Narayan Sethi

Children Stories Inspirational Children

3  

Narayan Sethi

Children Stories Inspirational Children

ତୁଳସୀ ଦୁଇ ପତ୍ରରୁ ବାସେ

ତୁଳସୀ ଦୁଇ ପତ୍ରରୁ ବାସେ

2 mins
1K



ଶୁଣ ପିଲାମାନେ, ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ଗୋଟେ କାହାଣୀଟି । ଗୋଟେ ଆଦିବାସୀ ଅଞ୍ଚଳର ଛୋଟ ଗାଁଟିଏ, ସହରରୁ ଅନେକ ଦୂର ......। ସେ ଗାଁରେ ଶିକ୍ଷା ବ୍ୟବସ୍ଥାର ମାନେ ଶୂନ । ସେ ଗାଁରେ ସ୍କୁଲର ବ୍ୟବସ୍ଥା ନାହିଁ ଏବଂ ସେଠାକାର ଲୋକଙ୍କ ବିଚାରବୁଦ୍ଧି ଭାରି ସରଳ । ସେମାନଙ୍କ ବସ ବାସ ବି ଭାରି ନିଆରା । ବାସ୍ କ୍ଷେତରେ ଖଟିବା ଆଉ ଜଙ୍ଗଲ ଭିତରେ ଜୀବନ !


ସେ ଗାଁରେ ଭାରି ସରଳ ଓ ଶାନ୍ତ ସ୍ବଭାବର ଲୋକ ଧରଣୀ ମାଝୀ ବୋଲି ଜଣେ ଲୋକ ଥିଲା । ତାର ଦୁଇଟି ଝିଅ ଥିଲା। ରୋଜଗାର କହିଲେ ବଣ, ଜଙ୍ଗଲରେ ଚାଷବାସ କରି ନିଜର ପେଟ ପୋଷିବା ସହିତ ନିଜ ପରିବାରକୁ ବି ଚଳାଉଥିଲା । ଜଙ୍ଗଲରେ ଜୀଵନ ଭାରି କଷ୍ଟକର ଥିଲା । ପିଲାମାନଙ୍କୁ ଶିକ୍ଷା ଦେବାକୁ ଧରଣୀ ମାଝୀର ବହୁତ ଇଚ୍ଛା ଥିଲା। ପିଲା ଦୁଇଟାର ବି ପାଠ ପଢିବାକୁ ଭାରି ଇଚ୍ଛା କିନ୍ତୁ ଗାଁରେ ସ୍କୁଲଟେ ବି ନାହିଁ । ଧରଣୀ ମାଝୀର ଦୁଇଟି ଝିଅ ଅନୁ ଆଉ ରୁପା ଦୁହେଁ ଭାରି ଶାନ୍ତ ସରଳ । କିଛିଦିନ ପରେ ଧରଣୀ ମାଝୀ ପାଖ ଗାଁ ସ୍କୁଲରେ ଯାଇକି ପିଲାଙ୍କ ପାଠପଢା ବିଷୟ ନେଇକି ଗୁରୁଜୀଙ୍କ ସହିତ କଥା ହେଲେ ଗୁରୁଜୀ ମଧ୍ୟ ଧରଣୀ ମାଝୀକୁ କହିଲେ, କାଲି ପିଲାମାନଙ୍କୁ ନେଇକି ଆସ ସେମାନେ ଏଇ ସ୍କୁଲରେ ପାଠ ପଢିବେ । ଧରଣୀ ମାଝୀ ଭାରି ଖୁସିରେ ଗାଁକୁ ଆସିଲା । ଦୁଇ ଝିଅଙ୍କୁ କହିଲା- ମାଆରେ ତୁମେ ଦୁଇଜଣ କାଲିଠୁ ଆର ଗାଁକୁ ସ୍କୁଲ ଯିବ । ପିଲାମାନେ ବି ଭାରି ଖୁସି ହେଲେ । ଧରଣୀ ମାଝୀ ଦୁଇଝିଅ, ଅନୁ ଓ ରୁପାକୁ ଆଣି ଗାଁ ପାଖ ସ୍କୁଲରେ ନାମ ଲେଖାଇଲେ । ତାପରେ ଅନୁ ଓ ରୁପା ଦୁହେଁ ଖୁବ ମନଦେଇ ପାଠ ପଢିଲେ । ଆଦିବାସୀ ହେଲେ କଣ ହେଲା, ସେମାନଙ୍କ ପାଠପଢାରେ ଇଚ୍ଛାଶକ୍ତି ଦେଖି ଶିକ୍ଷକ ଭାରି ଖୁସି ହୋଇ ସେ ଛୋଟଝିଅ ଦୁଇଟିକୁ ପାଠ ପଢେଇବା ସହିତ ବହୁତ ପ୍ରକାରର କାହାଣୀ କହି ସେମାନଙ୍କ ମନୋବଳ ବଢ଼ାଉଥିଲେ ।


ଅନୁ ଆଉ ରୁପା ଦୁହେଁ ବହୁତ ଭଲ ପାଠପଢି ପ୍ରତି ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରୁଥିଲେ ଏବଂ ଭଲ ନମ୍ବର ରଖି ସ୍କୁଲର ଏବଂ ନିଜ ଆଦିବାସୀ ଗାଁର ନାମକୁ ଉଚ୍ଚା କରୁଥିଲେ । ଏମିତି ସ୍କୁଲ ସମୟ ବିତିଗଲା, ତାପରେ ପାଖ ସହରରେ ଥିବା ମହାବିଦ୍ୟାଳୟରେ ପାଠ ପଢିଲେ ଆଉ ମହାବିଦ୍ୟାଳୟରେ ବି ବହୁତ ଭଲ ପାଠପଢ଼ି ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରିକଲେ ଓ ତା ସଙ୍ଗେସଙ୍ଗେ ଅନୁ ଆଉ ରୁପା ଦୁହେଁ ମହାବିଦ୍ୟାଳୟର ପାଠପଢା ସାରି ଅନୁ ଜଣେ ଆଇ.ଏ.ଏସ ଅଧିକାରୀ ହେଲା ଏବଂ ରୁପା ଜଣେ ଆଇ.ପି.ଏସ ଅଧିକାରୀ ହେଲା। ତେଣୁ ନିଜର ଇଚ୍ଛାଶକ୍ତି ଆଗରେ ଆଦିବାସୀ ଝିଅ ଶିକ୍ଷାରୁ ଦୂରରେ ଥାଇ ବି ବହୁତ ଭଲ ସ୍ବପ୍ନ ଦେଖି ପାରିଲା ଏବଂ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଲା ।


ରୁପା ଆଉ ଅନୁ ଜଙ୍ଗଲରେ ତୁଳସୀ ଗଛର ପତ୍ର ପରି ଛୋଟ ବେଳୁ ହିଁ ନିଜର ଭାଗ୍ୟକୁ ନିଜେ ଗଢ଼ିଥିଲେ ଏବଂ ନିଜ ବାପା ଧରଣୀ ମାଝୀଙ୍କ ନାମ ଦୁନିଆଁ ଆଗରେ ପରିଚିତ କରେଇଥିଲେ । ତେଣୁ ଶିକ୍ଷା ଆଗରେ ସବୁ ସମ୍ଭବ ହୋଇପାରିବ । ଅନୁ ଆଉ ରୁପା ଜ୍ୱଳନ୍ତ ଉଦାହରଣ

ତେଣୁ "ତୁଳସୀ ଦୁଇ ପତ୍ରରୁ ବାସେ।"


Rate this content
Log in