STORYMIRROR

Goutam Swain

Thriller

3  

Goutam Swain

Thriller

ସେଇ ରାତି-୨

ସେଇ ରାତି-୨

2 mins
250

ପୂର୍ବାଭାସ - ପୂର୍ବ ଲେଖାରେ ଆପଣମାନେ ପଢିଥିଲେ ମହାପାତ୍ରବାବୁ ଟଙ୍କା ବାଣ୍ଟିବାକୁ ଯାଇ ଆକ୍ରମଣର ଶିକାର ହୁଅନ୍ତି l କଥାଟା ଧରାପଡିଯିବା ଭୟରେ ସରପଞ୍ଚବାବୁ ତାଙ୍କୁ ଜୀବନରୁ ମାରିଦେବାକୁ ଯାଉଥିଲା ବେଳେ କରଜ ଶୁଝିବାର ବାହାନା କରି ମହାପାତ୍ରବାବୁ ବଂଚି ଯାଅନ୍ତି l ଘଟଣା ବିଷୟରେ କେହି କୋଉଠି ନ କହିବାର ସଂକଳ୍ପ ନେଲା ପରେ ସରପଞ୍ଚବାବୁଙ୍କ ନିର୍ଦ୍ଦେଶରେ କିଛି ଲୋକ ମହାପାତ୍ରବାବୁଙ୍କୁ ମେଡିକାଲ ନେଇ ଯାଆନ୍ତି l ସେପଟେ ମାହାପାତ୍ରବାବୁଙ୍କ ପରିବାରକୁ ମିଛ ଖବର ଦିଆଯାଏ ଯେ ମହାପାତ୍ରବାବୁ କିଛି ବିଶେଷ କାମରେ ସହର ଯାଇଛନ୍ତି l କ୍ରମଶଃ.....


ମେଡିକାଲର ବିଛଣାରେ ମହାପାତ୍ରବାବୁ ଯେତିକି ସୁସ୍ଥ ହେଉଥାନ୍ତି ସେତିକି ସେତିକି ତାଙ୍କର ମାନସିକ ଚିନ୍ତା ବଢି ଚାଲୁଥାଏ l ଅନେକ ଗୁଡିଏ ପ୍ରଶ୍ନର ଉତ୍ତର ଖୋଜିଚାଲିଥାନ୍ତି ସେ l ତାଙ୍କୁ ଆକ୍ରମଣ କରିଥିବା ଲୋକ କିଏ ? ସରପଂଚ ବାବୁଙ୍କ ଟଙ୍କା କେମିତି ସୁଝିବେ ସେ ? ଘରେ କଣ ଉତ୍ତର ଦେବେ ? ଏମିତି ଅନେକ ପ୍ରଶ୍ନ l ଆଉ ବେଶି ସମୟ ମେଡିକାଲରେ ରହି ସମୟ ନଷ୍ଟ କରିପାରିବେନି ସେ l ସେପଟେ ନିର୍ବାଚନରେ ସରପଞ୍ଚବାବୁ ହାରିଗଲେ ପୁଣି ରକ୍ତମୁଖା ହେଇଯିବେ l ଏସବୁ କଥା ଭାବି ମହାପାତ୍ରବାବୁ ସମ୍ପୂର୍ଣ ସୁସ୍ଥ ନ ହେଲେବି ମେଡିକାଲରୁ ଡିସଚାର୍ଜ ନେଇ ଘରକୁ ଯାଆନ୍ତି l ଘରେ ପହଞ୍ଚି ଦେଖନ୍ତି ତାଙ୍କ ସ୍ତ୍ରୀ ମାଳତୀ ଦୁଇ ଦିନ ହେଲା ବିଛଣାରେ ପଡି ଜ୍ବରରେ ଥରୁଥାନ୍ତି l


 ଜୀବନ ସବୁବେଳେ ତାଙ୍କର ପରୀକ୍ଷା ନେଇ ଚାଲିଛି l ଏପଟେ ଭୋଟ ଚାଲିଛି, ସେପଟେ ମାଳତୀ ଅସୁସ୍ଥ l କଣ କରିବେ ସେ କିଛି ବୁଝିପାରୁନଥାନ୍ତି l ଠିକ ସେତିକିବେଳେ ସରପଞ୍ଚବାବୁଙ୍କ ଆବିର୍ଭାବ ହୁଏ l ମେଡିକାଲରୁ ଖବର ନେଲା ପରେ ସରପଞ୍ଚବାବୁ ସିଧା ମହାପାତ୍ରବାବୁଙ୍କ ଘରକୁ ଚାଲିଆସିଥାନ୍ତି l ମହାପାତ୍ରବାବୁ ବିନମ୍ରତାର ସହ ନିଜ ସ୍ତ୍ରୀଙ୍କ ରୋଗ କଥା କୁହନ୍ତି ସରପଞ୍ଚବାବୁଙ୍କୁ l କଥାଟା ଶୁଣି ସରପଞ୍ଚବାବୁ ଖୁବ ରାଗନ୍ତି l 


"ଆଜି ଭୋଟ ଦିନ ଏସବୁ ହବାକୁ ଅଛି l ହଉ ଗୋଟେ କାମ କର, ତୋ ସ୍ତ୍ରୀକୁ କହ ମୋ ଗାଡ଼ିରେ ବସିବ l ମୁଁ ତାକୁ ମେଡିକାଲ ନେଇଯିବି l ତୁ ଯାଇ ସେପଟେ ଭୋଟ କଥା ଦେଖ" l ସରପଞ୍ଚବାବୁଙ୍କ ଏସବୁ କଥାରେ ଟିକିଏ ବି ଆନ୍ତରିକତାର ଗନ୍ଧ ନ ଥିଲା l ତଥାପି ସେ ନାଚାର l ମାଳତୀକୁ ଗାଡ଼ିରେ ବସେଇଦେଇ ମହାପାତ୍ରବାବୁ ଚାଲିଯାନ୍ତି ପୋଲିଂ ବୁଥ ଆଡକୁ l ରାସ୍ତାରେ ପଡେ ସେଇ ସ୍ଥାନ ଯୋଉଠି ତାଙ୍କୁ ଗଲା ରାତିରେ ଆକ୍ରମଣ ହେଇଥିଲା l କିଛି ସମୟ ଅଟକି ଗଲେ ସେଇଠି l କିଛି ଖୋଜିବାକୁ ଚେଷ୍ଟା କରୁଥାନ୍ତି ସେ l କିଛି ସମୟ ଖୋଜା ଖୋଜି କଲାପରେ ମହାପାତ୍ରବାବୁଙ୍କୁ କିଛି ଏମିତି ଜିନିଷ ମିଳେ ଯାହା ତାଙ୍କର ସବୁ ପ୍ରଶ୍ନର ଉତ୍ତର ଦେଇ ପlରେ l 


କଣ ସେ ଜିନିଷ ? କଣ ମହାପାତ୍ରବାବୁ ତାଙ୍କ ଆକ୍ରମଣକାରୀକୁ ଖୋଜି ପାଇବେ ? ଏ ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ପରବର୍ତ୍ତୀ ଲେଖାକୁ ଅପେକ୍ଷା କରନ୍ତୁ !



Rate this content
Log in

Similar oriya story from Thriller