padmaja pati

Abstract

2  

padmaja pati

Abstract

ଏକାନ୍ତ ନିଜର

ଏକାନ୍ତ ନିଜର

2 mins
200


ମନେ ମନେ ହସୁଥିଲେ ରୀତା ଦେବୀ l ସେ ଆଜି ଏତେ ବଡ଼ ଘରଟାରେ ଏକୁଟିଆ l ଦିନେ ଏଇ ଘର ପିଲାଙ୍କ କୋଳାହଳରେ ଫାଟି ପଡୁଥିଲା l ତାଙ୍କ ସ୍ୱାମୀ ଥିଲେ ପାଖ ଗାଁ ସ୍କୁଲରେ ଶିକ୍ଷକ l ତାଙ୍କୁ ଆଦୌ ସମୟ ମିଳୁ ନଥିଲା ଟିକେ ବସିବାକୁ ଉଠିବାକୁ l ତାଙ୍କର ତିନୋଟି ପିଲାଙ୍କ ସହ ସାଙ୍ଗ ହୋଇ ଅନ୍ୟ ପିଲାମାନେ ଘରକୁ ଆସୁଥିଲେ ସ୍ୱାମୀଙ୍କଠାରୁ ପାଠ ବୁଝିବାକୁ l ନିଜ ଦାୟିତ୍ବରେ କେବେ ଅବହେଳା କରିନାହାନ୍ତି ସେ l ଆଜି ସ୍ୱାମୀ ଆର ପାରିରେ l

ପିଲାମାନେ ଉଚ୍ଚ ପଦ ପଦବୀରେ ପ୍ରତିଷ୍ଠିତ l ସମସ୍ତେ ତାଙ୍କୁ ପାଖକୁ ନେବାକୁ ଚାହିଁଥିଲେ କିନ୍ତୁ ଭିଟାମାଟି ଛାଡି ଯିବାକୁ ସେ ଇଚ୍ଛା କଲେନି l ଆଜି ତାଙ୍କ ଘରେ ଆଗରୁ କାମରେ କରୁଥିବା ଚାକରାଣୀ ଆସିଥିଲା l ସେ କହିଲା, "ମାଆ, ମୋ ପୁଅ ତୁମକୁ ହାଟରେ ଦେଖିଥିଲା ବୋଲି କହିଲା l ତୁମେ ହାଟରୁ ସଉଦା କରି ଯାଇଥିଲ ଶୁଣି ବ୍ୟସ୍ତ ଲାଗିଲା l ସେଥିପାଇଁ ଚାଲି ଆସିଲି l ମୋ ପୁଅର ଫୋନ ନମ୍ବର ରଖିଥାଅ, କ'ଣ ଦରକାର ହେଲେ କହିବ l ତୁମେ ନିହାତି ଦରକାର ନ ପଡିଲେ ହାଟ ବଜାରକୁ ଯିବା ଦରକାର ନାହିଁ l ଆମେ ତୁମ ଲୁଣ ଖାଇଛୁ ମା l ତୁମ ଋଣ ଏ ଜୀବନରେ ମୁଁ ଶୁଝିବା ପାରିବିନି l

ତା ' ପୁଅକୁ କେତେ ପୂଜା ପର୍ବରେ ଡାକି ସେ ଖାଇବାକୁ ଦେଉଥିଲେ l ସେ ତାଙ୍କ ସାନ ପୁଅର ସାଙ୍ଗରେ ପଢୁଥିବାରୁ ସ୍ୱାମୀ ଉଭୟଙ୍କ ପାଇଁ ଏକା ପ୍ରକାର ଲୁଗାପଟା ଆଣୁଥିଲେ l ଏଥିପାଇଁ ବେଳେ ବେଳେ ସାନ ପୁଅ ବିରକ୍ତ ହେବା କଥା ଶୁଣି ସ୍ୱାମୀ କେବଳ ମୌନ ରହୁଥିଲେ l ଅବଶ୍ୟ ରୀତା ଦେବୀ ପୁଅକୁ ଏପରି ଚିନ୍ତା ନ କରି ନିଜ ପଢା ଉପରେ ଗୁରୁତ୍ୱ ଦେବାକୁ କହୁଥିଲେ l ଭଲ ପଢୁଥିଲେ ବି ଅଧିକ ନ ପଢି ଘର ଚଳାଇବାପାଇଁ ତାଙ୍କ ଚାକରାଣୀ ତା ' ପୁଅକୁ ଗ୍ୟାରେଜକୁ ପଠାଇଥିବା କଥା ସେ ଶୁଣିଥିଲେ l

ଏବେ ସେମାନେ ଭଲରେ ଚଳୁଛନ୍ତି l ରୀତା ଦେବୀ ଭାବୁଥିଲେ ସତରେ ସେ କେତେ ଭାଗ୍ୟବତୀ ! କେହି ନ ଥାଇ ବି ତାଙ୍କପାଇଁ କେତେ ଚିନ୍ତିତ ସମସ୍ତେ l ସତରେ କେତେ ଆପଣାର ଲାଗୁଛି ଗାଁଟି l



Rate this content
Log in

Similar oriya story from Abstract