Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Minakshi Samal

Romance Tragedy


2.5  

Minakshi Samal

Romance Tragedy


ଦି'ଛକିରେ ଜୀବନ

ଦି'ଛକିରେ ଜୀବନ

3 mins 390 3 mins 390

ରାତି ଆସି ଦୁଇଟା ପାଖା ପାଖି ହେଲାଣି । କଡ ଲେଉଟାଇ ଚାଲିଛନ୍ତି ସିନା ନିଦ ଯେମିତି ଆଖିଠାରୁ କାହିଁ କେତେ ଦୂରକୁ ଚାଲି ଯାଇଛି । ପୁରୁଷ ମାନେ କାନ୍ଦିବା କୁଆଡେ ମନା । କିନ୍ତୁ ଆଖିରେ ତାଙ୍କର ଲୁହର ବନ୍ୟା । ତକିଆଟି ଲୁହରେ ଭିଜି ଗଲାଣି ଅଧାଅଧି । ପାଣି ପିଇବାକୁ ଡାଇନିଂ ଟେବୁଲ ପାଖକୁ ଉଠିଗଲେ ଗଗନ । ବେସିନ ପାଖକୁ ଯାଇ ମୁହଁକୁ ଭଲକରି ପାଣିଛାଟି ଧୋଇନେଲେ ।


ଡ୍ରଇଁରୁମ କୁ ଯାଇ ସୋଫା ଉପରେ କିଛି ସମୟ ବସିଲେ ସେ । ସାମନା କାନ୍ଥରେ ଫ୍ରେମ ହୋଇ ଟଙ୍ଗା ହୋଇଥିବା ନିଜର ଓ ଚନ୍ଦନାଙ୍କର ଫଟୋଟିକୁ ନିରିଖେଇ ଚାହୁଁଥିଲେ ସେ ।


ଏଇ ଚନ୍ଦନା,ଏତେ ବୁଝିବାର ଝିଅଟିଏ ହୋଇ କେମିତି ଏମିତି କରିପାରିଲା ତାଙ୍କ ସହ । ବିବାହ ପରଠାରୁ ପାରୁପର୍ଯ୍ୟନ୍ତ ଚେଷ୍ଟା କରିଥିଲେ ନିଜ ଘର ଓ ପରିବାର ଛାଡି ଆସିଥିବା ଝିଅଟିକୁ ଖୁବ ସ୍ନେହଦେଇ ନିଜର କରିନେବାକୁ । ସୂକ୍ଷ୍ମାତିସୂକ୍ଷ୍ମ ଆଗ୍ରହ,ପସନ୍ଦ ନାପସନ୍ଦ କଥା ଛଳରେ ବୁଝିନେଉଥିଲେ ଚନ୍ଦନାଙ୍କ ପାଖରୁ । ଚନ୍ଦନାଙ୍କ ମୁଖମଣ୍ଡଳରେ ଖୁସିର ଝଲକ ଗଗନଙ୍କ ମନମନ୍ଦିରରେ ତୃପ୍ତିର ଶତ ଗୋଲାପ ଖେଳାଇ ଦେଉଥିଲା । ଦାମ୍ପତ୍ୟ ଜୀବନ ଆନନ୍ଦରେ ମହକି ଉଠୁଥିଲା ତାଙ୍କର ।


ହସଖୁସିର ସଂସାରରେ ନିଆଁର ଝୁଲଟିଏ କେତେବେଳେ କିଏ ସଂଯୋଗ କରିଦେଲା ବୁଝିପାରିଲେନି ଗଗନ । ଏମିତିବି ହୋଇପାରେ ନିଜର ନଜର ନିଜ ସୁଖୀ ସଂସାରରେ ଲାଗିଗଲାକି ଅବା!


ଅଫିସ ଫେରନ୍ତା ରାସ୍ତାରେ ପ୍ରତିଦିନ ପରି ସେଦିନ ମଧ୍ୟ ସେଇ ଝଙ୍କାଳିଆ ବରଗଛ ତଳେ ବାଇକ ଅଟକାଇ ଚନ୍ଦନା ପାଇଁ ଜୁଇଫୁଲର ଗଜରାଟି କିଣିଲେସେ । ଜୁଡାରେ ଜୁଇଫୁଲ ମାଳାଟି ଲଗାଇ ଚନ୍ଦନା ଯେତେବେଳେ ରାତିରେ ଶୟନ କକ୍ଷକୁ ଆସନ୍ତି ଗଗନ ମତୁଆଲା ହୋଇଯାନ୍ତି ସେଇ ଗଜରାର ଭୁରୁଭୁରୁ ସୁଗନ୍ଧରେ । ଜଡାଇ ଧରନ୍ତି ନିଜ ପ୍ରିୟାକୁ ବାହୁ ବେଷ୍ଟନୀରେ । ସେଇ ସୁଗନ୍ଧର ମହୁଲି ନିଶାରେ ନିଜ ଭିତରେ ଥିବା ଆଦିମ ପ୍ରବୃତ୍ତି ତାଙ୍କର ଅଜାଣତରେ ଚନ୍ଦନାଙ୍କୁ ବଶ କରି ସାରିଥାଏ । ଆଜ୍ଞାଧୀନା ପ୍ରେୟସୀଟି ବିନା ପ୍ରତିବାଦରେ ନିଜକୁ ସମ୍ପୂର୍ଣ୍ଣରୂପେ ଅର୍ପଣ କରିଦିଏ ନିଜର ମନର ମଣିଷ ପାଖରେ । ରାତି ପାହିବା ପର୍ଯ୍ୟନ୍ତ ପିପାସୁ ଭ୍ରମରଟି ପରି ମଧୁପାନ କରି ଚାଲିଥାନ୍ତି ଗଗନ ।  


ବିବାହର ଏକ ବର୍ଷ ପୁରିବାକୁ ଆସୁଥାଏ । ମନେମନେ ଅନେକ କିଛି ଯୋଜନା ବନାଇ ଥାନ୍ତି ଗଗନ । ଅଫିସରୁ ଏକ ସପ୍ତାହ ଛୁଟି ପାଇଁ ଆବେଦନପତ୍ର ଜମା କରିସାରିଥାନ୍ତି । ମନାଲୀ ଯିବାର ସବୁ ଆୟୋଜନ ଚନ୍ଦନାର ଅଗୋଚରରେ କରିଚାଲିଥାନ୍ତି ସେ । ସେଦିନ ଭାବିଲେ ....ନା...ଆଜି ଚନ୍ଦନାକୁ ଏଇ ମନାଲୀ ଯିବା ପ୍ଲାନ ବିଷୟରେ କହିବାକୁ ହେବ କାରଣ ତାଙ୍କ ନିଜର ପରିଧେୟ ବସ୍ତ୍ର ତ ସେ ସଜେଇ ସାରିଛନ୍ତି କିନ୍ତୁ ଚନ୍ଦନାଙ୍କ ପାଇଁ କଣ କଣ ନିଆଯିବ ସେ ବିଷୟରେ ସେ ଏତେଟା ଅଭିଜ୍ଞ ନୁହଁନ୍ତି । ତେଣୁ ସରପ୍ରାଇଜ ଟା ପଦାରେ ପଡିଯାଉ ପଛେ ଚନ୍ଦନାଙ୍କୁ ନକହି ଚାରାନାହିଁ ଭାବି ସେଦିନ ଟିକେ ଶୀଘ୍ର ଅଫିସରୁ ବାହାରି ଆସିଲେ । ନିତ୍ୟ ନୈମିତିକ ପ୍ରକ୍ରିୟା ପରି ବାଇକ ତାଙ୍କର ଛାଏଁଛାଏଁ ବରଗଛ ମୂଳେ ଅଟକିଗଲା । ମାଉସୀ ହାତରୁ ପତ୍ରରେ ଗୁଡାହୋଇଥିବା ଜୁଇଫୁଲର ଗଜରାଟି ନେଇ ବାଇକର ଗତି ଟିକେ ତୀବ୍ର କରିଦେଲେ ଗଗନ ।


ଫାଟକ ଖୋଲି ବାଇକ ରଖି ଉତଫୁଲ୍ଲିତ ହୋଇ ଚନ୍ଦନାଙ୍କୁ ଖୋଜି ଖୋଜି ନିଜର ଶୟନ କକ୍ଷ ନିକଟରେ ପହଞ୍ଚିଗଲେ ଗଗନ । କରାଘାତ କରିବାର ଦରକାର ନଥିଲା । ହାତରେ ଧୀରକରି କବାଟଟି ଠେଲି ଦେବାକ୍ଷଣି ଯାହା ଦେଖିଲେ ସେଥିରେ ତାଙ୍କ ପାଦତଳୁ ଧରଣୀ ମା ସତେଯେପରି ଅପସରି ଯିବାପରି ମନେ ହେଉଥିଲା । ଅସଂଜତ ଅବସ୍ଥାରେ ଚନ୍ଦନା ଏକ ଅପରିଚିତ ପୁରୁଷ ସହିତ ତାଙ୍କର ଶୟନକକ୍ଷରେ ରତିକ୍ରୀଡାରେ ଲିପ୍ତା ଥିଲେ । ଯେଭଳି ଭାବରେ ସେ ପରପୁରୁଷଟି ସହ ନିଜର ଯୌନ ଲିପସା ମେଣ୍ଟାଉଥିଲେ ସେଥିରୁ ସ୍ପଷ୍ଟ ବାରି ହେଉଥିଲା ଯେ ଯାହାକିଛି ସେଠାରେ ଚାଲିଥିଲା ସେଥିରେ ଚନ୍ଦନାଙ୍କର ପୂର୍ଣ୍ଣ ସହମତି ଥିଲା ।


ହାତରୁ ଖସିଯାଇଥିଲା ଜୁଇଫୁଲର ଗଜରାଟି । ମସ୍ତିଷ୍କର ରକ୍ତବାହୀ ନାଳି ଗୁଡିକ ଫାଟିଯିବା ଭଳି ଲାଗୁଥିଲା ଗଗନଙ୍କୁ । ତାଙ୍କର ଅପ୍ରତ୍ୟାଶିତ ଆଗମନରେ ପରକୀୟାରେ ଲିପ୍ତା ଚନ୍ଦନା ନିଜକୁ ସଜାଡି ନେଉଥିଲେ । ପରପୁରୁଷଟିକୁ ନିଜ ସାମନାରେ ବାହାରି ଯିବାର ଦେଖିମଧ୍ୟ କିଛି କରିପାରୁନଥିଲେ ଗଗନ । ଲାଗୁଥିଲା ଗଗନ ପବନ ପ୍ରକମ୍ପିତ କରି ବେଶ୍ ବଡ ଧରଣର ଏକ ଝଡ ତତକ୍ଷଣାତ ବହିବାକୁ ଲାଗିବ । ନିଜ ଭିତରୁ ସେ ସହସ୍ର ଖଣ୍ଡରେ ଭାଙ୍ଗିବାକୁ ଲାଗିଥିଲେ । ନିଜର ଲୋକଟି ଯେତେବେଳେ ବିଶ୍ୱାସଘାତ କରେ ସେତେବେଳେ ପରକୁ ଦୋଷାରୋପ କରିବାର କୌଣସି ଲାଭ ନଥାଏ ।


ବିନା ବାକ୍ୟ ବ୍ୟୟରେ ସ୍ଥାଣୁ ପାଲଟି ଯାଇଥିବା ଗଗନ ସେତିକି ବେଳଠାରୁ ସେଇ ଅବସ୍ଥାରେ ଅନ୍ୟ ଏକ ପ୍ରକୋଷ୍ଠର ପଲଙ୍କ ଉପରେ ସେମିତି ପଡିରହିଥିଲେ । ଥଳକୂଳ ପାଉନଥିଲା ମନ ତାଙ୍କର । ନିଜର ଭୁଲ କେଉଁଠି ରହିଲା ସେଇଟି ମଧ୍ୟ ତାଙ୍କର ବୁଝିବାର ବାହାରେ ଥିଲା ।


ନିଜକୁ ଏମିତି ଏକ ପରିସ୍ଥିତିରେ ସେ ଆବିଷ୍କାର କରୁଥିଲେ ଯେଉଁଠି ଗୋଟେପଟେ କୂଅ ତ ଅନ୍ୟପଟେ ଖାଇ ଥିଲା । ପ୍ରାଣପ୍ରିୟା ଚନ୍ଦନାଙ୍କୁ ଚିରଦିନପାଇଁ ବର୍ଜନ କରିବା ଯେମିତି ଅସମ୍ଭବ ଲାଗୁଥିଲା,ତାଙ୍କର ପ୍ରତାରଣା ମଧ୍ୟ ସେତିକି ଅସହ୍ୟ ମନେ ହେଉଥିଲା ।


ସାରା ରାତି ବିତିଯିବା ଉପରେ । ସୂର୍ଯ୍ୟଙ୍କର ରକ୍ତିମ ଆଭା ପ୍ରାଚୀ ଗଗନକୁ ସିନ୍ଦୁରର ଲାଲିମାରେ ଭରିଦେଇଥିଲା । ଗଗନଙ୍କ ଅନିଦ୍ରା ଆଖି ଓ ମନ କିଛି ଗୋଟିଏ ସିଦ୍ଧାନ୍ତ ନେବାକୁ ଅସମର୍ଥ ହୋଇ ପଡୁଥିଲେ ।



Rate this content
Log in

More oriya story from Minakshi Samal

Similar oriya story from Romance