STORYMIRROR

Narayan Sethi

Children Stories Classics Children

3  

Narayan Sethi

Children Stories Classics Children

ସାହସୀ ମାଧିଆ

ସାହସୀ ମାଧିଆ

3 mins
205


ଆଜ୍ଞା ସମସ୍ତେ କର୍ମ କ୍ଷେତ୍ରରେ ନିଜ ନିଜ ବୃତି ରେ ଭାରି ନିୟୋଜିତ ଠିକ ସେମିତି ମାଧିଆ ବି ଜଣେ ଭାରି ଗରିବ କେଉଁଟ ତାର ଗୋଟେ ଚାଳ ଛପର ଘର ଟିଏ ଏଇ ନଈ କୂଳେ ତାର ବାସ ଆଉ ତାର ଘରେ କୁନି କୁନି ଦୁଇଟି ପୁଅ ଆଉ ଝିଅ ପୁଅ ନାମ ଅଭି ଆଉ ଝିଅ ନାମ ରିଙ୍କି ସେ ଦୁହେଁ ଗାଁ ସ୍କୁଲ କୁ ଯାଆନ୍ତି ଆଉ ଭଲ ପାଠ ବି ପଢ଼ନ୍ତି ଆଉ ମାଧିଆ ର ସ୍ତ୍ରୀ ଭାରି ଶାନ୍ତ ଆଉ ସରଳ ମନ ର ନାରୀ   !

ମାଧିଆ ର ପ୍ରତି ଦିନ ର କାମ ହେଲା ସେଇ ନଈ ରେ ନୌକା ସହିତ ସେ ଗୋଟେ ନୌରିଆ ଆଉ କିଛି ଲୋକଙ୍କୁ ଏପଟ ରୁ ସେପଟ ରୁ ଏପଟ କୁ ନେବା ଆଣିବା କରିବା ସେଥିରୁ କିଛି ପଇସା ରେ ପିଲା ଦି ଟା ଙ୍କ ପଢା ଖର୍ଚ୍ଚ ସହିତ ନିଜ ପରିବାର କୁ ବି ଚଳାଏ

ଏବଂ ବେଳେ ବେଳେ ସେ ନୌକା ରେ ମାଛ ବି ଧରେ ଆଉ ସେମାଛ କୁ ନେଇ ବଜାରରେ ବିକ୍ରି କରେ ଆଉ ସେଥିରୁ କିଛି ପଇସା ଆଣିଲେ ତାର ଘରର ପରିବାର ପୋଷଣ ରେ କାମ ରେ ଆସେ !

ଏମିତି ଦିନେ କିଛି ସହର ରୁ ଲୋକ ଆସିଲେ ସେ ଗାଁ କୁ ବୁଲିବାକୁ

ଆଉ ସେ ଗାଁ ସ୍କୁଲ ର ସୁବିଧା ଏବଂ ଗାଁ ର ଉନ୍ନତି ନିମନ୍ତେ ଏବଂ ନିରୀକ୍ଷଣ କରି ଦଳ ଆସିଥିବା ଲୋକ ଙ୍କୁ ନୌକା ନେଇକି ସେପଟ କୁ ଗଲା ସହର ରୁ ଆସିଥିବା ଲୋକଙ୍କୁ ତା ନୌକା ରେ ବସେଇକି ଆଣିଲା ! ସେଇ ସହରୀ ଲୋକ ମାନେ ଏ କୁଳ ରେ ପଂହଁଚିଲା ପରେ ସେମାନେ ନୌରିଆ କୁ ଧନ୍ୟବାଦ ଦେଇ କିଛି ପଇସା ଦେଇକି ଗଲେ !

ଆଉ ସେଇ ସହରୀ ଲୋକ ମାନେ ପ୍ରଥମେ ସ୍କୁଲ ଦେଖିଲେ ସେଠାରେ ପିଲା ଙ୍କ ସହିତ କଥା ହେଲେ ସେଥି ମଧରୁ ମାଧିଆ ର ପୁଅ ଓ ଝିଅ ବେଶ ଭଲ ପାଠ ପଢୁଥିଲେ ସେମାନେ ପଚାରୁଥିବା ପ୍ରଶ୍ନ ର ଉତ୍ତର ଦେଇ ଅଭି ଆଉ ରିଙ୍କି ବେଶ ଚର୍ଚ୍ଚା କୁ ଆସିଲେ !

ତାପରେ ସେମାନେ ଗାଁ ର ସୁବିଧା ଅସୁବିଧା ଦେଖିଲେ ସବୁ ବୁଝିଲେ ଆଉ ସନ୍ଧ୍ୟା ହେଇଯିବାରୁ ସେମାନେ ସେ ଗାଁ ର ପଞ୍ଚାୟତ ଘରେ ରେଷ୍ଟ ନେଲେ ଆଉ ଗାଁ ଲୋକ ମାନେ ସେମାନଙ୍କ ର ରହିବା ଖାଇବା ବ୍ୟବସ୍ଥା କଲେ ଠିକ ରାତି ଗୋଟାଏ ହେବ ଖୁବ ଜୋରରେ ବର୍ଷା ସହିତ ପବନ ଆସୁଛି ଆଉ ଏପଟେ ସହରୀ ବାବୁ ଜଣ ଙ୍କ ର ଦେହ ଅସୁସ୍ଥ ହେଉଛି !

ସହରୀ ବାବୁ ମାନେ ଆଉ କିଛି ଗାଁ ର ଲୋକ ନେଇକି ଗାଁ ମେଡିକାଲ କୁ ଗଲେ କିନ୍ତୁ ଗାଁ ରେ କିଛି ସୁବିଧା ନାହିଁ ତାପରେ ସେମାନେ ନଈ କୁଳ ଆଡେ ଗଲେ ନୌରିଆ ଭାଇ ନୌରିଆ ଭାଇ ବୋଲି ଡାକ ପକାଇଲେ ଆଉ ମାଧିଆ ର ନିଦ ଭାଙ୍ଗିଗଲା ସେ ଘରୁ ବାହାରି ଆସି ଦେଖିଲା ସହରୀ ବାବୁ ଅସୁସ୍ଥ ଏବଂ ସାଙ୍ଗରେ ଗାଁ ର କିଛି ଲୋକ କହିଲେ ଯେମିତି ହେଲେ ଏଇ ନଈ ପାର କରିଦିଅ !

ମାଧିଆ ଆଗ ପଛ ନ ଭାବି ଆଗକୁ ବଢ଼ିଲା ପିଲା ଦୁଇଟା ର ମୁହଁ କୁ ଚାହିଁ ଦେଇ ନୌକା ରେ ସହରୀ ବାବୁ ଙ୍କୁ ବସାଇ ବାହାରିଲେ ସହରୀ ବାବୁ ସହିତ ଗାଁ ର ବି ଦୁଇ ଜଣ ଗଲେ ସେତେବେଳେ କିନ୍ତୁ ମେଘ ପବନ ଏତେ ନଥିଲା ସେଥିପାଇଁ ସେମାନେ ଆଗକୁ ଆଗକୁ ବାହାରିଲେ ଆଉ ମଝି ନଈ ବେଳକୁ ଖୁବ ଜୋରରେ ପବନ ସହିତ କଳା ହାଣ୍ଡିଆ ମେଘ ଟା ଆସିଲା !

ସହରୀ ବାବୁ ମାନେ ଭାରି ଡ଼ରୁଥାନ୍ତି କିନ୍ତୁ ମାଧିଆ ଜମାରୁ ଡ଼ରିନଥିଲା କାରଣ ଯଦି ସେ ଡରିବ ତାହାଲେ ଏଇ ନିରୀହ ଜୀବନ ଗୁଡାକୁ କିଏ ବିନା କାରଣରେ ଚାଲିଯିବ ତେଣୁ ମାଧିଆ ସମସ୍ତ ଙ୍କୁ ସାହସ ର ସହିତ ବସିବାକୁ କହି ନୌକା କୁ ଆଗକୁ ବଢ଼ିବାରେ ଲାଗିଲା ! କିଛି ବାଟ ପରେ ସେପଟ ର କୁଳ ଆସିବାର ମାଧିଆ କୁ ଅନୁମାନ ହେଲା କୁଳ ପାଖା ପାଖି କୋଉଠି ଥିଲା ଅମାନିଆ ପବନ ଟା ନୌକା କୁ କୁଳ ଯାଏଁ ଆସିବାକୁ ଦେଲାନି ଆଉ ନୌକାଟି ଓଲଟି ପଡିଲା !

ସମସ୍ତେ ସେ କୁଳ ପାଖରେ କିଏ ବୁଡି ଯାଉଥିଲା ତ କିଏ କୁଳ ଆଡକୁ ପ୍ରାଣ ବିକଳ ରେ ଯାଉଥାଏ କିନ୍ତୁ କିଏ ଆସିବାକୁ ପହଁରା ନ ଜାଣି ବି ବୁଡି ଯାଇକି ପୁଣି ଭାସୁଛି ଏତିକି ବେଳେ ମାଧିଆ ଜଣ ଜଣ କରି ସମସ୍ତ ଙ୍କୁ କୁଳ କୁ ଆଣିଲା ! ଆଉ ସମସ୍ତ ଙ୍କ ଜୀବନ କୁ ବଞ୍ଚେଇ ଦେଲା କିନ୍ତୁ ତା ନୌକା କୁ ପାଇଲା ନାହିଁ ତେଣୁ ମାଧିଆ ଝାପସା ଝାପସା ଆଲୁଅରେ ରେ ସେ ନଈ କୁ ଡେଇଁ ପଡିଲା ଆଉ ତା ନାଆ କୁ ଖୋଜିବାରେ ଲାଗିଲା ଆଉ ଶେଷ ରେ ତା ନାଆ ବି ପାଇଗଲା ମାଧିଆ ବହୁତ ଖୁସି ହେଲା ଆଉ ସହରୀ ବାବୁ ମାନେ ମାଧିଆ କୁ ଗୋଟେ ସାହସୀ ମାଧିଆ ବୋଲି ସହର ରେ ଆସି ପ୍ରଚାର କଲେ ଅନେକ ଜୀବନ ବଞ୍ଚେଇ ଥିବା ରୁ ମାଧିଆ କୁ ସାହାସିକତା ର ପୁରସ୍କାର ପାଈଁ ସହର ରୁ ଡାକରା ଆସିଲା ଏବଂ ରାଜ୍ୟ ସରକାର ଙ୍କ ଠୁ ସାହାସିକତା ର ପୁରସ୍କାର ସହିତ ତାକୁ ତା ରି ଗାଁ ରେ ଗୋଟେ ସମାଜ ସେବୀ ଭାବରେ ନିଯୁକ୍ତି ପ୍ରଦାନ କଲେ ! ମାଧିଆ ତା ପିଲା ଛୁଆ ଙ୍କୁ ନେଇକି ଭାରି ଖୁସି ରେ ଜୀବନ ଜାପନ କଲା !


Rate this content
Log in