Barsha rani Nanda

Abstract Classics Fantasy

3  

Barsha rani Nanda

Abstract Classics Fantasy

ଦୂରେଇ ଯିବା କେତେ କଷ୍ଟ

ଦୂରେଇ ଯିବା କେତେ କଷ୍ଟ

1 min
241


ମୁଁ ତ ସେଇ ଦିନ କୁ ହିଁ ଅନେଇ ବସିଛି , ଯେଉଁ ଦିନ ତୁମେ କାମ ବ୍ୟସ୍ତତା ଭିତରେ ଥାଇ ମଧ୍ୟ ମୋ ସାଙ୍ଗରେ ଟିକିଏ କଥା ହେବା ପାଇଁ ଚାହୁଁ ଥିବ କିନ୍ତୁ ମୁଁ ନଥିବି। ସେତେବେଳେ ହିଁ ଜାଣିବ ଭଲପାଇ ଧିରେଧିରେ ଦୂରେଇ ଯିବାରେ କେତେ କଷ୍ଟ।


ଏମିତି ବି ଦିନ ଆସିବ ମୋ ସାଙ୍ଗରେ ତୁମର ଟିକିଏ ଦୁଃଖ ବାଣ୍ଟିବାକୁ ଚାହୁଁଥିବ କିନ୍ତୁ ମୋ ନଂ ହଜି ଯାଇଥିବ ଅନେକଙ୍କ ଭିଡ଼ରେ, ସେତେବେଳେ ଅନୁଭବ କରିବ ଭଲପାଇ ଅନେକଙ୍କ ଭିଡ଼ରେ ଜାଣିଶୁଣି ଜଣକୁ ହଜେଇ ଦେବା ବି ବହୁତ କଷ୍ଟ । ଯେତେବେଳେ ଇଚ୍ଛା ହେବ ଟିକିଏ ଖୁସି କୁ ମୋ ଆଗରେ କହିବା ପାଇଁ କିନ୍ତୁ ମୁଁ ହଜି ଯାଇଥିବି ତୁମ ମୋବାଇଲ୍ ର ବ୍ଲକ୍ ଲିଷ୍ଟ୍ ରେ ସେତେବେଳେ ଜାଣିବ ସେ ବ୍ଲକ୍ ଲିଷ୍ଟ୍ ରେ ଥିବା ଲୋକ ଟି ପାଇଁ ସେଦିନ ତୁମକୁ କେତେ କଷ୍ଟ ହେବ।


ସେଦିନ ଜାଣିବ କେତେ କଷ୍ଟ ତୁମେ ଦେଇଥିବା ନାଁ ଟି ଯେତେବେଳେ ବାରମ୍ବାର ତୁମ ମନକୁ ଆସିବ ଯେଉଁ ନାଁ ଧରି ଡ଼ାକିଲେ ବହୁତ ଖୁସି ହେଉଥିଲି ।


ମୋର କିଛି କଥା ସବୁବେଳେ ମନେ ପଡିବ,ମୋର ରାଗ, ଅଭିମାନ , କିଛି ପୁରୁଣା କଥା କୁ ମନେ ପକେଇ ଆଖିରେ ତୁମ ଲୁହ ଆସିଯିବ , ମୋର ମେସେଜ୍ କି କଲ୍ କୁ ଅପେକ୍ଷା କରି କରି କିଛି ଉତ୍ତର ତୁମକୁ ମିଳୁ ନଥିବ କିନ୍ତୁ ସେତେବେଳେ ସେଇ କଷ୍ଟ ତୁମେ ଅନୁଭବ କରିବ ଜଣଙ୍କ ଠୁ ଦୂରେଇ ଯିବା କେତେ କଷ୍ଟ।


Rate this content
Log in

Similar oriya story from Abstract