Sanuja Meghamala

Abstract Drama Inspirational

3  

Sanuja Meghamala

Abstract Drama Inspirational

ଏକ ନୂଆ ସକାଳ ର ଅପେକ୍ଷାରେ

ଏକ ନୂଆ ସକାଳ ର ଅପେକ୍ଷାରେ

6 mins
262



ଅନାଗତ ଭବିଷ୍ୟତର ଖୁସିରେ ନିର୍ମାଲ୍ୟ ଆତ୍ମ ବିଭୋର ହୋଇଥିଲା ଇଞ୍ଜିନିୟରିଂ ପ୍ରବେଶିକା ଫଳ ପ୍ରକାଶ ପାଇଲା ପରେ। ତା ରାଙ୍କ କୁ ନେଇ ସେ ଖୁସି ଥିଲା। ସହରରେରହି ଉଚ୍ଚ ଶିକ୍ଷା ଗ୍ରହଣ କରିବା ଝୁଙ୍କ ତା ' ବାପାଙ୍କୁ ବେଶୀ ଘାରିଥିଲା ।  ଯାହା ହେଲେ ବି ପାଠ ପଢି ପୁଅ ଇଂଜିନିୟର ହେବ। ୟା ଠୁ ବଡ ଖୁସି ଖବର କଣ ?  ତାଙ୍କ ଗାଁରୁ କେହି ପିଲା ଏମିତି ସଫଳତା ଆଜି ପର୍ଯ୍ୟନ୍ତ ପାଇ ନାହାନ୍ତି। ଯେଉଁ ମାନେ ସହରରେ ଅଛନ୍ତି ସେ କଥା

ଅଲଗା ।

               ନିର୍ମାଲ୍ୟ ଗାଆଁ ଛାଡ଼ି ସହରକୁ ଆସିଲା ଇଞ୍ଜିନିୟରିଂ ପଢି ବାପା ମାଆ ଙ୍କ ସ୍ଵପ୍ନ କୁ ପୂରଣ କରିବା ପାଇଁ ।ନିଜ ଘର  ଛାଡ଼ି ହଷ୍ଟେଲରେ ରହିଲା ।ଭିନ୍ନ ପରିବେଶ ସହିତ ଖାପ ଖୁଆଇ ଚଳି ସାହସ ଜୁଟେଇଛି ଆଗକୁ ବଢ଼ିବାକୁ। ସବୁ ପରିସ୍ଥିତିର ସାମନା କରିବାକୁ ସେ ଦୃଢ଼ ପ୍ରତିଜ୍ଞ । ପଢି ସାରିଲେ ଚାକିରୀ କରି ଦି ପଇସାରୋଜଗାର କରିବ । ଭଉଣୀ କୁ ଭଲ ଘରେ ବାହା ଦେବ । ମାଆକୁ ଟିକେ ତୀର୍ଥ ସ୍ଥାନ ଦର୍ଶନ କରାଇବ। ବିଲ ଭାଗ ବଖରା ଲଗେଇ ବାପାଙ୍କୁ ଚାଷ କାମରୁ ବିଶ୍ରାମ ଦେଵ।


             ପିଲାଦିନରୁ ଦେଖି ଆସିଛି ବାପାଙ୍କର ସକାଳ ସଂଜ ବିତେ କେବେବେଳେ ବିଲରେ ତ ଆଉ କେତେବେଳେ ବାଡ଼ି ଖଳାରେ। ବିଶ୍ରାମ ନେବାକୁ ତର ନ ଥାଏ। ଧାନ ମୁଗ ବିରି ଚାଷ ସହିତ ଋତୁ ଅନୁଯାୟୀ ବିଭିନ୍ନ ପରିବା ଚାଷ କରନ୍ତି ବାପା..।ସରଳିଆ ସ୍ଵାଭିମାନୀ ମଣିଷ ତା ବାପା.. କିନ୍ତୁ ନିଷ୍ଠାର ସହିତ ନିଜ କାର୍ଯ୍ୟ କରନ୍ତି। ସଜନା ଗଛ ଭାଙ୍ଗିଯିବେ ପଛେ ନଇଁବେନି । ପରଚର୍ଚ୍ଚା , କାହା ପଛରେ ମିଛ ସତ କହିବା ତାଙ୍କ ସ୍ଵଭାବ ବିରୁଦ୍ଧ। ଅନ୍ୟର ଧନ ସଂପତ୍ତି ସୁଖ ଶିରୀ ଦେଖି ଲୋଭ ନାହିଁ, ଈର୍ଷା ବି କରନ୍ତି ନାହିଁ। .ସାଧା ସିଧା ଚଳଣୀ । ଲକ୍ଷ୍ୟ ପିଲା ଦି 'ଟା ଭଲ ମଣିଷ ହେବେ। ତାଙ୍କର ସେହି ଶ୍ରମ ସାର୍ଥକ ହେଇଛି। . ବିଦ୍ୟାଳୟରେ ତାଙ୍କ ପୁଅ ଝିଅ ଙ୍କୁ ଢେର୍ ସାରା ପ୍ରଶଂସା ମିଳେ ଆଦର୍ଶ ଛାତ୍ର ହିସାବରେ। ସରଳ ଅମାୟିକ ବ୍ୟବହାର । ସମସ୍ତେ ଭଲ ପାଆନ୍ତି ।ସେତିକିରେ ବାପ ଛାତି ଚଉଡା ହୋଇଯାଏ। ଛୋଟ ବେଳୁ ବାପା ଙ୍କୁ ଦେଖି ଦେଖି ନିର୍ମାଲ୍ୟ ବଡ଼ ହେଇଚି। ବାପା ହିଁ ତାର ଆଦର୍ଶ ।


 ସହର ପରିବେଶ ସମ୍ପୂର୍ଣ୍ଣ ଭିନ୍ନ ଗାଆଁ ଠାରୁ। ଇଂଜିନିୟରିଂ କଲେଜରେ ପଢିବା ଦିନୁ ପ୍ରତିଦିନ  ଅତ୍ୟାଧୁନିକ ସାଙ୍ଗ ସାଥି,ସିନିୟର୍, ମାନଙ୍କ ଦ୍ଵାରା ନିଜ ସାଧାରଣ ଚେହେରା, ବେଶ ପରି ପାଟି ପାଇଁ ବେଶ୍ ଲାଞ୍ଛିତ ,ଓ ଅପମାନିତ ହୁଏ । ତଥାକଥିତ ହାଇ ସୋସାଇଟର ଷ୍ଟାଟସ କୁ କୌଣସି ଉପାୟରେ ଫିଟ୍ ହୁଏନି ସେ ।ତାର ଝିଅ ସାଙ୍ଗ ନାହାନ୍ତି, ଢ଼ାବା ,ରେଷ୍ଟୁରାଣ୍ଟ କୁ ଖାଇବାକୁ ଯାଏନି, ଫିଲ୍ମ୍ ଯାଏନି, ବାର ନାହିଁ ,ପବ୍ ନାହିଁ.। ବାର୍ଥ ଡେ଼ ,ପାର୍ଟି ପିକନିକ କିଛି ନାହିଁ। ଗୋଟେ ନିଆରା ପିଲା ସେ ।  ସବୁ ଶୁଣେ ..ପ୍ରକୃତରେ ସେ ନୁହେଁ ତାର ଅଭାବ, ମୂଲ୍ୟବୋଧ, ସଚ୍ଚୋଟତା, ଉପ ହସିତ ହୁଏ ତଥା କଥିତ ଏହି ଉଗ୍ର ଆଧୁନିକ ଓ ଉତ୍ସୃଙ୍ଖଳ ଯୁବକ ଙ୍କ ସମ୍ମୁଖରେ। ତଥାପି ସେ ହାର ମାନେନି, ଭାଙ୍ଗି ପଡିନି କି ଡରି ଯାଇନି।


       ସୀମିତ ସମ୍ବଳ , ତାରି ଭିତରେ ସ୍ଵପ୍ନ ପାଠ ପଢି ଚାକିରୀ ଟେ କରିବ..ନିଜ ବାପା ମାଆଙ୍କୁ ଢେର୍ ସାରା ଖୁସି ଦେବ। ପିଲା ଦିନୁ ଦେଖି ଆସିଛି ଅଭାବୀ ସଂସାର କୁ ନେଇ ଅଣନିଶ୍ବାସୀ ହୋଇଯାଉଥିବା ବାପା ଙ୍କୁ.. ।ଅଭାବ ନେଇ କେବେ ଅଭିଯୋଗ କରିନି ମାଆ.. ବରଂ ବାପାଙ୍କୁ ଭରପୂର ସହଯୋଗ କରି ଆସିଛି।ଭଲ ମଣିଷ ଟେ ହେବାର ପ୍ରେରଣା ତ ତାଙ୍କ ଠାରୁ ପାଇଛି ସେ।    ସେ ଭୁଲି ପାରିବନି ବାପା ଙ୍କ ଆଦର୍ଶ ,ସଂସ୍କାର , ସ୍ବାଭିମାନ କୁ ।ମାଆର ବିଶ୍ୱାସ ଓ ଭରସା ଏବଂ ଭଉଣୀର ସ୍ନେହ ଭଲ ପାଇବାକୁ।


            ମଣିଷ ପ୍ରକୃତି ...ଥରେ ଥରେ ମନ ଉଦାସ ହୋଇଯାଏ ।ଏମିତି ଏକ ଉଦାସିଆ ମନ ନେଇ ଲିଜର ଟାଇମରେ ଏକା ବସିଥିବା ବେଳେ ,ବନ୍ଧୁତାର ହାତ ବଢେଇଥିଲେ ସିନିଅରରାଜ୍ ଭାଇ..। ସମସ୍ତେ ତାଙ୍କୁ ଏହି ନାମରେ ହିଁ ଡାକନ୍ତି ।ତାଙ୍କର କାହିଁରେ କଣ ଡିମାଣ୍ଡ କଲେଜରେ।ଆଗ ପଛରେ ପୁଅ ଝିଅ ମାନଂକର ଭିଡ..।ରାଜ ଭାଇ କଲେଜ କ୍ୟାମ୍ପସରେ ଥିଲେ ଯେମିତି ମେଳା ଲାଗି ଯାଏ। ଆଜି ସେହିରାଜ୍ ଭାଇ ତା ସମ୍ମୁଖରେ...।ସେ ଡରିଗଲା.ସଙ୍କୁଚିତ ହୋଇ ଠିଆ ହେଲା., କିଛି ଭୁଲ୍ କରିଦେଇଛି କି ଅଜାଣତରେ.।


     ଝୁଲି ପଡୁଥିବା ହାତର ବ୍ରେଶ୍ ଲେଟ୍ କୁ ଗୋଟେ ଅନ୍ଦାଜରେ ଟେକି ଦଉ ଦଉରାଜ୍ ଭାଇ କହିଲେ.. ଓଃ ନୋ ୟାର, କେତେ ଦିନ ଏମିତି ଡରି ଡରି ଚଲିବୁ । ନିଜର ଡାହାଣ ହାତ ଟା ବଢ଼େଇ ଦେଇ ଏବେ ମୋ ସହିତ ହାତ ମିଶେଇ ଦେ.. ପାର୍ଟନର ବନେଇ ଦେବି..ରାତିଦିନ ଉଡିବୁ.। ଅନେକ ପିଲା ଚାହାନ୍ତି ମୋ ବିଜିନେସ ପାର୍ଟନର ହେବାକୁ ।ମୋର କିନ୍ତୁ ତୁ ଫାଷ୍ଟ ଚଏସ୍ ।ଛୋଟ କାମ ଆରାମ ସେ କରିପାରିବୁ .ତୋ ପରି ଇନୋସେଣ୍ଟ ପିଲା ସୁପର୍ବ..କେହି ବିଶ୍ବାସ କରିବେନି ..।

  

       ଶୁଣ.. ମୁଁ ବି ଦିନେ ତୋ ଭଳି ଗାଆଁରୁ ଆସିଥିଲି. ବହୁତ୍ ଅପମାନିତ ହେଇଚି,ଦୁଃଖରେ ଆତ୍ମହତ୍ୟା କରିଦେବି ବୋଲି ଅନେକ ଥର ଚିନ୍ତା କରିଛି ହେଲେ ଯେଉଁଦିନ ମଣ୍ଟୁ ଭାଇ ସହିତ ଭେଟ ହେଲା ନା ସେହି ଦିନ ଠୁ ମୋ ଜୀବନର ଗତି ପଥ ପୁରା ବଦଳି ଗଲା..। ପ୍ରେଷ୍ଟିଜି ,ପାୱାର ,ପୈସା କୋଉ ଥିରେ ଅଭାବ ନାହିଁ । ଯାହା ଚାହୁଁଚି ..କରୁଚି ,ରାତିଦିନ ପାଠ ପଢି ଚାକିରି କରି ଯେତିକିରୋଜଗାର କରିବନି ଥରେ ବେପାର ଜମିଗଲେ ମାଲା ମାଲ୍..ଦିନକୁ ତା ଠୁ ଢେର୍ ଅଧିକରୋଜ ଗାର। କଣ ମିଳିବ ଏ ପାଠ ପଢାରୁ, ଚାକିରୀର କି ଗ୍ୟାରେଣ୍ଟି ଅଛି।        


           ଆମକୁ ନେଇ ଆମ ପରିବାର ସ୍ଵପ୍ନ ଦେଖେ ଗୋଟେ ସ୍ଵଛନ୍ଦ ଜୀବନର। ଆଧୁନିକ ସମାଜର ଏ ସ୍ୱଚ୍ଛଳ ଧନୀ ବର୍ଗର ପିଲାଙ୍କ ପାଖରେ ଆମ ପରି ଗରିବ ପିଲା ମାନେ କଲେଜ ଆସି ଜୋକର ବନି ଯାନ୍ତି ।ସମସ୍ତେ ସତ୍ ଉପାୟରେରୋଜଗାର କରି ଏଠି ଧନୀ ନୁହନ୍ତି। କିଛି କିଛି ଲାଞ୍ଚ , ମିଛ, ଚୋରୀ ଦୁର୍ନୀତି କୁ ମଧ୍ୟ ଆପଣାନ୍ତି । ସେମିତି ମୁଁ ବଞ୍ଚିବା ପାଇଁ ସହଜ ଭାବରେ ଗ୍ରହଣ କରି ନେଇଛି ଏ ଡ୍ରଗସ୍ ଧନ୍ଦା କୁ। ଯେଉଁମାନେ ଦିନେ ମୋର ମଜାକ ଉଡଉଥିଲେ, ପାଖରେ ବସିବାକୁ ଦେଉ ନ ଥିଲେ.. ଦେଖ ସମୟ ବଦଳିଛି ସେମାନେ ଆଜି ମୋ ଚାରି ପାଖରେ ଘୂରି ବୁଲନ୍ତି.. ମଜା ଆସିଯାଏ..ସେମାନଙ୍କୁ ଏମିତି ଦେଖି। ଆଉ ଏ ଧନ୍ଦାରେ ଲାଭ ହିଁ ଲାଭ ।ସେମାନେ ନିଶା ପାଇଁ ପାଗଳ . ମୁଁ ଅର୍ଥ ପାଇଁ ପାଗଳ ....ମୁଁ ସେମାନଙ୍କୁ ପ୍ରଥମେ ମାଗଣାରେ ଦୋସ୍ତିର ହାତ ବଢ଼େଇ ଦିଏ .. ତା ପରେ ଅଭ୍ୟାସରେ ପଡିଗଲେ ସେମାନେ ପାଗଳ ହୁଅନ୍ତି ଡ୍ରଗସ ବିନାରହି ପାରନ୍ତିନି ।ସେତିକି ବେଳେ ମୋରରୋଜଗାର ଆରମ୍ଭ ହୁଏ.. ହା ହା ମନି ଖାଲି ମନି।.। ଆଜି ଠୁ ତୁ ବି ମୋର ପାର୍ଟନର । ସବୁ ଆସ୍ତେ ଆସ୍ତେ ବୁଝିଯିବୁ ..ଶିଖିନେବୁ। ତୋ ପଛରେ ସେମାନେ ଚକ୍କର କାଟିବେ।।ମୁଁ ସହି ପାରୁନି ତୋର ଉଦାସ ପଣ। ଏଇ ଅବସ୍ଥା ଦେଇ ଦିନେ ମୁଁ ବି ଯାଇଛି । ଥରେ ହଁ କରିଦେ କିଛି ବି ଅଭାବରହିବନି , ଟେଷ୍ଟ କରି ଦେଖ ଖାଲି ଉଡ଼ିବୁ ଆକାଶରେ। ଖାଇବୁ ଏବଂ ଖୁଆଇବୁ  । ବାସ୍ ଖେଳର ମଜା ନେବୁ। ଜୀବନ ହୋଇଯିବରଙ୍ଗୀନ୍ ।


       ନିର୍ମାଲ୍ୟର ମନେ ପଡ଼ୁଥିଲା ଛୁଆବେଳେ ଥରେ ବିଡି ଖାଇଥିଲା ସାଙ୍ଗ ମାନଙ୍କ ସହିତ..ବାପା ତାକୁ ମାରି ଶାସନ କରିବା ବଦଳରେ ନିଜ ଗାଲ କୁ ଚଟକଣା ମାରି ଚାଲିଥିଲେ ଅନବରତ.. ଆଉ କହୁଥିଲେ ମୋର ଭୁଲ୍ ମୁଁ ତୋତେ ଭଲ ମନ୍ଦ ଭୁଲ୍ ଠିକ୍ ଶିଖେଇ ପାରିନି..ଧିକ୍ ମୋ ବାପା ପଣିଆ କୁ। ସେ ବିକଳ ହୋଇ ବାପାଙ୍କ ଗୋଡ଼ ଧରି କାନ୍ଦି କାନ୍ଦି ଚିତ୍କାର କରି କହିଥିଲା ବାପା ମୁଁ ଏମିତି ଭୁଲ୍ କେବେ କରିବିନି।ମୋତେ କ୍ଷମା କରିଦିଅ ..।ବାପା ଶୁଣୁ ନ ଥିଲେ ।ମଝିରେ ମାଆ ହସ୍ତକ୍ଷେପ କରି ବାପା ଙ୍କୁ ଶାନ୍ତ କରେଇଥିଲା ।ଆଜି ଭଗବାନ ତାକୁ ପୁଣି ପରୀକ୍ଷା କରିବାକୁ ଏମିତି ପରିସ୍ଥିତିରେ ପକେଇ ଛନ୍ତି। ବାପା ଏ କଥା ଶୁଣିବେ ଯଦି ଆଉ ବଞ୍ଚିବେନି।


ବାପାଙ୍କ କଥା ଭାବି ନିର୍ମାଲ୍ୟର ଗୋଡ଼ରେ ଯେମିତି ଜୀବନ ନ ଥିଲା.. ତା ତଣ୍ଟି ଶୁଖି ଆସୁଥିଲା..ମୁଣ୍ଡ ବୁଲେଇ ପଡ଼ିଗଲା.. ବେହୋସ ହୋଇ।କିଛି ସମୟ ପରେ ନିଜକୁ ଆବିଷ୍କାର କଲା ଲ୍ୟାବରେ .. ଲ୍ୟାବ ଆସିଷ୍ଟାଣ୍ଟ ପଚାରୁଥିଲେ କଣ ଦେହ ଭଲ ନ ଥିଲା କି? ଏମିତି ବେହୋସ ହୋଇଗଲେ । ସେ କିନ୍ତୁ ଆଶଙ୍କା ରେ ଆଖି ବୁଲେଇ ଖୋଜୁଥିଲାରାଜ୍ ଭାଇ ଙ୍କୁ, ନ ପାଇ ଆଶ୍ବସ୍ତ ହେଲା ..। ସାର ଙ୍କୁ ଧନ୍ୟବାଦ ଦେଇ ଫେରିଗଲାରୁମକୁ।. ମନ ଭିତରେ ଅନେକ ଭୟ। କଣ କରିବ ନ କରିବ ? ଏବେରାଜ୍ ଭାଇ ତାକୁ ସହଜରେ ଜମା ଛାଡିବନି ।  ସେ ଏମିତି ଭୁଲ୍ ବାଟ କୁ ଆପଣେଇ ପାରିବ କେମିତି??? ଯାହା ତା ବିବେକ, ବିଚାର ଓ ବୁଦ୍ଧିର ସମ୍ପୁର୍ଣ୍ଣ ବିରୁଦ୍ଧରେ ଯାଏ। ଅସମ୍ଭବ..।


    ପର ଦିନ ସେ ଗୋଟେ ନିଷ୍ପତ୍ତି ନେଇ ଫେରିଗଲା ଗାଆଁ କୁ। ଏଠି ନ ପଢି ଗାଆଁ କଲେଜରେ ପାଠ ପଢ଼ିବ..ଯେଉଁଠି ତା ପରି ଆହୁରି କେତେ ନିମ୍ନ ଅର୍ଥନୈତିକ ଶ୍ରେଣୀ ର ପିଲା ମାନେ ପାଠ ପଢୁଛନ୍ତି। ସାଧସିଧା ଜୀବନ। ସେଠି ଭୟ ନ ଥିବ ଏଇରାଜ୍ ଭାଇଙ୍କ ପରି ନିଶା ବେପାରୀଙ୍କର । ବାପା ଙ୍କୁ ସବୁ ବୁଝେଇ କହିଦେବ ।ବହୁତ୍ ହେଲା ତାର ସହରରେ ପାଠ ପଢା ।


                 ଘରେ ପହଞ୍ଚିଲା ପରେ ବାପା ମାଆ ଓ ଭଉଣୀ ଙ୍କ ଖୁସିର ସୀମା ନ ଥିଲା। ଏତେ ଦିନ ପରେ ଘରକୁ ଆସିଛି ସେ ।ଆହୁରି ବଡ ଖୁସି ଯେ ଅଭାବ ଅନାଟନ ଭିତରେ ପୁଅ ଟି ତାଙ୍କର ଇଞ୍ଜିନିୟରିଂ ପଢୁଛି। ସାକ୍ଷାତ ସରସ୍ଵତୀ ତାଙ୍କ ଘରେ ଆଶୀର୍ବାଦ କରିଛନ୍ତି, ନ ହେଲେ ଆଜି ତାଙ୍କ ପୁଅ  ଆଗେଇ ପାରନ୍ତା କେମିତି?।ବଡ଼ ଦ୍ଵନ୍ଦରେ ପଡ଼ିଗଲା ନିର୍ମାଲ୍ୟ..କେମିତି ପରିବାରର ଖୁସିର ମୁହୂର୍ତ୍ତ କୁ ଭାଙ୍ଗି ଛିନ୍ ଭିନ୍ କରିଦେବ ନିଜର ଅସହଜ ଭାବକୁ ପ୍ରକାଶ କରି। କହିବ... କହିବ ....ହୋଇ କହି ପାରିଲାନି... କିଛିଦିନରହି ସେ ପୁଣି ବାହାରିଲା ସହର, ନିଜକୁ ପୂର୍ବ ଠାରୁ ଅଧିକ ଦୃଢ଼ କରି । ବାପା କହିଲେ ତୋର ଯେତେ ପଇସା ଦରକାର ହେବ କହିବୁ..ଖାଇବାରେ କଞ୍ଜୁସି କରିବୁନି । ଶୁଖି କଳା କାଠ ହୋଇଗଲୁଣି। ଦିହ ପା 'ର ଯତ୍ନ ନେବୁ ବୋଲି ମାଆ ଆଖି ଲୁହ କୁ ଲୁଗା କାନିରେ ପୋଛି କହିଲା ।ବାହାର ଜାଗା ଦେଖି ଚାହିଁ ଚଳିବୁ ।ବାପା କହିଲେ ଜମି ମାଣେ ଦି ମାଣ ବିକି ଦେବି । ଜମି କଣ ହେବ.. ବଳ ହଟିଲାଣି ଚାଷ କରି ହବନି... ।ପଇସା ଯେତେ ଦରକାର ମୁହଁ ଖୋଲି କହିବୁ । ସହର ଚଳଣୀ ପାଣି ପବନ ସବୁ କିଣିବାକୁ ପଡେ।  ।ହର୍ଲିକସ୍ ଫଳମୂଳ ଟିକେ ଆଣି ଖାଇବୁ। ସୁସ୍ଥ ନରହିଲେ କି ପାଠ ପଢ଼ିବୁ।

             ମନେ ମନେ ହସିଲା ,ବାପା ବୁଝି ପାରି ବେନି  ତାର ମନସ୍ତାପର କାରଣ।। ସେ ଯେ ଏବେରାଜ୍ ଭାଇ ପରି ଶିକାରୀ ହାବୁଡ଼ରେ ପଡ଼ି ଯାଇଛି, ଆଗକୁ କଣ ଘଟିବ ?ସେହି ଚିନ୍ତା ତା ମନ ଭିତର ଗୁଡେଇ ତୁଡ଼େଇ ହେଉଛି। ବାପା ଙ୍କୁ ଦମ୍ଭର ସହ କହିଲା ମୋର କିଛି ଅସୁବିଧା ହେଉନି ଚଳିବାରେ ଦରକାର ହେଲେ ତୁମକୁ କହିବି ବାପା।   ମୁଁ ଜାଣେ ଆଜି ପର୍ଯ୍ୟନ୍ତ ତୁମେ ମୋର ସବୁ ଆବଶ୍ୟକତା କୁ ପୂରଣ କରିଛ ଆଗକୁ ବି କରିବ। ତୁମ ଦୁଇଜଣ ଙ୍କର ଆଶୀର୍ବାଦର ହାତ ମୋ ମୁଣ୍ଡ ଉପରେ ଥିଲେ ମୁଁ ସବୁ ଅସମ୍ଭବ କୁ ସମ୍ଭବ କରି ପାରିବି। ଫେରିଲା ବେଳେ ବାପା ଙ୍କ ପାଦ ଛୁଇଁ ମନେ ମନେ ଶପଥ କରୁଥିଲା


" ଯାହା ହେଉ ପଛେ ସେରାଜ୍ ଭାଇ ହାତରେ ଧରା ଦେବନି।"

         ସେତିକି ନୁହେଁ ଏଣିକି ତାକୁ ସତର୍କରହିବାକୁ ପଡ଼ିବ ଯେମିତି ଆଉ କୌଣସି ନାଚାର ଛାତ୍ର "ରାଜ୍ ଭାଇ "ର ସହଜ ଶିକାର ନ ହୁଏ।।କଲେଜରେ ବ୍ୟାଧି ପରି ମାଡ଼ିଥିବା ଏହି ନିଶା ବ୍ୟାପାର କୁରୋକିବାକୁ ପଡ଼ିବ। ତାର ପ୍ରଥମ କର୍ତ୍ତବ୍ୟରହିବ  ନିଶା ସେବନର ଭୟାବହତା ଉପରେ ସଚେତନତା ଶିବିରର ଆୟୋଜନ କରି କଲେଜରେ ନିଶା ବେପାରୀଙ୍କ ବ୍ୟବସାୟର ମୂଳୋତ୍ପାଟନ କରିବା।  ବିପଥଗାମୀ ଛାତ୍ର ମାନଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରି ସେମାନଙ୍କୁ ପୁଣି ମୁଖ୍ୟ ସ୍ରୋତରେ ସାମିଲ କରିବା।ଛାତ୍ର ଟିଏ ଆଜି ଯଦି ପଥ ଭ୍ରଷ୍ଟ ହୋଇ ଅବାଟ କୁ ଚାଲିଯାଊଛି ତେବେ ଆସନ୍ତାକାଲିର ସମାଜ ଅନେକ କ୍ଷତି ସହିବ ।ଏବେ ପରିସ୍ଥିତି କ୍ରମଶଃ ଜଟିଳ ହେଉଛି।ଆଗକୁ ଭାବି ହୁଏନି।

                  ନା ପୁଣି ଏକ ସୁନ୍ଦର ସକାଳର ସ୍ବାଗତ ପାଇଁ  ଏହି ଦୁଃସ୍ଥିତି କୁ ସୁଧାରିବାକୁ ହେବ। ତାକୁ ଆଗକୁ ବାହାରି ନେତୃତ୍ୱ ନେବାକୁ ପଡ଼ିବ। କିଛି ଦୁର୍ଘଟଣା କୁ ସାମନା କରିବାକୁ ହେବ।ସେ ମାନସିକ ସ୍ତରରେ ପ୍ରସ୍ତୁତ ହୋଇସାରିଥିଲା । ସେତିକି ନ କରିବା ପର୍ଯ୍ୟନ୍ତ ସେ ସ୍ଥିର ଭାବେ ବସିରହିବ ନାହିଁ।  

    


Rate this content
Log in

Similar oriya story from Abstract