STORYMIRROR

Sunanda Mohanty

Abstract Inspirational Thriller

3  

Sunanda Mohanty

Abstract Inspirational Thriller

ଗୀତା ଓ ବଙ୍କୁଲିବାଡ଼ି

ଗୀତା ଓ ବଙ୍କୁଲିବାଡ଼ି

2 mins
143

ଏ ଭିତରେ ମୁଁ ବହୁତ କଥା ଭୁଲିସାରିଥିଲି। ଅସୁସ୍ଥତା ଭିତରେ ଏଇ କିଛି ଦିନ ଲେଖାଲେଖି ମଧ୍ୟ କରିପାରୁନଥିଲି। ପୁଣି କରୋନାର ନୂଆ ଭ୍ୟାରିଏଣ୍ଟ ଏକ୍ସଇ ଆସୁଛି ଜାଣି ବିଚଳିତ ହେଇ ଘରକୁ ଚାଲିଆସିଥିଲେ ମଧ୍ୟ ଏଇଟା ଯେ ମୋର ପୁରୁଣା ରୋଗ ବୋଲି ଭଲ ସେ ଜାଣିଥିଲି। ୟୁରିକ ଏସିଡ ବଢିବା କାରଣରୁ ବା ଡାଇବେଟିସ ବା କୋଲେଷ୍ଟ୍ରାଲ ବଢିବା କାରଣରୁ ମୋ ଶରୀରର ସମସ୍ତ ଅବୟବ ଶିଥିଳ ହୋଇଯାଇଥିଲା ଆଉ କାମ କରିବାର ସ୍ପୁହା ମଧ୍ୟ କମିଯାଉଥିବା ସମୟରେ ଯୋଗ ଓ ପ୍ରାଣାୟାମ ଯେ ମୋର ନିହାତି ଆବଶ୍ୟକ ସେକଥା ବୁଝୁଥିଲେ ମଧ୍ୟ ଚାଲିବା ବା ଚଳ ପ୍ରଚଳ ଶକ୍ତି ହ୍ରାସ ପାଉଥିବା ସମୟାରେ ଫୋନ ଟି ବାଜି ଉଠିଲା।

ସେପଟୁ ଜଣେ କେହି ମତେ ଅଫର କଣ ନେବେ ପଚାରୁଥିଲେ। ମୁଁ ହଠାତ ଜାଣିପାରିନଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ମନେ ପଡ଼ିଲା। ଭୁବନେଶ୍ୱର ଏକ ନମ୍ବର ପ୍ଲାଟଫର୍ମରେ ବସି ଟ୍ରେନ୍ କୁ ଅପେକ୍ଷା କରିବା ସମୟରେ, ପାଣି ଆଣିବା ପାଇଁ କିଛି ଦୂରରେ ଥିବା ପାଣି ହାଣ୍ଡପମ୍ପ ଦେଖି ସେଠାକୁ ଯାଇ ଦେଖିଥିଲି ଗୋଟେ ନିଶ୍ଚଳ ବସ୍ତୁ, ଅର୍ଥାତ ନଳକୂପ ଅଚଳ ଥିଲା, ଆଉ ହଠାତ ଦେଖିଥିଲି ଗୀତା ବୁକ ଷ୍ଟୋର, ଆଉ ସେଠାରେ ବହି ସହ ଅନ୍ୟାନ୍ୟ ଜିନିଷ ପତ୍ର ବିକା ଯାଉଥିଲା।

ମୁଣ୍ଡକୁ ଗୋଟେ ବୁଦ୍ଧି ଯୁଟିଗଲା। ମୋ ନିଜ ଲିଖିତ ପୁସ୍ତକ ଦୁଇ ଖଣ୍ଡ ନେଇ ସେ ଦୋକାନୀ ପାଖକୁ ଯାଇ ରଖିବା ପାଇଁ କହିବାରୁ, ପ୍ରଥମେ ସେ ମନା କଲେ ମୁଁ ଯେବେ ବିନା ପଇସାରେ ଦେବି ବହି ଦୁଇଖଣ୍ଡ ରଖନ୍ତୁ କହିଲି, ତାଙ୍କର ପ୍ରଶ୍ନ ଥିଲା, ବିନା ପଇସାରେ ମତେ ବା କହାକୁ ବହି ଦେଲେ ସେ ରଖିବେ ନିଶ୍ଚୟ, ହେଲେ ବିନା ପଇସାରେ ଆପଣ ବହି ଦେବେ କାହିଁକି?? ତ ମୋ ଉତ୍ତର ଥିଲା, ବିନା ପଇସାରେ, ଏଇଥିପାୟିଁ ବହି ଦେବି ଯେ ପ୍ରଥମରେ ଆପଣଙ୍କ ଦ୍ୱାରା ମୋ ବହିର ପ୍ରଚାର ପ୍ରସାର ହେବ ଆଉ ଦ୍ୱିତୀୟରେ ବହି ବଦଳରେ ଆପଣ କିଛି ଗୋଟେ ବହି ଦେଇପାରିବେ ମୋତେ ଳିଛି ସମୟ ଚାହିଁଲା ପରେ ସେ ମୋ ବହି ଦୁଇଖଣ୍ଡ ରଖି ମୋତେ ଗୋଟେ ଛୋଟ ଗୀତା ବହି ଦେବାପରେ, ମୁଁ ମୋ ବ୍ୟାଗ ବୋଝ ହାଲକା କରି ତାଙ୍କୁ ଦେଇଆସିଥିଲି କୋଡ଼ିଏ ଖଣ୍ଡ ବହି, ଆଉ ବହି ବିକ୍ରୀ ହେଲେ ଦାମ ବଦଳରେ ଜିନିଷ ଜିଛି ଦେଇଦେବେ କହିଥିଲି। ଏବେ ତାଙ୍କରି ଫୋନ ଥିଲା, ମାଡାମ ବହି ବିକ୍ରୀ ହୋଇଯାଇଛି, କୋଉ ଜିନିଷ ନେବେ କୁହନ୍ତୁ ତ ଥରେ ସେ ଦେଇଥିବା ଗୀତା ବହିଟିକୁ ଚାହିଁ କହିଥିଲି ମୋର ଭଲ ବଙ୍କୁଲି ବାଡି ଖଣ୍ଡିଏ ଦରକାର। ସେ ଦୋକାନର ମାଲିକ କଣ ବୁଝିଥିବେ କି ନାହିଁ, ମୁଁ କିନ୍ତୁ ବୁଝିଯାଇଥିଲି ଜୀବନର ଶେଷ ପାହାଚରେ ନିର୍ଜୀବ ଓ ନିଶ୍ଚଳ ବାଙ୍କୁଲି ବାଡି ଓ ଗୀତା ପଠନର ମହତ୍ତ୍ଵ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract