The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Pallabi Das

Abstract

2  

Pallabi Das

Abstract

ଘର ଲେଉଟାଣି

ଘର ଲେଉଟାଣି

4 mins
401


 ଘର ଚଟିଆ ଚଢେଇଟିଏ ଝରକା ଆଗ ଗଛ ଡାଳରେ ବସି କିଛିଚିରି ମିଚିରି ଶବ୍ଦରେ ସୁମିର ଦ୍ଵିପହର ନିଦଟା ଖରାପ କରିଦେଲା, ସୁମି ବିରକ୍ତ ହୋଇ ଦୌଡ଼ି ଗଲା ଝରକା ପାଖକୁ ଛିଟୁକୁଣି ମାରି ଚଢେଇଟିକୁ ଘଉଡ଼େଇବାକୁ, କିନ୍ତୁ ହଠାତ କଣ ଭାବି ରଖି ଦେଲା । ପାଖରେ ଥିବା ଟେବୁଲ ଉପରେ ଛିଟୁକୁଣି ଟା ରଖିଦେଇ ଚଢେଇଟିକୁ ଅନେଇ କିଛି ଭାବିବାକୁ ଲାଗିଲା ।

-ସତରେ କେତେ ସ୍ୱାଧୀନ ଏମାନେ ନା କୌଣସି ବନ୍ଧନ ନା ବାଦବିବାଦ, ମନ ଇଚ୍ଛା ଡେଣା ମେଲେଇ ଯୁଆଡେ ଇଚ୍ଛା ସିଆଡେ ଯାଇ ପାରୁଛନ୍ତି, କାସ୍ ମୋ ଜୀବନ ବି ଏମିତି କିଛି ହେଇଥାନ୍ତା କି ପୁଣି ଭାବିବାକୁ ଲାଗିଲା, ଘରର ଗୁରୁଜନମାନଙ୍କ ନୀତି ବାଣୀ, ସେମାନେ କୁହନ୍ତି-" ମଣିଷ ଜୀବନ ସବୁଠାରୁ ଉର୍ଦ୍ଧ ଜୀବନ, କୀଟ ପତଙ୍ଗ ଠାରୁ ବି ଉର୍ଦ୍ଧ ଏ ଜୀବନ, କେବେ କାହା ସାଥିରେ ନିଜକୁ ତୁଳନା କରିବା ଉଚିତ ନୁହେଁ । ସମସ୍ତଙ୍କ ଠାରୁ କିଛି କିଛି ଭଲ ଗୁଣ ଶିଖିବାକୁ ଚେଷ୍ଟା କରିବା ପଛେ ନିଜକୁ କାହା ସାଥିରେ ତୁଳନା କରିବାନି "।

ଏମିତି ସବୁ ଭାବନା ଭିତରେ ସୁମି ର କାମ ଵାଲୀ ଆସିବା ସମୟ ହୋଇଯାଇଥାଏ । କଲିଙ୍ଗ ଵେଲର ଶବ୍ଦରେ ସୁମି ନିଜକୁ ପ୍ରକୃଷ୍ଟିତ କରେଇ ଯନ୍ତ୍ର ପରି ଚାଲି ଗଲା କବାଟ ଖୋଲିବାକୁ ।

କବାଟ ଖୋଲୁ ଖୋଲୁ ଆଗରେ ସୁକାନ୍ତି ମାଉସି ଠିଆ ହୋଇ ପାନ ଖିଆ ନାଲି ଦାନ୍ତ ଦେଖେଇ ହସି ଦେଇ ପଚାରି ଦେଲେ,- "ମାଆ କଣ ଶୋଇ ପଡ଼ିଥିଲ କି ? ଅଫିସ ଯିବା ସମୟ ପା ହେଲାଣି ।" ଆଖି ଦିଟାକୁ ମଳି ମଳି ସୁମି କହିଦେଲା-"

 "ହଁ, ମାଉସି ଏବେ ବାହାରିବି "। ବାସ୍ ଏତିକି କହିଦେଇ ସୁମି ତା ନିତ୍ୟକର୍ମ ସାରିବାକୁ ଚାଲି ଗଲା। ସବୁ କାମ ଦାମ ସାରି ପ୍ରାୟ ନଅଟା ସୁଦ୍ଧା ପ୍ରସ୍ତୁତ ହୋଇ ଖାଇବା ଟେବୁଲ ପାଖକୁ ଆସିଲା ବେଳକୁ, ମାଉସି କାମ ପାଇଟି ସାରି ଯିବାକୁ ବାହାରିଥିଲେ । ଯାଉ ଯାଉ କହି ଦେଇ ଗଲେ,-" ମାଆ ଦେଖିବ ଆଜି ଖାଇବା ଟିକେ ଅଲଗା ବନେଇଛି କେମିତି ଲାଗିଲା କାଲି ଜଣେଇବ "। ସୁମି ମାଉସି କୁ ବିଦାୟ ଦେଇ କବାଟଟା ପୁଣି ବନ୍ଦ କରି ,

 ଜଳଖିଆ ଖାଇବାକୁ ବସି ଗଲା ଟେବୁଲ ପାଖରେ । ଟେବୁଲ ଆଗରେ ଦେଖା ଯାଉଥିବା ଗଛରେ, ଏବେ ଘର ଚଟିଆ ସହ ଆହୁରି କେତେ ଜାତିର ପକ୍ଷୀ ମାନେ ବସି କିଚିରି ମିଚିରି ଶବ୍ଦରେ ତା ଶାନ୍ତ କାନ୍ତ ଛୋଟ ଘରଟିକୁ କୋଳାହଳରେ ଭରି ଦଉଥିଲେ ।

 ହସ ହସ ମୁହଁରେ ଚଢେଇମାନଙ୍କ ଆଡକୁ ଅନେଇ ଦେଇ ସୁମି ଘୋଡା ହୋଇଥିବା ଖାଇବା ଥାଳି ଟା ଉପରୁ ଢାଙ୍କୁଣୀ ଖୋଲି ଦେଉଦେଉ ମୁହଁ ଟା ପୁଣି ଗମ୍ଭୀର ହୋଇଗଲା ।

 ଅଫିସ ଯିବାକୁ ସମୟ ହୋଇ ଆସୁଥିଲା ସେଥିପାଇଁ ତା ଭିତରେ ଥିବା କୋହକୁ ଚାପି ରଖି ଆଖି କୋରଡ଼ରୁ ଚାଲି ଆସୁଥିବା ଲୁହକୁ ପୋଛି ଦେଇ ଝଟା ପଟ ଖାଇବା ସାରି , ଲଞ୍ଚ ଟିଫିନ ବ୍ୟାଗରେ ପୁରେଇ ଘର ତାଲା ଦେଇ ଅଫିସ ଚାଲି ଗଲା । ଦିନ ସାରା ସୁମିର ଅଫିସରେ ଜମା ମନ ଲାଗୁ ନଥାଏ । ଯେନତେନ ପ୍ରକାରେ ସମୟ ବିତୁଥାଏ । ଲଞ୍ଚ ସମୟ ରେ ଖାଇବାକୁ ଲଞ୍ଚ ବକ୍ସ ଖୋଲିଦେଲା ବେଳକୁ ପୁଣି ସେଇ ଖାଦ୍ୟ ଦେଖି ଦେଇ ଆଖି ଦିଟା ଲୁହ ରେ ଭରି ଗଲା ତାର । ଟିଫିନ ବକ୍ସରେ ସୁକାନ୍ତି ମାଉସି ସଜେଇ ଦେଇଥିଲେ ଆଳୁପରଟା ସାଥିରେ ଦହି ରାଇତା । ପ୍ରାୟ ୨ବର୍ଷ ପରେ ସେ ଆଳୁପରଟା ଖାଉଥିଲା, ଯାହା କି ତାକୁ ସବୁଠୁ ଅଧିକା ପସନ୍ଦ ଥିଲା, କୌଣସି କାରଣରୁ ସେ ତାକୁ ଖାଇବା ଛାଡି ଦେଇଥିଲା ।

 କଷ୍ଟେ ମଷ୍ଟେ ନିଜ ଭିତରେ ଥିବା କୋହକୁ ଚାପି ରଖି ଖାଇବା ସାରି ଦେଇ ଅଧା ଦିନ ଛୁଟି ମାରି ଚାଲିଗଲା ରୁମ୍ କୁ । ରୁମ୍ ରେ ପହଞ୍ଚିବା ପରେ ହାତରେ ପାଣି ଗ୍ଲାସଟେ ଧରି ପୁଣି ସେଇ ଝରକା ପାଖ ଟେବୁଲ ପାଖରେ ବସି ଦେଖିବାକୁ ଲାଗିଲା କିଚିରି ମିଚିରି ହଉଥିବା ଚଢେଇମାନଙ୍କୁ ।

 ମନରେ ତାର ବହୁତ କିଛି ଦ୍ଵନ୍ଦ ଚାଲିଥିଲା, ଆଜି ମାଆ କଥା ତାର ଭାରି ମନେ ପଡୁଥିଲା ଆଉ ମାଆ ହାତର ଘିଅ ଲଗା ଆଳୁ ପରଟା। ଘର ଛାଡିବାକୁ ଦୁଇ ବର୍ଷ ହୋଇଯିବ ପ୍ରାୟ ଦିନେ ହେଲେବି ମାଆ କୁ ଫୋନ କରି କହି ପାରିନି ସେ -

 " ମାଆଙ୍କୁ ସେ କେତେ ଝୁରୁଛି ବୋଲି " ।

 ମାଆ ବି ତ ରାଗ ଆଉ ଅଭିମାନ ରେ ଆଉ ତା ସାଥିରେ କଥା ହଉନାହାନ୍ତି । ଆଉ ସବୁ ତକ ରାଗ ବାପାଙ୍କ ଉପରେ ସୁଝାଉଛନ୍ତି । କେତେ ବୁଝେଇଥିଲେ ସେ ସୁମୀକୁ ପ୍ରଣୟର ପ୍ରେମରେ ନପଡ଼ିବାକୁ କିନ୍ତୁ ସୁମି କିଛି ଶୁଣି ନଥିଲା, ତା ପାଇଁ ମାଆ ପସନ୍ଦ କରିଥିବା ସବୁ ବିବାହ ପ୍ରସ୍ତାବକୁ ସେ ମନା କରି ଦେଇଥିଲା, ଶେଷରେ ମାଆ ବି ତା ଖୁସିରେ ରାଜି ହୋଇଗଲେ ।

 ପ୍ରଣୟ କିନ୍ତୁ ସୁମିକୁ ଧୋକା ଦେଇ ଆଉ କାହା ହାତ ଧରି ଚାଲିଯିବ ସୁମି କେବେ ଭାବି ନଥିଲା । ପ୍ରଣୟର ବିବାହକୁ ବହୁତ ଗୁଡ଼ାଏ ମାସ ବିତି ଯାଇଥିଲା କିନ୍ତୁ ସୁମି ନିଜକୁ ସାଧାରଣ ଅବସ୍ଥାକୁ ଫେରେଇ ପରି ନଥିଲା । ସେଥିରେ ପୁଣି ମାଆ ଙ୍କ ଗୋଟେ ପରେ ଗୋଟେ ପ୍ରସ୍ତାବ ଦେଖିବା ଆଉ ସୁମିକୁ ଜୋର ଜବର ନିଜ ପାଖରେ ବସେଇ ନୀତି ନୂଆ ନୂଆ ପୁଅଙ୍କ ବିଷୟରେ ଶୁଣେଇବା , ସୁମି ଶୁଣି ନଶୁଣିଲା ପରି ମାଆଙ୍କ ପସନ୍ଦରେ "ହଁ" ଭରି ଦେବା ବାପାଙ୍କୁ କିଛି ଠିକ୍ ଲାଗୁନଥିଲା । ବହୁତ ଗୁଡ଼ାଏ ପ୍ରସ୍ତାବ ଭିତରୁ ଦିନେ ମାଆଙ୍କ ପସନ୍ଦର ପୁଅ ତା ପରିବାର ସାଥିରେ ସୁମିକୁ ଦେଖିବାକୁ ଆସିଥିଲା , ଝିଅ ଦେଖା ଠାରୁ ଅଧିକା ଜମିବାଡ଼ି, ଘରଦ୍ୱାରା ଦେଖିବାକୁ ଆସିବା ପରି ଅନୁଭୂତ ହଉଥିଲା । ବାପାଙ୍କ ଧର୍ଯ୍ୟ ର ସୀମା ସେତେ ବେଳେ ଭାଙ୍ଗିଯାଇଥିଲା ଯେତେବେଳେ ପୁଅ ର ବାପା ଯୌତୁକ ପାଇଁ ନଗଦ ମୋଟା ଅଙ୍କର ରାଶି ମାଗି ବସିଥିଲେ । ପ୍ରଥମ ପ୍ରେମ କୁ ଭୁଲାଇବା ବୋହୁତ କଷ୍ଟ । ପ୍ରେମ ହେଲେ ହଠାତ୍ ଦୁନିଆରେ ସବୁ ଜିନିଷ ଗୁଡିକ ସୁନ୍ଦର ଦେଖାଯାଏ, ମନ ସର୍ବଦା ପ୍ରଫୁଲ୍ଲିତ ରୁହେ, ଅଜଣା ଲୋକ ନିଜର ପରି ଲାଗେ, ମନ ମଧ୍ୟରୁ କ୍ରୋଧ ଦୁରେଇ ଯାଇଥାଏ, ବ୍ୟବହାରରେ ଶାଳୀନତା ଓ ସୁନ୍ଦରତା ଦୃଶ୍ୟମାନ ହୋଇଥାଏ, ଏହିପ୍ରକାର ବର୍ଣ୍ଣନା ଯେ ବହୁତ ରୋମାଣ୍ଟିକ ଉପନ୍ୟାସରେ ଦେଖିବାକୁ ମିଳିଥାଏ । ସୁମୀ’ର ଅନୁଭୂତୀ ମଧ୍ୟ ଠିକ ଏହିପରି ଥିଲା । ମନେ ମନେ ସୁମୀ ଗାଇ ଯାଉଥିଲା; ପେହେଲା ପେହଲା ପ୍ୟାର୍ ହାଏ, ପେହେଲି ପେହେଲି ବାର୍ ହାୟେ ....

 ବଡ଼ବଡ଼ ଆଖି, ଲମ୍ବା ବାଳ, ପତଳା ଶରୀର, ୫ଫୁଟ ୮ଇଞ୍ଚ ଉଚ୍ଚତା, ଶୁଭ୍ର ରଙ୍ଗ, ସୁମୀର ଭବ୍ୟ ଉପସ୍ଥିତି ଦେଖି ତା କଲେଜର କୌଣସିବି ମହାଋଷି ନିଜର ତପସ୍ୟା ଭଙ୍ଗକରିବାକୁ ପଛେଇବେନାହିଁ । ସେ ଖୁବ ଭଲଭାବରେ ନିଜର ସୀମାକୁ ସର୍ବଦା ନିୟନ୍ତ୍ରଣରେ ରଖିଥିଲା । 

ସୁମି ର ଭୁଲ କଣ ଥିଲା ସୁମି ଆଜିଯାଏ ବୁଝି ପାରିନଥିଲା | ପ୍ରଣୟ ର ନୂଆ ଚାକିରୀ ସହିତ ଦାଇତ୍ୱ ବଢି ଯାଇଥିଲା । କିଛିମାସ ବିତିଗଲାପରେ ଏତେ ବ୍ୟସ୍ଥ ରହିବାକୁ ଲାଗିଲେ ଯେ ସେ ଆଉ ସୁମୀ ପ୍ରତି ଧ୍ୟାନ ଦେଇପାରୁନଥିଲେ ଏବଂ ସେ ସୁମୀ କୁ ନଜରଅନ୍ଦାଜ କରିବାକୁ କେତେ ବେଳେ ପ୍ରଣୟ ସୁମି ପ୍ରତି ଥିବା ତାର ସବୁ ଭଲ ପାଇବାକୁ ଶ୍ରଦ୍ଧାଞ୍ଜଳି ଦେଇ ଦେଲା ସେଟା ବି ଜାଣି ହେଲାଣି |

 ଚାକିରୀ ଜୀବନ ର କଠିନ ସଂଗ୍ରାମ ସାଥିରେ ସୁମି ପ୍ରଣୟ ର ଜୀବନ କୁ ବି ସୁନ୍ଦର ଭାବେ ଗଢିବାକୁ ଚେଷ୍ଟା କରି ଚାଲିଥିଲା | ତା ଅହ ରହ ଚେଷ୍ଟା ଭିତରେ କେତେ ବେଳେ ଯ ପ୍ରଣୟ ତା ଠାରୁ ଦୁରେଇ ଯାଇ ନିଜର ଆଉ ଏକ ସଂସାର ଗଢ଼ି ବସିଲା ସୁମୀ ଜାଣି ପାରିଲାନି । 

ଯେମିତି ପକ୍ଷୀ ମନେ କିଚିରି ମିଚିରି ଶବଦ କରି ନିଜ ନୀଡ଼କୁ ପୁଣି ଲେଉଟି ଯାଆନ୍ତି ଠିକ୍ ସେହିପରି ସେ ଯାହା ହେଇଯାଉ ପଛେ ଆଜି ସେ ସ୍ଥିର କରି ସାରିଛି ସବୁ ସ୍ମୃତି କୁ ପାଶୋରି ପୁଣି ଥରେ ସେ ମାଆ କୋଳକୁ ଫେରି ଯିବାକୁ । 


Rate this content
Log in

More oriya story from Pallabi Das

Similar oriya story from Abstract