STORYMIRROR

puspalata samantary

Abstract

2  

puspalata samantary

Abstract

ଏହା ତ ବାସ୍ତବ

ଏହା ତ ବାସ୍ତବ

2 mins
454

ସୁନୀତା ଏକ ଲୟରେ ଚାହିଁ ରହିଥିଲେ ,ଶ୍ରୀମତୀ ଓ ଶ୍ୟାମାକୁ। ଦୁଇଜଣ ଯାକ ଝିଅ ଖେଳ ସମୟରେ ମିଛି ମିଛିକା ଘରଟିଏ ତିଆରି କରି, ଛୋଟ ପଥରରେ ଚୁଲି କରି,ଖେଳନା ହାଣ୍ଡି, କରେଇ ରେ ରୋଷେଇ କରି ପିଲାମାନଙ୍କୁ ଖାଇବାକୁ ଦେଇ,ସ୍କୁଲ ପଠାଇବାର ବାହାନା କରୁଥାନ୍ତି, ଏବଂ ପିଲାମାନଙ୍କର ବାପା ଓ ମା ର ଦାୟିତ୍ୱ ନେଇ ,ପିଲାମାନଙ୍କୁ ସ୍ନେହ ପୂର୍ଣ୍ଣ ଅନୁଶାସନ ରେ ବାନ୍ଧି ରଖିବାର ପ୍ରୟାସ କରୁଥାନ୍ତି । ସ୍ୱାମୀ ସ୍ତ୍ରୀ ର ଅଭିନୟ କରି,ଉଭୟେ ଉଭୟକୁ ସ୍ନେହ ଶୃଙ୍ଖଳରେ ବାନ୍ଧି ରଖିଲା ପରି କଥା କହୁଥାନ୍ତି । ଶ୍ରୀମତୀ କହୁଥାଏ ଶ୍ୟାମାକୁ ତୁମର ଡେରି ହୋଇଯିବ, ଗାଧୋଇ କରି ଖାଇ ନିଅ,ଠିକ୍ ସମୟରେ ନ ଖାଇଲେ ଦେହ ଖରାପ ହେବ। ଶ୍ୟାମା ମଧ୍ୟ କହୁଥାଏ ,ତୁମେ ବି ମୁଁ ଖାଇବା ସମୟରେ ଖାଇ ନିଅ,ପିଲାମାନେ ସ୍କୁଲରୁ ଆସିଲେ ଖାଇବେ। ଆମମାନଙ୍କ ପାଇଁ ତୁମେ ସୁସ୍ଥ ରହିବା ନିହାତି ଜରୁରୀ, ତୁମେ ଅସୁସ୍ଥ ହେଲେ ପିଲାଙ୍କ ଦେଖପାଳ କିଏ କରିବ? ଉଭୟେ ଉଭୟଙ୍କ ପାଇଁ କେତେ ବ୍ୟବସ୍ଥିତ ଲାଗୁଥାନ୍ତି । ଏ ସବୁ ଏ ପିଲାମାନେ କେଉଁଠୁ ଶିଖିଲେ? ନିଜ ପରିବାର ର ବାପା ମାଆ ମାନଙ୍କର ସୁଶୃଙ୍ଖଳିତ ଛାପ ଏମାନଙ୍କ ଠାରେ,ଦେଖିବାକୁ ହେଉଛି । ହଜିଗଲେ ଆପଣା ଅତୀତ ଭିତରେ ସୁନୀତା। ଶୁଭ୍ରାଂଶୁ ଡାକୁଛନ୍ତି, ସୁନୀତା ଦେଖ ତୁମ ପୁଅକୁ,କିପରି ଜିଦି କରୁଛି ପାଠପଢା ସମୟରେ ଟିଭି ଦେଖିବ, ସ୍ମାଟ ଫୋନରେ ଗେମ ଖେଳିବ। ସୁନୀତା କହିଲେ,ଯେତେବେଳେ ସ୍ମାଟ ଫୋନ ତା ପାଇଁ କିଣିଦେଲ, ମୁଁ ତୁମକୁ ସେଇକଥା କହୁଥିଲି,ତୁମେ ମୋତେ କହିଲ, ସମସ୍ତ ସାଙ୍ଗସାଥି ଙ୍କ ପାଖରେ ସ୍ମାଟ ଫୋନ ଦେଖି ନିଜକୁ ଛୋଟ ଭାବିବ,ତା ବାପା ମାଆଙ୍କ ଉପରେ ଦୁଃଖ କରିବ। ଅସମୟରେ ବ୍ୟବହାର ନ କରିବା ପାଇଁ ତାକୁ ବୁଝାଇ ଦେବା। ଆଜି ଏଥିପାଇଁ ବ୍ୟସ୍ତ ହୋଇ ଲାଭ କଣ? ସେମାନଙ୍କ ବୟସରେ ତାଙ୍କ ନିଜ ଉପରେ ତାଙ୍କର ନିୟତ୍ରଣ ତ ରହିବ ନାହିଁ। ସୋସିଆଲ ମିଡିଆ, ଇଣ୍ଟରନେଟ, ଫେସବୁକ ର ବହୁଳ ବ୍ୟବହାର ଛୋଟଠାରୁ ବଡ ପର୍ଯ୍ୟନ୍ତ ସମସ୍ତଙ୍କର ଆବଶ୍ୟକ । କିନ୍ତୁ ଆବଶ୍ୟକତାଠାରୁ ଅଧିକ ବ୍ୟବହାର, ସମସ୍ତଙ୍କ ପାଇଁ ଖରାପ। ଏଇ କଥାର ତାତ୍ପର୍ଯ୍ୟ ଅନେକ ବୁଝୁଛନ୍ତି, ବୁଝୁନାହାନ୍ତି ବି ଅନେକ। ଲାଗେ ସତେ ଯେପରି ସୁଅରେ ଭାସିଯାଉଛନ୍ତି,କେଉଁଠି ପହଞ୍ଚିବେ ତାର ଠିକଣା ନାହିଁ। ଶୁଭ୍ରାଂଶୁ ବି ସେଇକଥା କୁ ନିରବ ସମର୍ଥନ କରୁଥିଲେ। ବେଳେ ବେଳେ ଶୁଭ୍ରାଂଶୁ ଚିନ୍ତିତ ଥାନ୍ତି, ତାଙ୍କ ଅଫିସ୍ ର ସମସ୍ୟା ନେଇ, ସୁନୀତା ତାଙ୍କୁ ବୁଝାଇ ଥାନ୍ତି ,ଜୀବନ ରେ ତ ଅନେକ ସମସ୍ୟା ଆସିବ,ଉଚିତ୍ ସମୟରେ ଯଥାର୍ଥ ବିଚାର ଧାରାରେ ତାର ସମାଧାନ ର ବାଟ ଖୋଜିବା ଉଚିତ୍, ଚିନ୍ତିତ ରହି ମନକୁ ଭାରାକ୍ରାନ୍ତ କରିବା ଠିକ୍ ନୁହେଁ। ସୁନୀତା ଙ୍କ ର ସୁପରାମର୍ଶ ଅନେକ ସମୟରେ ଶୁଭ୍ରାଂଶୁ ଙ୍କ ମନକୁ ହାଲକା କରୁଥାଏ। ସୁନୀତା ଜଣେ ସୁଗୃହିଣୀ ଭାବରେ ନିପୁଣା ଥିଲେ। ସମୟର ସ୍ରୋତରେ ତେଲ ଲୁଣ ର ସଂସାର ସହିତ ସମସ୍ୟା ର ଉତ୍ଥାନ ପତନ ହୋଇ ଜୀବନ ଅବଧି ସରିବା ସମୟ ଆସିଗଲା। ହଠାତ୍ ସୁନୀତା ଙ୍କୁ ଏକାକରି ଶୁଭ୍ରାଂଶୁ ଚାଲିଗଲେ ଆରପାରିକୁ । ଭଙ୍ଗାତୁଟା ମନନେଇ ନିଃସଙ୍ଗତାର ଦୁଃଖ କୁ ଅନୁଭବ କରୁଛନ୍ତି ଆଜି ସୁନୀତା । କାମବାଲିର ଡାକରେ ସଂବିତ୍ ଫେରିପାଇ ଦେଖିଲେ ଶ୍ରୀମତୀ ଓ ଶ୍ୟାମା ଖେଳୁନାହାନ୍ତି,ଖେଳନା ସବୁ ପଡିରହିଛି । ସୁନୀତା ଭାବୁଥାନ୍ତି, ଏ ଖେଳ ମଧ୍ୟରେ ବାସ୍ତବ ଖେଳର ଛାପ ନିହିତ ଅଛି । ସ୍ୱାମୀ ସ୍ତ୍ରୀ, ପିଲାଛୁଆ ଧରି ବାସ୍ତବ ଖେଳ ବୋଲି ଭାବୁଥିବା ସଂସାରୀ ମାନେ ଦିନେ ସବୁ ଫିଙ୍ଗି ଦେଇ ଚାଲି ଯିବେ, ଅଦେଖା ଶକ୍ତି ର ନିର୍ଦ୍ଦେଶ ରେ। ଏହା ତ ବାସ୍ତବ । ଏ ବି ତ ଏକ ଅଭିନୟର ସଂସାର, ଏଠାରେ ବାସ୍ତବତା କୁ ସ୍ୱୀକାର କରିବା ବିଡମ୍ବନା ହେଲେ ମଧ୍ୟ ଏହା ତ ବାସ୍ତବ ।


Rate this content
Log in

Similar oriya story from Abstract