STORYMIRROR

Dipti lekha Mishra

Abstract Inspirational Others

2  

Dipti lekha Mishra

Abstract Inspirational Others

ଗଳ୍ପାୟନ ଗଳ୍ପ‐୭

ଗଳ୍ପାୟନ ଗଳ୍ପ‐୭

1 min
105


ହେ ପ୍ରଭୂ ଏବେ କଣ ହେବ ରୀମାନାନୀର । ବାହାଘରର ଦଶଦିନ ହେଇନି ଏତେ ସବୁ ଘଟଣା।ରୀମାନାନୀ କାନ୍ଦୁଥାଏ ଯେ ଆରେ ମୁଁ ଭୂଲଟା କଣ କହିଲି?ହେଲେ ଉତ୍ତର କିଏ ଦେଲେନି।

କିଛି ସମୟ ପରେ ସ୍ବାମୀ ରୁନା ଆସି କହିଲେ ଟିକେ ଚୁପ ହେଲେ ତୋ ପାଟି କଣ ସରିଯାନ୍ତା।ଭାରୀ ସାହାସ ତୋର ମୋ ବାପା ମାଆ ସହ ଝଗଡା ଲାଗୁଛୁ । ଦେଖେ ରୀମା ମୋ ବାପା ମାଆ ବିରୁଦ୍ଧରେ କେବେ ବି ରହିବୁନି ଆଉ ଯଦି ରହିବୁ ତା ହେଲେ ଶୁଣ ମୋ ସହ ତୋ ସଂପର୍କ କିଛି ରହିବନି।

ରୀମା ଖୁବ ଜୋରରେ କାନ୍ଦି ଉଠିଲା । ଆରେ ଇଏ କଣ? ସ୍ବାମୀ ମଧ୍ୟ ବୁଝୂନାହାଁନ୍ତି।କଳିହୁଡି ମୁଁ ନୂହଁ।ତମ ବାପା ମାଆ ହିଁ ମୋତେ ଈଆଡୁ ସିଆଡୁ ବହୁତ କଥା କହିଲେ ରୁନା।ତମେ ତୁଛ୍ଥାଟାରେ ମୋ ଉପରେ କଣ ପାଇଁ ଗାରୁ ଗାରୁ ହେଉଛ।

ରୁନା ଖୁବ ବଡପାଟିରେ କହିଲା ଆରେ ଚୁପ!କହିଲି ପରା ଥରେ ମୋ ବାପା ମାଆଙ୍କ ଭୂଲ ଖୋଜିବୁନୁ । ଦଶଟି ଦିନ ହୋଇନି ତମେ ମୋ ଘର ଭାଙ୍ଗିବାକୁ ବସିଛ?ଛି ରୀମା ତମଠୁ ମୁଁ ଏ ଆଶା ରଖିନଥିଲି।

ଅଦୃଶ୍ୟ ଝଡ ତୋଫାନ ଆରମ୍ଭ ହୋଇଗଲାଣି ସାମାନ୍ଯ ଦୁଇପଦ କଥାରେ।କଣଟା କହିଦେଲି ଯେ ମୋତେ ଏତେ କଥା ଶୁଣାଉଛ ପ୍ରଭୂ?ବାପା ଘରେ ଥାନ୍ତି ଭଲରେ ଥାନ୍ତି ହେଲେ ମୁଁ ଆଜି ଏଠି ପୁରା ଏକୁଟିଆ। ମୋତେ କିଏ ସାହାସ ଦେବାକୁ ବି ନାହିଁ । ମୋ କଥା କିଏ ବୁଝୁନି।

ଖୁଡୀଶାଶୁ ଆସି କବାଟ ଠକ ଠକ କଲେ।କହିଲେ ଏ ରୀମା ଖୋଲିଲ କବାଟ।

ରୀମା ଆଶ୍ଚର୍ଯ୍ୟ।ପୁଣି କଣ ଇଏ ବି ମୋତେ ବକିଦେବେ ନା କଣ?କବାଟ ଖୋଲି ଭିତରକୁ ଡାକି ନେଲା ।

ଖୁଡୀ ଶାଶୁ କହିଲେ ହଁ ହଉ କଣ ହେଲା ଐତେ କାନ୍ଦନି।ଏମିତି ସବୁବେଳେ ହେବ।ତୁମେ ତାଙ୍କ କିମର ଭୂଲ କେବେ ଖୋଜିବନି।ଓଲଟି ତାଙ୍କୁ ପ୍ରଶଂସା ହିଁ କର ଦେଖିବ ସେ ତମକୁ ମୁଣ୍ତରେ ବସାଇବେ।ତମକୁ କଣ ଦରକାର ଥିଲା ଦୁହିଁଙ୍କ ଭୂଲ ଖୋଜିବା?ଚିଲ ମୁହଁ ଟି ଧୋଇ ତଳକୁ ଆସ ।ଏସବୁ ଭୂଲିଯାଅ ଝିଅ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract