STORYMIRROR

Trushna Das

Abstract Action Fantasy

4  

Trushna Das

Abstract Action Fantasy

ଏଲିଏନ୍ ମିଶନ

ଏଲିଏନ୍ ମିଶନ

4 mins
501

ଦିନେ ତପନ ଓ ମିତା ଝିଅ ରିଆ ଆଉ ପୁଅ ଶିବା ସହ ବସି ଟିଫିନ କରୁଛନ୍ତି ଏବଂ ଟିଭିରେ ନିଉଜ ଦେଖୁଛନ୍ତି। ହସ ଖୁସିରେ ସନ୍ଧ୍ୟା ସମୟ ଉଛୁଳି ପଡୁ ଥିଲା। ତପନ ଓ ମିତା ଦୁଇ ଜଣ ଯାକ ସ୍ପେସ ବୈଜ୍ଞାନିକ। 


ହଠାତ୍ ଗୋଟିଏ ଜୋରରେ ଶଦ୍ଦ ହେଲା। ଆଉ ଭୂଇଁ ଟିକେ ସମୟ ହଲୁ ଥିବା ପରି ଲାଗିଲା। ବିଜୁଳି ଆଲୁଅ ବି କଟି ଗଲା। କିଛି ବୁଝି ହେଲା ନାହିଁ ଯେ କଣ ହେଲା।ବାହାରକୁ ସବୁ ସାହି ପଡିଶା ବାହାରି ଆସିଲେ ଯେ ଭୂକମ୍ପ ହେଲା କହି। 


ତପନ ନିଜ ହେଡକ୍ୱାଟର କୁ ଫୋନ କରି ବୁଝିଲେ ଯେ ଭୂକମ୍ପ ନୁହେଁ। ଆଉ କିଛି ଗୋଟିଏ ଘଟିଛି। ହେଲେ ଜଣା ପଡୁ ନାହିଁ। 


ସେଦିନ ବିଜୁଳି ଆଉ ଆସିଲା ନାହିଁ। ବିଜୁଳି ଆଲୁଅ ବି ନାହିଁ କି କାହାରି ଇନଭାଇଟର ବି ଆଉ କାମ କଲା ନାହିଁ। ବିଜୁଳି ସହ ଆମେମାନେ ଏତେ ଅଭ୍ୟସ୍ତ ହୋଇ ଯାଇଛୁ ଯେ ଟିକିଏ ନ ରହିଲେ ରହିବା କଷ୍ଟକର ହୋଇ ପଡୁ ଥାଏ। ବହୁତ କଷ୍ଟରେ ରିଆ ଆଉ ଶିବା ଶୋଇଲେ। ରାତି ପ୍ରାୟ ଦୁଇଟା ପାଖାପାଖି ହେବ ତପନଙ୍କୁ ଫୋନ ଆସିଲା ଯେ ପାଖ ସହରକୁ ଲାଗି ଥିବା ଜଙ୍ଗଲକୁ ଗୋଟିଏ ସ୍ପେସ ସିପ୍ ଆସି ଥିବାର ଖବର ମିଳିଛି ଏବଂ ସେ କିଛି ସମୟ ହେବ ପୃଥିବୀ ପୃଷ୍ଠରୁ ଗଲା। ହେଲେ ସେ ସହରର ଖବର କିଛି ଜାଣି ହେଉ ନାହିଁ। ସ୍ପେସ ଆସିବାରୁ ବିଜୁଳି ପ୍ରବାହ ବ୍ୟାହତ ହୋଇଛି । ଆଧୁନିକ ଉପକରଣ ଯୋଗୁଁ ହେଡକ୍ୱାଟରରେ ବିଜୁଳି ପ୍ରବାହ ଚାଲିଛି। ତପନ ଓ ମିତା ଙ୍କୁ ଜଲଦି ହେଡକ୍ୱାଟରକୁ ଯିବା ପାଇଁ ଡାକିଲେ। ସେ ଦୁହେଁ ଛୁଆ ଦୁଇଟିଙ୍କୁ ଚାକରାଣୀ ପାଖରେ ଛାଡି ଗଲେ। ତପନଙ୍କ ମାଆ ଶୋଇ ଥିବାରୁ ତାଙ୍କୁ ଆଉ ଡାକିଲେ ନାହିଁ। 


ତାପର ଦିନ ପାଖାପାଖି ଦିନ ତିନିଟା ବେଳକୁ ବିଜୁଳି ଆସିଲା।କିଛି ସମୟ ପରେ ତପନ ଓ ମିତା ଆସି ମାଆଙ୍କୁ କହିଲେ ଏଲିଏନ୍ ଆକ୍ରମଣ କରିଛନ୍ତି। ସ୍ପେସ ସିପ୍ ଯେଉଁ ଜାଗାରେ ଓହ୍ଲାଇଛି ସେ ଜାଗା ପୋଡି ଯାଇଛି। ଆଉ ଗୋଟାଏ ଅଦ୍ଭୁତ କଥା ହେଲା ସେଇ ସହରର ବାୟୁମଣ୍ଡଳ ଗରମ ଲାଗୁଛି। ଆଉ ଲୋକମାନଙ୍କ ଚମଡାରେ ପ୍ରତିକ୍ରିୟା ଦେଖା ଯାଉଛି। ତାଙ୍କ ଚମଡା ଆସ୍ତେ ଆସ୍ତେ ଜଳିବାରେ ଲାଗୁଛି। ଏପରି ଆମର ଜଣେ ମହାକାଶଚାରୀଙ୍କର ମଧ୍ୟ ହୋଇ ଥିଲା ଯେତେବେଳେ ସେ ମଙ୍ଗଳ ଗ୍ରହକୁ ଯାଇ ଥିଲେ, ସେତେବେଳେ ସେଇଥିକୁ ଆଉ ଗୋଟିଏ ଗ୍ରହର ଏଲିଏନ୍ ବି ଆସି ଥିଲେ। ଆଉ ଦୁର୍ଭାଗ୍ୟ ବଶତଃ ସେ ମହାକାଶଚାରୀ ଧରା ପୃଷ୍ଠକୁ ଆସୁ ଆସୁ ମରି ସାରିଥିଲେ। ହେଲେ ତାଙ୍କର ଶରୀରକୁ ଗବେଷଣା କରି ଜାଣିବାକୁ ମିଳିଲା ଯେ ସେ ରାସାୟନିକ ଦ୍ରବ୍ୟ ମଙ୍ଗଳ ଗ୍ରହର ନୁହଁ। ଆଉ ଆଜି ସେଇ ଏଲିଏନ୍ ମାନେ ପୁଣି ଆମ ପୃଥିବୀକୁ ଆସିଛନ୍ତି କଣ ପାଇଁ ବୁଝା ପଡୁ ନାହିଁ। ଆଉ ଲୋକଙ୍କ ଦେହର ପ୍ରତିକ୍ରିୟା କିପରି ରୋକି ହେବ ବୁଝା ପଡୁ ନାହିଁ। 


ସମସ୍ତେ ଚିନ୍ତାରେ ବସି ନିଉଜ ଦେଖୁ ଥାଆନ୍ତି। ନାନା ମୁନି ଙ୍କ ନାନା ମତ ପରି କଥା ପ୍ରଚାର ହେବାରେ ଲାଗିଲା। ଡାକ୍ତର ଓ ଜୀବ ବୈଜ୍ଞାନିକମେ ଗବେଷଣା କରିବାରେ ଲାଗିଲେ। ଲୋକମାନେ ପୋକ ମାଛି ପରି ମରିବାରେ ଲାଗିଲେ। ଆଉ ସ୍ପେସ ସିପ୍ ଓହ୍ଲାଇ ଥିବା ସହରର ବିଜୁଳି ପ୍ରବାହ ଏବେ ଯାଏଁ ଆସି ନାହିଁ। 


ଏହି ଘଟଣାର ଠିକ ସପ୍ତାହ ପରେ ତପନ ଓ ମିତାଙ୍କ ସହରରେ ଏହି ପରି ଘଟଣା ପୁଣି ଘଟିଛି। ସେତେବେଳେ ତପନ ଓ ମିତା ଗବେଷଣା କେନ୍ଦ୍ରରେ ଥିଲେ। ସେମାନେ ଦେଖିଲେ ଘଟିବାର କିଛି ସମୟ ଆଗରୁ ଆକାଶରେ ଗୋଟିଏ ସବୁଜ ରଙ୍ଗର ବଳୟ ପରି ଦେଖା ଯାଉଛି। ହଠାତ ଧରା ପୃଷ୍ଠକୁ ତାହା ଗଳି ପଡିଲା ପରି ଲାଗିଲା। ଭୂକମ୍ପ ଆସିଲା ପରି ଅନୁଭବ ହେଲା ଆଉ ଜୋରେ ବାଣ ବିସ୍ଫୋରଣ ହେଲା ପରି ଲାଗିଲା। ହେଲେ ତାପରେ କଣ ହେଲା ଜଣା ପଡିଲା ନାହିଁ। କାରଣ ବିଜୁଳି ଆଲୁଅ କଟିଗଲା। ବିଜୁଳି ପ୍ରବାହ ଠପ୍ ହୋଇଗଲା। ରିଆ ଓ ଶିବା ଡରି ଯାଇ ଫୋନ କରୁ ଥାଆନ୍ତି ହେଲେ ନେଟୱାର୍କ ନ ଥାଏ। ହଠାତ ବାୟୁ ମଣ୍ଡଳ ଗରମ ହେବାରେ ଲାଗିଲା। ଆଧୁନିକ ଉପକରଣ ମାଧ୍ୟମରେ କିଛି ଘଣ୍ଟା ମଧ୍ୟରେ ଗବେଷଣା କେନ୍ଦ୍ରରେ ବିଜୁଳି ପ୍ରବାହ ଜାରି କରା ଗଲା। ଆଉ ସେମାନେ ଦେଖିଲେ ଯେ ସେଇ ସିପ୍ ରେ ବାର ଜଣ ଏଲିଏନ୍ ଆସିଛନ୍ତି। ଆଉ ବନ୍ଧୁକ ପରି ଗୋଟିଏ ଯନ୍ତ୍ରରେ କଣ ସବୁ ଗ୍ୟାସ ଛାଡୁଛନ୍ତି। ଏବେ ଗବେଷକମାନଙ୍କ ବୁଝିବାର ବାକି ରହିଲା ନାହିଁ ଯେ ଏଲିଏନ ମାନେ ପୃଥିବୀକୁ ଆକ୍ରମଣ କରିଛନ୍ତି। ବୈଜ୍ଞାନିକ କିଛି ଗାଡି ଧରି ସେଠାକୁ ଯିବା ପାଇଁ ବାହାରି ଗଲେ ନିଜ ସୁରକ୍ଷା ଜାକେଟ ପିନ୍ଧି। 


ସେତେବେଳକୁ ବର୍ଷା ଆରମ୍ଭ ହୋଇ ଗଲା। ଆଠ ଜଣ ଏଲିଏନ୍ ସିପ୍ ରେ ପଳାଇଲେ। ଦୁଇ ଜଣ ଯାଇ ପାରିଲେ ନାହିଁ। ବୈଜ୍ଞାନିକମାନେ ସେଠାକୁ ଯାଇ ଦେଖିଲେ ଯେ ଦୁଇ ଜଣ ଏଲିଏନ୍ ମରି ଯାଇଛନ୍ତି ଆଉ ତାଙ୍କ ପାଖରେ ସେଇ ଅଜିବ ଯନ୍ତ୍ର ବି ଅଛି। ସେମାନେ ଦୁଇ ଏଲିଏନ୍ ଙ୍କୁ ନେଇ ଗବେଷଣା କେନ୍ଦ୍ର ଗଲେ। ସେଠାରେ ଗବେଷଣା କରି ଜାଣିଲେ ଯେ ବର୍ଷା ପାଣି ପାଇ ଦୁହିଁଙ୍କର ମୃତ୍ୟୁ ହୋଇଛି। ତାମାନେ ଏଲିଏନ୍ ମାନେ ପାଣି ସଂଷ୍ପର୍ଶରେ ଆସିଲେ ମରି ଯାଉଛନ୍ତି। 


ତାପର ଦିନ ସକାଳୁ ତପନ ଓ ମିତା ଘରକୁ ଫେରି ଦେଖୁଛନ୍ତି ଯେ ଛୁଆ ଦୁଇ ଜଣଙ୍କ ଦେହରେ ସେମିତି ପ୍ରତିକ୍ରିୟା ଦେଖା ଯାଇଛି। ସେମାନେ ଏହା ଦେଖି ଭୟଭୀତ ହୋଇ ଯାଇଛନ୍ତି। କଣ କରିବେ କେମିତି ବଞ୍ଚାଇବେ କିଛି ଭାବି ପାରୁ ନାହାଁନ୍ତି। ଶେଷରେ ସେମାନେ ଡାକ୍ତରଖାନାକୁ ଯାଇଛନ୍ତି। ଡାକ୍ତରଖାନାରେ ଅବସ୍ଥା ଦେଖିଲା ବେଳକୁ ହୃଦୟ ଥରି ଉଠୁଛି। ପୋକ ମାଛି ପରି ଲୋକଙ୍କ ଦେହରେ ଏହି ପ୍ରତିକ୍ରିୟା। କେବଳ ଗବେଷଣା କେନ୍ଦ୍ରରେ ୱାରଲେସ ଦ୍ୱାରା ଖବର ପ୍ରଚାର କରି ହେଉଛି। ଗବେଷଣା କେନ୍ଦ୍ରରୁ ଜଣେ ଷ୍ଟାଫ୍ ଆସି କହିଲେ ଯେ ଶରୀର ପ୍ରତିକ୍ରିୟା ଜାଗାରେ ପାଖ ସହରର ଜଣେ ବ୍ରାହ୍ମଣ ତୁଳସୀ ପତ୍ର ବଟା ସହ ମହୁ ଓ ଘିଅ ଲଗାଇବାରୁ ସେ ଠିକ ହୋଇ ଗଲେ ଏବଂ ଏମିତି ସେ ବହୁତ ଲୋକଙ୍କୁ ଠିକ କଲେଣି। ଆଉ ଗବେଷଣା କେନ୍ଦ୍ରରେ ବି ପରୀକ୍ଷା କରି ଦେଖିଲେ ସେଇ ବିଷାକ୍ତ ଗ୍ୟାସ ତୁଳସୀ ପତ୍ର, ମହୁ ଓ ଘିଅର ଲେପରେ ନଷ୍ଟ ହୋଇ ଯାଉଛି। ଏବେ ଡାକ୍ତରଖାନାରେ ସେହି ପରି ଚିକିତ୍ସା କରା ଗଲା। ଗବେଷଣା କରି ଜଣା ପଡିଲା ଯେ ସପ୍ତାହ ମଧ୍ୟରେ ପୁଣି ଆଉ ଗୋଟିଏ ପାଖ ସହରକୁ ଏଲିଏନ୍ ମାନେ ଆସିବେ। ତେଣୁ ଏବେ ଗବେଷକମାନେ ପ୍ରସ୍ତୁତ ଥିଲେ।ମିତା ଓ ତପନ ଏଲିଏନ୍ ମିଶନର ମୁଖ୍ୟ ଭାବରେ କାମ କଲେ। ସହରକୁ କିଛି ଦିନ ପାଇଁ ଖାଲି କରି ଦେଲେ। ପାଖାପାଖି ସବୁ ଜାଗାରୁ ପାଣି ଟାଙ୍କି ଗାଡି ସବୁ ମଗାଇ ରଖିଲେ। ସ୍ପେସ ସିପ୍ ନଷ୍ଟ କରିବା ପାଇଁ ଯନ୍ତ୍ର ପ୍ରସ୍ତୁତ କରି ରଖା ହେଲା। 


କିଛି ଦିନ ପରେ ସଞ୍ଜ ସମୟରେ ଆକାଶରେ ସବୁଜ ବଳୟ ଦେଖି ସେଇ ବଳୟକୁ ଅନୁସରଣ କରି ଗବେଷକ ମାନେ ସ୍ପେସ ସିପ୍ ଓହ୍ଲାଇବା ଜାଗାରେ ନିଜ ସୁରକ୍ଷା ସହ ଯାଇ ପହଞ୍ଚି ଲୁଚି ରହିଲେ। ଯେମିତି ସିପ୍ ଆସିଲା ବିଜୁଳି ପ୍ରବାହ କଟି ଗଲା। ଗାଡିରେ ବଡ ବଡ ହେଲଜିନ ଲାଇଟ ଜଳାଇ କିଛି ଗବେଷକମାନେ ସିପ୍ କୁ ନଷ୍ଟ କରିବା ରେ ଲାଗିଲେ ଆଉ କିଛି ଏଲିଏନ ମାନଙ୍କ ଉପରେ ପାଣି ଛଡିଲେ। ଶେଷରେ ଏଲିଏନ୍ ମିଶନରେ ସଫଳ ହେଲେ। ପୃଥିବୀ ସ୍ପେସ ଆକ୍ରମଣରୁ ରକ୍ଷା ପାଇଲା। 


ଘରକୁ ଆସିଲା ପରେ ତପନ ଓ ମିତା ପିଲାମାନଙ୍କୁ ଜାବୁଡି ଧରି ଗେହ୍ଲ କଲେ। ଏମିତି ଅବସ୍ଥାରେ ଛୁଆମାନଙ୍କୁ ଛାଡି ଯାଇଥିବାରୁ ମନ ଦୁଃଖ ହୋଇ ଥିଲା ହେଲେ ଏଲିଏନ୍ ମିଶନ ସଫଳ ହୋଇଥିବାରୁ ମନରେ ଶାନ୍ତି ଥାଏ। ଛୁଆମାନେ ବିଜୁଳି ବିନା ଆଉଟୁ ପାଉଟୁ ହେଉଥିବାରୁ ତପନ ଓ ମିତା ବୁଝାଇ କହିଲେ ଯେ ବିଜୁଳି ଆଲୁଅ ଭଲ କିନ୍ତୁ ବିଜୁଳି ଆଲୁଅ ବିନା ବି ବଞ୍ଚିବା ଶିଖିବାକୁ ହେବ। କାରଣ ଜୀବନରେ କେତେବେଳେ କେଉଁ ଘଟଣା ଘଟିବ କିଏ ବା ଜାଣେ। 


କିଛି ଦିନ ମଧ୍ୟରେ ସମସ୍ତଙ୍କ ଦେହରୁ ସେ ପ୍ରତିକ୍ରିୟା ଚାଲି ଗଲା। ଆଉ ବିଜୁଳି ଆଲୁଅ ବି ଆସିଗଲା। ଏଲିଏନ୍ ମିଶନ ପରେ ଏବେ ସମସ୍ତଙ୍କ ଜୀବନ ପୁଣି ପୂର୍ବ ପରି ହୋଇ ଗଲା।


Rate this content
Log in

Similar oriya story from Abstract