କଳା ହୃଦୟରେ ଲାଲ ପ୍ରେମ
କଳା ହୃଦୟରେ ଲାଲ ପ୍ରେମ
ସେ ଦିନ ଥିଲା ରାକ୍ଷୀ ଆଉ ଅଜୟ ତା ଭଉଣୀ ପାଖକୁ ଯାଉଥିଲା ରାକ୍ଷୀ ବାନ୍ଧିବ ବୋଲି ହେଲେ ରାସ୍ତା କିଛି ଲୋକ ଅଜୟକୁ ବିନା କାରଣରେ ମାର ପିଟ କଲେ । ଅଜୟ ପଚାରୁଥାଏ ମୁଁ ଆପଣଙ୍କର କଣ ଭୁଲ କରିଛି । କିନ୍ତୁ ସେ ଗୁଣ୍ଡା ଲୋକ ଗୁଡା ଶୁଣିବାକୁ ନାରାଜ । ଅଜୟ ଭଉଣୀ ପାଖକୁ ଗଲା ହେଲେ ତା ପାଖରେ ଭଉଣୀ କି ଦବାକୁ କିଛି ନଥିଲା କାରଣ ଗୁଣ୍ଡାମାନେ ସବୁ ଛଡେଇ ନେଇଥିଲେ ।
ଭଉଣୀକୁ ବଡ ଦୁଃଖରେ କହିଲା ମୋ ଭଉଣୀ ଆଜି ସବୁ ଥାଇ ବି କିଛି ନାହିଁ । କାରଣ ମୁଁ ଆଜି ଅସହାୟ ସେମାନଙ୍କ ସହିତ ଲଢ଼ି ଲଢ଼ି ମୁଁ ପାରିଲିନି ତୋ ଉପହାରକୁ ବଞ୍ଚେଇ ପାରିଲିନି । ଅଜୟ ତା ପରଠୁ ନିଜେ ଗୁଣ୍ଡା ହେଇଗଲା କାରଣ ସେ ନିଜେ ଗୁଣ୍ଡା ଦ୍ଵାରା ପ୍ରଭାବିତ ହୋଇ ଯାଇଥିଲା ତେଣୁ ସେ ନିଜେ ନିଜକୁ ଗୁଣ୍ଡା ସଜେଇ ଦେଲା । ସେଇ ଛୋଟ ଘଟଣାଟି ଅଜୟକୁ ଗୁଣ୍ଡା ବନେଇ ଦେଇଥିବା ବେଳେ ସମାଜ ତାକୁ ଗୁଣ୍ଡା ଭାବରେ ଘୃଣ୍ୟ ନଜରେ ଦେଖୁଥିଲା ।
କିଛି ଦିନ ପରେ ଏମିତି ବଜାର ଉପରେ ଅଜୟ ଓ ତାର ପାଳିତ ଗୁଣ୍ଡାମାନେ ମିଶି ଗୋଟେ ଲୋକକୁ ଅକାରଣରେ ମାଡ଼ ମାରୁଥିଲେ ହେଲେ ସେତିକି ବେଳକୁ ଗୋଟେ ସୁନ୍ଦର ଝିଅ ଟି ଆସି ଅଜୟର ହାତକୁ ଧରି କହିଲା ଏଇ କଣ କରୁଛନ୍ତି ଛାଡ଼ନ୍ତୁ ଅଜୟ ସେ ଝିଅର ମୁଁହକୁ ଦେଖି, ବାସ୍ ଭାବନାରେ ହଜିଯାଇଛି କାରଣ ସେ ଝିଅଟିର ଆଖି କଥା କହୁଥିଲେ ।
ଅଜୟ ସେମିତି ହିଁ ସେଠାରେ ଠିଆ ହୋଇଗଲା ଝିଅ ଟି ସେ ଲୋକଟିକୁ ବଞ୍ଚାଇ ଚାଲିଗଲା ଏବଂ ଅଜୟ ସେଠାରେ ହିଁ ଠିଆ ହୋଇ ରହିଗଲା । କିଛି ସମୟ ପରେ ଅଜୟ ହୋସକୁ ଆସିଲା ଆଉ ତାପରେ ସେ ଝିଅଟିକୁ ଅନେକ ଖୋଜିଲା କିନ୍ତୁ ପାଇଲା ନାହିଁ । ଅଜୟ ଦିନ ରାତି ସେ ଝିଅକୁ ଖୋଜୁଥାଏ ଏବଂ କିଛି ଭାବୁଥାଏ ଦିନେ ସେ ଗୋଟେ ଦୋକାନ ପାଖରେ ଠିଆ ହୋଇଥିଲା ଏବଂ ଗୋଟେ ସିଗାରେଟ୍ ନେଇକି ସିଗାରେଟକୁ ଟାଣିବାକୁ ମାଚିସି ଲଗାଉଥିଲା ହଠାତ୍ ସେ ଝିଅଟି ପୁଣି ଆସି ସିଗାରେଟ୍ ଛଡେଇ ନେଇକି କହିଲା ପ୍ଲିଜ୍ ଡୋଣ୍ଟ୍ ସ୍ମୋକିଙ୍ଗ୍ ! ଅଜୟ ସେମିତି ହିଁ ଠିଆ ରହିଗଲା !
ଝିଅଟି କିଛି ଦୂରଗଲା ପରେ ଅଜୟ କହିଲା ପ୍ଲିଜ୍ ଟିକିଏ ଶୁଣନ୍ତୁ, ଝିଅଟି ରହିଲା ଅଜୟର କଥା ଶୁଣିଲା କହିଲା କୁହନ୍ତୁ । ଅଜୟ କହିଲା ମାଈ ସେଲ୍ଫ ଅଜୟ, ଝିଅଟି କହିଲା ଆଜ୍ଞା ମୋ ନା ସୁନିତା ଓକେ ଫ୍ରେଣ୍ଡ । ତାପରେ ଅଜୟ ସେ ଝିଅଟିର୍ କଥା ହିଁ ପ୍ରତି ମୁହୂର୍ତ୍ତରେ ଭାବୁଥାନ୍ତି ଏବଂ ତା ହୃଦୟରେ "କଳା ହୃଦୟରେ ଲାଲ ପ୍ରେମ ପରି ପ୍ରେମ ଜାଗି ଉଠିଲା !
କିଛି ଦିନ ପରେ ଅଜୟ ସେ ଝିଅକୁ ପ୍ରୋପୋଜ କଲେ ।ଆଉ ସେ ଝିଅ ସୁନିତା ବି ଅଜୟକୁ ପୁରା ବଦଳାଇ ଦେଲେ, ଗୁଣ୍ଡାରୁ ଭଲ ମଣିଷ ଗଢ଼ିଦେଲେ । ସେମାନଙ୍କ ମିଳା ମିଶା ପ୍ରେମରେ ପରିଣତ ହେଲା ।
କିଛି ଦିନ ପରେ ଅଜୟ ଗୋଟେ ଚାକିରୀ ଖୋଜିଲେ ଆଉ ସେ ପାଇଲେ ଓ ସେ ଗୋଟେ କ୍ଲାର୍କ ଭାବରେ ନିଯୁକ୍ତି ସୁଯୋଗ ପାଇଲେ ଏବଂ ଅଜୟ ଜୀବନରେ ସବୁ କିଛି ଭଲ ହେଲା । ତାପରେ ଅଜୟ ସୁନିତା ଘରକୁ ଯାଇ ବାହା ଘରର ପ୍ରସ୍ତାବ ନେଇ କଥା ହେଲେ ସୁନିତାଙ୍କ ବାପା ମା ଙ୍କ ସହିତ ଆଉ ବାହାଘର ବି ଠିକ ହେଲା ସେ ଦୁହେଁ ବାହା ବି ହେଲେ ଆଉ ଖୁସିରେ ରହିଲେ ।
ଅଜୟଙ୍କୁ ସୁନିତା କହିଲେ ଗୁଡ଼୍, ମୋ ପ୍ରେମିକ କଳା ହୃଦୟରେ ବି ଲାଲ ପ୍ରେମରେ ନିଜକୁ ବଦଳାଇଲ । ଆଇ ଲଭ ୟୁ ଅଜୟ । ଆଉ ସେମାନେ ବହୁତ ଖୁସିରେ ରହିଲେ ।

