Narayan Sethi

Abstract Children Stories Inspirational

4  

Narayan Sethi

Abstract Children Stories Inspirational

ପୋଷା ବିଲେଇ" ବର୍ଷା"

ପୋଷା ବିଲେଇ" ବର୍ଷା"

2 mins
272




ସେଦିନ ଥିଲା ମହାବାତ୍ୟା ର ରାତି ଏକୁଟିଆ ଘରେ ବୁଢ଼ୀ ଲୋକଟି ଏବଂ ବୁଢ଼ୀ ର ନିଜର ବୋଲି ଆଉ କେହି ନାହାନ୍ତି ଗାଁ ର ଶେଷ ମୁଣ୍ଡ ରେ ତାର ଘର ଭୀକ୍ଷାବୃତ୍ତି କରି ନିଜେ ଚାଳୁଥାଏ !

ତା ସାଙ୍ଗକୁ ଘର ବୋଲି ଗୋଟେ ଚାଳ ଛପର ବାସ ହଟାତ ଖୁବ ଜୋରରେ ବର୍ଷା ସାଙ୍ଗକୁ ପବନ ବୋହିବା ଆରମ୍ଭ ହେଲା ଆଉ ଘର ଟା ଲାଗୁଥିଲା ଯେମିତି ଭାଙ୍ଗିଯିବ କିନ୍ତୁ କିଛି ସମୟ ପରେ ପବନ ଶାନ୍ତ ହେଲା ଆଉ ପ୍ରବଳ ବର୍ଷା ହେଲା ଆଉ ସେ ସମୟରେ ମୁଁ ଭାରି ଡରିଯାଇଥିଲି କାରଣ ଯେଉଁ ପବନ ସାଙ୍ଗକୁ ବର୍ଷା ଦେଖିକି ଭୟଙ୍କର !

କିଛି ସମୟ ପରେ ଗୋଟେ ବିଲେଇ ଟି ବୁଢ଼ୀ ଘର ଭିତରକୁ ଆସିଲା ବୋଧେ ବିଲେଟି କୁ କେହି ବଡେଇଛି ବିଲେଇ ଟି ଆସି ବୁଢ଼ୀ ଘର ଭିତରେ ଅଚେତ ହୋଇଗଲା ବୁଢ଼ୀ ଭାବିଲା ବିଲେଇଟି ମରିଗଲା କି ? କିନ୍ତୁ ବୁଢ଼ୀ ତାର ଠିକ ଯତ୍ନ ନେଲା ଆଉ ବିଲେଇ ଟି କୁ ଦେଶୀ ଚିକିତ୍ସା ଉପଚାର କରି ବିଲେଇ ଟିକୁ ଏକଦମ ଠିକ କରିଦେଲା  !

ତାପରେ କିଛି ଦିନ ପରେ ବିଲେଟି ବୁଢ଼ୀ ପାଖରେ ହିଁ ରହିଲା ଏବଂ ବୁଢ଼ୀ କୁ ସେ ତାର ମାଲିକ ଭାବିବା କୁ ଲାଗିଲା ବୁଢ଼ୀ ସହିତ ହସି ଖେଳି ବିଲେଇ ତାର ଗୋଟେ ଭଲ ବିଚାର ରେ ବୁଢ଼ୀ ର ମନକୁ ଜିତିଲା ବୁଢ଼ୀ ବି ବିଲେଇ ର ଏତେ ଖୁସି ରେ ରହିବା ଦେଖିକି ବିଲେଇ ଜୁ ଗୋଟେ ସୁନ୍ଦର ନାମ ଦେଲା କହିଲା ଆଜିଠୁ ତୋ ନାଁ "ବର୍ଷା " !

ଯେତେବେଳେ ବି ବୁଢ଼ୀ ବର୍ଷା ବୋଲି ଡାକିଦିଏ ବିଲେଇ ଦୌଡ଼ି ଦୌଡ଼ି ବୁଢ଼ୀ ପାଖକୁ ଆସି ଭାରି ମଜା ଆଉ ଗେଲ ହୁଏ ବୁଢ଼ୀ କୁ ଯାହା ମିଳୁଥିଲା ତାହା ନିଜେ ଓ ବିଲେଇ କୁ ବି ଦେଉଥିଲା ଖାଇବାକୁ ଆଉ ବିଲେଇବି ଖୁବ ଖୁସି ରେ ଖାଉଥିଲା !

ଏମିତି ବହୁତ ଦିନ ଗଲା ବୁଢ଼ୀ ପାଈଁ ବିଲେଇ ସତରେ ବହୁତ ଭଲ ସାଙ୍ଗ ସାଥି ଏବଂ ତାର ପରିବାର ସଦସ୍ୟ ତଥା ନିଜର ପରି ଦୁହେଁ ଙ୍କ ମଧ୍ୟରେ ରେ ଭାରି ଗୋଟେ ଭଲ ସଂପର୍କ ଗଢି ଉଠିଥିଲା !

ଦିନକର କଥା ବୁଢ଼ୀ ଶୋଇଥାଏ ବିଲେଇ ବି ଅରୁଣ୍ଡି ପାଖରେ ଶୋଇଥାଏ ହଟାତ ଗୋଟେ ବିଶାଳ ସାପ କେଉଁଠୁ ଆସି କି ବୁଢ଼ୀ ପାଖରେ ସଅଁ ସଅଁ କରୁଛି ଫେଣ କୁ ଟେକି ଆଉ ଏତିକି ବେଳେ ବିଲେଇ ର ନିଦ ଭାଙ୍ଗିଗଲା କଣ ଗୋଟେ ଶବ୍ଦ ଶୁଭୁଚି ବୋଲି ଲୁଚି ଲୁଚି ଦେଖିଲା ଆଉ ଦେଖିଲା ଗୋଟେ ସାପ ବିଲେଇ ବର୍ଷା ଆଗ ପଛ ନ ବିଚାରି ସାପ ର ଫଣା କୁ ତା ପାଟିରେ ଭାରି ଜୋରରେ କାମୁଡ଼ି ଧରିଲା ଅନେକ ସମୟ ଯାଏଁ ଏମିତି ସାପ ଓ ବିଲେଇ ବର୍ଷା ର ଲଢେଇ ହେଲା !

ଶେଷ ରେ ବିଲେଇ ସାପ ସହିତ ଲଢ଼ି ଲଢ଼ି ସାପକୁ ଜୀବନରେ ମାରିଦେଲା ଏବଂ ବିଲେଇ ଲଢେ଼ଇ ସମୟ ରେ ସାପ ଠୁ ଚୋଟ ଖାଇ ତା ଦେହ ରେ ବିଷ ଜରିଯାଇଥିବାରୁ ବିଲେଇ ବର୍ଷା ବି ମରିଗଲା ବିଲେଇ ନିଜ ଜୀବନ କୁ ଖାତିର ନ କରି ବୁଢ଼ୀ ର ଜୀବନ ବଞ୍ଚେଇବା କୁ ଯାଇ ନିଜେ ବଳିଦାନ ସହିତ ସାପ କୁ ବି ମାରିଦେଲା !

ସକାଳୁ ସକାଳୁ ବୁଢ଼ୀ ଉଠି ଦେଖିଲା ବିଲେଇ ଦେଖା ଯାଉନି ଅରୁଣ୍ଡି ରେ ଆଉ ହଟାତ ପଛକୁ ଦେଖିଲା ବିଲେଇ ଆଉ ଗୋଟେ ବିଶାଳ ସାପ ତାର କିଛି ଦୂରରେ ମରିକି ପଡିଛନ୍ତି ବୁଢ଼ୀ ବହୁତ ମନ ଦୁଃଖ କଲା ଏବଂ ବିଲେଇ ବର୍ଷା ର ନିସ୍ୱାର୍ଥପର ସଚ୍ଚୋଟ କର୍ମ ଦେଖିକି ବହୁତ ଭାବ ବିଭୋର ହେଇଗଲା ଆଉ ଶେଷ ରେ ସାପ ଓ ବିଲେଇ କୁ ନେଇକି କିଛି ଶୁଖିଲା କାଠ ଯୋଗାଡ଼ କରିକି ଦୁହେଁ ଙ୍କୁ ଜଳେଇ ଦେଲା !

ବୁଢ଼ୀ ବହୁତ ମନେ ପକାଇ ବିଲେଇ ବର୍ଷା କୁ ନୀତି ଝୁରି ହେଉଛି

କହୁଛି ମୋ ପୋଷା ବିଲେଇ ବର୍ଷା କାହିକି ଖୁବ କାନ୍ଦୁଛି ଆଉ ବୁଢ଼ୀ ତା ର ସ୍ମୃତି ରେ ଭାରି ଦୁଃଖ ଅନୁଭବ କରୁଛି !

                 

                                       

                 

                  







                     


Rate this content
Log in

Similar oriya story from Abstract