STORYMIRROR

Narayan Sethi

Abstract Children Stories Tragedy

4  

Narayan Sethi

Abstract Children Stories Tragedy

ଗଳ୍ପ:ପଇସା ର ଖେଳ

ଗଳ୍ପ:ପଇସା ର ଖେଳ

2 mins
283


ସରିତା ଜଣେ ଗରିବ ଆଉ ଦିନ ମଜୁରିଆ ଥିଲା ! ତାର ଦୁଇ ଟି ପୁଅ ଥିଲା ଜଣେ ରବି ଆଉ ଜଣେ ଶଙ୍କର ! ସରିତା ଙ୍କ ସ୍ୱାମୀ ମାନେ ରବି ଆଉ ଶଙ୍କର ର ବାପା ଏଇ ଦୁନିଆଁ ରେ ନଥିଲେ !

ମା ଦୁଃଖ କଷ୍ଟ ରେ ମୂଲିଆ କାମ କରନ୍ତି ଏବଂ ସେଥିରୁ ଯୋଉ ପଇସା ରୋଜଗାର ହୁଏ ! ତାର ଛୁଆ ଙ୍କୁ ନେଇକି ସେ ଘର କୁ ଚଳାଏ !

ସରିତା ପିଲା ଦୁଇ ଟି କୁ ପାଠ ବି ପଢେଇ ପାରୁନଥିଲା ! କାରଣ ....

ପାଠ ପଢେଇ ପାଈଁ ରେ ପଇସା ଜରୁରୀ ଯାହା ସରିତା ପାଖରେ ନଥିଲା ! ଗାଁ ସ୍କୁଲ ରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ହିଁ ପିଲା ଦୁଇ ଟିକୁ ପଢ଼ିଛନ୍ତି !

ସରିତା ଏମିତି ଗରିବ ଯେ ନିଜ ପିଲାଙ୍କୁ ଖାଇବା କୁ ଟିକିଏ ଦେଇପାରୁଛି ! ସେଇଟା ବଡ କଥା କାରଣ ସରିତା ର ଅବସ୍ଥା ବହୁତ ଖରାପ ସେ ବହୁତ ଗରିବ !

ଦିନେ ପିଲା ମନେ ମିସିକି ଖେଳୁଥିଲେ ଆଉ ହଟାତ ରବି ର ଦେହ ଖରପ ହେଲା ଆଉ ରବି ସେଠି ପଡିଗଲା ଶଙ୍କର ସଙ୍ଗେ ସଙ୍ଗେ ତା ମା ଙ୍କୁ ଡାକିଲା ସରିତା ଆସି କହିଲା ମୋ ପୁଅ ରବି କଣ ହେଲା ରେ ଧନ ତୋର ....

ରବି ଅଚେତ ହୋଇଯାଇଥିଲା କିଛି ସମୟ ପରେ ହୋଶ ଆସିଲା ରବି ପୁଣି ଠିକ ହେଲା ଆଉ ସେମାନେ ଘର କୁ ଗଲେ !

ଦିନେ ପୁଣି ଘରେ ବସିଥାଏ ରବି ଆଉ ଶଙ୍କର ପୁଣି ରବି ଦେହ ଖରାପ ର ଅନୁଭବ କଲା ! ମା ସରିତା ରବି କୁ ନେଇକି ଗାଁ ମେଡିକାଲ ରେ ଦେଖାଇଲା ଡାକ୍ତର ଦେଖିଲେ କହିଲେ

ଦେଖନ୍ତୁ ସରିତା ଦେବୀ ତୁମ ପୁଅ ର ଦେହ ବହୁତ ଖରାପ ତାକୁ କେନ୍ସର ହୋଇଛି ଏଇ ରୋଗ ର ଚିକିତ୍ସା ପାଇଁ ତୁମକୁ ସହର କୁ ନେବାକୁ ହବ !

ତାପର ଦିନ ସରିତା ଆଉ ରବି ତା ସହିତ ଶଙ୍କର ସହର କୁ ଗଲେ ,

ବଡ ମେଡିକାଲ ରେ ପାଦ ଦୋଉ ଦୋଉ ପଇସା ଖର୍ଚ୍ଚ

ଡାକ୍ତର ଦେଖିକି କହିଲେ ବହୁତ ପଇସା ଲାଗିବ ସରିତା ଦେବୀ , ସରିତା କହିଲା ମୁଁ ହାତ ଯୋଡୁଛି ଡାକ୍ତର ସାର ମୋ ପୁଅ କୁ ବଞ୍ଚେଇଦିଅ ! ଡାକ୍ତର କିନ୍ତୁ ମନା କଲେ ଏମିତି ବିନା ପଇସା ରେ କିଏ ତୁମ ପୁଅର ଚିକିତ୍ସା କରିବ

ପ୍ରଥମେ ପଇସା ଆଣ ତାପରେ ଚିକିତ୍ସା !

ସରିତା କୋଉଠୁ ଆଣିବ ଏତେ ପଇସା ରବି ସେଇ ମେଡିକାଲ ରେ କିଛି ଦିନ ରହିଲା ଆଉ ପଇସା ଯୋଗାଡ଼ ନ ହେବା ଦ୍ୱାରା ରବି ର ଜୀବନ ଚାଲିଗଲା ! ମା ଭୋ ଭୋ ହୋଇ କାନ୍ଦୁ ଥାନ୍ତି ମୋ ଧନ ରେ ମୋ ସୁନା ରେ କେମିତି ଚାଲିଗଲୁ ରେ ରବି ! ଆଉ ଏତିକି ବେଳେ ଶଙ୍କର କାନ୍ଦି କାନ୍ଦି

କହୁଛି ବୋଉ ......

 "ଆମର ପଇସା ନାହିଁ ବୋଲି ମୋ ଭାଇ ଜୀବନ ର ଚାଲିଗଲା"??????

କଣ ଏଇ ଦୁନିଆଁ ରେ ଜୀବନ ଅପେକ୍ଷା ପଇସା ର ମୂଲ୍ୟ ବଡ଼ କି ବୋଉ ......?????

ଆମେ ଗରିବ ବୋଲି ଆମ ଜୀବନ ର ମାନେ କିଛି ନାହିଁ ବୋଉ

"କଣ ଜୀବନ ଟା ପଇସା ର ଖେଳ କି ବୋଉ "

   ଜୀବନ ର ମୂଲ୍ୟ କିଛି ନାହିଁ.....???

ହଁ ସତରେ କେଡେ ବିଚିତ୍ର ଏ ଦୁନିଆଁ ଆଉ ଏଠି ବାସକରୁଛନ୍ତି

ଅନେକ ଖାଲି ମତଲବୀ ଲୋକ .....????



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract