STORYMIRROR

Goutam Swain

Drama Tragedy Inspirational

3  

Goutam Swain

Drama Tragedy Inspirational

ଦେବକୀ

ଦେବକୀ

2 mins
239

କୁହାଯାଏ ଜୀବନରେ " ପ୍ରଥମ " ଶବ୍ଦଟି ବହୁତ କିଛି ମାନେ ରଖେ । ସେ ପ୍ରଥମ ପ୍ରେମ ହଉକି ପ୍ରଥମ ସନ୍ତାନ , ପ୍ରଥମ ସ୍ପର୍ଶ ହଉକି ପ୍ରଥମ ଆଘାତ । ସବୁ ପ୍ରଥମ ଅଭୁଲା ହୋଇ ରହିଥାଏ । ଏମିତି ଏକ ପ୍ରଥମକୁ ସେଦିନ ବଡ ଉତ୍ସାହ ର ସହ ଚାହିଁ ରହିଥିଲା ଦେବକୀ । ପ୍ରସବର ଅସହ୍ୟ ଯନ୍ତ୍ରଣାବି ତାର ଉତ୍ସାହକୁ କମ କରି ପାରିନଥିଲା ସେଦିନ । ନିଜ ପ୍ରଥମ ସନ୍ତାନକୁ କୋଳେଇ ନବାକୁ ତା କୋଳ ବ୍ୟଗ୍ର ହେଇ ପଡୁଥିଲା । ଦୀର୍ଘ ଦୁଇ ଘଂଟାର କଠିନ ପରିଶ୍ରମ ପରେ ଦେବକୀକୁ ଡାକ୍ତରବାବୁ ପିଲାଟିକୁ ତୋଳି ଦେଲା ବେଳେ ନିଜ ଲୁହକୁ କାବୁ କରିପାରିନଥିଲା ଦେବକୀ । ପାଖରେ ଥିଲେ ସ୍ୱାମୀ ବାସୁଦେବ । ଦେବକୀଙ୍କ ମୁଣ୍ଡକୁ ଆଉଁସି ଦେଇ କହିଥିଲେ "ଭଗବାନ ଙ୍କୁ ଅଶେଷ ଧନ୍ୟବାଦ ଯେ ସବୁ କିଛି ଭଲରେ ହେଇ ଗଲା " ।  


ଉଭୟ ବାସୁଦେବ ଆଉ ଦେବକୀ ନିଜ ପ୍ରଥମ ସନ୍ତାନକୁ ପାଇ ବେଶ ଖୁସି ଥିଲେ । ହେଲେ ସେ ଖୁସି ଆଉ ଲୁହ ଭିତରେ ମାତ୍ର ୩୦ ମିନଟର ଫରକ ଥିଲା । ଶିଶୁ ଜନ୍ମ ହେବ। ପରେ ଡାକ୍ତର ମା କ୍ଷୀର ଦେବାକୁ କହିଥିଲେ । ଆଉ ତାପରେ ଶିଶୁଟିର ଆଉ କାନ୍ଦ ସୁଭି ନ ଥିଲା । ଦୌଡ଼ି ଯାଇ ବାସୁଦେବ ବାବୁ ଡାକ୍ତରଙ୍କୁ ଡାକିଥିଲେ । ହେଲେ ସେତେବେଳକୁ ସବୁ କିଛି ଶେଷ ହୋଇ ସାରିଥିଲେ । ପ୍ରସବର ଯନ୍ତ୍ରଣାକୁ ବାଜିମାତ କରିଥିବା ଦେବକୀ କିନ୍ତୁ ଏ ଯନ୍ତ୍ରଣାକୁ ଆଦୌ ସହ୍ୟ କରିପାରିନଥିଲା । ବାସୁଦେବ ତାଙ୍କୁ ସ୍ଵ।ନ୍ତନା ଦେଇ ଚାଲିଥାନ୍ତି " ଈଶ୍ୱର ଚାହିଁଲେ ପୁଣି ତମ କୋଳ ହସି ଉଠିବ" । 


ବହୁତ ସମୟ ଲାଗିଥିଲା ଦେଵକୀକୁ ଏ ଯନ୍ତ୍ରଣାରୁ ବାହାରକୁ ଆସିବାକୁ । ଏ ଭିତରେ ବର୍ଷେ ବିତିଗଲାଣି । ଦେବକୀ ଏବେ ପୁଣି ଅନ୍ତସ୍ୱତା । ଏଥର ସେମାନେ ବହୁତ ସତର୍କ । ସରକାରୀ ହସ୍ପିଟାଲ ଜାଗାରେ ଏଥର ସେମାନେ ପ୍ରାଇଭେଟ ହସ୍ପିଟାଲରେ ଚିକିତ୍ସା କରୁଥାନ୍ତି । ସବୁ ସାବଧାନତା ସତ୍ୱେ ଏଥର ବି ଛୁଆ ଜନ୍ମ ହୋଇ ମା କ୍ଷୀର ଖାଇବା ପରେ ଆଉ ଆଖି ଖୋଲି ନ ଥିଲା । ଡାକ୍ତର ବାବୁ କଣ ସବୁ ତନାଘନା କଲା ପରେ କହିଥିଲେ " ମା ଖିରରେ ପାଇଜନ କାରଣରୁ ଶିଶୁର ମୃତ୍ୟୁ ହେଲା " । ପରିସ୍ଥିତିକୁ ସ୍ୱୀକାର କରିବା ଛଡା ଅନ୍ୟ କିଛି ଉତର ନ ଥିଲା ଦେବକୀ ଆଉ ବାସୁଦେବଙ୍କ ପାଖରେ । ବର୍ଷେ ପରେ ପୁଣି ସେଇ ଘଟଣାର ପୁନରାବୃତି । ଏଥର ସେମାନେ ଶିଶୁକୁ ଜନ୍ମ ହେବ। ପରେ ମା କ୍ଷୀର ନଦେଇ ଡବା କ୍ଷୀର ଦେଲେ । ତଥାପି ସମାନ ଫଳାଫଳ । 


ଏମିତି ଗୋଟେ ପରେ ଗୋଟେ ୭ଟି ସନ୍ତାନ ହରେଇବା ପରେ ଗଭୀର ଦୁଃଖରେ ଜର୍ଜରିତ ଦେବକୀ,ବାସୁଦେବ କାରଣ ଜାଣିବାକୁ ଅଂଟା ଭିଡ଼ିଥିଲେ । ପ୍ରସୂତି ବିଭାଗର ସବୁଠୁ ବଡ ପ୍ରଫେସରଙ୍କ ସହ ବହୁ ପରୀକ୍ଷା ନିରୀକ୍ଷା ପରେ ଜଣା ପଡିଲା ଯେ ଦେବକୀ ଏକ ବିରଳ ଜେନେଟିକ ରୋଗରେ ପୀଡିତ । ଯୋଉଁଥିପାଇଁ ତାଙ୍କ ଶରୀରରେ ବଢୁଥିବା ଶିଶୁ ସମ୍ପୂର୍ଣ ପରିପକ୍ଵ ହେଇ ବାହାରକୁ ଆସୁନାହାନ୍ତି । ସମାଧାନରେ ଡାକ୍ତର ଅନ୍ୟ ଜିନକୁ ଦେବକୀଙ୍କ ଶରୀରରେ ଛାଡିବାକୁ ପରାମର୍ଶ ଦେଇଥିଲେ । ସନ୍ତାନ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥିଲେ ଦେବକୀ ଆଉ ବାସୁଦେବ । ପ୍ରଫେସରଙ୍କ ପ୍ରତକ୍ଷ ତତ୍ୱାବଧାନରେ ସବୁ କିଛି ହଉ ଥାଏ । ଖାଇବା ପିଇବାଠୁ ନେଇ ସବୁ କିଛି ପ୍ରଫେସରଙ୍କ ପରାମର୍ଶରେ ହଉ ଥାଏ । ନିଜ ଜୀବନର ସମସ୍ତ ପୁଞ୍ଜି ,ସମସ୍ତ ଶକ୍ତି ଆଉ ସବୁ ଆଶାକୁ ବିନିଯୋଗ କଲାପରେ ଅଷ୍ଟମ ଥର ସଫଳତା ପାଇଥିଲେ ଦେବକୀ ଆଉ ବାସୁଦେବ । ତାଙ୍କୁ ଲାଗିଥିଲା ସେ ଯେମିତି ସବୁ ପାଇଁ ଯାଇଛନ୍ତି । ସେ ଖୁସି ଥିଲା ଭିନ୍ନ , ସେ ଉତ୍ସାହ ଥିଲା ଭିନ୍ନ । ଆଉ ଭିନ୍ନ ଲାଗିଥିଲା ଜୀବନ । 



Rate this content
Log in

Similar oriya story from Drama