" ୯୯-୧ କାହାଣୀ "
" ୯୯-୧ କାହାଣୀ "
ବର୍ତମାନ ସାରା ବିଶ୍ୱ ଫୂଟବଲ ବିଶ୍ୱକପ ମହାଉତ୍ସବରେ ଉତ୍ସବମୁଖରିତ l ଏଥରର ବିଶ୍ୱକପରେ ବହୁତ କିଛି ଅବିଶ୍ୱସନୀୟ ଘଟଣା ଦେଖିବାକୁ ମିଳୁଛି l ଛୋଟଛୋଟ କମ ରାଙ୍କୀଙ୍ଗଵାଲା ଦେଶ ବଡବଡ ରାଙ୍କୀଙ୍ଗଵାଲା ଦେଶକୁ ବାଜିମାତ ଦେବାର ଅନେକ ଘଟଣା ଦେଖିବାକୁ ମିଲିଲାଣି l ତେବେ ଏସବୁ ଭିତରେ ଆମ ଭାରତୀୟ ଫୂଟବଲ ଦଳକୁ ନେଇ ଏମିତି ଏକ ଅବିଶ୍ୱାସନୀୟ , ଅଲୌକ୍ୟିକ କଥା ରହିଛି ଯାହାକୁ ଶୁଣିଲେ ଆପଣ ମିଛରେ ହଉ କି ସତରେ କିଛି ସମୟ ଖୁସି ହେଇଯିବେ l ଦଶନ୍ଧି ଦଶନ୍ଧି ଧରି ନାଇଜେରିଆରେ ଫୂଟବଲକୁ ଭଲ ପାଉଥିବା ଲୋକ ମାନଙ୍କ ଭିତରେ ଗୋଟେ କଥା ପ୍ରଚଳିତ ହେଇ ଆସୁଛି l ସେଇଟା ହେଲା " ୯୯-୧ କାହାଣୀ " l ଅବଶ୍ୟ ଏହାର ସତ୍ୟତାକୁ ନେଇ କିଛି ପ୍ରମାଣ ନାହିଁ ତଥାପି ନାଇଜେରିଆ ଲୋକ ଏହି କାହାଣୀକୁ ବିଶ୍ୱାସ କରି ଆସୁଛନ୍ତି l ସମ୍ପୂର୍ଣ କାହାଣୀଟି ଏ ପ୍ରକାର
ନାଇଜେରିଆରେ ଦୀର୍ଘଦିନ ଧରି ଚାଲିଥିବା ସିଭିଲ ୱାରର ପରିସମାପ୍ତି ପରେ ନାଇଜେରିଆ ସରକାର ସୈନିକ ମାନଙ୍କୁ ଉତ୍ସାହିତ କରିବାକୁ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୂଟବଲ ମ୍ୟାଚ ଆୟୋଜନ କରିବାର ନିଷ୍ପତି ନିଅନ୍ତି l ପ୍ରଥମେ ସେମାନେ ଘାନା ଦେଶ ସହ ମ୍ୟାଚ ରଖିବା କଥା ସ୍ଥିର କରନ୍ତି l କିନ୍ତୁ ଘାନା ନାଇଜେରିଆଠାରୁ ଭଲ ଦଳ ଓ ଅତୀତରେ ସେମାନଙ୍କୁ ପରାସ୍ତ କରିଥିବା ଜାଣି ସେମାନେ ନିଷ୍ପତି ବଦଳାନ୍ତି l ଆଉଗୋଟେ ଅପେକ୍ଷାକୃତ କମଜୋର ଦଳ ଡାକିବାକୁ ନିଷ୍ପତି ନିଅନ୍ତି l ଏହି ପରିପ୍ରେକ୍ଷୀରେ ସେମାନେ ଭାରତକୁ ଆମନ୍ତ୍ରିତ କରନ୍ତି l ଭାରତ ଏହି ମ୍ୟାଚ ଖେଳିବାକୁ ରାଜି ହୋଇଯାଏ ,କିନ୍ତୁ ଏଥିପାଇଁ ଦୁଇଟି ସର୍ତ ରଖେ l ପ୍ରଥମ, ଭାରତ ଏହି ମ୍ୟାଚକୁ ବୁଟ ନ ପିନ୍ଧି ଅର୍ଥାତ ଖାଲି ପାଦରେ ଖେଳିବ l ଦ୍ୱିତୀୟତଃ, ଯେ ହେତୁ ଭାରତ କମଜୋର ଦଳ ତେଣୁ ଭାରତ ଗୋଟେ ଗୋଲ କଲେ ୩ ଗୋଲ ବୋଲି ବିବେଚନା କରାଯିବ l ନାଇଜେରିଆ ଭାରତର ସର୍ତରେ ରାଜି ହୁଏ ଆଉ ଧାର୍ଯ୍ୟ ଦିବସରେ ମ୍ୟାଚ ଆରମ୍ଭ ହୁଏ l ମ୍ୟାଚ ସମୟରେ କିଛି ଏମିତି ହୁଏ ଯାହା ସମ୍ପୂର୍ଣ ଅଲୌକ୍ୟିକ l ନାଇଜେରିଆ ଖେଳାଳି ବଲକୁ ଆଦୌ ଖେଳିବାକୁ ସାହସ କରନ୍ତିନି କାରଣ ବଲଟି ସେମାନଙ୍କୁ ଗୋଟେ ସିଂହ ଓ ନିଆଁର ପେଣ୍ଡୁ ପରି ଦେଖା ଯାଏ l ଅନ୍ୟପଟରେ ଭାରତୀୟ ଦଳ ଗୋଟେ ପରେ ଗୋଟେ ଗୋଲ ମାରି ଚାଲିଥାନ୍ତି l ହାଫ ଟାଇମ ଭିତରେ ଭାରତ ୫୭-୦ ରେ ଲିଡ଼ କରୁଥାଏ l ହାଫ ଟାଇମ ରେ ନାଇଜେରିଆର କୋଚ ତାଙ୍କ ଖେଳାଳି ମାନଙ୍କୁ ପ୍ରବଳ ଗାଳିଦେବା ସହ ବଲ ନ ଖେଳିପାରିବାର କାରଣ ପଚାରନ୍ତି l ଖେଳାଳି ମାନଙ୍କ କହିବା ଅନୁଯାୟୀ ଭାରତ କଳା ଯାଦୁର ପ୍ରୟୋଗ ଦ୍ୱାରା ବଲଟିକୁ ସିଂହ ଓ ନିଆଁ ପିଣ୍ଡରେ ପରିବର୍ତନ କରିଦେଉଛି l ତେଣୁ ଆଗକୁ ଖେଳିବା ସମ୍ପୂର୍ଣ ଅସମ୍ଭବ କହି ସେମାନେ ମ୍ୟାଚ ରଦ କରିବାକୁ କୁହନ୍ତି l ପରେ ଗୋଟେ ନୂଆ ସର୍ତ ହୁଏ l ନାଇଜେରିଆ ଯଦି ଗୋଟେ ଗୋଲ ବି ମାରେ ତେବେ ନାଇଜେରିଆ ମ୍ୟାଚ ଟିକୁ ଜିତି ନେବ l ହାଫ ଟାଇମ ପରେ ଖେଳ ପୁଣି ଆରମ୍ଭ ହୁଏ l ଭାରତ ତାର ଚମତ୍କାର ପ୍ରଦର୍ଶନ ଜାରି ରଖେ ଓ ୯୯-୦ ରେ ପହଂଚି ଯାଏ l ଆଉ ଅଳ୍ପ କିଛି ସମୟର ଖେଳ ବାକିଥାଏ l ସେତେବେଳେ ନାଇଜେରିଆର ଜଣେ ସାହସୀ ଖେଳାଳି ସିଂହରୂପକ ବଲକୁ ବୀରତ୍ବର ସହ ସାମ୍ନା କରେ ଓ ଭାରତୀୟ ଗୋଲ ପୋଷ୍ଟ ଆଡକୁ ନେଇ ଚାଲେ l କୁହାଯାଏ ଫାଇନାଲ କିକ ମାରିବା ଆଗରୁ ବଲଟି ପଥର ହେଇଯାଏ l ତଥାପି ସେ କିକ ମାରନ୍ତି ଆଉ ନାଇଜେରିଆକୁ ପ୍ରଥମ ଗୋଲ ସହ ବିଜୟ ପ୍ରାପ୍ତ ହୁଏ l କିନ୍ତୁ ଗୋଲ ମାରିଥିବା ଖେଳାଳିଙ୍କ ମୃତ୍ୟୁ ହେଇ ଯାଏ l ଏହି ପରି ଭାବରେ ଖେଳଟି ୯୯-୧ ରେ ସମାପ୍ତ ହୁଏ l
କଥାଟା କେତେ ସତ ତାର ତ କିଛି ତଥ୍ୟ ନାହିଁ କିନ୍ତୁ ଏ କାହାଣୀକୁ ଯିଏ ବି ପ୍ରଥମେ ଆବିଷ୍କାର କରିଛନ୍ତି ତାଙ୍କୁ ନୋବେଲ ପୁରସ୍କାର ଗୋଟେ ମିଳିବା କଥା l
