Priyadarsini Das.PriYa❤️

Abstract

4.3  

Priyadarsini Das.PriYa❤️

Abstract

ଦୟନୀୟ ତା

ଦୟନୀୟ ତା

3 mins
449


ରାଜୁ ଭୁବନେଶ୍ୱର ରେ ଗୋଟିଏ ଫ୍ଲାଟ୍ କିଣି ରହିଛି । ତାର ପରିବାର ସହ । ଭଲ ଚାକିରୀ ଟେ କରିଛି ବୋଲି ତା ମାଆ ଙ୍କ ର ଭାରି ଗର୍ବ । କାରଣ ଅଭାବ ବୋଲି ସେମାନେ କେବେ ଜାଣି ପାରନ୍ତି ନି ।


ରାଜୁ ର ଗୋଟିଏ ଛୋଟ ପୁଅ ଜୁଜୁ । କେ . ଜି .୧ ରେ ପାଠ ପଢେ ।

ମାର୍ଚ୍ଚ ୧୬ ଠୁ ତା ସ୍କୁଲ ବନ୍ଦ ହୋଇଗଲା ।


ଘରକୁ ଆସି ପଚାରିଲା ମାମା ଏମିତି କଣ ହେଲା କି . ?


ମାମା ତାର ତାକୁ ବୁଝାଇଲେ କି ଗୋଟିଏ ଭାଇରସ ଆସିଛି ।

ଭାରି ବିପଦ । ଛୁଇଁଲେ ବି ବ୍ୟାପି ଯି ବ । ତେଣୁ ସ୍କୁଲ ବନ୍ଦ କରା ହେଇଛି ।


ତା ଜେଜେ ମା ସେପଟୁ ଡାକ ପକେଇଲେ ଆରେ କିଛି ନାହିଁ , ତୁ ଡରୁଛୁ କି ? ଆରେ ଭୟ କାହିଁକି । ଭଲ ହେଲା ନା ଘରେ ସମସ୍ତେ ରହିବା ।

ଆମର କଣ ଅସୁବିଧା କି ?

କିଛି ଚିନ୍ତା କରନି ।


କିଛି ଦିନ ପରେ ଜୂଜୁ ର online class ଆରମ୍ଭ ହେଲା । ସବୁଦିନ ଭିନ୍ନ ପ୍ରକାର ର ହୋମ work ଦିଆ ଯାଏ । ମାମା ପାଖରେ ବସି ଜୁ ଜୁ ସବୁ ପାଠ ଶେଷ କରିଦିଏ ।


ଦିନେ ଦିଆଗଲା ଏ ମହାମାରୀ ସମୟରେ ପୃଥିବୀ ର ଅବସ୍ଥା ର ଚିତ୍ର କରିବାକୁ ।


ଯୁଜୁ ନିଜେ ବସି ଅତି ସୁନ୍ଦର ଭାବରେ ପୃଥିବୀ ଗୋଟେ mask ପିନ୍ଧିଥିବା ର ଚିତ୍ର କରି ପକାଇଲା ।


କୁନି ପିଲା ଟେ ଏତେ ସୁନ୍ଦର ଚିତ୍ର କରିଥିବା ଦେଖି ତା ବାପା ରାଜୁ ର ଖୁସି

କହିଲେ ସରେ ।


ଆରେ juju ଏତେ ସୁନ୍ଦର ଚିତ୍ର କେମିତି କରିଲୁ ।


ଯୂଜୁ କହିଲା ବାପା ଆମେ ସମସ୍ତେ mask ପିନ୍ଧୁଛେ , ତେଣୁ ପୃଥିବୀ କୁ ବି ମୁଁ ପିନ୍ଧେଇ ଦେଲି ।


ହେଲେ ବାପା ଆମେ କାହିଁକି ପିନ୍ଧୁଛେ଼ କି mask ?


ରାଜୁ କହିଲା ଶୁଣ ତୋତେ ମୁଁ ବଢ଼ିଆ କଥା ଟେ କହୁଛି ।


ଏ ମୁହଁ ରେ ବାନ୍ଧିଲେ କଣ ହେବ ନା କେହି ଛିଙ୍କିଲେ ଆମ ଉପରେ ପଡ଼ିବନି ।


କିନ୍ତୁ ପୃଥିବୀ ପିନ୍ଧିବାର କାରଣ ଅଛି ।

ଜୂଜୁୁ _ କଣ କାରଣ ଅଛି ବାପା ?


ରାଜୁ _ କହୁଛି ଶୁଣ । ପୃଥିବୀ ବି ଏବେ ସାମାଜିକ ଦୂରତା ରକ୍ଷା କରୁଛି।

ଆମେ ମଣିଷ ମାନେ ତାକୁ ପୁରା ପ୍ରଦୂଷଣ କରି ଦେଇ ସାରିଲେଣି । ଗାଡି , ମୋଟର , କଳ କାରଖାନା ଏତେ ମାତ୍ର ରେ ହେଇ ଗଲାଣି ଯେ ସେ ଧୁଆଁ ରେ ପୃଥିବୀ ଅଣ ନିଶ୍ୱାସୀ ହେଇ ଗଲାଣି । ବାଧ୍ୟ ହୋଇ ମୁହଁ ବନ୍ଦ କରି ରଖିଛି । ତାର ଏ ଦୟନୀୟ ଅବସ୍ଥା ପାଇଁ ଆମେ ହିଁ ଦାୟୀ ।

ନିଜକୁ ଠିକ୍ କରିବା ପାଇଁ ଆଉ କିଛି ବି ଉପାୟ ସେ ପାଇଲା ନାହିଁ । ତେଣୁ ନିଜର ଦୟନୀୟ କୁ ଠିକ୍ କରିବାକୁ ସେ ଟିକେ ସମୟ ନେଇଛି ।


ନିଜେ ମୌନ ରହିଛି ।

ମୁହଁ ରେ ଜାଳମା ବାନ୍ଧି ବସିଛି ।


ଜାଣିଛ କିଛି ଦିନ ଆଗରୁ ପ୍ରଦୂଷଣ ପାଇଁ ଦିଲ୍ଲୀରେ ଶ୍ୱାସ ପାଇଁ ବି କଷ୍ଟ ହେଉଥିଲା , କିନ୍ତୁ ଏବେ ସେଠାକାର ଜଳବାୟୁ ପୁରା ସଫା । ଜଳନ୍ଧର ବୋଲି ଗୋଟିଏ ଜାଗା ଅଛି ସେଇଠୁ ହିମାଳୟ ଦେଖା ଗଲାଣି ।


ଶୁଣିବାକୁ ମିଳୁଛି ପୃଥିବୀ ର ଯେଉଁ ଓଜୋନ୍ ସ୍ତର ରେ କଣା ହେଇଥିଲା ସେ ସବୁ ବି ଆସ୍ତେ ଆସ୍ତେ ବନ୍ଦ ହେବାକୁ ଲାଗିଲାଣି ।

ଏ କଥା ରାଜୁ ର ମା ଶୁଣୁଥିଲେ । ଆସି ପଚାରିଲେ ସତ ନା କଣ ଏ ସବୁ ।


ଆରେ ହଁ ମା । ଆମରି ଗର୍ବ ,ଅହଙ୍କାର ପାଇଁ ,ଚକଚକ୍ୟତା ପାଇଁ ଆମେ ଏତେ ମାତ୍ର ରେ କୃତିମ ଜିନିଷ ବ୍ୟବହାର କରୁଛେ ଆଉ ତା ପାଇଁ ଏତେ କ ଳ କାରଖାନା ହେଉଛି ଯେ ଆଜି ଏହି ଦୟନୀୟ ଅବସ୍ଥା ।

ଠାକୁର ଅଣସର ଘରେ ରହିବା ପରି ଆମେ ବି ଘରେ ଅଛୁ । ଟିକିଏ କିଛି ଦିନ ମାନିଗଲେ ସବୁ କଥା ସବୁ ଠିକ୍ ହେଇଯିବ ।


ବିଚାର ପୃଥିବୀ ଆମ କର୍ମ ପାଇଁ ସିଏ ବି କଷ୍ଟ ପାଇଲା । ସେଇଥି ପାଇଁ ତ ନିଜକୁ ଠିକ୍ କରିବା ପାଇଁ ମୁହଁ ରେ ଜାଲ୍ମା ବାନ୍ଧି ଚୁପ୍ ଚାପ୍ ବସିଛି । ତଥାପି ମଣିଷ ପରିବର୍ତ୍ତନ ହେଉନି ।

ଏ ଦୟନୀୟ ଅବସ୍ଥା ଖାଲି ପୃଥିବୀ ର ନୁହେଁ । ଆମ ସମସ୍ତଙ୍କର । ଆମେ ସମସ୍ତଙ୍କ ଭୂଲ୍ ପାଇଁ , ପଶୁ କୁ ମାରି ଖାଇବା ପାଇଁ ଆଜି ସିନା ଏ ବିପଦ ଆସିଲା ।

ପୃଥିବୀ ଆମ ପାଇଁ ସବୁଜ ପରିବା ରଖିଛି ହେଲେ ଆମେ ତାରି ଜୀବ କୁ ମାରି ଖାଉଛେ ।


ଯାହାର ପରିଣାମ ଏ ସବୁ ।


ଜୁ ଜୁ //_ ତାହେଲେ ଆମେ କଣ କରିବା ବାପା ।


ରାଜୁ __ ଆମେ ସମସ୍ତେ ମିଶି ଆମ ପୃଥିବୀ କୁ ସଜାଡ଼ିବା ।


ପରିବେଶ ପାଇଁ ସଜାଗ ରହିବା ।ଆମରି ହାତରେ ସବୁ ଅଛି ।ପୃଥିବୀ ନିଜର ତଥା ତା ବାସୀ ଙ୍କ ର ଠିକ୍ ପାଇଁ ଯେଉଁ ସମୟ ନେଇଛି ସେ ସମୟ ରେ ଆମେ ବି ସହାୟ ହେବା ।


ରାଜୁ ର ମା କହି ଉଠିଲେ ମୋ ପରି କେତେ କ ଗର୍ବୀ ଙ୍କ ପାଇଁ ଆଜି ଏ ଅବସ୍ଥା ।


ରାଜୁ କହିଲା ମାଆ ତୁମେ ତୁମ ଭୁଲ୍ ବୁଝି ପାରିଛ ।ସେଇଟା ବଡ଼ କଥା ।ତୁମ ପରି ସବୁ ଯଦି ବୁଝିଯିବେ ତେବେ ପୃଥିବୀ ର ଆଉ ପୃଥିବୀ ବାସୀ ଙ୍କ ଏ ଦୟନୀୟ ଅବସ୍ଥା ଦୂର ହେବ ।


ଆମ ପୃଥିବୀ ପୁଣି ହସି ବ ।


ସମସ୍ତେ ଏକା ସହ ହସିଲେ । ରାଜୁ ର ମା କହିଲେ ଯାହା ହେଉ ମୋ ନାତି ଟୋକା ର ଏ ଚିତ୍ର ଆମକୁ କେତେ କଣ ଶିଖେଇ ଦେଲା ।


ଆମେ ବି ଶପଥ ନେବା । ଆମ ପୃଥିବୀ କୁ ଆମେ ସଜାଡ଼ିବା । ଏ ମହାମାରୀ କୁ ଭଗେଇ ଦେବା ।


Rate this content
Log in

Similar oriya story from Abstract