STORYMIRROR

Narayan Sethi

Children Stories Children

2  

Narayan Sethi

Children Stories Children

ବାଘ ମାମୁଁ

ବାଘ ମାମୁଁ

1 min
130


ରାକେଶ ଗୋଟେ ଗରିବ ପୁଅଟେ ଗୋଟେ ଛୋଟ ଆଦିବାସୀ ଅଞ୍ଚଳରେ ରହୁଥିଲା କିନ୍ତୁ ସେ ଭାରି ପରିଶ୍ରମୀ ନିଜର କାମ ସହିତ ଅନ୍ୟମାନଙ୍କ କାମ ବି କରିଦିଏ l ଦିନେ ଜଙ୍ଗଲ ରାସ୍ତାରେ ଯାଉଥିଲା ଏକଦମ ନିଛାଟିଆ ରାସ୍ତା । କିନ୍ତୁ ରାକେଶ ଆଦିବାସୀ ଅଞ୍ଚଳର ହେଇଥିବାରୁ ତାକୁ ଡର ବୋଲି କିଛି ନଥିଲା ।

ରାସ୍ତାରେ ଯାଉ ଯାଉ ସେ ଦେଖିଲା ଗୋଟେ ବାଘକୁ ଶିକାରୀଟି କ୍ଷତ ବିକ୍ଷତ କରିଦେଇଛି । ରାକେଶ ଏହା ଦେଖି ନିରୀଭୟରେ ବାଘ ପାଖକୁ ଗଲା ।

କହିଲା ବାଘ ମାମୁଁ ମୁଁ ତମକୁ ସାହାଯ୍ୟ କରିବି ମୁଁ ତୁମର କ୍ଷତି କରିବିନାହିଁ । ମୁଁ ତୁମକୁ ସାହାଯ୍ୟ କରିବି ।

ବାଘ କହିଲା ହଉ ତାପରେ ରାକେଶ କିଛି ଔଷଧୀୟ ପତ୍ର ଯୋଗାଡ଼ କରି ବାଘ ମାମୁଁଙ୍କ କ୍ଷତ ସ୍ଥାନରେ ଔଷଧ ଲଗାଇଦେଲ 

ବାଘ ମାମୁଁ କହିଲା ।

ତମେ ମଣିଷମାନଙ୍କୁ ମୁଁ ଶିକାର କରୁଛି ଆଉ ମଣିଷ ମନେ ବି ମତେ ଶିକାର କରୁଛନ୍ତି ଆଉ ମୋ ଦେହର ମାଂସ ଆଉ ଛାଲକୁ ବଜାରରେ ବିକ୍ରି କରୁଛନ୍ତି ।

କିନ୍ତୁ ତମେ ରାକେଶ ସମସ୍ତଙ୍କ ଠୁ ଅଲଗା ତମେ ମୋ ଜୀବନ ବଞ୍ଚେଇଛ ।

ତାପରେ ରାକେଶ ଘରକୁ ଗଲା କିଛି ଦିନ ପରେ ରାକେଶ ସେହି ରାସ୍ତା ଦେଇକି ଯାଉଥିଲା ହଟାତ ଅନ୍ୟ ଏକ ବାଘ ଆସି ରାକେଶକୁ ମାରିବାକୁ ଚେଷ୍ଟା କଲା ବେଳେ ଠିକ ସମୟରେ ସେତିକିବେଳେ ରାକେଶ ସାହାଯ୍ୟ କରିଥିବା ବାଘ ମାମୁଁ ଆସି ସେଠାରେ ପହଞ୍ଚିଲା ।

ଆଉ ସେ ଆକ୍ରମଣ କରୁଥିବା ବାଘ ସହିତ ଲଢିଲା ଆକ୍ରମଣକାରି ବାଘକୁ ସେଠାରୁ ବିତାଡିତ କଲା ।

ବାଘ ମାମୁଁର ସାହାଯ୍ୟରୁ ରାକେଶ ବଞ୍ଚି ଗଲା।

ରାକେଶ ବାଘ ମାମୁଁକୁ ଧନ୍ୟବାଦ ଜଣାଇଲେ କିନ୍ତୁ ବାଘ ମାମୁଁ କହିଲା ଧନ୍ୟବାଦ ମୋତେ ନୁହଁ ତମକୁ ମୁଁ ଦବା ଉଚିତ ମୋର ।

କାରଣ ମୁଁ ଅସୁବିଧାରେ ନପଡିଥିଲେ ତମର ମାମୁଁ ହେଇପାରିଥାନ୍ତି କି ? କହି ଦୁହେଁ ଖୁବ ହସିଲେ ଆଉ ନିଜର ଜୀବନ ଯାପନ କଲେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍