଥିଲା ତାର ଏଇ ଭୁଲ୍ ପାଇଁ ତାକୁ କେତେ ବଡ଼ ଶାସ୍ତି ମିଳିବାକୁ ଯାଉଛି ।


ଠିକ୍ ପନ୍ଦର ଦିନ ପରେ ବାପା ହଠାତ୍ ଚାଲିଗଲେ । ତାର କୋଡ଼ିଏ ଦିନ ପରେ ବୋଉ ଆଖି ବୁଜିଲେ । ହଠାତ୍ ଘରେ ନିଆଁ ଲାଗି ଆସବାବ ପତ୍ର ଜଳିଗଲା । ତା ଜୀବନ ଯେମିତି ଅସ୍ତବ୍ୟସ୍ତ ହୋଇ ପଡ଼ିଲା । ଆଉ ମାସକ ପରେ ବଡ଼ ପୁଅ କୁ କି ରୋଗ ହେଲା ଯେ ଯେତେ ମେଡିସିନ ଖାଇଲେ ବି କିଛି ଲାଭ ହେଲାନି । ଦେହ ଟିକେ ବି ଭଲ ହେବାର ନାହିଁ ଅଥଚ ଦେହ ଦିନକୁ ଦିନ ଭିଷଣ ଖରାପ ହେବାକୁ ଲାଗିଛି । ଦିନ କେଇଟା ଭିତରେ ଏକଦମ୍ କଣ୍ଟା ହୋଇଗଲା ସେ ।

ଦିନେ ସଂଧ୍ୟାରେ ଘରକୁ ଆସିଲେ ବିଶିନି ମଉଷା। ଗାଁ ର କେତେ ଜଣ ସବୁଠୁ ବୟସ୍କ ଲୋକ ଭିତରୁ ବିଶିନୀ ମଉଷା କୁ ସମସ୍ତେ ପ୍ରାୟ ମାନନ୍ତି ତାଙ୍କ କଥା ରଖନ୍ତି କାରଣ ସେ ସବୁବେଳେ ଉଠିତ୍ କଥା ଆଉ ଠିକ୍ କଥା ହିଁ କୁହନ୍ତି ବାକି ସଭା ସମିତି ରେ ବସିଲେ କାହାର ପକ୍ଷ ନିଅନ୍ତିନି ଉଚିତ୍ ନ୍ୟାୟ କରନ୍ତି । ସେଥିପାଇଁ ବିଶିନି ମଉଷା କୁ ଗାଁ ରେ ସଭିଏଁ ଶ୍ରଦ୍ଧା ଆଉ ସମ୍ମାନ କରନ୍ତି ।


ଗିରିଜା ବଳ କୁ ବିଶିନି ମଉଷା କହିଲେ ,

- " ଶୁଣୁ ଗୋମାତା ମରିଛନ୍ତି ପଘା ରେ ଏତେ ସହଜ ଭାବେ କଥା ଟାକୁ ନେ ନା । ତାଙ୍କ ଆତ୍ମା ଅଶାନ୍ତି ହେଲେ ତୋ ଘରକୁ ମୁହୂର୍ତ୍ତ କରେ ସ୍ମଶାନ କରିଦେବ । ଯାହା ହେଇଛି ହେଇଛି ଯେତିକି ଭୁଲ୍ କରିଛୁ କରିଛୁ କଥା ମାନି ବ୍ରାହ୍ମଣ ପରାମର୍ଶ କରି ସବୁ ନିତି ନୀୟମ ଅନୁସାରେ ମନରେ ଭୟ ଶ୍ରଦ୍ଧା ଭକ୍ତି ରଖି ଗୋଟି ଗୋଟି କରି କରିବୁ । ନହେଲେ ଶୁଣୁ ଗୋଟି ଗୋଟି କରି ସମସ୍ତେ ଆଖି ବୁଜି ବେ କାହାକୁ ବି ବଞ୍ଚେଇ ପାରିବୁନି । ନିଜେ ବି ତଳିତଳାନ୍ତ ହୋଇ ସବୁ କିଛି ହରେଇ ବସିବୁ "ଗିରିଜା ବଳ ଏଥର କଥା ଟାକୁ ଗୁରୁତର ଭାବେ ନେଲା , ବ୍ରାହ୍ମଣ ପଣ୍ଡିତ ପରାମର୍ଶ କଲା ।


ସେମାନେ କହିଲେ, -" ବହୁତ ଡେରି କରିଦେଲ , ଯୋଉଠି ଆଖୁ ଖଣ୍ଡେ ରେ କଥା ଛିଡି ଥାନ୍ତା ସେଠି ଗୁଡ଼ ଖଣ୍ଡେ ଲାଗିବ । ବେକରେ ପଘା ପକେଇ ଦଶଟା ଗାଁ ଭିକ୍ଷା ମାଗିବାକୁ ପଡ଼ିବ । ସେଥିରେ ଗୋମାତା ଙ୍କ ର ଶୁଦ୍ଧି କ୍ରିୟା କରିବ ତା ସହ ଶହେ ଆଠ ବ୍ରାହ୍ମଣ ଭୋଜନ ଆଉ ଦକ୍ଷିଣା ଦେଇ ବିଦା କରିବ । ଦଶଟି ବ୍ରାହ୍ମଣ କୁ ଦଶଟି ଗୋମାତା ଦାନ କରିବ ଏବଂ ଦକ୍ଷିଣା ଦେଇ ସନ୍ତୁଷ୍ଟ କରି ବିଦା କରିବ । ଗ୍ରାମ ଦେବତୀ ଙ୍କୁ ନୂଆ ବସ୍ତ୍ର ପିନ୍ଧାଇ ଦଶ କିଲେ ସିନ୍ଦୂର ଅର୍ପଣ କରି ଖେଚେଡ଼ି ପ୍ରସାଦ ଲଗେଇ ସାରି କ୍ଷମା ପ୍ରାର୍ଥନା କରିବ , ତାହେଲେ ଯାଇ ଗୋମାତା ଙ୍କ ପଘା ଅପମୃତ୍ୟୁ ଦୋଷ ତୁମ ପରିବାର ଉପରେ ରହିବନି ।"

ଗିରିଜା ବଳ ଏଥର ବହୁତ କଷ୍ଟ କରି ପଣ୍ଡିତ ଙ୍କ କହିବା ମୁତାବକ ସବୁ ଗୋଟି ଗୋଟି କରି କଲେ । ତାପରେ ଧିରେ ଧିରେ ଗିରିଜା ବଳ ଙ୍କ ଅବସ୍ଥା ରେ ସୁଧାର ଆସିଲା ।

ଏଇ ଘଟଣା ପରେ ଏଥର ଗିରିଜା ବଳ ନାସ୍ତିକ ରୁ ଆସ୍ତିକ

ହୋଇ ସାରିଥିଲେ । ଅଦୃଶ୍ୟ ଙ୍କ ଉପରେ ଭକ୍ତି ଥାଉ କି ନଥାଉ କିନ୍ତୁ ଭୟ ନିଶ୍ଚୟ ଆସି ସାରିଥିଲା ତାଙ୍କର । ସେ ଏଥର ବୁଝି ସାରିଥିଲେ ଅଦୃଶ୍ୟ ଶକ୍ତି ଅନେକ ଥାଏ ଯାହାକୁ ବିନା କୈାଣସି ଯୁକ୍ତି ରେ ବଚସା ରେ ଗ୍ରହଣ କରିବାକୁ ହୁଏ , ତଦନୁଯାୟୀ ଆବଶ୍ୟକ କାର୍ଯ୍ୟ ସବୁ ମାନି ନେବାକୁ ପଡେ ।



Rate this content
Log in

Similar oriya story from Abstract