STORYMIRROR

Narayan Sethi

Tragedy Action Others

3  

Narayan Sethi

Tragedy Action Others

କାହାଣୀ ଅଧା ବହିରେ

କାହାଣୀ ଅଧା ବହିରେ

2 mins
203



ସେ ଦିନ ରାଜେଶ ବାବୁ ଜଣେ ଲେଖକ ନିଜ ଖାତା ଧରି ଏକାନ୍ତ ରେ ବସି ଲେଖୁଥିଲେ ସେ ଜଣେ ବରିଷ୍ଠ ଲେଖକ ର ଆଖ୍ୟା ମଧ୍ୟ ପାଇଥିଲେ ସେ ଗୋଟେ ଧନୀ ପରିବାର ରେ ତାଙ୍କ ଜନ୍ମ ତାଙ୍କର ସ୍ତ୍ରୀ ଗୀତାଞ୍ଜଳି ଦେବୀ ଏବଂ ପୁଅ ରାଜୁ !

ରାଜେଶ ବାବୁ ଗୋଟାଏ କାହାଣୀ ଲେଖିବା ଆରମ୍ଭ କରିଥିଲେ ସେ କାହାଣୀ ରେ ଜଣେ ରାଜା ଥିଲେ ତାଙ୍କ ନାମ ଥିଲା ରାଜା ବିବେକାନନ୍ଦ ସେ ଜଣେ ଭାରି ପ୍ରଜାପ୍ରିୟ ଓ ବଡ଼ ସାହସୀ ଥିଲେ

ଦିନେ ସେ ଜଙ୍ଗଲ ରେ ଯାଉଥିବା ସମୟରେ ଦେଖିଲେ ଯେ ସେ ଜଙ୍ଗଲ ରେ କିଏ ଜଣେ ଅତି ସୁନ୍ଦର ଗୀତ ଗାଉଛି

ରାଜା ବିବେକାନନ୍ଦ ସେ ଜଙ୍ଗଲ ଭିତରକୁ ଯାଇକି ଖୋଜି ବାକୁ ଲାଗିଲେ ସେ ଝିଅ ଟି କିଏ ଯିଏ ଏତେ ସୁନ୍ଦର ଗୀତ ଗାଉଛି

କିଛି ଦୂର ଗଲା ପରେ ରାଜା ଦେଖିଲେ ଗୋଟେ ସୁନ୍ଦରୀ ଝିଅ

ଆଉ ସେ ପଶୁ ପକ୍ଷୀ ମାନଙ୍କୁ ଭାରି ଭଲ ପାଇଥିଲା ରାଜା ଲୁଚି ଦେଖୁଥାନ୍ତି !

କିଛି ସମୟ ପରେ ରାଜା ସେ ଝିଅ ଟି ପାଖକୁ ଗଲେ ଆଉ ପଚାରିଲେ ତୁମେ କିଏ ସୁନ୍ଦରୀ ଝିଅ ଟି କହିଲା ମୁଁ କାଦମ୍ବିନୀ

ମୁଁ ଏଇ ଜଙ୍ଗଲ ରେ ରୁହେ କାଇଁ କେତେ ଦିନରୁ ରାଜା ଏଇ ସବୁ ଶୁଣି ରାଜା ସେ ଝିଅ ଟି କୁ ଆଦେଶ ଦେଲେ ସୁନ୍ଦରୀ କାଦମ୍ବିନୀ ତୁମେ ବର୍ତ୍ତମାନ ମୋ ସହିତ ରାଜ ମହଲ ଯିବା ଆଉ ସେଠାରେ ରହି ତୁମେ ଗୀତ ପରିବେଷଣ କରିବ କାଦମ୍ବିନୀ କହିଲେ ମହାରାଜା ମୁଁ ଯଦି ଏଠୁ ଚାଲିଯିବି ତାହାଲେ ମୋର ଏଇ ଜଙ୍ଗଲ ରେ ମୋର ପଶୁ ପକ୍ଷୀ କେମିତି ରହିବେ ମୋ ବିନା ସେମାନେ ହିଁ ମୋର ପରିବାର !

ରାଜା କହିଲେ ହଉ କିଛି ଦିନ ଏବେ ମହଲ ରେ ରୁହ ଗୀତ ପରିବେଷଣ କର ତାପରେ ପୁଣୀ ମୁଁ ତୁମକୁ ଆଣିକି ଏହି ଜଙ୍ଗଲ ରେ ଛାଡ଼ିଦେବୀ ତପରେ କାଦମ୍ବିନୀ ବି ରାଜି ହେଲେ ଆଉ ରାଜା ସହିତ ଗଲେ ରାଜ ମହଲ କୁ !

ରାଜା ମହଲ ରେ ରାଜା ଗୀତ ପରିବେଷଣ କରିବାକୁ ବ୍ୟବସ୍ଥା କଲେ ତାପରେ କାଦମ୍ବିନୀ ଙ୍କୁ ଡାକିବା କୁ ଆଦେଶ ଦେଲେ

ସେତେବେଳେ ରାଜ ଙ୍କ ମହଲ ରେ ସେନ ବାହିନୀ ସହିତ ଭରପୁର ତାଙ୍କ ଗୀତ ଶୁଣିବାକୁ ତାପରେ କାଦମ୍ବିନୀ ଆସିଲେ ନିଜର ଗୀତ ଶୁଣାଇବା ଆରମ୍ଭ କଲେ !

ତାଙ୍କ ଗୀତ ଶୁଣି ସମସ୍ତେ ଆଚାର୍ଯ୍ୟ ହେଲେ ଜଙ୍ଗଲ ରେ ରହି ଅଟେ ସୁନ୍ଦର ଗୀତ କେମିତି ଗାଇ ପାରୁଛନ୍ତି ବୋଲି ମହଲ ସାରା ଭାବୁଥାନ୍ତି କିଛି ଦିନ ପରେ ରାଜା ଙ୍କୁ କାଦମ୍ବିନୀ ସହିତ ପ୍ରେମ ହେଇଗଲା !

ରାଜା କାଦମ୍ବିନୀ ଙ୍କୁ କହିଲେ ମୁଁ ତୁମକୁ ମୋ ରାଜ୍ୟର ରଣୀ ମନେ ମୋ ରାଣୀ କରିବାକୁ ଚାହିଁଛି ତୁମର ମତ କଣ ?

କାଦମ୍ବିନୀ କହିଲେ ମୁଁ ରାଜି କିନ୍ତୁ ମୁଁ ଗୋଟେ ଜଙ୍ଗଲ ରେ ରହିବା ଝିଅ ଟି ମୁଁ ଯଦି ରାଣି ହୁଅ ତାହାଲେ ତୁମ ରାଜ୍ୟରେ ମୋତେ ଗ୍ରହଣ କରିବେ ତ ?

ତାପରେ ରାଜା ତାଙ୍କୁ ବୁଝାଇଛନ୍ତି ଆଉ କାଦମ୍ବିନୀ ବି ରାଜି ହୋଇଛନ୍ତି

ଏ ପଟେ ଲେଖକ ରାଜେଶ ବାବୁ ନିଜର ଏଇ କାହାଣୀ କୁ ଲେଖୁଥିବା ସମୟ ରେ ଏକ ବଡ଼ ଧାରଣ ର ପ୍ରାକୃତିକ ବିପର୍ଯ୍ୟୟ ଆସିଲା ସେ ପ୍ରାକୃତିକ ବିପର୍ଯ୍ୟୟ ରେ ରାଜେଶ ସହିତ ତାର ପରିବାର ଆଉ ତା ଘର ଦୁଆର ବି ଭାସି ଗଲା ଆଉ ସେ ବିପଯ୍ୟୟ ରେ ନିଜର ଲେଖା କାହାଣୀ ବି ଅଧା ରହିଗଲା !



Rate this content
Log in

Similar oriya story from Tragedy