STORYMIRROR

puspalata samantary

Abstract

3  

puspalata samantary

Abstract

ଗଣମାଧ୍ୟମ

ଗଣମାଧ୍ୟମ

2 mins
476

ଗଗନବାବୁ ଚାକିରି ରୁ ଅବସର ନେବା ପରେ, ତାଙ୍କ ସାଥି ଅବସର ପ୍ରାପ୍ତ ନିରାକାର ବାବୁଙ୍କ ସହିତ ପ୍ରାତଃ ଭ୍ରମଣ ରେ ସବୁଦିନ ଯାଇଥାନ୍ତି । ପ୍ରାତଃଭ୍ରମଣ ସାରି ନିକଟରେ ଥିବା ଗୋଟିଏ ଚା ଦୋକାନ ରୁ ଚା ପିଇ ପାଖ ପାର୍କ ରେ ସିମେଣ୍ଟ ବେଞ୍ଚ ଉପରେ ବସି ବିଭିନ୍ନ ବିଷୟରେ ଆଲୋଚନା କରନ୍ତି। ସେଦିନ ର ଆଲୋଚନା ର ବିଷୟ ଥିଲା ଗଣମାଧ୍ୟମ ।ଗଗନବାବୁ କହିଲେ ଦେଶର ପ୍ରମୁଖ ଗଣମାଧ୍ୟମ ଗୁଡିକ ଯେଭଳି ଭାବରେ ସେଲିବ୍ରେଟି ମାନଙ୍କ ବ୍ୟକ୍ତିଗତ ଜୀବନର ବିବରଣୀ,ଅନେକ ଚିତ୍ର ତାରକା,ଶିଳ୍ପ ପତି,ରାଜନେତା ମାନଙ୍କ ବିବାହ ଉତ୍ସବର ବିଳାସବ୍ୟସନ ର ବର୍ଣ୍ଣନା, ଗଣମାଧ୍ୟମ ପ୍ରାଧାନ୍ୟ ପ୍ରଦାନ କରି ପରିବେଷଣ କରୁଛି। ଏହାଦ୍ବାରା ଦେଶର କୋଟି କୋଟି ଗରିବ, ଅବହେଳିତ ଜନସାଧାରଣ ଙ୍କ ନିକଟକୁ ସଠିକ ସନ୍ଦେଶ ଯାଉଛି କି? ଦେଶରେ ଅନେକ ଘଟଣା ଗଣମାଧ୍ୟମ ପାଇଁ ଅଗମ୍ୟ ହୋଇ ରହିଯାଉଛି, ଯାହା ଭବିଷ୍ୟତ ଯୁବପିଢ଼ି ପାଇଁ ପ୍ରେରଣା ଦାୟକ ହୋଇପାରନ୍ତା। ପରମ୍ପରା, ସଂସ୍କୃତି, କଳା,ଐତିହାସିକ କିର୍ତ୍ତୀ ରାଜୀ ,ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ ସ୍ଥାନ ମାନଙ୍କର ଅନେକ ଅନନ୍ୟ ଗାଥା ଦୃଷ୍ଟି ଆଢୁଆଳରେ ରହି ଯାଉଛି । ଯାହାର ଅନାବରଣ ଓ ପ୍ରଦର୍ଶନ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷଣ କରିପାରନ୍ତା। ସାଥୀ ନିରାକାର ବାବୁ କହିଲେ ଠିକ୍ କହୁଛନ୍ତି ଗଗନବାବୁ, ତା ଦ୍ବାରା ଦେଶର ଗୌରବ ମହିମା ମଣ୍ଡିତ ହେବା ସହିତ ଅର୍ଥନୀତି ସମୃଦ୍ଧ ହୋଇପାରନ୍ତା। ଏହା ସ୍ୱୀକୃତ ନିଶ୍ଚୟ,ନ୍ୟାୟପାଳିକା, ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ସହିତ ଚତୁର୍ଥ ସ୍ତମ୍ଭ ର ମାନ୍ୟତା ହାସଲ କରିଛି। ଦେଶର ସାମ୍ବିଧାନିକ ଶାସନ ବ୍ୟବସ୍ଥା ରେ ଗଣମାଧ୍ୟମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଚାଲିଛି । ଗଣମାଧ୍ୟମ ର ସ୍ଵାଧୀନତା, ନିରପେକ୍ଷତାକୁ କେନ୍ଦ୍ର କରି ଅନେକ ତର୍କ ବିତର୍କ ଉଠିଛି । ଏହାକୁ ପଛକୁ ପକାଇ ଗଣତନ୍ତ୍ରର ଏହି ଶକ୍ତସ୍ତମ୍ବ ତାର ଗରିମା ବଜାୟ ରଖିଛି। ସମାଜ ର ଉତ୍ତର ପିଢି ପାଇଁ ସାମାଜିକ, ବୌଦ୍ଧିକ ଓ ନୈତିକ ପ୍ରତିବଦ୍ଧତା ର ଏକ ପ୍ରଭାବଶାଳୀ ନଜିର ସୃଷ୍ଟି କରିବା ପାଇଁ ଗଣମାଧ୍ୟମ ଅଭିପ୍ରେତ । ମାତ୍ର କେତେକ ଘଟଣାବଳୀ କୁ ଲକ୍ଷ କଲେ ଏହା ପ୍ରତୀୟମାନ ହୁଏ ଯେ ଗଣମାଧ୍ୟମ ତାର ଏହି ମହତ ଲକ୍ଷରୁ ବିଚ୍ୟୁତ ହେବାରେ ଲାଗିଛି । ଗଗନବାବୁ ଏହି କଥା କୁ ସମ୍ମତି ପ୍ରଦାନ କଲେ । ଆଲୋଚନା ପରେ ଦୁହେଁ ଦୁହିଁଙ୍କ ଠାରୁ ବିଦାୟ ନେଇ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract